ରାଜନେତାଙ୍କ ଅନୁଭବ ବାହାରେ

ହରେକୃଷ୍ଣ ପଣ୍ଡା

 

ଅନ୍ୟାନ୍ୟ ଦେଶ ଭଳି ଭାରତ ଏକ ଭୂଖଣ୍ଡ ନୁହେଁ। ଏ ଦେଶର ମାଟି, ଗୋଡି, ପାହାଡ, ପର୍ବତ ଜୀବନ୍ତ ବୋଲି ମହାନ୍‌ ସତ୍ୟଦ୍ରଷ୍ଟା ଯୋଗୀ ଶ୍ରୀଅରବିନ୍ଦ କହିଛନ୍ତି। ଏହାକୁ ଏକ ଭାବାବେଗ ବା କଳ୍ପନା ବୋଲି କହିହେବ ନାହିଁ। ଏ କଥାଟି ସୂଚାଇ ଦେବାର ତାତ୍ପର୍ଯ୍ୟ ହେଉଛି, ଏହି ଭୂଖଣ୍ଡରେ ବହୁ ମହାମନୀଷୀ,ସାଧୁସନ୍ଥ ଜନ୍ମଗ୍ରହଣ କରି ସମଗ୍ର ଜଗତର କଲ୍ୟାଣ ପାଇଁ ମାର୍ଗ ଦର୍ଶାଇ ଯାଇଛନ୍ତି। ବେଦ,ବେଦାନ୍ତ,ଉପନିଷଦ ଆଦି ଗ୍ରନ୍ଥ ଓ ଦର୍ଶନ ଏହି ଦେଶରୁ ପ୍ରକାଶ ପାଇଛି। ଯେଉଁଥିପାଇଁ ସାରା ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜଗତ ଆଜି ଆକର୍ଷିତ। ଭାରତବାସୀ ଏହାକୁ ଆଚରଣ ବା କାର୍ଯ୍ୟରେ ପରିଣତ କରିପାରିଲେ ଜଗଦ୍‌ଗୁରୁ ହୋଇପାରିବ। ଏହି ଅର୍ଥରେ ଭାରତ ବିଶ୍ୱର ଗୁରୁ ହୋଇପାରିବ, ଯେହେତୁ ଭାରତର ପ୍ରାଚୀନ ସମ୍ପଦର ମାର୍ମିକବୋଧକୁ ହଜାରେ ବର୍ଷ ତଳୁ ସନାତନ ସଂସ୍କୃତି ବା ସନାତନ ଧର୍ମ ବା ଭାରତୀୟତା ବୋଲି କୁହାଯାଇ ଆସୁଛି। ଯାହାକୁ ସାରା ବିଶ୍ୱ ଆଜି ପର୍ଯ୍ୟନ୍ତ ଗ୍ରହଣ କରି ଆସିଛି। କିନ୍ତୁ ଭାରତର ରାଜନୈତିକ ପୃଷ୍ଠପୋଷକମାନେ ଭିନ୍ନ ଭିନ୍ନ ଅର୍ଥ କରି ଏହାର ସ୍ବରୂପକୁ କଦର୍ଥ କରି ଚାଲିଛନ୍ତି। ଖାଲି ସେତିକି ନୁହେଁ ଯେଉଁ ପାଶ୍ଚାତ୍ୟ ଜଗତ ଭାରତ ପ୍ରତି ଏକ ସ୍ବତନ୍ତ୍ର ଦୃଷ୍ଟିଭଙ୍ଗୀ ଆଣିଥିଲେ, ସେମାନଙ୍କ ମାନସିକତାକୁ ଦୋହଲାଇ ଦେବାକୁ ବସିଛି ଆଜିର ଭାରତୀୟ ରାଜନୀତି। ସମଗ୍ର ବିଶ୍ୱ ଭୂଖଣ୍ଡରେ ଭାରତ ଏକ ମହାନ୍‌ ଦେଶ ବୋଲି ସୁପ୍ରତିଷ୍ଠିତ। କାରଣ ସମଗ୍ର ବିଶ୍ୱ ମାନବସମାଜ ପାଇଁ ଭାରତୀୟ ଦର୍ଶନରେ ରହିଛି କଲ୍ୟାଣ ଓ ଊର୍ଦ୍ଧ୍ୱ ଚେତନାର ବାର୍ତ୍ତା। ଏହି ଦୃଷ୍ଟିକୋଣରୁ ଭାବିଲେ ପ୍ରାଚୀନ ଜ୍ଞାନସମ୍ପଦକୁ ନେଇ ଭାରତୀୟତା ଭାବଧାରା ସୃଷ୍ଟି ହୋଇଛି। ଏହି ଭାରତୀୟତା ବାସ୍ତବରେ ରାଷ୍ଟ୍ରୀୟ ଚେତନା ବା ଧର୍ମକୁ ବୁଝାଏ।
କୌଣସି ରାଷ୍ଟ୍ର ତା’ର ଧର୍ମକୁ ଛାଡିପାରେ ନାହିଁ। ପ୍ରତ୍ୟେକ ରାଷ୍ଟ୍ରର ଭିନ୍ନ ଭିନ୍ନ ଧର୍ମ ରହିଛି। ତେବେ ଭାରତ ତା’ର ନିଜସ୍ବ ଧର୍ମକୁ ନେଇ ଗତି କରିବାରେ ଅସୁବିଧା ରହିଲା କେଉଁଠି? ଆମେ ଭାରତୀୟ ବୋଲି କହିବାରେ ଦ୍ୱିଧାବୋଧ କାହିଁକି ? ଭାରତୀୟତା କହିଲେ, ଆମ ପ୍ରାଚୀନ ସଂସ୍କୃତି, ଦର୍ଶନ, ମାନବିକତା ଓ ଆଧ୍ୟାମତ୍ିକତାବୋଧକୁ ବୁଝାଏ। ଗାନ୍ଧିଜୀ ରାମରାଜ୍ୟର ସ୍ବପ୍ନ ଦେଖିଥିଲେ। ରାମରାଜ୍ୟ ଅର୍ଥ ମଣିଷର ସୁଖ, ସମୃଦ୍ଧି, ଶାନ୍ତି ଓ ସାମାଜିକ ସୁରକ୍ଷା ବା ସମ୍ପର୍କକୁ ବୁଝାଏ। ଏହା ସବୁ ସମ୍ପ୍ରଦାୟ ଲୋକଙ୍କ କାମ୍ୟ। ଏହା ହିଁ ଭାରତୀୟତା, ଏହାକୁ ସବୁ ସମ୍ପ୍ରଦାୟ ଗ୍ରହଣ କରିନେଲେ ଅସୁବିଧା କେଉଁଠି? ମଣିଷ ଭଳି ଗୋଟିଏ ରାଷ୍ଟ୍ରର ଆମତ୍ା, ମନ, ପ୍ରାଣ, ଶରୀର ଅଛି। ଏହାକୁ କେହି ସ୍ବୀକାର କରି ନ ପାରନ୍ତି, ଏହାକୁ ନେଇ ଯୁକ୍ତି କରିପାରନ୍ତି। କିନ୍ତୁ ଏହାକୁ ଭାବି ନେବାରେ ଏଥିପାଇଁ ନିଜର ମାନସିକତାକୁ ପ୍ରସ୍ତୁତ କରିବାରେ କିଛି ଅସୁବିଧା ତ ନାହିଁ। ଯେଉଁମାନେ ଭାରତକୁ ହିନ୍ଦୁ ରାଷ୍ଟ୍ର ବୋଲି କହିବାକୁ ଚାହାନ୍ତି ନାହିଁ, ଅସହିଷ୍ଣୁତା ପ୍ରକାଶ କରନ୍ତି ସେମାନଙ୍କ ପାଇଁ ବିକଳ୍ପ ନୀତି ହେଉଛି ଭାରତୀୟତାବୋଧ। ଭାରତୀୟତା ହେଉଛି ସମଗ୍ର ବିଶ୍ୱ ପାଇଁ ଏକ ବୃହତର ଦର୍ଶନ। ଏହି ଚିନ୍ତାଧାରା ବ୍ୟତିରେକେ ଏବେ ଦେଶରେ ଯେଉଁ ଯୁକ୍ତି, ଦ୍ୱନ୍ଦ୍ୱ, ଉତ୍ତେଜନା, ବିବାଦ, ହିଂସା, ରାଜନୈତିକ ଯୁଦ୍ଧ ଲାଗିଛି ତା’ର ସମାଧାନର ଅନ୍ୟ ପନ୍ଥା ନାହିଁ। ଏହି ବିବାଦ ବାସ୍ତବରେ ଅନାହୂତ। ନିଜର ରାଷ୍ଟ୍ର ଧର୍ମ କ’ଣ ତାହା ବୁଝି ନ ପାରି ବିଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କୁ ନିଜ ସମର୍ଥନକୁ ଆଣିବା ପାଇଁ କିଛି ରାଜନୀତିଜ୍ଞଙ୍କର ଏହା ଏକ ଚକ୍ରାନ୍ତ ବା ମସୁଧା ବୋଲି କୁହାଯାଇପାରେ। ଗାନ୍ଧିଜୀ ସର୍ବଧର୍ମ ସମନ୍ବୟର ସ୍ବପ୍ନ ଦେଖିଥିଲେ। ସେ କିନ୍ତୁ ଭାରତର ରାଷ୍ଟ୍ରଧର୍ମ ଭାରତୀୟତା ଭଳି ଏକ ଜାତୀୟତାବୋଧକୁ ଅସ୍ବୀକାର କରି ନ ଥିଲେ। ଏହି ଜାତୀୟତାବୋଧ ଭାବକୁ ନେଇ ସ୍ବାଧୀନତା ଆନ୍ଦୋଳନ କରାଯାଇଥିଲା। ସେହି ଭାବଧାରାକୁ ନେଇ ହଜାର ହଜାର ଜନସାଧାରଣ ନିଜର ପ୍ରାଣବଳୀ ଦେଇଥିଲେ। ଏବେ ସ୍ବାଧୀନତା ପରେ ସେହି ଭାବଧାରାରୁ ଦୂରେଇ ରହୁଥିବା ରାଜନୀତିଜ୍ଞ, ରାଜନେତା, ରାଜନୈତିକ କର୍ମୀ, ଶାସକ, ପ୍ରଶାସକ, କିଛି ଧର୍ମୀୟ ପ୍ରବକ୍ତା ବା ଦେଶର ବୁଦ୍ଧିଜୀବୀ ବୋଲାଉଥିବା ବ୍ୟକ୍ତି ନିଜ ଦେଶପ୍ରତି ଅନ୍ୟାୟ ଆଚରଣ କରୁନାହାନ୍ତି କି? ବ୍ୟକ୍ତିର ଗର୍ବ ଗୈାରବର ଅନୁଭୂତି ଆଣିବାରେ ଯେଉଁମାନେ ବାଧା ସୃଷ୍ଟି କରି ଚାଲିଛନ୍ତି ସେମାନେ ଯେଉଁ ସ୍ତରର ହୁଅନ୍ତୁ ନା କାହିଁକି ସେମାନଙ୍କଠାରେ ରାଷ୍ଟ୍ରୀୟ ଚେତନା ନ ଥିବା କୁହାଯାଇପାରେ।
ଏହା ସ୍ବୀକାର କରାଯାଇପାରେ ଯେ ଭାରତରେ ବିଭିନ୍ନ ଧର୍ମୀୟ ବ୍ୟକ୍ତି, ବିଭିନ୍ନ ଭାଷାଭାଷୀ, ବିଭିନ୍ନ ସଂସ୍କୃତିର ଲୋକ ବାସ କରୁଛନ୍ତି। ତା’ ବୋଲି ନୁହେଁ ଯେ ଭାଷା ଓ ଧର୍ମୀୟ ଆଚରଣକୁ ନେଇ ଦେଶରେ ଭିନ୍ନ ଭିନ୍ନ ଶାସନ ବା ଆଇନ ରହିବା ଉଚିତ ହେବ। ସ୍ବାଧୀନତା ପରେ ଭାରତର ଯେଉଁ ସମ୍ବିଧାନ ପ୍ରଣୟନ କରାଗଲା ସେଥିରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଅଧିକାର ଦିଆଯାଇଛି। କିନ୍ତୁ ସେତେବେଳେ ଶାସନ କ୍ଷେତ୍ରରେ ଯେଉଁ ଭିନ୍ନ ଅଧିକାରକୁ ସାବ୍ୟସ୍ତ କରାଯାଇଥିଲା ତାହା ଦୀର୍ଘ ୭୫ ବର୍ଷ ପରେ ସମୀକ୍ଷା ସ୍ତରକୁ ଆସିଗଲା। କାରଣ ଏବେ ଯେତେବେଳେ ସମଗ୍ର ବିଶ୍ୱ ଗୋଟିଏ ପରିବାର ତୁଲ୍ୟ ମନେହେଲା ସେତେବେଳେ ଭାରତ ତା’ର ରାଷ୍ଟ୍ର ଧର୍ମର ସମୀକ୍ଷା କରିବା ଏକାନ୍ତ ଆବଶ୍ୟକ। ସମଗ୍ର ବିଶ୍ୱରେ ମାନବତାବାଦ ପ୍ରତିଷ୍ଠା ପାଇଁ ଯେତେବେଳେ ସ୍ବର ଉଠିଲାଣି, ସେ କ୍ଷେତ୍ରରେ ଭାରତରେ ବିବିଧତାବାଦର ଅର୍ଥ ବଦଳିବା ସ୍ବାଭାବିକ। ବିଶ୍ୱର ଶିକ୍ଷିତ ଯୁବତୀଯୁବକ ଚିରନ୍ତନ ମୂଲ୍ୟବୋଧକୁ ଆଦରି ନେବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେଲେଣି। ତେଣୁ ଭାରତରେ ଭାଷା, ଧର୍ମ, ସଂସ୍କୃତିକୁ ନେଇ ଭବିଷ୍ୟତକୁ ଧରିବା ପାଇଁ ଧାଉଁଥିବା ନାଗରିକମାନେ କେବେହେଲେ ବିଭାଜନ ପ୍ରକ୍ରିୟାକୁ ଗ୍ରହଣ କରିବେ ନାହିଁ। ଅତୀତର ଶାସକମାନେ ଯେଉଁ ଭୁଲ ପ୍ରଥାକୁ ଗ୍ରହଣ କରିଥିଲେ ଏବେକାର ଶାସକମାନେ ଯଦି ସେହି ଭୁଲ ପ୍ରଥାର ସଂଶୋଧନ ନ କରି ଆଗକୁ ବଢନ୍ତି ତେବେ ଦେଶରେ ପ୍ରଗତି ସମ୍ଭବ ହୋଇପାରିବ ନାହିଁ। ଦେଶର ଶିକ୍ଷିତ ନାଗରିକମାନେ ଏମାନଙ୍କୁ କେବେହେଲେ କ୍ଷମା କରିବେ ନାହିଁ। ଦେଶରେ ଏକକ ଆଇନର ଆବଶ୍ୟକତା ଦେଖାଦେଇଥିବା ବେଳେ ସବୁପ୍ରକାର ଆଇନକାନୁନ ବ୍ୟବସ୍ଥା ମଧ୍ୟରେ ନ୍ୟାୟ ପ୍ରତିଷ୍ଠାର ଆବଶ୍ୟକତା ଦେଖାଦେଇଛି। ପ୍ରଗତି ସ୍ରୋତରେ ଦେଶର କିଛି ପୁରୁଣା ହଜିଯିବ, ଆଉ କିଛି ନୂଆ ଜନ୍ମ ନେବ, କିନ୍ତୁ ରାଷ୍ଟ୍ର ଧର୍ମ ଅର୍ଥାତ୍‌ ରାଷ୍ଟ୍ରକୁ ଯିଏ ଧରିରଖିବ ତା’ର ବିଲୋପ ହେବ ନାହିଁ। ତାହା ହେଉଛି ରାଷ୍ଟ୍ରୀୟ ଚେତନା।
ରାଷ୍ଟ୍ରବାଦ କହିଲେ, କେବଳ ରାଜନୈତିକ କାର୍ଯ୍ୟକ୍ରମକୁ ବୁଝାଏ ନାହିଁ। ଏହା ହେଉଛି ଏକ ଜୀବନାଦର୍ଶ, ଯାହାକୁ ଜୀବନର ମାର୍ଗ ବୋଲି କୁହାଯାଏ। ଏହା ହେଉଛି ଜାତୀୟ ସ୍ବକୀୟ ପ୍ରତିଭା ଏବଂ ଜନଗଣଙ୍କ ପ୍ରାଣଗତ ଯଥାର୍ଥ ଭାବଧାରା ଓ ଜାତୀୟ ଅଭୀପ୍‌ସାର ପ୍ରାଣଗତ କେନ୍ଦ୍ର। ଦେଶର ଯାହା କିଛି ସୁନ୍ଦର, ଉଦାର, ବୃହତ୍‌ ସେଗୁଡିକର ଅସଲ ଉତ୍ସ ହେଉଛି ଜାତୀୟତାବାଦ। କୁଳବୃଦ୍ଧ ମଧୁସୂଦନ ଦାସ ଯଥାର୍ଥରେ କହିଛନ୍ତି- ଜାତି ଇତିହାସ, ଜାତିର ନିର୍ଝର, ସଦା ବହେ ତହିଁ ଜାତି ପ୍ରାଣ ଧାର। ସେ ଧାରରୁ ନୀର ପିଇଛି ଯିଏ ନର, ନିଶ୍ଚୟ ହେବ ସେ ଜାତିର କର୍ମବୀର। ବେଦରେ ସ୍ବୟଂ ଦେବୀ କହୁଛନ୍ତି ଅହଂ ରାଷ୍ଟ୍ରୀ । ବାସ୍ତବରେ ଦେଖିବାକୁ ଗଲେ ପ୍ରତି ନିର୍ବାଚନରେ ଲୋକେ ନିଜର ଗଣତାନ୍ତ୍ରିକ ଶକ୍ତି ପ୍ରୟୋଗ କରିଥାଆନ୍ତି ନୂତନ ସମ୍ଭାବନାକୁ ଆଖି ଆଗରେ ରଖି। ସ୍ବାଧୀନତା ପରେ ଦେଶରେ ଏବେ ଯେଉଁ ଏକ ନୂତନ ଜାତୀୟତାର ବାତାବରଣ ଦେଖାଦେଇଛି, ତାହା ଏକ ନୂତନ ସରକାର ଗଠନ କାରଣରୁ ନୁହେଁ। ବରଂ ଜନମାନସରେ ଏକ ନୂତନ ବିଚାର ଓ ଆଶାର ସଞ୍ଚାର ହେତୁ। କ୍ରମଶଃ ରାଷ୍ଟ୍ରୀୟ ଚେତନା ଜାଗ୍ରତ ହେବା କାରଣରୁ ଦେଶରେ ନୂତନ ସମ୍ଭାବନା ସୃଷ୍ଟି ହୋଇଛି। କିନ୍ତୁ ଏଯାବତ ଦେଶରେ ରାଜନୈତିକ ନେତୃବୃନ୍ଦଙ୍କ ମନରେ ଏହି ଜାତୀୟତାବୋଧ ଭାବନା ଆସି ନାହିଁ। ସେମାନେ ଚିନ୍ତା କରିବା ଆବଶ୍ୟକ ଯେ କୌଣସି ରାଜନୈତିକ ଦଳ ଏହି ରାଷ୍ଟ୍ର ଶକ୍ତିକୁ ନିର୍ମାଣ କରି ନାହିଁ। କୌଣସି ଧର୍ମ ବା ମତବାଦ ମଧ୍ୟ ଏହାର ନିର୍ମାତା ନୁହନ୍ତି। ଦେଶର କୋଟି କୋଟି ସନ୍ତାନକୁ ଯିଏ ନିଜ ବକ୍ଷରେ ବହନ କରିଛି ସେ ହେଉଛି ସ୍ବୟଂ ଭାରତମାତା। ଏ ଯୁଗର ନେତାମାନେ ଏହା ଅନୁଭବ କରିବା ଏକାନ୍ତ ଆବଶ୍ୟକ।
ସୟଦପୁର, ଯାଜପୁର
ମୋ: ୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri