୩ ଚାଇନା ନାଗରିକଙ୍କ ନାଁରେ ଲୁକ୍‌ ଆଉଟ୍‌ ସର୍କୁଲାର

ଭୁବନେଶ୍ୱର,୧୮।୭(ବ୍ୟୁରୋ): ଭାରତ ସମେତ ବିଭିନ୍ନ ଦେଶରେ କ୍ରେଡିଟ୍‌ ଗୋଲ୍ଡ ଲୋନ ଆପ୍‌ ସମେତ ଅନ୍ୟାନ୍ୟ ଲୋନ ଆପ୍‌ରେ ହୋଇଥିବା ବଡ଼ଧରଣର ଠକେଇ ଓ ନିର୍ଯାତନା ମାମଲାରେ ମାଷ୍ଟରମାଇଣ୍ଡ ଥିବା ୩ ଚାଇନା ନାଗରିକଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଚିହ୍ନଟ କରିଛି। ସେମାନେ ହେଲେ ଚାଇନା ଜିଆଙ୍ଗ୍‌ସୁ ଅଞ୍ଚଳର ସେନ୍‌ ଝେନ୍‌ହୁଆ ଓରଫ ଟୋନି, କୁଆନ୍‌ ହୋଙ୍ଗ୍‌ୱେ ଓରଫ ପୌଲ ଓ ସିଚୁଆନ୍‌ ଅଞ୍ଚଳର ୟାଙ୍ଗ୍‌ ହେୟିଙ୍ଗ୍‌ ଓରଫ ଡୋରିସ୍‌। ସମ୍ପୃକ୍ତ ୩ ମାଷ୍ଟରମାଇଣ୍ଡଙ୍କୁ ଧରିବାକୁ ପ୍ରକ୍ରିୟା ଆରମ୍ଭ କରି ଇଓଡବ୍ଲ୍ୟୁ କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍‌ ଇମିଗ୍ରେଶନ୍‌ (ବିଓଆଇ)ର ସହାୟତା ଲୋଡ଼ିଛି। ଇଓଡବ୍ଲ୍ୟୁର ଅନୁରୋଧକ୍ରମେ ବିଓଆଇ ପକ୍ଷରୁ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରାଯାଇ ଦେଶର ସମସ୍ତ ଏୟାରପୋର୍ଟ ଓ ସି ବିଚ୍‌ ସମେତ ଅନ୍ୟାନ୍ୟ ଚେକ୍‌ ପୋଷ୍ଟରେ ଆଲର୍ଟ ଜାରି କରାଯାଇଛି। ଏଥିସହ ସେମାନଙ୍କ ଉପରେ ନଜର ରଖିବାକୁ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଓ ପୋଲିସକୁ ମଧ୍ୟ କୁହାଯାଇଛି। ଏଥିସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ବିଦେଶୀ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସିଗୁଡ଼ିକ ସହ ଯୋଗାଯୋଗ କରାଯାଉଛି। ସମ୍ପୃକ୍ତ ୩ ଚାଇନା ନାଗରିକଙ୍କୁ ଉପଯୁକ୍ତ ମାଧ୍ୟମରେ ଭାରତକୁ ହସ୍ତାନ୍ତର କରାଯିବାକୁ ଉଦ୍ୟମ କରାଯାଉଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ, ଏହି ଠକେଇ ମାମଲାରେ ବୁଧବାର ଦିଲ୍ଲୀରୁ ଗିରଫ ହୋଇଥିବା ଚାଇନା ରାକେଟର ଅନ୍ୟତମ ସହଯୋଗୀ ତଥା ଭାରତୀୟ ମୁଖ୍ୟ ନୀତିନ ମଲ୍ଲିକଙ୍କୁ ଇଓଡବ୍ଲ୍ୟୁ ଶନିବାରଠୁ ୪ ଦିନିଆ ରିମାଣ୍ଡରେ ନେଇ ମାମଲା ସଂକ୍ରାନ୍ତରେ ଖୋଳତାଡ଼ କରୁଛି। ଏଥିସହ ତାଙ୍କଠାରୁ ୩ ମାଷ୍ଟରମାଇଣ୍ଡଙ୍କ ବିଷୟରେ ତଥ୍ୟ ଯୋଗାଡ଼ କରିଛି। ରିମାଣ୍ଡ ଅବଧି ଆଉ ୨ ଦିନ ଥିବା ବାକି ଥିବାବେଳେ ଅଭିଯୁକ୍ତ ନୀତିନଙ୍କଠୁ ପଚରାଉଚରା କରି ମାମଲା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଡ଼ କରି ଅନ୍ୟ ସହଯୋଗୀଙ୍କୁ ଧରିବାକୁ ଆଶା ରଖିଛି ଇଓଡବ୍ଲ୍ୟୁ।
ଇଓଡବ୍ଲ୍ୟୁ ସୂଚନା ଅନୁଯାୟୀ, ଚାଇନା ଠକେଇ ର଼୍ୟାକେଟର ସଦସ୍ୟମାନେ ‘ଏମ୍‌ଏସ୍‌ ଗୁଡ୍‌ ଷ୍ଟାର୍ଟ ବିଜ୍‌ନେସ୍‌ ପ୍ରାଇଭେଟ୍‌ ଲିଃ’ ଓ ‘ଏମ୍‌ଏସ୍‌ ରାଇଟ୍‌ ଷ୍ଟାର୍ଟ ବିଜ୍‌ନେସ୍‌ ପ୍ରାଇଭେଟ୍‌ ଲିଃ’ ଭଳି ସେଲ୍‌ କମ୍ପାନୀ ଖୋଲି ଭାରତୀୟଙ୍କୁ ତାହାର ନିର୍ଦ୍ଦେଶକ କରୁଥିଲେ। ବିଶେଷ କରି ନିମ୍ନମଧ୍ୟବିତ୍ତ ପରିବାରର ନିରୀହ ଲୋକଙ୍କୁ ସେମାନେ ଟାର୍ଗେଟ କରନ୍ତି। ଇଣ୍ଡୋନେସିଆ, ଶ୍ରୀଲଙ୍କା, ପାକିସ୍ତାନ, ନେପାଳ, ବାଂଲାଦେଶରେ ଏପରି ବେଆଇନ ଲୋନ ଆପ୍‌ ଚଲାଉଥିବାବେଳେ ୟୁଏସ୍‌ଏ ଓ ହଂକଂ ସହ ଏମାନଙ୍କର ମଧ୍ୟ ଲିଙ୍କ୍‌ ରହିଛି। ଏପରିକି ଆଫ୍ରିକା ଓ ମଧ୍ୟ ପ୍ରାଚ୍ୟ ଦେଶଗୁଡ଼ିକରେ ମଧ୍ୟ ଏହି ଗ୍ୟାଙ୍ଗ ବିଭିନ୍ନ ବେଆଇନ ଲୋନ୍‌ ଆପ ଚଲାଇବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଭୁବନେଶ୍ୱରର ଶକ୍ତିପ୍ରସାଦ ଦାସ ‘କ୍ରେଡିଟ୍‌ ଗୋଲ୍ଡ’ ଆପ୍‌କୁ ଡାଉନ୍‌ଲୋଡ୍‌ କରିବା ପରେ ତାଙ୍କ ପାଖକୁ ୯ ହଜାର ଟଙ୍କାର ଲୋନ୍‌ ଆସିଥିଲା। ୪ ଦିନ ପରେ ତାଙ୍କୁ ହ୍ବାଟ୍ସଆପ୍‌ ଦ୍ୱାରା କଲ୍‌ କରାଯାଇ ୧୫ ହଜାର ୬୨୭ ଟଙ୍କା ଲୋନ୍‌ ଭରିବାକୁ କୁହାଯାଇଥିଲା। ସେ ଟଙ୍କା ନ ଦେବାରୁ ତାଙ୍କୁ ବିଭିନ୍ନ ନମ୍ବରରେ କଲ୍‌ କରାଯାଇ ଗାଳିଗୁଲଜ କରାଯିବା ସହ ଅଶ୍ଳୀଳ ଫଟୋ ପଠାଯାଇ ମାନସିକ ନିର୍ଯାତନା ଦିଆଯାଇଥିଲା। ଅଭିଯୋଗ ପରେ ଇଓଡବ୍ଲ୍ୟୁ ଜୁଲାଇ ୨ରେ ଏକ ମାମଲା (ନଂ.୧୩/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?