ଆମ ସଂସ୍କାର, ଆମ ହାତରେ

ଦୈନନ୍ଦିନ ଜୀବନରେ ଆମେ କରୁଥିବା କିଛି କାର୍ଯ୍ୟ ପଛରେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଓ ମହତ୍ତ୍ୱ ରହିଥାଏ, ଯଦି ଓ ଆମେ ସେ ବିଷୟରେ ଅଜ୍ଞ ବା କହିପାରିବା ଆମେ ସେହି ଦୃଷ୍ଟିରେ କାର୍ଯ୍ୟଗୁଡ଼ିକୁ ଦେଖିନାହୁଁ, ସେଥିପାଇଁ ଆମର ସେ ବିଷୟରେ ଧାରଣା ନାହିଁ। ଠାକୁରଙ୍କ ପୂଜାପାଠ ବିଧି ପଛରେ ମଧ୍ୟ ଏଭଳି କିଛି ମହତ୍‌ ଉଦ୍ଦେଶ୍ୟ ରହିଛି, ଯାହା ବିଷୟରେ ଅବତାରଣା ଆଜିର ପ୍ରସଙ୍ଗ। ମାତ୍ର ଆଲୋଚନା କରିବାର ଅଭିପ୍ରାୟ ଏହା ଯେ, ଆମେ ସେହି ସଂସ୍କାରଗୁଡ଼ିକୁ ଠିକ୍‌ରେ ପାଳନ କରୁଛେ କି ? ଯାହାକୁ କାଳ କାଳ ଧରି ଆମ ପୂର୍ବପୁରୁଷଙ୍କଠାରୁ ଆମେ ଶିକ୍ଷାକରି ଆସିଛେ, ତାହା କ୍ରମେ ବିକୃତ ହେବାରେ ଲାଗିଛି l
ଠାକୁର ପୂଜା ପାଇଁ ଫୁଲ କଥା ଧରି ନିଆଯାଉ, ପୂର୍ବେ ସମସ୍ତେ ନିଜ ଘର ଅଗଣା ବା ବାଡ଼ିରେ ଫୁଲଗଛ ଲଗାଉଥିଲେ, ତା’ର ଯତ୍ନ ନେଇ ସେଇଠୁ ବାହାରୁଥିବା ଫୁଲରେ ପୂଜା କରୁଥିଲେ। ଏହା ପଛର ଗୂଢ଼ତତ୍ତ୍ୱ ହେଲା ପ୍ରତ୍ୟେକେ ପ୍ରକୃତିର ଉପାସକ ହେବେ, ବୃକ୍ଷରୋପଣ କରି ପରିବେଶ ସୁରକ୍ଷାରେ ସହାୟକ ହେବେ। ମାତ୍ର ଏବେ ଲୋକମାନେ ଫୁଲ କିଣି କିମ୍ବା ଅନ୍ୟ ବାଡିରୁ ଚୋରି କରି ସେହି ଫୁଲକୁ ବଡ଼ ବାହାଦୁରି ସହ ନେଇ ଠାକୁରଙ୍କୁ ଅର୍ପଣ କରୁଛନ୍ତି l
ନିଜ ଘରେ ଗଛଟିଏ ଲଗେଇବା ତ ଦୂର, ବଡ଼ି ସକାଳୁ ଉଠି ଘର ଘର ବୁଲି କିମ୍ବା ପ୍ରାତଃଭ୍ରମଣ ସମୟରେ ପାର୍କ ବା ରାସ୍ତାର ଉଭୟ ପାର୍ଶ୍ୱରେ ଲାଗିଥିବା ଗଛରୁ ଫୁଲ ତୋଳିବା ଭଳି ସୁବିଧାଜନକ କାମ କରୁଛନ୍ତି। ଚୋରିଫୁଲ ଦେଇ କେତେ ଯେ ଆଶୀର୍ବାଦ ମିଳୁଥିବ, ତାହା ଭଗବାନ୍‌ଙ୍କୁ ହିଁ ଜଣା!
ଭାରତୀୟ ସଂସ୍କୃତିରେ ଭଗବାନ୍‌ଙ୍କୁ, ବୟୋଜ୍ୟେଷ୍ଠଙ୍କୁ ଏବଂ ଅତିଥି ଅଭ୍ୟାଗତ ଆସିଲେ ଦୁଇହାତ ଯୋଡ଼ି ପ୍ରଣାମ କରିବା କିମ୍ବା ଆଣ୍ଠୁମାଡ଼ି ମୁଣ୍ଡିଆ ମାରିବାର ପ୍ରଥା ପ୍ରଚଳିତ। ଦୁଇ ହାତକୁ ଯୋଡିବା ଦ୍ୱାରା ଦୁଇ ପାପୁଲି ଓ ଆଙ୍ଗୁଠିର ସ୍ପର୍ଶ କାନ୍ଧର ମଧ୍ୟଭାଗକୁ ଖୋଲିବାରେ ସାହାଯ୍ୟ କରେ। ଆଙ୍ଗୁଠିର ଶିରାଗୁଡ଼ିକ ସକ୍ରିୟ ହେଲେ ହାତ, କାନ୍ଧ, ଆଣ୍ଠୁର ମାଂସପେଶୀକୁ ଶକ୍ତ କରେ ଏବଂ ଶରୀରରୁ ଚାପ ଦୂର କରେ। ସେହିପରି ମୁଣ୍ଡିଆ ବା ସାଷ୍ଟାଙ୍ଗ ପ୍ରଣାମ କରିବା ଦ୍ୱାରା ଶରୀରର ସବୁ ଗଣ୍ଠି ସମ୍ପ୍ରସାରଣ ହୋଇ ପୀଡ଼ା ଦୂର ହୁଏ। ଉଭୟ ମୁଦ୍ରା ବ୍ୟକ୍ତିକୁ ଶାନ୍ତି, ଶକ୍ତି, ବୁଦ୍ଧି, ଜ୍ଞାନ ଓ ପ୍ରସିଦ୍ଧି ବୃଦ୍ଧି କରିବାରେ ସହାୟକ ହୁଏ। ଏହା ବ୍ୟତୀତ ନମସ୍କାର ବା ପ୍ରଣାମ କରିଥିବା ବ୍ୟକ୍ତିଙ୍କୁ ଗୁରୁଜନଙ୍କଠାରୁ ଆୟୁଷ୍ମାନ ଓ ସୌଭାଗ୍ୟବାନ ହେବାର ଆଶୀର୍ବାଦ ମଧ୍ୟ ଲାଭ ହୁଏ। ତେଣୁ ଏସବୁ ପ୍ରତ୍ୟହ କରୁଥିବା ବ୍ୟକ୍ତିର ଲାଭ ହେବା ନିଶ୍ଚିତ! ମାତ୍ର ଏବେ ନମସ୍କାର କରିବା, ମୁଣ୍ଡିଆ ମାରିବା ପାଇଁ ଲୋକଙ୍କୁ ଲାଜ ଲାଗୁଛି। ପାଟିରେ ‘ହାଏ’,‘ହାଲୋ’ ‘ସୁପ୍ରଭାତ’, ‘ଶୁଭରାତ୍ରି’ ଭଳି ସୌଜନ୍ୟମୂଳକ ଅଭିବାଦନରେ ପରସ୍ପର ପ୍ରତି ଆନ୍ତରିକତା ଓ ସମ୍ମାନ ତ ବଢ଼ୁନାହିଁ ବରଂ କମି କମି ଯାଉଛି।
ବାହାରୁ ଫେରିଲେ ଗୋଡ଼ହାତ ଧୋଇ ଘରକୁ ପ୍ରବେଶ କରିବା କଥାଟି ସମସ୍ତେ ଜାଣିଥିବେ,ଏହା ବାହ୍ୟ ସଂକ୍ରମଣ ଓ ରୋଗରୁ ସୁରକ୍ଷା ପାଇଁ କରାଯାଏ। ସେହିପରି ପିଲାମାନଙ୍କୁ ସା ଧୂପ ଦେବା ପୂର୍ବରୁ ହାତ, ଗୋଡ଼, ମୁହଁ ଭଲଭାବରେ ଧୋଇ ପ୍ରାର୍ଥନା କରିବା ଶିକ୍ଷା ଦେବା ଦ୍ୱାରା ସେମାନଙ୍କ ମଧ୍ୟରେ ଏକାଗ୍ରତା ଏବଂ ଶୃଙ୍ଖଳା ବଢିଥାଏ, ଯାହା ସେମାନଙ୍କୁ ସ୍ଥିର ହୋଇ ଧ୍ୟାନର ସହ ଅଧ୍ୟୟନ କରିବାରେ ସହାୟକ ହୁଏ। ଯେ କୌଣସି ପୂଜା କରିବା ପୂର୍ବରୁ ଶୁଦ୍ଧ ବସ୍ତ୍ର ପରିଧାନ କରିବା ପଛର ଉଦ୍ଦେଶ୍ୟ ହେଉଛି ନିଜେ ସଫାସୁତରା ରହିଲେ ମନ ଓ ଶରୀର ଶାନ୍ତ ଏବଂ ସୁସ୍ଥ ରହିବ। ଯାହା ଦ୍ୱାରା ଏକ ସକାରାତ୍ମକ ଉର୍ଜା ବ୍ୟକ୍ତି ନିଜ ଭିତରେ ଅନୁଭବ କରେ ଏବଂ ପରବର୍ତ୍ତୀ ସମୟରେ ତାହା ଶାନ୍ତି ଓ ସନ୍ତୋଷ ପ୍ରଦାନ କରେ। ହେଲେ ଏହାକୁ ଅନ୍ଧବିଶ୍ୱାସ ଓ ଅନଗ୍ରସରତା କହି ଅନେକେ ଅଣଦେଖା କରନ୍ତି। ସୁସ୍ଥ ମନ ସହ ଶରୀରର ସୁସ୍ଥତାର ନିବିଡ଼ ସମ୍ପର୍କ ରହିଛି ଏହା ଯେତେ ଶୀଘ୍ର ମାନିନେଲେ, ସେତେ ଭଲ! ଗରିବ ଓ ଭିକାରିମାନଙ୍କୁ ଦାନ ଦେଇ ପୁଣ୍ୟ ଅର୍ଜନ କରିବା ପଛର ମହତ୍‌ ଉଦ୍ଦେଶ୍ୟ ହେଉଛି ମାନବ ଭିତରେ ଅସୁବିଧାରେ ଥିବା ଲୋକଙ୍କ ପାଇଁ ଦୟା, ସହାନୁଭୂତିର ଭାବ ଜାଗ୍ରତ କରେଇବା। ଅନ୍ୟର ଦୁଃଖରେ ଦୁଃଖୀ ହେବା, ନିଜେ ପାଇଥିବା ସୁଖ ପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେବା।
ଏବେ ପୂଜା ସମୟରେ ବ୍ୟବହାର କରାଯାଉଥିବା ପଞ୍ଚାମୃତକୁ ବିଚାରକୁ ନିଆଯାଉ। ପଞ୍ଚାମୃତ ଗୁଡ଼/ ଚିନି, ମହୁ, ଘିଅ, କ୍ଷୀର ଓ ଦହିକୁ ନେଇ ପ୍ରସ୍ତୁତ କରାଯାଏ ଏବଂ ଭଗବାନଙ୍କ ପାଖରେ ଭୋଗ ଲାଗିବା ପରେ ଭକ୍ତଗଣ ଏହାକୁ ସେବନ କରନ୍ତି। ଏଥିରେ ବ୍ୟବହୃତ ପାଞ୍ଚୋଟି ସାମଗ୍ରୀରେ କ୍ୟାଲସିୟମର ମାତ୍ରା ଭରପୂର ରହିଥାଏ, ତେଣୁ ଏହାକୁ ପ୍ରତ୍ୟହ ସେବନ କରୁଥିବା ଲୋକଙ୍କର କ୍ୟାଲସିୟମରେ ଅଭାବ ରହେ ନାହିଁ। ପାଞ୍ଚୋଟି ସାମଗ୍ରୀର ସମାହାର ହୋଇଥିବାରୁ ଏହାକୁ ସେବନ କରିବା ମାତ୍ରେ ଅଳ୍ପ ସମୟ ଭିତରେ ଅଧିକ ଶକ୍ତି ମିଳେ। ଏଥିରେ ତୁଳସୀ ପତ୍ର ପକାଇ ସେବନ କଲେ କୌଣସି ପ୍ରକାରର ରୋଗ ହୁଏ ନାହିଁ। ନିତି ପଞ୍ଚାମୃତର ସେବନ ସଂକ୍ରାମକ ରୋଗରୁ ଦୂର କରି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ହେଲେ ଆଜିକାଲି ପଞ୍ଚାମୃତକୁ ଈଶ୍ୱରଙ୍କ ଆଶୀର୍ବାଦ ଓ ଶରୀର ପକ୍ଷେ ହିତକାରୀ ବୋଲି କେତେଜଣ ଭାବନ୍ତି?
ମନ୍ଦିରରେ କିମ୍ବା ଘରେ ପ୍ରଦୀପ ପ୍ରଜ୍ବଳନ, ଶଙ୍ଖ ଫୁଙ୍କିବା, ଘଣ୍ଟଘଣ୍ଟି ବଜେଇବା, ଠାକୁରଙ୍କ ସେବା କରିବା, ଗରିବ ଓ ଭିକାରିମାନଙ୍କୁ ଦାନ ଦେବା, ପବିତ୍ର ବୃକ୍ଷ ଏବଂ ଗଛ ଉପରେ ପାଣି ଢାଳିବା ଆଦି ପ୍ରତି କାର୍ଯ୍ୟ ପଛରେ ମାନବର ହିତ ସାଧନକାରୀ ଉଦ୍ଦେଶ୍ୟ ରହିଛି, ଆବଶ୍ୟକତା ଅଛି ବିଶ୍ୱାସର ସହ ଏସବୁକୁ ପାଳନ କରିବାରେ; ଏବଂ ଏହାର ଶିକ୍ଷା ବଡ଼ମାନେ ସାନମାନଙ୍କୁ ଦିଅନ୍ତି। ଆମ ଭାରତୀୟ ଓ ଉତ୍କଳୀୟ ସଂସ୍କୃତିର ଭିନ୍ନ ଭିନ୍ନ ସଂସ୍କାର ପିଲାଙ୍କ ଭିତରେ ରୋପଣ କରିବାର ସବୁଠାରୁ ସହଜ ଉପାୟ ହେଉଛି ଗୃହ ଭିତରେ ଦୈନନ୍ଦିନ ଜୀବନରେ ସେଗୁଡିକୁ ପାଳନ କରିବା, ଯାହା ସେମାନେ ବାଲ୍ୟକାଳରୁ ଦେଖିବେ ଏବଂ ତାକୁ ଅନୁସରଣ କରିବେ। ସମକାଳରେ ଯଦି କିଏ ଏହାର ବିରୋଧ କରନ୍ତି ବା ଯୁକ୍ତିହୀନ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରନ୍ତି, ଶାସ୍ତ୍ର, ପୁରାଣରୁ ଉଦାହରଣ ନେଇ ଆଲୋଚନା ଓ ତର୍କ ମାଧ୍ୟମରେ ତାଙ୍କୁ ବୁଝାଇ ଦେବାର ଦାୟିତ୍ୱ ମଧ୍ୟ ବହନ କରିବାକୁ ହେବ। ଆମ ସଂସ୍କାର, ଆମ ହାତରେ; ଯାହାକୁ ବଞ୍ଚେଇ ରଖିବା ପାଇଁ ଆମକୁ ଉଦ୍ୟମ କରିବାକୁ ହେବ।

  • ଶ୍ରୁତକୀର୍ତ୍ତି ତ୍ରିପାଠୀ
    ଭୁବନେଶ୍ୱର
    ମୋ: ୬୩୭୦୫୧୬୪୭୮

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri