ଆମ ଅଧିକାର ଓ ଗଣତନ୍ତ୍ର

ପ୍ରତିବର୍ଷ ଭାରତବାସୀଙ୍କ ପାଇଁ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ବେଶ୍‌ ମହତ୍ତ୍ୱ ବହନ କରେ। ଗତବର୍ଷ ସମଗ୍ର ଦେଶ ଅଦୃଶ୍ୟ ଦାନବ କରୋନାର ଶକ୍ତ ପଞ୍ଝାରେ କବଳିତ ଥିଲା । ସେଥିପାଇଁ ସ୍ବାଧୀନତା ଦିବସର ଆୟୋଜନ ପ୍ରତିକୂଳ ଭାବେ ପ୍ରଭାବିତ ହେବା ସ୍ବାଭାବିକ । ସର୍ବଗ୍ରାସୀ କରୋନା ମହାମାରୀ ତାଣ୍ଡବରେ ଲକ୍ଷଲକ୍ଷ ଲୋକ ଅକାଳରେ ଟଳିପଡ଼ିଲେ । କରୋନା ମହାମାରୀ ଆମ ଦେଶ ବିକାଶ ତଥା ପ୍ରଗତିର ଯାତ୍ରାକୁ ରୋକିବାକୁ ପ୍ରୟାସ କରିଛି ସିନା, ହେଲେ ଆମେ ଏ ପ୍ରାକୃତିକ ବିପତ୍ତି ବିପତ୍ାତକୁ ମୁକାବିଲା କରିପାରିବାରେ ସଫଳ ହୋଇଛେ ା ସଂପ୍ରତି ଦେଶରେ ବିକାଶ ତଥା ପ୍ରଗତିର ରଥଚକ ସଦର୍ପରେ ଗଡ଼ିଚାଲିଛି ।
ଖୁବ୍‌ଶୀଘ୍ର ଠିକଣା ମାର୍ଗକୁ ଆପଣାଇ ନେବାରେ ଏହା ସକ୍ଷମ ହୋଇପାରିବ ବୋଲି ଆଶା ସଂଚରିଛି ।
ଏବେ ଦେଶରେ କରୋନା ସଂକ୍ରମଣ ଏକପ୍ରକାର ନିୟନ୍ତ୍ରଣାଧୀନ । ସ୍ବଦେଶୀ ଟିକା ମଧ୍ୟ ସଫଳତାର ସହ କାର୍ଯ୍ୟ କରୁଛି । ଦେଶବାସୀଙ୍କ ସାମୂହିକ ପ୍ରୟାସ ଓ ଏକତା ଯୋଗୁ ଏହା ସମ୍ଭବପର ହୋଇପାରିଛି। ସଂପ୍ରତି କରୋନା ପ୍ରଜାତି ଓମିକ୍ରନ୍‌ର ତାଣ୍ଡବକୁ ଦୃଷ୍ଟିରେ ରଖି ଗଣତନ୍ତ୍ର ଦିବସର ଆୟୋଜନ ନିରାଡମ୍ବରରେ ପାଳନ କରାଯାଉଛି।
ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ୨୬ ଜାନୁୟାରୀ ୧୯୫୦ରେ ତୋପ ସଲାମ ସହ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଭାରତକୁ ଗଣତନ୍ତ୍ର ଦେଶ ରୂପେ ସାର୍ବଜନୀନ ଭାବେ ଘୋଷଣା କରିଥିଲେ। ଏହାପରେ ପ୍ରତିବର୍ଷ ଜାନୁୟାରୀ ୨୬ ତାରିଖ ଦିନ ଗଣତନ୍ତ୍ର ଦିବସ ପାଳନ କରାଯାଉଛି । ଏଇ ଶୁଭ ଦିବସରେ ସମ୍ବିଧାନ ଲାଗୁ ହୋଇଥିଲା ସ୍ବାଧୀନ ଭାରତର ନୂତନ ସମ୍ବିଧାନ। ପବିତ୍ର ଗଣତନ୍ତ୍ର ଦିବସରେ ଭାରତୀୟ ସମ୍ବିଧାନକୁ ନେଇ ଆମେ ସାର୍ଥକ ଆଲୋଚନା, ପର୍ଯ୍ୟାଲୋଚନା ଓ ରୋମନ୍ଥନ କରିବା ନିହାତି ଜରୁରୀ । ଭାରତର ସମ୍ବିଧାନ ଏବେ ଅଗ୍ନି ପରୀକ୍ଷାର ସମ୍ମୁଖୀନ। ସମ୍ବିଧାନ ବିଶେଷଜ୍ଞ ସୁବାସ କାଶ୍ୟପଙ୍କ ମୁତାବକ ସମ୍ବିଧାନରେ ଗର୍ଭିତ ପ୍ରାବଧାନଗୁଡ଼ିକର ଅନୁପାଳନ ତଥା ଏହାଦ୍ୱାରା ସଂସ୍ଥାପିତ ଅନୁଷ୍ଠାନ ଓ ଆଦର୍ଶକୁ ଯଥାର୍ଥ ସମ୍ମାନ ଆଦର କରିବା ଦେଶର ପ୍ରତିଟି ନାଗରିକର ମୌଳିକ ତଥା ପ୍ରଧାନ କର୍ତ୍ତବ୍ୟ ବୋଲି ସମ୍ବିଧାନ ସ୍ପଷ୍ଟ ଭାବରେ ଦର୍ଶାଇଥାଏ। ଦେଶର ସାଂସଦ ମଧ୍ୟ ଆଇନ-କାନୁନ ପ୍ରଣୟନ କରେ, ପ୍ରଣିତ ଆଇନକୁ ସିଏ ସମଗ୍ର ଦେଶରେ ଲାଗୁ କରାଏ। ଏଥିପାଇଁ ରାଜ୍ୟ ସରକାରଙ୍କ ପାଶେ ଏଭଳି କୌଣସି ଅଧିକାର ନାହିଁ, ଯାହା କି ରାଜ୍ୟ ଲାଗୁ କରିବାକୁ ମନା କରିପାରିବ। ଏପରି ସ୍ଥଳେ ସମ୍ବିଧାନର ଉଲ୍ଲଂଘନ ହେବାର ଆଶଙ୍କା ଉପୁଜିବ ଏବଂ ଏହା ଏକବାରେ ଅସାମ୍ବିଧାନିକ ବୋଲି ବୁଝିବାକୁ ହେବ। ରାଜ୍ୟସୂଚୀ ଭାରତୀୟ ସମ୍ବିଧାନ ସପ୍ତମ ଅନୁସୂଚୀ ଅନୁସାରେ ନାଗରିକତା ସଂଘୀୟ ବ୍ୟବସ୍ଥାର କ୍ଷେତ୍ରାଧିକାର। ହେଲେ ବିଡ଼ମ୍ବନା, ରାଜ୍ୟସୂଚୀରେ ନାଗରିକତାର କୌଣସି ଉଲ୍ଲେଖ ନାହିଁ। ଗଣତନ୍ତ୍ର ଦିବସ ଅବସରରେ ଏସବୁର ବିସ୍ତୃତ ଆଲୋଚନା, ପର୍ଯ୍ୟାଲୋଚନା ଆମେ ଖୋଲା ହୃଦୟରେ ଗଭୀର ବିଚାର ବିମର୍ଷପୂର୍ବକ ରୋମନ୍ଥନ କରିବା ବାଞ୍ଛନୀୟ। ଚଳିତବର୍ଷ ଆମେ ୭୩ତମ ଗଣତନ୍ତ୍ର ଦିବସ ପାଳନ କରୁଛେ । ଗଣତନ୍ତ୍ରର ଅର୍ଥ ଆମର ସମ୍ବିଧାନ, ଆମର ସରକାର, ଆମର କର୍ତ୍ତବ୍ୟ ଆଉ ଆମର ଅଧିକାର । ଏ ବ୍ୟବସ୍ଥାକୁ ଆମେ ସଭିଏଁ ଗଣତନ୍ତ୍ର ଦିବସ ରୂପେ ପାଳନ କରୁଛେ । ପରାଧୀନତାର ଶିକୁଳି ଛିନ୍ନକରି ଦେଶ ସ୍ବାଧୀନ ହେଲା ୧୫ ଅଗଷ୍ଟ ୧୯୪୭ରେ । କିନ୍ତୁ ୨୬ ଜାନୁୟାରୀ ୧୯୫୦ରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ଗଣରାଜ୍ୟ ବୋଲି ଉଦ୍‌ଘୋଷିତ ହେଲା।
ଗଣତନ୍ତ୍ର ଦିବସ ଭାରତର ଜାତୀୟ ପର୍ବ। ଭାରତ ଭଳି ଗଣରାଜ୍ୟର ଏହାକୁ ବେଶ୍‌ ଆନନ୍ଦ-ଉଲ୍ଲାସରେ ପାଳନ କରାଯାଏ। ଆମ ଦେଶର ସମ୍ବିଧାନ ଜରିଆରେ ଭାରତୀୟ ନାଗରିକଙ୍କୁ ଗଣତାନ୍ତ୍ରିକ ଅଧିକାର ସମର୍ପି ଦିଆଯାଇଛି। ସମ୍ବିଧାନ ଦେଶରେ ବ୍ୟବସ୍ଥାପକ, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ବ୍ୟବସ୍ଥା ତଥା ସେମାନଙ୍କ ନିରୁପିତ ଅଧିକାର ଓ ଦାୟିତ୍ୱକୁ ସୁନିଶ୍ଚିତ କରିଥାଏ। ଖାଲି ସେତିକି ନୁହେଁ, ସମ୍ବିଧାନ ମାଧ୍ୟମରେ ନାଗରିକ ନିଜସ୍ବ ଗଣତାନ୍ତ୍ରିକ ଅଧିକାର ହାସଲ କରିଛି। ସୁତରାଂ ସମସ୍ତ ଅଧିକାର ଠୁଳ ହୋଇଛି ଜନତାଙ୍କ ହସ୍ତରେ। ଏଇ ଦିବସରେ ଆମେ ନିଜର ମୌଳିକ ଅଧିକାର ପ୍ରାପ୍ତ କରିବା ସଙ୍ଗେ ସଙ୍ଗେ ଏକ ନୂତନ ଗଣତାନ୍ତ୍ରିକ ଦେଶକୁ ନିର୍ମାଣ କରିପାରିଛେ।
ଭାରତୀୟ ସମ୍ବିଧାନର ଗଠନ ପ୍ରସ୍ତାବ ଏକ ସମ୍ବିଧାନ ସଭା ଦ୍ୱାରା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ୨୯୬ ଜଣ ସଭ୍ୟ ବିଶିଷ୍ଟ ଏ ସମ୍ବିଧାନ ସଭାରେ ମାସେ ୧୮ ଦିନ କାର୍ଯ୍ୟକରି ସମ୍ବିଧାନକୁ ତିଆରି କରିଥିଲେ। ତେବେ ଆମ ଦେଶର ସମ୍ବିଧାନ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯାଇଥିଲା ୨୬ ଜାନୁୟାରୀ ୧୯୫୦ରେ। ଆମ ଦେଶର ଗଣତନ୍ତ୍ର ଏବେ ଏକାଧିକ ବିକଟ ସମସ୍ୟାର ଚକ୍ରବୂ୍ୟହରେ କବଳିତ। ଗଣତନ୍ତ୍ରକୁ ଜନସଂଖ୍ୟା ବିସ୍ଫୋରଣ, ଗରିବୀ, ଭ୍ରଷ୍ଟାଚାର, ଅସହିଷ୍ଣୁତା ଅତ୍ୟାଚାର, ଅନାଚାର ଓ ଉତ୍କଟ ବେକାରି ଭଳି ସମସ୍ୟାର ଚକ୍ରବୂ୍ୟହରୁ ନିସ୍ତରିବା ଲାଗି ଆମକୁ ଅତୁଳ ପରାକ୍ରମ ଓ ସାହସର ସହିତ ସମ୍ମିଳିତ ପ୍ରୟାସ କରିବାକୁ ପଡ଼ିବ। ଆମେ ଏସବୁ ଆହ୍ବାନକୁ ସଫଳତା ଓ ଧୈର୍ଯ୍ୟର ସହିତ ମୁକାବିଲା କରିବା ଏକାନ୍ତ ଜରୁରୀ। ଗଣତନ୍ତ୍ର ସେତେବେଳେ ଯାଇ ସାର୍ଥକ ହେବ ଯେତେବେଳେ ପ୍ରତ୍ୟେକ ବ୍ୟକ୍ତିର ହାତକୁ ପର୍ଯ୍ୟାପ୍ତ କାମଦାମ ଆସିବ, ଆଉ ସେ ପେଟଭରା ଦୁଇମୁଠା ଦାନା ଖାଇବାକୁ ପାଇବେ। ଗଣତନ୍ତ୍ରର ସଫଳତା ଆମର ଏକତା, ସମତା, ସାଂପ୍ରଦାୟିକ ସଦ୍‌ଭାବନା, ସଂହତି,ସ୍ବତନ୍ତ୍ରତା ଉପରେ ନିର୍ଭରଶୀଳ ।
-ନଗେନ୍ଦ୍ର ନାଥ ପଟ୍ଟନାୟକ
ମୋ-୯୪୩୮୩୩୨୧୩୮

 

 


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri