ପ୍ରକୃତିର ରୂପରେଖ

ସଚ୍ଚିଦାନନ୍ଦ ଦାଶ

ଆଜିର ବିଶ୍ୱକୁ ଜଳବାୟୁ ପରିବର୍ତ୍ତନର ବିଷଜ୍ୱାଳା ଗ୍ରାସ କରିଛି। ଏବେ ପ୍ରକୃତି ଓ ପରିବେଶ ଅସ୍ଥିର ।
ବିଶ୍ୱର ଯଦି ଅଙ୍ଗରକାମ୍ଳ ମାତ୍ରା ହ୍ରାସ ନ ପାଏ, ଜୀବନ ଦୁର୍ବିଷହ ହୋଇପଡ଼ିବ। ପ୍ରକୃତି ଏବଂ ପରିବେଶର ସ୍ଥିତିକୁ ନେଇ ବିଶ୍ୱର ଜଳବାୟୁ ପ୍ରଭାବିତ ହୋଇଥାଏ। ପ୍ରକୃତି କହିଲେ ଜଳ, ବାୟୁ ଏବଂ ଅଗ୍ନିକୁ ବୁଝାଏ। ତା’ ଛଡ଼ା ଶୂନ୍ୟଜଳ, ଶୂନ୍ୟବାୟୁ ଏବଂ ଶୂନ୍ୟଅଗ୍ନି ମଧ୍ୟ ପ୍ରକୃତିର ଅଂଶବିଶେଷ। ପରିବେଶ କହିଲେ- ନଦୀ, ଜଙ୍ଗଲ, ଗିରିଶୃଙ୍ଗ ବା ପର୍ବତମାଳା, ପାହାଡ଼, ବୃକ୍ଷ ଏବଂ ମୃତ୍ତିକା ଆଦିକୁ ବୁଝାଏ। ଆସନ୍ତୁ ପ୍ରଥମେ ବୈଜ୍ଞାନିକ ଧାରାରେ ପ୍ରକୃତିକୁ ବୁଝିବା। ପ୍ରକୃତିରେ ଅଗ୍ନିର ମୂଳପିଣ୍ଡ ହେଉଛି ସୌରଜଗତ। ଆମେରିକାର ନାସାର ସୂର୍ଯ୍ୟ ଅଭିଯାନ ରିପୋର୍ଟ ଅନୁସାରେ ସୂର୍ଯ୍ୟର ପୃଥିବୀ ପରି କୌଣସି ମାଟି ବା କଠିନ ବସ୍ତୁ କିଛି ନଥାଏ । କିନ୍ତୁ ତାହାର ଏକ ଅତି ଉତ୍ତପ୍ତ ତରଳ ଶରୀର ଅଛି, ଯାହା ମାଧ୍ୟାକର୍ଷଣ ବଳ ଓ ଚୁମ୍ବକୀୟ ଶକ୍ତି ଦ୍ୱାରା ଏକତ୍ର ହୋଇଥାଏ। ମାତ୍ର ଅଗ୍ନି, ବାୟୁ ଅଥବା ସୌର ପବନ ଚୁମ୍ବକୀୟ କ୍ଷେତ୍ରକୁ ସମଗ୍ର ସୌରମଣ୍ଡଳ ସୀମାରେଖା ବାହାର ପର୍ଯ୍ୟନ୍ତ ଟାଣିନିଏ, ଫଳରେ ସୌର ପବନ ପୃଥିବୀ ପୃଷ୍ଠରେ ପହଞ୍ଚେ ଓ ବାୟୁମଣ୍ଡଳର ଅଶେଷ କ୍ଷତି କରିଥାଏ। ଏହା ପୃଥିବୀରେ ସୌରଝଡ଼ ସୃଷ୍ଟି କରିଥାଏ। ଫଳରେ ସୂର୍ଯ୍ୟର ଅତିବାଇଗଣୀ ରଶ୍ମି ନିର୍ଗମନ ବାୟୁମଣ୍ଡଳକୁ ଉତ୍ତପ୍ତ କରି ଅଶେଷ କ୍ଷତି କରିଥାଏ। ଏ ହେଲା ଶୂନ୍ୟଅଗ୍ନି ଓ ଅଗ୍ନିର କଥା। ଏଥର ଆସିବା ବାୟୁ ଓ ଶୂନ୍ୟବାୟୁ କଥାକୁ। ସୂର୍ଯ୍ୟରୁ ସୌର ପବନ ପୃଥିବୀପୃଷ୍ଠରେ ଏକ ଆବରଣ ସୃଷ୍ଟି କରିବା ଦ୍ୱାରା ଧରାପୃଷ୍ଠ ଅଧିକ ଉତ୍ତପ୍ତ ହେଉଛି। ଏଥର ଆଲୋଚନା କରିବା ଜଳ ଏବଂ ଶୂନ୍ୟଜଳ। ଶୂନ୍ୟଜଳ କହିଲେ ଜଳୀୟ ବାଷ୍ପକୁ ବୁଝାଯାଏ ଏବଂ ଜଳ ହେଲା ବୃଷ୍ଟିର ଉପାଦାନ, ଯାହାକି ଧରାପୃଷ୍ଠକୁ ଶୀତଳୀକରଣ କରିଥାଏ। ମାତ୍ର ବାୟୁମଣ୍ଡଳ ଉଷ୍ଣତା ବଢ଼ିବା କାରଣରୁ ଆଜିକାଲି ବୃଷ୍ଟି ଠିକ ଭାବେ ଧରାପୃଷ୍ଠରେ ଆବାହନ ହୋଇପାରୁ ନାହିଁ। ଫଳରେ ଧରାରେ ଅସ୍ବାଭାବିକ ଭାବେ ବର୍ଷା ହେଉଛି। ଏକ ଜାଗାରେ ବର୍ଷା ହେଲା ବେଳକୁ ଅନ୍ୟ ଜାଗାରେ ବର୍ଷା ହେଉନାହିଁ। ବର୍ଷା ଦିନେ ଠିକ୍‌ ସମୟରେ ବର୍ଷା ନ ହୋଇ ଶୀତଦିନରେ ବର୍ଷାର ଆବିର୍ଭାବ ହେଉଛି।
ଏଥର ପରିବେଶକୁ ବୁଝିବା। ପ୍ରଥମେ ଆସିବା ନଦୀସମୂହକୁ। ଦେଖିବାକୁ ଗଲେ ନଦୀସମୂହର ଜଳସ୍ତର ଆସ୍ତେ ଆସ୍ତେ କମିବାରେ ଲାଗିଛି। ନଦୀ ଶୁଖିଯିବାରୁ ବାଣିଜ୍ୟ କାରବାର ବାଧାପ୍ରାପ୍ତ ହୋଇଛି। ଜଳସ୍ତର କମିବାର କାରଣ ହେଲା, ପୃଥିବୀର ଦୁଇମେରୁ ଓ ବିଭିନ୍ନ ପର୍ବତମାଳାରେ ଥିବା ବରଫ ଶୂନ୍ୟ ମଣ୍ଡଳର ଅଧିକ ତାପମାତ୍ରା ଯୋଗୁ ବରଫ ଗଦା ତରଳ ହୋଇ ସମୁଦ୍ର ଜଳରାଶିରେ ମିଶିବା ଫଳରେ ସମୁଦ୍ରର ଜଳପତ୍ତନ ବଢ଼ିବାରେ ଲାଗିଛି ଏବଂ ନଦୀ ଜଳସ୍ତର କମିବାରେ ଲାଗିଛି। ଜଙ୍ଗଲରେ ବେପରୁଆ ଭାବେ ଗଛକଟା ଚାଲିଛି। ତାହାଛଡ଼ା ଜଙ୍ଗଲ ପୋଡ଼ି କାଳକ୍ରମେ ପରିବେଶର ସୁରକ୍ଷାକୁ ଧ୍ୱଂସ କରିଛି। ଏକ ଆକଳନ ଅନୁଯାୟୀ, ସମଗ୍ର ବିଶ୍ୱରେ ୨୦୨୧ ସୁଦ୍ଧା ୪.୮ ନିୟୁତ ଏକର ଜଙ୍ଗଲ ପୋଡ଼ିି ଯାଇଛି।
ବୃକ୍ଷ ଆମର ଜୀବନ। ମାତ୍ର ମଣିଷ ଗଛ କାଟି ଜଙ୍ଗଲ ରାସ୍ତା ସଫା କରିବାରେ ବିରତ ନେଉନାହିଁ। ଆଜିକାଲି ବୃକ୍ଷ ବଦଳରେ ଲୋଭନୀୟ ଅଟ୍ଟାଳିକା ମାନ ଗଡ଼ି ଉଠୁଛି। ଏକ ଆନ୍ତର୍ଜାତିକ ଗବେଷଣା ସଂସ୍ଥାର ପ୍ରକାଶକ ଅନୁଯାୟୀ ଆମ ଦେଶରେ ବ୍ୟକ୍ତି ପିଛା ୨୮ଟି ଗଛ ଅଛି। ମାତ୍ର ରୁଷିଆରେ ସର୍ବାଧିକ ବ୍ୟକ୍ତି ପିଛା ୪୪୬୧ଟି ଗଛ ଅଛି। ସମଗ୍ର ବିଶ୍ୱରେ ଜଙ୍ଗଲ ତଥା ବୃକ୍ଷକ୍ଷୟ ଚିନ୍ତାର କାରଣ ପାଲଟିଛି। ଏଥର ଟିକେ ମୃତ୍ତିକା ଆଡ଼କୁ ନଜର ପକାଇବା। ମାଟିରେ ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ଔଷଧ ପ୍ରୟୋଗ ଦ୍ୱାରା ମୃତ୍ତିକାର ଉତ୍ତାପ ଶୋଷଣ ଶକ୍ତି ବଢ଼ୁଛି। ଯାହାଫଳରେ ଗଛ ମଧ୍ୟ ଅଧିକ ଉତ୍ତାପ ଗ୍ରହଣ କରିଥାଏ। ଅନ୍ୟପକ୍ଷରେ ବାୟୁମଣ୍ଡଳ ଓଜନ ସ୍ତରରେ ବଡ଼ କଣା ସୃଷ୍ଟି ହେବା ଫଳରେ ସୂର୍ଯ୍ୟର ଅତିବାଇଗଣୀ ରଶ୍ମି ବହୁଳ ପରିମାଣରେ ବୃକ୍ଷ ଓ ମୃତ୍ତିକା ଶୋଷଣ କରିଥାଏ ଏବଂ ଆଲୋକ ରଶ୍ମିର ପ୍ରତିଫଳନ ଅଳ୍ପ ପରିମାଣରେ ହୋଇଥାଏ। ଫଳରେ ବାୟୁମଣ୍ଡଳ କାଳକ୍ରମେ ଦୂଷିତ ହୋଇଥାଏ ଏବଂ ଫସଲର କ୍ଷତି ହୋଇଥାଏ। ଏହାହିଁ ହେଉଛି ବିଶ୍ୱ ପ୍ରକୃତି ଓ ପରିବେଶ ସମ୍ବଳିତ ରୂପରେଖ। ଆମକୁ ପରିବେଶ ପ୍ରଦୂଷଣ ମୁକ୍ତ କରିବା ପାଇଁ ଶତପ୍ରୟାସ କରିବାକୁ ପଡ଼ିବ। ସୌର ପବନ କରାଳ ବିଭୀଷିକାକୁ ପୃଥିବୀପୃଷ୍ଠରୁ ରକ୍ଷା କରିବା ପାଇଁ ଆମ ବୈଜ୍ଞାନିକମାନଙ୍କୁ ନୂତନ କୌଶଳ ଆବିଷ୍କାର କରିବାକୁ ହେବ।
ମୋ: ୯୯୩୮୧୮୧୩୨୦


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri