ଆମ ଲୋକଭାଷା, ଆମ ସାହିତ୍ୟ

‘ଧୋ’ରେ ବାଇଆ ଧୋ’, ଯେଉଁ କିଆରିରେ ଗହଳ ମାଣ୍ଡିଆ ସେହି କିଆରିରେ ଶୋ“। ଆଜିର ଲୁହା, କଂକ୍ରିଟର ସହରରେ ଗହଳ ମାଣ୍ଡିଆ କିଆରି ନାହିଁ ସତ ହେଲେ ବହୁତଳ ପ୍ରାସାଦର କେଉଁ ଏକ ଫ୍ଲାଟ ଘରୁ ଏ ଶବ୍ଦ ଉଡ଼ି ଆସି କାନରେ ବାଜିଲେ ଆଜି ବି ମନେ ପଡ଼ିଯାଏ ମାଆ ଓ ତା’ର ଝାଳ ସଲବଲ କଅଁଳ କାନି। ଏହା ହିଁ ଏହି ଶବ୍ଦମାନଙ୍କର ଯାଦୁକରି। ଏ ଅନୁଭବରୁ ଅଛୁଆଁ ନୁହନ୍ତି କେହି ବି। ଶିଶୁଟିଏ ଜନ୍ମହେବା ପରେ ପରେ ସାହିତ୍ୟ ବୋଲି ଶୁଣିଥିବା ପ୍ରଥମ ଶବ୍ଦ ହେଉଛି ତା’ମାଆର ଅନ୍ତନିଗିଡା କିଛି ଗୀତ। ସେହି ଗୀତ ଓ ସ୍ବର ଆଜୀବନ ତା’ଦେହରେ ପ୍ରାଣହୋଇ ପ୍ରବାହିତ ହେଉଥାଏ। ସଂସ୍କୃତ ବା ଅନ୍ୟ କୌଣସି ଦେଶୀ, ବିଦେଶୀ ଶବ୍ଦଙ୍କ ଆଟୋପରହିତ ମାତ୍ର କିଛି ସାଧାରଣ ମୌଖିକ ଶବ୍ଦ କିଭଳି ନିଜକୁ ବଞ୍ଚାଇ ରଖି ପିଢ଼ିରୁ ପିଢ଼ିକୁ ପ୍ରବାହିତ ହେଉଥାଏ,ଭାବିଲେ ଆଶ୍ଚର୍ଯ୍ୟ ଲାଗେ! ଯଦି ଏହା ଏକମାତ୍ର ସତ୍ୟ ଯେ ନିଜ ଭାଷା, ନିଜ ଶବ୍ଦ ଓ ନିଜ ସ୍ବର ହିଁ ସାହିତ୍ୟରେ ଅଧିକ ପ୍ରଭାବିତ ତଥା ପ୍ରାଣବନ୍ତ, ତେବେ ଏହି ଭାଷାରେ ରଚନା କରିବାକୁ ଆମେ ଏତେ କୁଣ୍ଠିତ କାହିଁକି?

କାହିଁକି ଗଳ୍ପ, କବିତା, ପ୍ରବନ୍ଧ ବା ଶିଶୁଲେଖା ଲେଖିବା ବେଳେ ଆମକୁ ବାରମ୍ବାର ଅଭିଧାନ କି ଭାଷାକୋଷ ଦେଖିବାକୁ ହୁଏ? କାହିଁକି ଆମ ସହ ଜନ୍ମରୁ ଯୋଡ଼ି ହୋଇ ରହିଥିବା ଭାଷା ଆମ ସାହିତ୍ୟରେ ଦେଖିବାକୁ ବିରଳ ଓ ଅଭିଧାନର ଅଂଶ ନୁହନ୍ତି। ପୋଥିଗତ ସଂସ୍କୃତ ଭାଷାର ଆକ୍ରମଣରେ ମରି ହଜି ଯାଉଥିବା ସ୍ଥାନୀୟ, ଆଞ୍ଚଳିକ ଓ ଜନଜାତୀୟ ଲୋକଭାଷା ପଡୋଶୀ ବଙ୍ଗଳା, ତେଲୁଗୁ, ହିନ୍ଦୀ ଭଳି ରାଜ୍ୟ ଭାଷା ତଥା ଇଂରାଜୀ ଓ ଉର୍ଦ୍ଦୁ ଭଳି ବିଦେଶୀ ଭାଷାରୁ ମଧ୍ୟ ନିଜକୁ ସୁରକ୍ଷିତ ରଖିପାରି ନାହିଁ। ଜନଜାତିଙ୍କ ଭାଷା ଆଜି ଦୁର୍ଦ୍ଦିନରେ ସଂଘର୍ଷରତ।
୨୦୧୧ ମସିହାର ଏକ ପରିସଂଖ୍ୟାନକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ଓଡ଼ିଶାର ମୋଟ ଜନସଂଖ୍ୟାର ପ୍ରାୟ ଶତକଡା ୨୨.୮୪ ଭାଗ ହେଉଛନ୍ତି ଆଦିବାସୀ ଜନଜାତି ବର୍ଗର। ଓଡ଼ିଶାରେ ବସବାସ କରୁଥିବା ପ୍ରାୟ ୬୪ଟି ସ୍ବତନ୍ତ୍ର ଆଦିବାସୀ ସମ୍ପ୍ରଦାୟ ସମ୍ବିଧାନ ଦ୍ୱାରା ଅଧିସୂଚିତ, ଯେଉଁମାନଙ୍କ ମଧ୍ୟରୁ ୧୩ଟି ଜନଜାତି ବିଲୁପ୍ତର ଦ୍ୱାରଦେଶରେ। ସେମାନେ ହେଲେ: ବଣ୍ଡା, ଦିଦାଇ, ବିର୍ହୋର, ଡଙ୍ଗରିଆକନ୍ଧ, ଜୁଆଙ୍ଗ, ଖରିଆ, କୁଟିଆକନ୍ଧ, ଲାଞ୍ଜିଆସଉରା, ଲୋଧା, ମାଙ୍କଡିଆ, ପାଉଡ଼ିଭୂଇଁଆ, ସଉରା, ଚକୁଟିଆଭୁଞ୍ଜିଆ। ଆଦିବାସୀ ଓ ଜନଜାତୀୟ ଜନସଂଖ୍ୟାକୁ ଗଣନା କଲେ ଓଡ଼ିଶା ଦେଶର ତୃତୀୟ ସର୍ବବୃହତ୍‌ ରାଜ୍ୟ, ଯେଉଁଠାରେ ଦେଶର ସର୍ବମୋଟ ଆଦିବାସୀ ଜନସଂଖ୍ୟାର ପ୍ରାୟ ୯.୨୦ ଶତକଡ଼ା ଓ ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୦.୭୯ ଶତକଡା ଆମ ରାଜ୍ୟ ଓଡ଼ିଶାରେ ବସବାସ କରନ୍ତି। ତେବେ ଏହି ବହୁଳ ଜନସଂଖ୍ୟାର ସାଂସ୍କୃତିକ, ପାରମ୍ପରିକ ଏବଂ ଭାଷାଗତ ପ୍ରଭାବ ରାଜ୍ୟର ଗୋଷ୍ଠୀଗତ ଜନ ଜୀବନରେ ସୁଦୃଶ୍ୟ ଅନୁଭବ ହେବା କଥା କିନ୍ତୁ ପ୍ରକୃତ ପକ୍ଷେ ତା’ର ଠିକ୍‌ ବିପରୀତ ହିଁ ଦେଖିବାକୁ ମିଳେ।

ଜନଜାତିଙ୍କୁ ଅସଭ୍ୟ, ଅସଂସ୍କୃତ, ଅଶିକ୍ଷିତ କହି ତିରସ୍କାର କରି ଚାଲିଥିବା ଆମ ତଥାକଥିତ ସଭ୍ୟ ସମାଜ କେବେ ଦେଖିବାକୁ, ବୁଝିବାକୁ, ଜାଣିବାକୁ ହିଁ ଚେଷ୍ଟା କରି ନାହାନ୍ତି ସେମାନଙ୍କ ଜୀବନ ପଛରେ ରହିଥିବା ବୈଜ୍ଞାନିକ ମତବାଦକୁ। କେବେ ଖୋଜିବାକୁ ଚେଷ୍ଟା କରାଯାଇନାହିଁ ସାଂସ୍କୃତିକ ତତ୍ତ୍ୱ ଓ ପାରମ୍ପରିକ ବିଚାରବୋଧକୁ। ଭାଷା କେବଳ କିଛି ଶବ୍ଦଙ୍କ ସମଷ୍ଟି ମାତ୍ର ନୁହେଁ ବରଂ ତାହା ଏକ ସମାଜର ବାହକ। ଏହା ମାଧ୍ୟମରେ ଆମେ ସେହି ସମାଜକୁ ଖୁବ୍‌ ନିକଟରୁ ବୁଝିପାରିବାକୁ ସମର୍ଥ ହେଉ। ଯୁଗରୁ ଯୁଗକୁ ତା’ର ଚିନ୍ତାଧାରା ଓ ସାଂସ୍କୃତିକ ମତବାଦର ପ୍ରବାହ ସହ ସେହି ସମାଜର ଅସ୍ତିତ୍ୱ ମଧ୍ୟ ଅକ୍ଷୁଣ୍ଣ ରୁହେ ଭାଷା ସାହିତ୍ୟ ମାଧ୍ୟମରେ। ଭାଷା ମରିଗଲେ ଜାତିଟେ ମରିଯାଏ। ସାଂସ୍କୃତିକ ଓ ସାମାଜିକ ବିବିଧତା ଆମ ଦେଶର ସ୍ବତନ୍ତ୍ର ପରିଚୟ, ଯାହା ଆମେ ଗର୍ବର ସହ ସ୍ବୀକାର କରୁଥିଲେ ମଧ୍ୟ କେଉଁ ଏକ ଅନ୍ଧାରୀ ମୂଲକରେ ମୁହୁର୍ମୁହୁ ଅଣନିଃଶ୍ବାସୀ ହୋଇ ନିଶ୍ଚିହ୍ନର ଦ୍ୱାରଦେଶରେ ଛିଡା ହୋଇଥିବା ଜନଜାତୀୟ ଭାଷା ଏହି ଗର୍ବ କରିବାର କାରଣକୁ ଅଟ୍ଟହାସ୍ୟ କରେ। ସରକାରୀ ଓ ବେସରକାରୀ ସ୍ତରରେ ମାତୃଭାଷାରେ ଶିକ୍ଷାଦାନର ସମସ୍ତ ନିୟମ ଓ ନିଷ୍ଠାକୁ ଅଙ୍ଗୁଳି ନିର୍ଦ୍ଦେଶ କରି ଜଣାଇ ଦିଏ, କେତେ ଆନ୍ତରିକ ଆମର ଏ ଉଦ୍ୟମ!

ସରକାରୀ ବିଦ୍ୟାଳୟରେ କେତେ ପରିମାଣରେ ସେହି ସ୍ଥାନୀୟ ଜନଜାତୀୟ ଭାଷା ଜାଣିଥିବା ଶିକ୍ଷକ ନିଯୁକ୍ତ ହୁଅନ୍ତି ଓ କେତେ ଆନ୍ତରିକତାର ସହ ସେମାନେ ନିଜ ଦାୟିତ୍ୱ ନିର୍ବାହ କରନ୍ତି, ଏ ସବୁ କିଛି ନିର୍ଭର କରେ ନିଜ ଅନ୍ତରରୁ ସେମାନେ କେତେ ମାତ୍ରାରେ ସେହି ଜନଜାତି ଓ ସେମାନଙ୍କ ଭାଷା ସଂସ୍କୃତିକୁ ସମ୍ମାନ ଦିଅନ୍ତି ! ସରକାର ନିୟମ ତିଆରି କରିପାରନ୍ତି, ହେଲେ ମଣିଷର ମନ ନୁହେଁ। ନିଜ ମାତୃଭାଷାକୁ ଆମେ ଯେତେ ପରିମାଣରେ ସ୍ନେହ, ଶ୍ରଦ୍ଧା, ସମ୍ମାନ ଦେଉ ଅନ୍ୟର ମାତୃଭାଷାକୁ ମଧ୍ୟ ସେଇଭଳି ସମ୍ମାନ ଦେବା ଆମ ପ୍ରାଥମିକ କର୍ତ୍ତବ୍ୟ। ଯେଉଁ ଭାଷାରେ ଆମେ ଅନ୍ତରର ସହ ପ୍ରେମ କରିପାରୁ, ବିରକ୍ତିର ଚରମ ସୀମାରେ ଗାଳି ଦେଇପାରୁ, ହୃଦୟ ନିଗାଡି ମନର କଥା ପରିପ୍ରକାଶ କରିପାରୁ ତାହା ହିଁ ଆମ ମାତୃଭାଷା। ଭିନ୍ନ ଭିନ୍ନ ରଙ୍ଗ, ବାସ୍ନା ଓ ଆକାର, ଆକୃତିର ଫୁଲମାନଙ୍କର ଏକ ସୁନ୍ଦର ପୁଷ୍ପଗୁଚ୍ଛ ଭଳି ପ୍ରତିଟି ଆଞ୍ଚଳିକ ଲୋକଭାଷା। ତା’ର ନିଜସ୍ବ ଏକ ଇତିହାସ ରହିଛି, ନିଜସ୍ବ ବ୍ୟାକରଣ ମଧ୍ୟ। ସେସବୁକୁ ନ ବୁଝିଲେ ସେହି ଜାତି କି ଜନଜାତିଙ୍କୁ ବୁଝିବା କିପରି ?
ଦାରୁବ୍ରହ୍ମ ଓ ନାଦବ୍ରହ୍ମଙ୍କୁ ଈଶ୍ୱର ବୋଲି ପୂଜା କରୁଥିବା ସମୟରୁ ବହୁ ପ୍ରାଚୀନ ଆଦି ସଭ୍ୟତାରେ ଶବ୍ଦକୁ ବ୍ରହ୍ମ ବୋଲି ପୂଜା କରାଯାଉଅଛି। ରାୟଗଡ଼ା ଜିଲା ସନ୍ନିକଟ ଗୁଣୁପୁରଠାରୁ ପ୍ରାୟ ୧୫ ମାଇଲ ଦୂର ମରିଚିଗୁଡ଼ା ଗ୍ରାମ ସନ୍ନିକଟ ଏକ ପାହାଡ଼ରେ ଏବେ ସୁଦ୍ଧା ସଉରା ସମ୍ପ୍ରଦାୟର ଅକ୍ଷରବ୍ରହ୍ମଙ୍କ ମନ୍ଦିର ବିରାଜିତ। ସଉରା ଜାତିର ୨୪ ପ୍ରଧାନ ଦେବତାଙ୍କର ପ୍ରତୀକ ୨୪ ଅକ୍ଷର ଓ ୧୨ ସଂଖ୍ୟା ସମନ୍ବିତ ଏହି ଶବ୍ଦବ୍ରହ୍ମ ହେଉଛି ‘ସଉରା ଧ୍ୱନୀ ପେଟିକା’ ବା ‘ସୋରାଙ୍‌ ସୋମ୍ପେଙ୍‌’।

ଭାଷାର ସମୃଦ୍ଧି ସାହିତ୍ୟକୁ ଓ ସାହିତ୍ୟର ସମୃଦ୍ଧି ସମାଜକୁ ସୂଚିତ କରିଥାଏ। ଏକ ନିର୍ଦ୍ଦିଷ୍ଟ ସମୟର ସାହିତ୍ୟକୁ ଆମେ ସେହି ସମୟର ସାମାଜିକ ପ୍ରତିଫଳନ ରୂପେ ମଧ୍ୟ ଗ୍ରହଣ କରୁ। ଉଦାହରଣ, ‘ରେବତୀ’ ଗଳ୍ପ, ‘ପରଜା’ ଉପନ୍ୟାସ, ‘ବାଜିରାଉତ’ କବିତା ଓ ଏଇ ଭଳି ଆହୁରି ଅନେକ। ଯେଉଁ ସମାଜରେ ଭାଷା ନିଜ ଅସ୍ତିତ୍ୱ ହରାଇ ମୃତବତ୍‌ ପଡ଼ି ରହିଥାଏ, ସେଠାରେ ସାହିତ୍ୟକୁ ଏକ ଦୃଢ଼ ସାମାଜିକ ପ୍ରତିଫଳନ ବୋଲି ଆକଳନ କରାଯିବା ବୃଥା ଆସ୍ଫାଳନ ମାତ୍ର। ୬୪ଟି ଜନଜାତି ବସବାସ କରୁଥିବା ଆମ ରାଜ୍ୟ ଓଡ଼ିଶାରେ ମାତ୍ର ୪ଟି ଜନଜାତି ସମ୍ପ୍ରଦାୟର ନିଜସ୍ବ ଲିପି ଥିଲେ ମଧ୍ୟ ପ୍ରତିଟି ଜନଜାତିର ମୌଖିକ ସାହିତ୍ୟ ସମ୍ଭ୍ରାନ୍ତ ତଥା ରୁଚିପୂର୍ଣ୍ଣ। ମୁଖ୍ୟ ସ୍ରୋତ ସାହିତ୍ୟରେ ଏ ଶବ୍ଦମାନଙ୍କର ପ୍ରବେଶ ଦ୍ୱାରା ଆମ ଭାଷାକୋଷ ଯେ ସମୃଦ୍ଧ ହେବ ଏଥିରେ ସନ୍ଦେହ ନାହିଁ। ବର୍ତ୍ତମାନ ସମୟ ଆସିଛି ଆଞ୍ଚଳିକତାକୁ ସ୍ବତନ୍ତ୍ର ପରିଚୟ ଦେଇ ଜାତୀୟତା ସହ ସମ୍ମିଳିତ କରିବାର। ଭିନ୍ନ ଭିନ୍ନ ଭାଷା, ସାହିତ୍ୟ ଓ ସଂସ୍କୃତିର ସମନ୍ବୟରେ ଗଢା ଆମ ବୃହତ୍ତର ଜାତୀୟ ଜୀବନ ହିଁ ପ୍ରକୃତ ଅର୍ଥେ ଏକ ସାର୍ଥକ ଓ ସମ୍ପନ୍ନ ସମାଜ। କେବଳ ସରକାରୀ ଆଇନ ନୁହେଁ ଏହାକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ନିଜ ନିଜ ମାତୃଭାଷାକୁ ଭଲ ପାଉଥିବା ପ୍ରତିଟି ମଣିଷର।
ବମିଖାଲ କେନାଲ ରୋଡ, ଭୁବନେଶ୍ୱର
ମୋ: ୯୪୩୭୩୬୦୯୬୪


Enter your email to get our daily news in your inbox.

All Right Reserved By Dharitri.Com

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?