ରୁଷିଆର ଗ୍ୟାସ୍‌ ଯୋଗାଣ ବନ୍ଦ ଧମକ

ମସ୍କୋ, ୯ା୩: ୟୁକ୍ରେନ୍‌ ଉପରେ ଆକ୍ରମଣ ଯୋଗୁ ରୁଷିଆ ଉପରେ ଆମେରିକା ସମେତ ବିଭିନ୍ନ ଦେଶ କଟକଣା ଲଗାଇ ଚାଲିଛନ୍ତି। ଏଥିଯୋଗୁ ରୁଷିଆର ବ୍ୟାଙ୍କିଙ୍ଗ ସିଷ୍ଟମ, ଅର୍ଥ ବ୍ୟବସ୍ଥା ଏବଂ ମୁଦ୍ରା ରୁବଲ ଉପରେ ଏହାର ପ୍ରଭାବ ପଡ଼ିଛି। ଏବେ ରୁଷିଆରୁ ସମ୍ପୂର୍ଣ୍ଣ ଭାବେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଆମଦାନୀ ବ୍ୟାନ୍‌ କରିବାକୁ ଆମେରିକା ଘୋଷଣା କରିସାରିଥିବାବେଳେ ରୁଷିଆ ନର୍ଡ ଷ୍ଟ୍ରିମ୍‌ ପାଇପ୍‌ଲାଇନ ଦେଇ ୟୁରୋପକୁ ହେଉଥିବା ପ୍ରାକୃତିକ ଗ୍ୟାସ୍‌ ଯୋଗାଣ ବନ୍ଦ କରିବାକୁ ଧମକ ଦେଇଛି। ଏଥିସହ ଯଦି ନାଟୋ ଦେଶଗୁଡ଼ିକ ଏପରି କରନ୍ତି ତେବେ ଆଗକୁ ଏନର୍ଜୀ ମାର୍କେଟରେ ବିରାଟ ବଡ଼ ସଙ୍କଟ ଦେଖାଯିବ ଏବଂ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୩୦୦ ଡଲାର ଛୁଇଁବ ବୋଲି ରୁଷିଆ ଉପପ୍ରଧାନମନ୍ତ୍ରୀ ଆଲେକଜାଣ୍ଡର ନୋଭାକ୍‌ କହିଛନ୍ତି।

ଏକଘରକିଆ କରିବା ନିମନ୍ତେ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ତୈଳ, ଗ୍ୟାସ୍‌, କୋଇଲା ଆଦି ପାଇଁ ରୁଷିଆ ଉପରେ ନିର୍ଭର ନ କରିବା ପାଇଁ ବିକଳ୍ପ ଚିନ୍ତା କରୁଛନ୍ତି। ଏଥିନିମନ୍ତେ ଆସନ୍ତା ୧୦, ୧୧ ତାରିଖରେ ବୈଠକ ଆୟୋଜନ କରାଯିବାକୁ ସ୍ଥିର ହୋଇଛି। ୟୁରୋପୀୟ ସଂଘ (ଇୟୁ) ଦେଶଗୁଡ଼ିକ ପ୍ରାୟ ୫୦ ପ୍ରତିଶତ ଗ୍ୟାସ୍‌, କୋଇଲା ଆବଶ୍ୟକତା ପୂରଣ କରିବାକୁ ରୁଷିଆ ଉପରେ ନିର୍ଭରଶୀଳ। ଏଥିସହ ପ୍ରାୟ ଏକ ତୃତୀୟାଂଶ ତୈଳ ସେମାନେ ରୁଷିଆରୁ ଆମଦାନୀ କରିଥାନ୍ତି। ରୁଷିଆରୁ ଆସୁଥିବା ତୈଳ ଓ ଗ୍ୟାସ୍‌ ଆମଦାନୀ ଚଳିତ ବର୍ଷ ୮୦ ପ୍ରତିଶତ କମ୍‌ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଇୟୁ ପକ୍ଷରୁ ଜଣାଯାଇଛି। ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରେ ଜର୍ମାନୀ ୧୧ ବିଲିୟନ ଡଲାରର ନର୍ଡ ଷ୍ଟ୍ରିମ୍‌-୨ ପାଇପ୍‌ଲାଇନ ପ୍ରୋଜେକ୍ଟ ବାତିଲ କରିଥିଲା। ଏବେ ଜର୍ମାନୀକୁ ଯାଇଥିବା ମୁଖ୍ୟ ପାଇପ୍‌ଲାଇନକୁ ବନ୍ଦ କରିଦେବାକୁ ରୁଷିଆ ଧମକ ଦେଇଛି। ୟୁକ୍ରେନ୍‌ରେ ଯୁଦ୍ଧ ଜାରି ଯୋଗୁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୩୯ରେ ପହଞ୍ଚିଛି, ଯାହା କି ୨୦୦୮ ପରଠାରୁ ସର୍ବାଧିକ। ଅପରପକ୍ଷେ ଆମେରିକା ଓ ଅନ୍ୟ ଦେଶ ଜାରି କରିଥିବା କଟକଣାର ପ୍ରଭାବର ମୁକାବିଲା କରିବାକୁ ରୁଷିଆ ସମର୍ଥ ବୋଲି ନୋଭାକ କହିଛନ୍ତି। ଆମେରିକା ଓ ଇୟୁ ରୁଷିଆରୁ ତୈଳ ଏବଂ ଗ୍ୟାସ୍‌ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ମଧ୍ୟ ଏହାର ବିକ୍ରି ପାଇଁ ଅନ୍ୟ ବିକଳ୍ପ ଥିବା ନୋଭାକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?