ରୁଷିଆର ଗ୍ୟାସ୍‌ ଯୋଗାଣ ବନ୍ଦ ଧମକ

ମସ୍କୋ, ୯ା୩: ୟୁକ୍ରେନ୍‌ ଉପରେ ଆକ୍ରମଣ ଯୋଗୁ ରୁଷିଆ ଉପରେ ଆମେରିକା ସମେତ ବିଭିନ୍ନ ଦେଶ କଟକଣା ଲଗାଇ ଚାଲିଛନ୍ତି। ଏଥିଯୋଗୁ ରୁଷିଆର ବ୍ୟାଙ୍କିଙ୍ଗ ସିଷ୍ଟମ, ଅର୍ଥ ବ୍ୟବସ୍ଥା ଏବଂ ମୁଦ୍ରା ରୁବଲ ଉପରେ ଏହାର ପ୍ରଭାବ ପଡ଼ିଛି। ଏବେ ରୁଷିଆରୁ ସମ୍ପୂର୍ଣ୍ଣ ଭାବେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଆମଦାନୀ ବ୍ୟାନ୍‌ କରିବାକୁ ଆମେରିକା ଘୋଷଣା କରିସାରିଥିବାବେଳେ ରୁଷିଆ ନର୍ଡ ଷ୍ଟ୍ରିମ୍‌ ପାଇପ୍‌ଲାଇନ ଦେଇ ୟୁରୋପକୁ ହେଉଥିବା ପ୍ରାକୃତିକ ଗ୍ୟାସ୍‌ ଯୋଗାଣ ବନ୍ଦ କରିବାକୁ ଧମକ ଦେଇଛି। ଏଥିସହ ଯଦି ନାଟୋ ଦେଶଗୁଡ଼ିକ ଏପରି କରନ୍ତି ତେବେ ଆଗକୁ ଏନର୍ଜୀ ମାର୍କେଟରେ ବିରାଟ ବଡ଼ ସଙ୍କଟ ଦେଖାଯିବ ଏବଂ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୩୦୦ ଡଲାର ଛୁଇଁବ ବୋଲି ରୁଷିଆ ଉପପ୍ରଧାନମନ୍ତ୍ରୀ ଆଲେକଜାଣ୍ଡର ନୋଭାକ୍‌ କହିଛନ୍ତି।

ଏକଘରକିଆ କରିବା ନିମନ୍ତେ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ତୈଳ, ଗ୍ୟାସ୍‌, କୋଇଲା ଆଦି ପାଇଁ ରୁଷିଆ ଉପରେ ନିର୍ଭର ନ କରିବା ପାଇଁ ବିକଳ୍ପ ଚିନ୍ତା କରୁଛନ୍ତି। ଏଥିନିମନ୍ତେ ଆସନ୍ତା ୧୦, ୧୧ ତାରିଖରେ ବୈଠକ ଆୟୋଜନ କରାଯିବାକୁ ସ୍ଥିର ହୋଇଛି। ୟୁରୋପୀୟ ସଂଘ (ଇୟୁ) ଦେଶଗୁଡ଼ିକ ପ୍ରାୟ ୫୦ ପ୍ରତିଶତ ଗ୍ୟାସ୍‌, କୋଇଲା ଆବଶ୍ୟକତା ପୂରଣ କରିବାକୁ ରୁଷିଆ ଉପରେ ନିର୍ଭରଶୀଳ। ଏଥିସହ ପ୍ରାୟ ଏକ ତୃତୀୟାଂଶ ତୈଳ ସେମାନେ ରୁଷିଆରୁ ଆମଦାନୀ କରିଥାନ୍ତି। ରୁଷିଆରୁ ଆସୁଥିବା ତୈଳ ଓ ଗ୍ୟାସ୍‌ ଆମଦାନୀ ଚଳିତ ବର୍ଷ ୮୦ ପ୍ରତିଶତ କମ୍‌ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଇୟୁ ପକ୍ଷରୁ ଜଣାଯାଇଛି। ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରେ ଜର୍ମାନୀ ୧୧ ବିଲିୟନ ଡଲାରର ନର୍ଡ ଷ୍ଟ୍ରିମ୍‌-୨ ପାଇପ୍‌ଲାଇନ ପ୍ରୋଜେକ୍ଟ ବାତିଲ କରିଥିଲା। ଏବେ ଜର୍ମାନୀକୁ ଯାଇଥିବା ମୁଖ୍ୟ ପାଇପ୍‌ଲାଇନକୁ ବନ୍ଦ କରିଦେବାକୁ ରୁଷିଆ ଧମକ ଦେଇଛି। ୟୁକ୍ରେନ୍‌ରେ ଯୁଦ୍ଧ ଜାରି ଯୋଗୁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୩୯ରେ ପହଞ୍ଚିଛି, ଯାହା କି ୨୦୦୮ ପରଠାରୁ ସର୍ବାଧିକ। ଅପରପକ୍ଷେ ଆମେରିକା ଓ ଅନ୍ୟ ଦେଶ ଜାରି କରିଥିବା କଟକଣାର ପ୍ରଭାବର ମୁକାବିଲା କରିବାକୁ ରୁଷିଆ ସମର୍ଥ ବୋଲି ନୋଭାକ କହିଛନ୍ତି। ଆମେରିକା ଓ ଇୟୁ ରୁଷିଆରୁ ତୈଳ ଏବଂ ଗ୍ୟାସ୍‌ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ମଧ୍ୟ ଏହାର ବିକ୍ରି ପାଇଁ ଅନ୍ୟ ବିକଳ୍ପ ଥିବା ନୋଭାକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri