Posted inଜାତୀୟ

ଆନ୍ଧ୍ର ପ୍ରଦେଶର ଏଲୁରୁରେ ଅଜଣା ରୋଗ: ମେଡିକାଲରେ ୨୦୦ ଭର୍ତ୍ତି

ଏଲୁରୁ,୬।୧୨: ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରି ଜିଲା ଇଲୁରୁ ଟାଉନର ଏକ ଭିନ୍ନ ଅଞ୍ଚଳର ବାସୀନ୍ଦାଙ୍କଠାରେ ଏକ ଅଜଣା ରୋଗର ଲକ୍ଷଣ ଦେଖାଯାଉଛି। ଏହା ଉପରେ ନଜର ରଖିଛନ୍ତି ସ୍ବାସ୍ଥ୍ୟ ଓ ମେଡିକାଲ ବିଶେଷଜ୍ଞମାନେ। ମିଳିଥିବା ସୂଚନା ମୁତାବକ, ଅଜଣା ରୋଗରେ ପୀଡ଼ିତ ହୋଇ ୨୨୮ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନେ କୌଣସି ପ୍ରକାର ଜନ ସମାବେଶରେ ଏକତ୍ରିତ ହୋଇ ନ ଥିଲେ।

୭୦ ରୋଗୀଙ୍କୁ ଡିସ୍‌ଚାର୍ଜ କରାଯାଇଥିବାବେଳେ ୭୬ ମହିଳା ଓ ୪୬ ଶିଶୁଙ୍କ ଚିକିତ୍ସା ଚାଲିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଅଜଣା ରୋଗରେ ମୁଖ୍ୟତଃ ବୟସ୍କ ନ ହେଲେ ଶିଶୁମାନେ ଆକ୍ରନ୍ତ ହୋଇଛନ୍ତି। ସ୍ବତନ୍ତ୍ର ମେଡିକାଲ ଦଳ ଇଲୁରୁ ଗସ୍ତ କରି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ମାତ୍ର ସମସ୍ତ ରିପୋର୍ଟ ନେଗେଟିଭ ଆସିଛି। ଜଣେ ୬ ବର୍ଷୀୟା ଝିଅର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବିଜୟଓ୍ବାଡା ମେଡିକାଲକୁ ପଠାଯାଇଛି।

ସମସ୍ତ ରୋଗୀଙ୍କ କୋଭିଡ୍‌-୧୯ ଟେଷ୍ଟ କରାଯାଇଥିଲା। ଆଉ ରିପୋର୍ଟ ନେଗେଟିଭ ଆସିଛି। ଏଭଳି ଜରୁରୀକାଳୀନ ପରିସ୍ଥିତି ପାଇଁ ଏଲୁରୁଠାରେ ୧୫୦ ବେଡ୍‌ ଓ ବିଜୟଓ୍ବାଡାଠାରେ ୫୦ ବେଡ୍‌ ରଖାଯାଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ଆଲା।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟ ସମ୍ମୁଖରେ କୌଣସି ମାମଲା ଛୋଟ ଅବା ବଡ଼ ନୁହେଁ: ସିଜେଆଇ…

ନୂଆଦିଲ୍ଲୀ,୪।୨ : ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ନିମ୍ନ ଅଦାଲତରେ ସୁପ୍ରିମକୋର୍ଟଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି। ଏହି...

ଜି୨୦: ମନ୍ତ୍ରୀଙ୍କୁ ମୋଦି ମନ୍ତ୍ର

ନୂଆଦିଲ୍ଲୀ,୭ା୯: ଭୂରାଜନୀତି କେବଳ ଆମେରିକା ଓ ଚାଇନାରେ କେନ୍ଦ୍ରୀଭୂତ ହୋଇ ରହିନାହିଁ। ଏବେ ଭାରତର ସମୟ ଉପନୀତ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆସନ୍ତା ୯ ଓ...

ଚାଇନା ସୀମାରେ ଖୁବ୍‌ ଶୀଘ୍ର ଭାରତ ନିର୍ମାଣ କରିବ ବୃହତ ଜଳ ବିଦ୍ୟୁତ୍‌ ପ୍ରକଳ୍ପ

ନୂଆଦିଲ୍ଲୀ, ୧୪।୬: ଚାଇନା ସୀମାରେ ଭାରତ ଖୁବ୍‌ ଶୀଘ୍ର ବୃହତ ଜଳ ବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟ ନିର୍ମାଣ କରିବ। ରାଜ୍ୟ ଜଳବିଦ୍ୟୁତ୍‌ କମ୍ପାନୀ ଏନ୍‌ଏଚ୍‌ପିସି ଏଲ୍‌ଟିଡି...

ବିଦେଶ ଯିବେ ରାହୁଲ

ନୂଆଦିଲ୍ଲୀ,୧୨।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ବିଦେଶ ଯାତ୍ରା କରିବାକୁ ପ୍ରସ୍ତୁତ ହେଲେଣି। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ସେ ୟୁରୋପ ଯିବେ ବୋଲି ଜଣାପଡିଛି।...

ଝାଡୁ ପାହାରରେ ହାତ-ପଦ୍ମ ଘାଇଲା

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପୁଣି ଥରେ ଶାସନ ଡୋରି ଧରିବା ନିଶ୍ଚିତ ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ନେତୃତ୍ୱରେ ଦଳ...

୫ବର୍ଷରେ ୨୦ଲକ୍ଷ ଲୋକଙ୍କୁ ଚାକିରି ଦେବୁ: ସିସୋଡିଆ

ନୂଆଦିଲ୍ଲୀ,୨୬।୩: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଶନିବାର ଦିଲ୍ଲୀ ବିଧାନ ସଭାରେ ବଜେଟ ଉପସ୍ଥାପନା କରିଛନ୍ତି। ଭବିଷ୍ୟତର ଦିଲ୍ଲୀର ଏକ ଚିତ୍ର ଏହି ବଜେଟରେ ଦେଖିବାକୁ...

ସ୍ତ୍ରୀଙ୍କୁ କରୋନା ହୋଇଥିବାରୁ ଛୁଟି ମାଗିଲେ ପୋଲିସ: ନ ମିଳିବାରୁ…

ଲକ୍ଷ୍ନୌ,୪।୫: : କରୋନା ଏବେ ସାରା ଦେଶରେ କାୟା ବିସ୍ତାର କରିଛି। ଏହି ପରିସ୍ଥିତିରେ ଡାକ୍ତର, ନର୍ସ ଏବଂ ପୋଲିସ କରୋନା ଯୋଦ୍ଧା ଭାବରେ କାର୍ଯ୍ୟ...

ଦୈନିକ ସଂକ୍ରମଣ ୪ ହଜାର ତଳେ…

ନୂଆଦିଲ୍ଲୀ, ୧୮।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

Advertisement
Archives

Model This Week