ତାରାର ମୃତ୍ୟୁରେ ଆମର ଜୀବନ

ଖ୍ୟାତ କବି ୱାଲ୍ଟ ୱିଟ୍‌ମ୍ୟାନ ତାଙ୍କ କବିତା ‘ଲିଭ୍ସ ଅଫ୍‌ ଗ୍ରାସ’ରେ କହିଥିଲେ, ”ମୁଁ ବିଶ୍ୱାସକରେ ଯେ ଗୋଟିଏ ଘାସପତ୍ରରେ ମଧ୍ୟ ତାରାମାନଙ୍କର ଜୀବନଚକ୍ରର ପ୍ରଭାବ ରହିଛି।“ ଏହା କହିବାର ତାତ୍ପର୍ଯ୍ୟ ହେଉଛି, ଆମ ସମସ୍ତଙ୍କ ଉତ୍ପତ୍ତି ତାରାମାନଙ୍କଠାରୁ। ପୃଥିବୀ ପୃଷ୍ଠରେ ଜୀବନର ଉତ୍ପତ୍ତି ଓ ବିବର୍ତ୍ତନ ପ୍ରକ୍ରିୟାରେ ରାତ୍ରି ଆକାଶରେ ଦିକ୍‌ ଦିକ୍‌ ଜଳୁଥିବା ଏହି ନକ୍ଷତ୍ରଗୁଡ଼ିକର ବଡ଼ ଅବଦାନକୁ ଅଣଦେଖା କରିହେବ ନାହିଁ। ଏହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ କାର୍ଲ ସାଗନ ଏକଦା ବହୁଚର୍ଚ୍ଚିତ ଟେଲିଭିଜନ ସିରିଜ ‘କସ୍‌ମସ୍‌’ରେ ଉଲ୍ଲେଖ କରିଥିଲେ, ଆମ ଭିତରେ ହିଁ ସାରା ବ୍ରହ୍ମାଣ୍ଡ ରହିଛି। ଆମେ ସବୁ ତାରାଙ୍କଠାରୁ ସୃଷ୍ଟି। ତେଣୁ ବ୍ରହ୍ମାଣ୍ଡକୁ ଜାଣିବା ପାଇଁ ହେଲେ ଆମେ ନିଜକୁ ଜାଣିବାକୁ ପଡ଼ିବ।
ପଦାର୍ଥ ବିଜ୍ଞାନ ଅନୁଯାୟୀ ଅନେକ ବିଲିଅନ ବର୍ଷ ପୂର୍ବେ ନକ୍ଷତ୍ର ଭିତରୁ ସୃଷ୍ଟି ହୋଇଥିବା ବିଭିନ୍ନ ମୌଳିକ ପଦାର୍ଥର ପରମାଣୁରୁ ହିଁ ପ୍ରତ୍ୟେକ ମଣିଷ ଶରୀରର ରକ୍ତ, ହାଡ଼, ମାଂସ ତିଆରି ହୋଇଛି। ଆମ ସୌରଜଗତରେ ପୃଥିବୀ ହେଉଛି ଏକମାତ୍ର ଗ୍ରହ, ଯେଉଁଠି ଜୀବନର ଉତ୍ପତ୍ତି ହୋଇପାରିଛି। ମଣିଷ ଓ ଅନ୍ୟାନ୍ୟ ଇତର ଜୀବମାନଙ୍କ ପାଇଁ ପୃଥିବୀ ହିଁ ଉପଯୁକ୍ତ ବାସସ୍ଥାନ। ମଣିଷ ଶରୀର ନାନା ପ୍ରକାର ଜୈବ ଏବଂ ଅଜୈବ ଉପାଦାନରେ ତିଆରି। ଆମ ଶରୀର ଯେଉଁସବୁ ମୌଳିକ ପଦାର୍ଥରେ ଗଢ଼ା, ସେସବୁ ଉପାଦାନ ଆସିଲା କେଉଁଠୁ? ବର୍ତ୍ତମାନର ବିଜ୍ଞାନ କହେ, ଏଇ ବିଶାଳ ଜଗତରେ ଆମ ଚତୁଃପାର୍ଶ୍ୱରେ ଯାହା କିଛି ଦେଖୁ, ସେସବୁ ବିଗ୍‌ ବ୍ୟାଙ୍ଗ୍‌ରୁ ସୃଷ୍ଟି ହୋଇଛନ୍ତି। କିନ୍ତୁ ବିଗ୍‌ ବ୍ୟାଙ୍ଗ୍‌ରେ କେବଳ ହିଲିୟମ ଓ ହାଇଡ୍ରୋଜେନ ଭଳି ହାଲୁକା ମୌଳିକ ସୃଷ୍ଟି ହୋଇଥିଲା। ଏଥିରେ ଅନ୍ୟ କୌଣସି ମୌଳିକ ପଦାର୍ଥ ସୃଷ୍ଟି ହୋଇ ନ ଥିଲା। ବରଂ ପର୍ଯ୍ୟାୟ ସାରଣୀର ବାକି ସବୁ ମୌଳିକ ପଦାର୍ଥ ସୁପର ନୋଭା ବିସ୍ପୋରଣରେ ସୃଷ୍ଟି ହୋଇଛନ୍ତି। ଏଠାରେ କହିରଖେ, ତାରାମାନଙ୍କର ମଧ୍ୟ ଜୀବନ-ମୃତ୍ୟୁ ଅଛି। ଯେତେବେଳେ ସୂର୍ଯ୍ୟଠାରୁ ଆକାରରେ ବହୁତ ବଡ଼ ହୋଇଥିବା ଗୋଟିଏ ତାରାର ମୃତ୍ୟୁ ହୁଏ, ସେତେବେଳେ ତାରାରେ ବିସ୍ଫୋରଣ ଘଟେ ଏବଂ ସେଥିରୁ ନିର୍ଗତ ହୁଏ ପ୍ରଚୁର ପରିମାଣର ଶକ୍ତି। ଏହାକୁ ସୁପରନୋଭା ବିସ୍ଫୋରଣ କୁହାଯାଏ। ବ୍ରହ୍ମାଣ୍ଡରେ ଘଟୁଥିବା ସବୁଠୁ ଶକ୍ତିଶାଳୀ ଘଟଣା ଭିତରୁ ସୁପର ନୋଭା ଅନ୍ୟତମ। ସୁପର ନୋଭା ବିସ୍ଫୋରଣରେ ନାନା ପ୍ରକାର ମୌଳିକ ପଦାର୍ଥ ଉତ୍ପତ୍ତି ହୁଏ ଏବଂ ମହାକାଶରେ ଚାରିଆଡ଼େ ବ୍ୟାପିଯାଏ।
ନକ୍ଷତ୍ରର ମୃତ୍ୟୁ ବେଳେ ଯେଉଁ ବିପୁଳ ଶକ୍ତି ଉତ୍ପନ୍ନ ହୁଏ, ସେଥିରୁ ନିର୍ଗତ ହୁଏ ଭାରି ମୌଳିକ ପଦାର୍ଥ ଏବଂ ଏହି ପ୍ରକ୍ରିୟାକୁ କୁହାଯାଏ ଷ୍ଟେଲାର ନ୍ୟୁକ୍ଲିୟସିନ୍ଥେସିସ୍‌। ୪.୬ ବିଲିଅନ ବର୍ଷ ପୂର୍ବରୁ ଏକ ନକ୍ଷତ୍ରର ମୃତ୍ୟୁ ଯୋଗୁ ଘଟିଥିବା ସୁପର ନୋଭା ବିସ୍ଫୋରଣରେ ବିଭିନ୍ନ ପ୍ରକାର ମୌଳିକ ପଦାର୍ଥ ସୃଷ୍ଟି ହୋଇଥିଲା, ଯେଉଁଥିରୁ ଆମର ସୌରଜଗତ ଗଠନ ହୋଇଛି। ସୌରଜଗତର ମୋଟ ବସ୍ତୁତ୍ୱର ପ୍ରାୟ ୯୯ ଭାଗ କେବଳ ସୂର୍ଯ୍ୟଙ୍କର। ବଳକା ମୌଳିକ ପଦାର୍ଥ କ୍ରମଶଃ ଏକାଠି ହୋଇ ପୃଥିବୀ ଭଳି ଗ୍ରହଗୁଡ଼ିକର ସୃଷ୍ଟି ହୋଇଛି। ପରବର୍ତ୍ତୀ ସମୟରେ ପୃଥିବୀରେ ଜୀବନର ଉତ୍ପତ୍ତି ହେଲା। ଆମ ଶରୀରର ୮୪ ପ୍ରତିଶତ ଅଂଶରେ ଭରି ରହିଥିବା ଅଙ୍ଗାରକ ଓ ଅମ୍ଳଜାନ ଭଳି ମୌଳିକ ପଦାର୍ଥ ସୁପର ନୋଭା ବିସ୍ଫୋରଣରେ ତିଆରି ହୋଇଛନ୍ତି। କିନ୍ତୁ, ପ୍ରତ୍ୟେକ ଜିନିଷର କିଛି ମୂଲ୍ୟ ଥାଏ। ଏସବୁ ମୌଳିକ ପଦାର୍ଥ ସୃଷ୍ଟିକରିବା ପାଇଁ କିଛି ତ୍ୟାଗ ଜରୁରୀ। ଏ କ୍ଷେତ୍ରରେ ମୂଲ୍ୟ ହେଉଛି ତାରାର ମୃତ୍ୟୁ। ବିଗ୍‌ ବ୍ୟାଙ୍ଗ୍‌ରେ ଯେଉଁସବୁ ନକ୍ଷତ୍ର ପ୍ରଥମେ ସୃଷ୍ଟି ହୋଇଥିଲେ, ସେମାନଙ୍କର ମୃତ୍ୟୁ ଯୋଗୁ ହିଁ ଆମ ସୌର ଜଗତ ତିଆରି ହୋଇଛି। ଯଦି ନକ୍ଷତ୍ରର ମୃତ୍ୟୁ ହୋଇ ନ ଥାନ୍ତା, ତେବେ ଏସବୁ ମୌଳିକ ପଦାର୍ଥର ଉତ୍ପତ୍ତି ହୋଇ ନ ଥାନ୍ତା କିମ୍ବା ଆମର ଏଇ ପୃଥିବୀ ଗଠନ ହୋଇପାରି ନ ଥାନ୍ତା। ତାରାର ମୃତ୍ୟୁରେ ହିଁ ଆମ ଜୀବନର ଆରମ୍ଭ ହୋଇଛି।
ବୋଧହୁଏ, ଆମର ପୂର୍ବଜ ଏ କଥାକୁ ଉପଲବ୍ଧି କରିପାରିଥିଲେ ଏବଂ ସେମାନଙ୍କ ଜୀବନରେ ନକ୍ଷତ୍ରର ମହତ୍ତ୍ୱକୁ ବୁଝିପାରିଥିଲେ। ସେଥିପାଇଁ ତାରା ଓ ମଣିଷକୁ ନେଇ ଅନେକ କଥା, କିମ୍ବଦନ୍ତୀ ଲେଖା ହୋଇଛି। ଅନେକ ମିଥ୍‌ ଓ ମେଟାଫର୍‌ ତିଆରି ହୋଇଛି। ଭାରତରେ ଏହାକୁ ନେଇ ସୁନ୍ଦର କିମ୍ବଦନ୍ତୀ ରହିଛି। ଭାରତୀୟ ପୁରାଣ ସାହିତ୍ୟ କହେ, ମଣିଷର ଦୁଇଟି ବଂଶ ଅଛି – ସୂର୍ଯ୍ୟ ବଂଶ ଓ ଚନ୍ଦ୍ର ବଂଶ। ସୂର୍ଯ୍ୟ ଦେବତାଙ୍କ ନାତି ରାଜା ଇଖ୍ବାକୁ ହେଉଛନ୍ତି ସୂର୍ଯ୍ୟବଂଶର ପ୍ରତିଷ୍ଠାତା। ଭାରତରେ ପ୍ରଚଳିତ କିଛି ଗୋତ୍ର ବା ଆନୁବଂଶିକ କୁଳ ସପ୍ତର୍ଷି ମଣ୍ଡଳ ବା ବିଗ୍‌ ଡିପର ତାରା ମଣ୍ଡଳରେ ଦେଖାଯାଉଥିବା ନକ୍ଷତ୍ରମାନଙ୍କ ନାମରେ ନାମିତ ହୋଇଛି। ଯେମିତିକି ବଶିଷ୍ଠ, ମରିଚି, ଅତ୍ରି, ଅଙ୍ଗିରା, ପୁଲହ, ପୁଲସ୍ତ୍ୟ, କତ୍ରୁ ନକ୍ଷତ୍ର ନାମରେ ଗୋତ୍ର ପରିଲକ୍ଷିତ ହୁଏ। ତାରା ଓ ମଣିଷମାନଙ୍କୁ ନେଇ ଗଢ଼ାଯାଇଥିବା ଏସବୁ ମିଥ୍‌ ଓ ମେଟାଫର୍‌ ପଛରେ ଆମର ଉତ୍ପତ୍ତି ରହସ୍ୟ ରହିଛି। ପଦାର୍ଥ ବିଜ୍ଞାନୀ ତଥା ବିଜ୍ଞାନ ଲେଖକ ପ୍ରଫେସର ବ୍ରାଏନ ଏଡ୍‌ୱାର୍ଡ କୋକ୍ସଙ୍କ ଉକ୍ତି ଏଠାରେ ଉଲ୍ଲେଖଯୋଗ୍ୟ। ତାଙ୍କ ମତରେ, ଯେତେବେଳେ ଆମେ ମହାକାଶକୁ ଦେଖୁ, ସେହି ସମୟରେ ଆମେ ଆମର ଉତ୍ପତ୍ତିସ୍ଥଳକୁ ହିଁ ଦେଖୁଛୁ। କାରଣ ଆମେ ସମସ୍ତେ ନକ୍ଷତ୍ର ବା ତାରାମାନଙ୍କଠାରୁ ସୃଷ୍ଟି।
ଗୁଣପୁର, ରାୟଗଡ଼ା
ମୋ- ୬୩୭୧୬୮୪୬୯୯


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri