୬ ମାସରେ ୧୮୦୦ରୁ ଅଧିକ ଆକ୍ରମଣ, ମୃତ୍ୟୁ ସଂଖ୍ୟା ୪୬୦୦ ଟପିଛି: ପଶ୍ଚିମ ଆଫ୍ରିକାରେ ଆତଙ୍କବାଦ ସ୍ଥିତି ନେଇ ଜାତିସଂଘର ଚିନ୍ତା…

ଜେନେଭା,୨୬।୭ : ପଶ୍ଚିମ ଆଫ୍ରିକାରେ ଚଳିତ ବର୍ଷର ପ୍ରଥମ ଛଅ ମାସରେ ୧୮୦୦ ରୁ ଅଧିକ ଆତଙ୍କବାଦୀ ଆକ୍ରମଣ ରେକର୍ଡ କରାଯାଇଛି। ଯେଉଁଥିରେ ଲୋକଙ୍କର ମୃତ୍ୟୁ ସଂଖ୍ୟା ୪୬୦୦ ଟପିଛି। ଏନେଇ ଜଣେ ବରିଷ୍ଠ ଆଞ୍ଚଳିକ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଜାତିସଂଘ ସୁରକ୍ଷା ପରିଷଦକୁ ବରିଷ୍ଠ ଆଞ୍ଚଳିକ ଅଧିକାରୀ ଓମାର ଟୁରେ କହିଛନ୍ତି ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକର ୧୫ ରାଷ୍ଟ୍ରର ଅର୍ଥନ ନୈତିକ ସମ୍ପ୍ରଦାୟ (ଇସିଓଡବ୍ଲୁଏଏସ) ରେ ପ୍ରାୟ ୫୦ ପ୍ରତିଶତ ଲୋକ ଶରଣାର୍ଥୀ ହୋଇଥିବାବେଳେ ଏବଂ ୬୨ ଲକ୍ଷରୁ ଅଧିକ ବିସ୍ଥାପିତ ହୋଇଛନ୍ତି।

ସେ କହିଛନ୍ତି ଅନ୍ତର୍ଜାତୀୟ ସହାୟତା ୩ କୋଟି ଲୋକଙ୍କ ପାଖରେ ପହଞ୍ଚିବାର ଆବଶ୍ୟକତା ରହିଛି। ଆସନ୍ତା ମାସ ସୁଦ୍ଧା ଏହି ଅଭାବୀ ଲୋକଙ୍କ ସଂଖ୍ୟା ୪.୨ କୋଟିକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏନେଇ ଜାତିସଂଘର ଚିନ୍ତା ବଢ଼ିବାରେ ଲାଗିଛି।

ଆତଙ୍କବାଦ, ସଶସ୍ତ୍ର ବିଦ୍ରୋହ, ସଂଗଠିତ ଅପରାଧ, ସରକାରଙ୍କ ଅସାମ୍ବିଧାନିକ ପରିବର୍ତ୍ତନ, ବେଆଇନ ସାମୁଦ୍ରିକ କାର୍ଯ୍ୟକଳାପ, ପରିବେଶ ସଙ୍କଟ ଏବଂ ମିଥ୍ୟା ଖବର ସମେତ ଅନେକ କାରଣ ଏହି ଅଞ୍ଚଳର ଅସୁରକ୍ଷିତତାକୁ ବଢ଼ାଉଛି ବୋଲି ସେ କହିଛନ୍ତି। ମାଲି, ବୁର୍କିନା ଫାସୋ ଏବଂ ଗିନି ଆଦି ତିନୋଟି ଦେଶରେ ସାମରିକ ଶାସନ ମଧ୍ୟରେ ଆତଙ୍କବାଦ ପୁନର୍ବାର ଆରମ୍ଭ ହେବା ନେଇ ଏହି ଅଞ୍ଚଳର ଶାସକଙ୍କ ଚିନ୍ତା ବୃଦ୍ଧି ପାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁପ୍ତରେ ବିବାହ କଲେ KKRର ଅଲରାଉଣ୍ଡର, ଟିଭି ଅଭିନେତ୍ରୀଙ୍କ ହାତ ଧରିଲେ…

ନୂଆଦିଲ୍ଲୀ,୮।୮: କ୍ରିକେଟର ଏବଂ ଟେଲିଭିଜନ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କର ତାଲିକା ବହୁତ ଲମ୍ବା, ଏବଂ ଏବେ ଏଥିରେ ଆଉ ଏକ ନାମ ଯୋଡି ହୋଇଛି। ପ୍ରଶ୍ନର ସମ୍ମୁଖୀନ…

Mettle Meet 2026: ଫାଇନାଲରେ ଜୁନିଅର ୮ ଟିମ୍‌, ଆସନ୍ତାକାଲି ମହାମୁକାବିଲା

ଭୁବନେଶ୍ୱର,୮ା୮: ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ଜୁନିଅର ପ୍ରିଲିମ୍ସ ରାଉଣ୍ଡ ଶନିବାର ଶେଷ ହୋଇଛି। ଗ୍ରାଣ୍ଡ ଫିନାଲେ ପାଇଁ ଚୂଡ଼ାନ୍ତ ହୋଇଛି…

‘ପାକିସ୍ତାନୀମାନେ ଭାରତୀୟଙ୍କ ଶତ୍ରୁ ନୁହଁନ୍ତି,’ ଏମିତି କହି ଚର୍ଚ୍ଚାରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ,୮।୮: ଭାରତ-ପାକିସ୍ତାନ ସମ୍ପର୍କ ଉଲ୍ଲେଖ କରିବା ସାଧାରଣତଃ ଉତ୍ତେଜନା, ସୀମା ବିବାଦ ଏବଂ ଶତ୍ରୁତାର ଚିତ୍ର ସୃଷ୍ଟି କରେ। ଏହା ମଧ୍ୟରେ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)…

ମାଈ ହାତୀର କଙ୍କାଳ ଠାବ: ବନବିଭାଗର ତଦନ୍ତ ଆରମ୍ଭ

ରିଆମାଳ, ୮।୮( ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ନୂଆଁଡ଼ିହି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖିଲେଇ ଗ୍ରାମ ନିକଟବର୍ତ୍ତୀ ଗୋଗୁଆ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ…

ପୁଣି ସୃଷ୍ଟି ହେଲା ଲଘୁଚାପ: ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୮: ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ହୋଇଛି। ଫଳରେ ରାଜ୍ୟରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ…

କାହିଁକି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ, ଜଣାପଡିଲା ଅସଲ କାରଣ, ଏବେ ବାଛିଛନ୍ତି…

ନୂଆଦିଲ୍ଲୀ,୮।୮: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବିଶ୍ୱର ବିଭିନ୍ନ ଲିଗରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ସହିତ,…

୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କେସିଙ୍ଗା,୮ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ପୋଲିସ ଦ୍ୱାରା ଜଣେ ଚୋରା ବ୍ୟବସାୟୀଙ୍କ ସହ ୪୨ କେଜି ଚୋରା ଗଞ୍ଜେଇ ଧରାଯାଇଛି। କୌଣସି ସୂତ୍ରରୁ ଖବର…

ସ୍କୁଟିରେ ଗଞ୍ଜେଇ ଚାଲାଣ କରି ଜେଲ୍‌ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୮ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ କର୍ମଚାରୀ ଟିମ୍‌ ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖ ୧୭ ନଂ ରାଜ୍ୟ ରାଜପଥରୁ ଏକ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri