କଳାବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି ଆଉଟସୋର୍ସିଂ କର୍ମଚାରୀ

ପଟ୍ଟାଙ୍ଗି,୧୭।୩(ଶରତ କୁମାର ଧଳ): କୋରାପୁଟ ଜିଲାରେ ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀ ନିଜର ତିନି ଦଫା ଦାବି ଉଠାଇ କଳାବ୍ୟାଜ ପିନ୍ଧି ନିଜର କାର୍ଯ୍ୟ ଜାରି ରଖିଛନ୍ତି । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟରେ ରହିଥିବା ବିଭିନ୍ନ ସରକାରୀ ବିଭାଗ କ୍ଷେତ୍ରରେ ।
ସୂଚନା ମୁତାବକ ଉକ୍ତ ଆଉଟସୋର୍ସିଂ କର୍ମଚାରୀ ଜିଲାର ୪୨ଟି ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଥିଲେ ମଧ୍ୟ ସେମାନଙ୍କୁ ଚାକିରିରେ ନିୟମିତ କରା ଯାଇ ନ ଥିବା ସହ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଏବଂ ସମାନ କାମକୁ ସମାନ ଦରମା ପ୍ରମୁଖ ତିନୋଟି ଦାବି ଉଠାଇ ଆନ୍ଦୋଳନକୁ ଓହ୍ଲାଇ ନିଜର ଦାୟିତ୍ୱ ତୁଲାଇବାରେ ପଛାଇ ନାହାଁନ୍ତି । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ପରିସରରେ ରହିଥିବା ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ କ୍ଷେତ୍ରରେ। ବ୍ଲକ ମଙ୍ଗଳ ସମ୍ପ୍ରସାରଣ ବିଭାଗରେ କାର୍ଯ୍ୟ କରୁଥିବା ଜିଲାସଭାପତି ସନ୍ତୋଷ କୁମାର ଚୌଉଧିରିଙ୍କ ସମେତ ଆସିଡିଏସ୍‌,ଏମଜିଏନଆରଇଜିଏସ୍‌, ବ୍ଲକ ସାମାଜିକ ସୁରକ୍ଷା ପ୍ରମୁଖ ବିଭାଗ ମାନଙ୍କରେ କାର୍ଯ୍ୟରତ ଉକ୍ତ ୧୦ଜଣ କର୍ମଚାରୀ କଳାବ୍ୟାଜ ପରିଧାନ କରି ନିଜର କାର୍ଯ୍ୟରେ ଯୋଗ ଦାନ ଦେଇଛନ୍ତି। ସେପଟେ ଏହିପରି ୦୫ ଦିନ ଯଥା ୨୧ ତାରିଖ ପର୍ଯ୍ୟନ୍ତ ଏହିପରି କଳାବ୍ୟାଜ ପରିଧାନ କରି ନିଜର କାର୍ଯ୍ୟ ତୁଲାଇବା ପାଇଁ ନିସ୍ପତ୍ତି ଗ୍ରହଣ କରା ଯାଇଥିବା ବେଳେ ସରକାର ତିନି ଦଫା ଦାବି ଉପରେ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆସନ୍ତା ୨୬ ତାରିଖଠୁ ଭୁବନେଶ୍ୱର
ସ୍ଥିତ ଲୋୟାର୍‌ ପିଏମଜି ଛକରେ ହେବାକୁ ଥିବା ଅର୍ନିଦ୍ଦିଷ୍ଟ କାଳ ଧାରଣା କାର୍ଯ୍ୟକ୍ରମ ୟରେ ସାମିଲ ହୋଇ ନିଜର ଦାବି ଉପସ୍ଥାପନ କରାଯିବ ବୋଲି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଅଭିଯୁକ୍ତ ଗିରଫ, ବହୁ ଜାଲିଆତି ସାମଗ୍ରୀ ଜବତ

ଛତ୍ରପୁର, ୧୮।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପ ଟ୍ଟନାୟକ): ବେକାର ଯୁବକ-ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଏକ ଜାଲିଆତି ଚକ୍ରର ପର୍ଦ୍ଦାଫାସ କରିଛି…

ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା: ଦନେକବାଡି-ସିର୍କାବର୍ଗ ରାସ୍ତା ଉପରେ ପଡିଲା ବିରାଟକାୟ ଗଛ

ଦାରିଙ୍ଗବାଡ଼ି, ୧୮।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେଲା ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇପଡ଼ିଛି।…

ଷଣ୍ଢକୁ ଆକ୍ରମଣ କରି ଖାଇଲା କୁମ୍ଭୀର

ରାଜନଗର, ୧୮।୮ (ଭାସ୍କର ରାଉତରାୟ): ବନ୍ୟା ଆସିବା ଯୋଗୁ ଏବେ ବଉଳା କୁମ୍ଭୀରଙ୍କ ଆତଙ୍କ ବଢ଼ିଛି। ବନ୍ୟା ପ୍ରପୀଡ଼ିତ ଲୋକଙ୍କ ଆଖିରୁ ନିଦ ହଜିଯାଇଛି। ଭିତରକନିକା ଜାତୀୟ…

ଇମ୍ରାନ ଖାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାକୁ କୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ଇସଲାମାବାଦ,୧୮।୮: ଜେଲରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ପାକିସ୍ତାନ ସର୍ବୋଚ୍ଚ କୋର୍ଟ ମଙ୍ଗଳବାର ପାକ୍‌ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।…

୨୦୨୭ ନିର୍ବାଚନ ପାଇଁ ଭାଜପାର ମାଷ୍ଟରପ୍ଲାନ୍‌: ବିରୋଧୀ ମହଲରେ ହଟଚମଟ

ନୂଆଦିଲ୍ଲୀ, ୧୮।୮: ଭାଜପା ଉତ୍ତର ପ୍ରଦେଶରେ ସଂଗଠନର ଦାୟିତ୍ୱ ବରିଷ୍ଠ ନେତା ବିନୋଦ ତାୱଡେଙ୍କୁ ଦେଇଛି। ତାଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ ନିଯୁକ୍ତ କରାଯାଇଛି। ଏଥିରୁ ସଙ୍କେତ…

ଶୁକ୍ର-ଶନିଙ୍କ ବଡ଼ ଯୋଗ: ଏହି ୪ ରାଶି ପାଇଁ ସୁବର୍ଣ୍ଣ ସୁଯୋଗ, ଘଟିବ ଏଭଳି ଯାହା କେବେ…

ଶୁକ୍ର ଗ୍ରହ ଏବଂ ଶନି ଗ୍ରହ ୨୧ ଅଗଷ୍ଟ ୨୦୨୬, ଶୁକ୍ରବାର ସନ୍ଧ୍ୟା ୬ଟା ୧୦ ମିନିଟରେ ପରସ୍ପର ୧୮୦ ଡିଗ୍ରୀରେ ଅବସ୍ଥାନ କରିବେ। ଏହି ସମୟରେ…

ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା: ଅଧା କିଲୋମିଟର ଖଟିଆରେ ବୁହା ହେଲେ ପ୍ରସୂତି

ଲାଞ୍ଜିଗଡ, ୧୮।୮ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ବାତେରପଡ଼ା ଗାଁର ମାଝୀପଡ଼ା ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏଠାରେ…

ଝିପିଝିପି ବର୍ଷାରେ ଧାନ ରୁଆ: ଚାଷୀ ମନରେ ଖେଳିଗଲା ଖୁସିର ଲହରୀ

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଝିପିଝିପି ବର୍ଷା ଲାଗି ରହିଛି। ଲଘୁଚାପଜନିତ ବର୍ଷା ହେଉଛି। ଚାଷୀ ମନରେ ଖୁସିର ଲହରି ଖେଳି ଯାଉଛି। ଝିପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri