ବ୍ରହ୍ମପୁର,୨୭ା୮(ସୁବାସ ଚନ୍ଦ୍ର ପାଢ଼ୀ)ଦ୍ରୁତ ଗାଡ଼ି ଚାଳନା କାରଣରୁ ଅଧିକାଂଶ ଦୁର୍ଘଟଣା ଘଟୁଛି। ଏହା ଉପରେ ରୋକ୍ ଲଗାଇବାକୁ ଯାତ୍ରୀ ଓ ମାଲ ପରିବହନ ଗାଡ଼ିରେ ସ୍ପିଡ୍ ଗଭର୍ନାନ୍ସ ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ପିିଡ୍ ଗଭର୍ନାନ୍ସ ନ ଥିଲେ ଫିଟ୍ନେସ୍ ସାର୍ଟିଫିକେଟ୍ ମିଳିବ ନାହିଁ। ତେବେ ଏହା କେବଳ ନିୟମ ଭିତରେ ସୀମିତ ରହିଛି। କେବଳ ଫିଟନେସ୍ ସାର୍ଟିଫିକେଟ୍ ପାଇଁ ସ୍ପିଡ୍ ଗଭର୍ନାନ୍ସ ଲାଗୁଛି। ପରେ ଏହା କାମ କରୁଛି କି ନାହିଁ କେହି ଯାଞ୍ଚ କରୁନାହାନ୍ତି। ପୁଣି ଥରେ ଫିଟନେସ୍ ପଞ୍ଜୀକରଣ କରିବାକୁ ଆସିଲେ ଦରକାର ହେଉଛି ସିଡ୍ ଗଭର୍ନାନ୍ସ। ଗଞ୍ଜାମ ଜିଲାରେ ୫୭ହଜାର ଟ୍ରକ୍ (ଅନରୋଡ଼) ପଞ୍ଜୀକୃତ ଅଛନ୍ତି। ୪୯୮ ଯାତ୍ରୀ ପରିବହନ ବସ୍ (ଅନରୋଡ୍) ଅଛନ୍ତି। ସବୁ ଗାଡ଼ିରେ ସ୍ପିଡ୍ ଗଭର୍ନାନ୍ସ ଲାଗିଥିବା ଆରଟିଓ ମାନସ ରଞ୍ଜନ ସାହୁ କହିଛନ୍ତି। ହେଲେ କେତେ ଗାଡ଼ିରେ ସ୍ପିଡ୍ ଗଭର୍ନାନ୍ସ କାମ କରୁଛି ଏବଂ କେତେ ଗାଡ଼ିରେ କାମ କରୁନି ତାହାର ତଥ୍ୟ ନ ଥିବା ସେ କହିଛନ୍ତି। ଓଭର ସ୍ପିଡ୍ ଗାଡ଼ି ଚଳାଇଲେ ମକଦ୍ଦମା ରୁଜୁ କରାଯାଉଛି। ପ୍ରତ୍ୟେକ ମାସରେ ୩୦ରୁ ୪୦ ଗାଡ଼ି ବିରୋଧରେ ମାମଲା କରାଯାଉଛି ବୋଲି ଆର୍ଟିଓ କହିଛନ୍ତି।
ଫିଟନେସ୍ ସାର୍ଟିଫିକେଟ୍ ନେବା ପରେ ଗାଡ଼ି ମାଲିକ ଓ ଡ୍ରାଇଭର୍ ମାନେ ସ୍ପିଡ୍ ଗଭର୍ନାନ୍ସକୁ ଗୁରୁତ୍ୱ ଦେଉନାହାନ୍ତି। ଯାହାଫଳରେ ଗାଡ଼ିର ବେଗ ନିୟନ୍ତ୍ରିତ ହୋଇପାରୁନି ଏବଂ ଦ୍ରୁତ ଗତି ଯୋଗୁ ଗାଡ଼ି ଦୁର୍ଘଟଣାଗସ୍ତ ହେଉଛି। ମିଳିଥିବା ସୂଚନା ପ୍ରକାରେ ଜିଲାରେ ଗତବର୍ଷ ଫିଟନେସ୍ ପାଇଁ ଆସିଥିବା ୬୩୦ଟି ଗାଡ଼ିର ସିଡ୍ ଗଭର୍ନାନ୍ସ ନ ଥିଲା। ତେଣୁ ଉକ୍ତ ଗାଡିଗୁଡିକର ଫିଟନେସକୁ ବାତିଲ କରାଯାଇଥିଲା। ଅନ୍ୟପକ୍ଷରେ ଗତବର୍ଷ ୪୩୪୫ ପୁରୁଣା ଗାଡ଼ିରେ ସ୍ପିଡ୍ ଗଭର୍ନାନ୍ସ ନୂଆରେ ଲଗାଯାଇଥିବା ଆରଟିଓଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ପରିବହନ ବିଭାଗ ନିର୍ଦ୍ଦେଶନାମା ଅନୁଯାୟୀ ଗାଡ଼ିର ସ୍ପିଡ୍ ରହିବ। ସ୍ପିିଡ୍ ଗଭର୍ନାନ୍ସ ଲାଗିବା ଦ୍ୱାରା ଗାଡ଼ିର ବେଗ ନିୟନ୍ତ୍ରିତ କରାଯାଇପାରିବ। ଜିଲାର ବିଭିନ୍ନ ରୋଡ଼ ପାଇଁ ବେଗ ନିର୍ଦ୍ଧାରଣ କରାଯାଇଛି। ଏହା ଅନୁଯାୟୀ ଗାଡ଼ିର ସ୍ପିଡ୍ ରହିବ। କିନ୍ତୁ ଏହି ନିୟମକୁ କେହି ମାନୁନାହାନ୍ତି। ଦିଗପହଣ୍ଡି ମୌଳାଭଞ୍ଜା ଛକରେ ଗତ ଜୁନ ୨୫ ତାରିଖରେ ମିନିବସ୍ ସହ ଓଏସ୍ଆରଟିସି ବସ୍ର ଧକ୍କା ହୋଇଥିଲା। ଓଭରସ୍ପିଡ୍ କାରଣରୁ ଓଏସ୍ଆରଟିସି ବସ୍ ମିନିବସ୍ ଉପରେ ମାଡ଼ି ଯାଇଥିବା ପ୍ରାଥମିକ ତଦନ୍ତରେ ଜଣାପଡିଛି ବୋଲି ବ୍ରହ୍ମପୁର ଏସପି ଡା.ସର୍ବଣା ବିବେକ ଏମ୍ କହିଛନ୍ତି। ସେହିପରି ଗୋପାଳପୁର ଥାନା ମାଣ୍ଡିଆପଲ୍ଲି ଛକରେ ୨୦୨୩ ଫେବୃଆରୀ ୧୫ତାରିଖରେ ରାତିରେ ବରଯାତ୍ରୀ ପ୍ରୋସେସନ୍ ଚାଲିଥିବା ବେଳେ ଏକ ଦ୍ରୁତଗାମୀ କାର୍ ମାଡ଼ିଯିବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ୫ରୁ ଅଧିକ ଆହତ ହୋଇଥିଲେ। ତେଣୁ ସବୁ ଗାଡ଼ିରେ ସ୍ପିଡ ଗଭର୍ନାନ୍ସ କାମ କରୁଛି କି ନାହିଁ ନିଶ୍ଚିତ ଯାଞ୍ଚ ହେବା ଆବଶ୍ୟକ। ନଚେତ ଏଭଳି ଦୁର୍ଘଟଣା ଘଟି ଅମୂଲ୍ୟ ଜୀବନ ଚାଲିଯିବ।
Posted inHome, Home Left, ଆମ ଜିଲା ଖବର, ଗଞ୍ଜାମ View All
ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…
ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ
କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…
ନମ୍ବର ସେଭ୍ ନ କରି କରିପାରିବେ WhatsAppରେ ଚାଟ୍, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍…
ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…
କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍ବେଷ୍ଟସ୍
କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…
ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…
ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ
ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…
ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍ ଲୋନ୍? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ
ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍’ ବା ଗୃହ ଋଣ ଏକ ମୁଖ୍ୟ…
କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…
ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…
Archives

