ୟୁକ୍ରେନ୍‌ ଛାଡ଼ିଲେଣି ୨୦ ଲକ୍ଷ

କ୍ୱିଭ୍‌, ୯ା୩: ଯୁଦ୍ଧର ୧୩ତମ ଦିନରେ ଅସ୍ତ୍ରବିରତି ଘୋଷଣା କରାଯାଇ କ୍ୱିଭ୍‌ ନିକଟ ଇରପିନ୍‌ ଏବଂ ଉତ୍ତର ସହର ସୁମିରୁ ସାଧାରଣ ନାଗରିକଙ୍କୁ ହ୍ୟୁମାନ କରିଡର ଦ୍ୱାରା ବାହାର କରାଯିବା ନିମନ୍ତେ ବ୍ୟବସ୍ଥା ହୋଇଛି। ରୁଷିଆର ଆକ୍ରମଣ ପରଠାରୁ ଏ ପର୍ଯ୍ୟନ୍ତ ପ୍ରାୟ ୨୦ ଲକ୍ଷ ଲୋକ ୟୁକ୍ରେନ୍‌ ଛାଡ଼ି ପଳାୟନ କରିଥିବା ଜାତିସଂଘ ପକ୍ଷରୁ କୁହାଯାଇଛି।
ଉପରେ ଆକ୍ରମଣକୁ ରୁଷିଆ ସ୍ବତନ୍ତ୍ର ମିଲିଟାରୀ ଅପରେଶନ କହୁଥିବାବେଳେ ଏଥିରେ ପ୍ରାୟ ୨୫ଶହ ସେନା ଟାର୍ଗେଟକୁ ନଷ୍ଟ କରାଯାଇଥିବା ମସ୍କୋ ପକ୍ଷରୁ କୁହାଯାଇଛି। ଝିଟୋମିରଠାରେ ଥିବା ୟୁକ୍ରେନ୍‌ର ଓଜେର୍ନେ ଏୟାରବେସ୍‌କୁ ମଧ୍ୟ ଧ୍ୱଂସ କରାଯାଇଥିବା କ୍ରେମଲିନ୍‌ ଦାବି କରିଛି।
ଏୟାରଷ୍ଟ୍ରାଇକ୍‌ରେ ମଙ୍ଗଳବାର ସୁମିରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ମସ୍କୋ କ୍ରମାଗତ ଜନବସତି ଅଞ୍ଚଳରେ ଆକ୍ରମଣ କରୁଥିବା ୟୁକ୍ରେନ୍‌ ଅଭିଯୋଗ ଆଣିଛି।
ପ୍ରାୟ ୧୨ ହଜାର ରୁଷୀୟ ସୈନ୍ୟ ନିହତ ହୋଇଥିବା କ୍ୱିଭ୍‌ ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିବା ଅନୁସାରେ, ରୁଷିଆର ବିଭିନ୍ନ ପ୍ରକାରର ୧୦୩୬ ଯୁଦ୍ଧବାହନ, ୪୮ ଏୟାର କ୍ରାଫ୍ଟ, ୮୦ ହେଲିକପ୍ଟର, ୩୦୩ ଟ୍ୟାଙ୍କ, ୧୨୦ ଆର୍ଟିଲାରି ଅସ୍ତ୍ର, ୫୬ ଏମ୍‌ଆର୍‌ଏଲ୍‌କୁ ନଷ୍ଟ କରାଯାଇଛି।
ପୋଲାଣ୍ଡ ୟୁକ୍ରେନ୍‌କୁ ଯୁଦ୍ଧବିମାନ ପଠାଇଲେ ବ୍ରିଟେନ ତାହାକୁ ସମର୍ଥନ କରିବ ବୋଲି କହିଛି।
ଦେଶରୁ ପ୍ରାୟ ୨୦ ହଜାର ସ୍ବେଚ୍ଛାସେବୀ ୟୁକ୍ରେନ୍‌ ପାଇଁ ରୁଷିଆ ସହ ଲଢ଼େଇ କରିବାକୁ ଅସ୍ତ୍ର ଉଠାଇଛନ୍ତି।
ରୁଷୀୟ ସୈନ୍ୟ ପ୍ରାୟ ୩ ଲକ୍ଷ ସାଧାରଣ ନାଗରିକଙ୍କୁ ବନ୍ଧକ ରଖିଥିବା ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ ଆସିଛି।
ଆମେରିକୀୟ ଅଭିନେତା ଲିଓନାର୍ଡୋ ଡିକାପ୍ରିଓ ୟୁକ୍ରେନ୍‌କୁ ୧୦ ମିଲିୟନ ଡଲାର ପ୍ରଦାନ କରିଛନ୍ତି। ଅଭିନେତା ଜଣଙ୍କ ପିଲାଦିନେ କିଛି ସମୟ ୟୁକ୍ରେନ୍‌ରେ ବିତାଇଥିବାରୁ ଏହି ଦେଶ ସହ ତାଙ୍କ ଭାବାବେଗ ଜଡ଼ିତ ଥିବା କହିଛନ୍ତି।
ପେମେଣ୍ଟ ସିଷ୍ଟମ ଜେସିବି ଏହାର ସେବାକୁ ରୁଷିଆରେ ବନ୍ଦ କରିଛି। ଏଥିସହ ରୁଷିଆକୁ ତୈଳ ରିଫାଇନ ନିମନ୍ତେ ସାମଗ୍ରୀ ଯୋଗାଣ ବନ୍ଦ ନିମନ୍ତେ ଜାପାନ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଆମେରିକା-ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ

ଓ୍ବାଶିଂଟନ୍‌,୯।୩: ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ସମ୍ପର୍କରେ ଏକ ଚୁକ୍ତି ହୋଇଛି। ତଥାପି ଯୁଦ୍ଧବିରତି ମଧ୍ୟରେ ମଧ୍ୟ ଇସ୍ରାଏଲର ଲେବାନନ ଉପରେ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri