ଆମ ଭାଷାଭାବନା

ବିଜୟଲକ୍ଷ୍ମୀ ଦାଶ

 

‘ଭାଷା’ ହେଉଛି ଗୋଟିଏ ଜାତିର ପରିଚୟ ଓ ଗୌରବ। ଭାଷାର ସୁଦୃଢ଼ ଭିତ୍ତିଭୂମି ଉପରେ ଜାତିର ଅସ୍ମିତା ନିର୍ଭର କରିଥାଏ। ଆମ ଭାଷାଭାବନା ଜାତି ଗଠନ ଓ ବିକାଶରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ପଣ୍ଡିତ ଗୋପବନ୍ଧୁ ଦାସ ମଧ୍ୟ ଏହା ଉପରେ ଗୁରୁତ୍ୱ ଦେଇ ‘ଭାଷା ଓ ଜାତୀୟତା’ ପ୍ରବନ୍ଧରେ ଉଲ୍ଲେଖ କରିଥିଲେ, ‘ଭାବ ଓ ସଭ୍ୟତାର ମୂଳରେ ଭାଷା’। ଭାଷାର ଏକତା ଥିଲେ ଭାବର ଏକତା ସୁନିଶ୍ଚିତ। ସୁତରାଂ ସଭ୍ୟତା ଏକ ନ ହୋଇ ଅନ୍ୟଥା ହୋଇ ନ ପାରେ। ପୃଥିବୀର ଆଧୁନିକ ସମସ୍ତ ସଭ୍ୟ ଦେଶ ଏହି ନୀତି ଗ୍ରହଣ କରୁଛନ୍ତି। ତେଣୁ ନିଜ ମାତୃଭାଷାକୁ ନେଇ ଗର୍ବ ଅନୁଭବ କରିବା, ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିବା ପ୍ରତ୍ୟେକ ନାଗରିକର ପ୍ରମୁଖ କର୍ତ୍ତବ୍ୟ ହେବା ଉଚିତ।
ଆମେ ଓଡ଼ିଆ ଭାଷା ପ୍ରସଙ୍ଗରେ ଆମ ଜାତୀୟ ଅସ୍ମିତା କଥା ଯେତେବେଳେ ଆଲୋଚନା କରୁଛେ, ସେତେବେଳେ ମୁଖ୍ୟତଃ ଭାଷା ସୁରକ୍ଷା ଆନ୍ଦୋଳନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ବାହ୍ୟଜଗତ ପ୍ରତି ଗବାକ୍ଷ ନ ଥିବା ଯୋଗୁ ଓଡ଼ିଶାର ରୁଦ୍ଧ ପରିବେଷ୍ଟନୀ ମଧ୍ୟରେ ରହି ଚିନ୍ତାଶୀଳ ଓଡ଼ିଆମାନେ ଓଡ଼ିଆ ଅସ୍ମିତାକୁ ବଞ୍ଚାଇବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ତା’ର ଫଳ ଥିଲା ‘ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ’। ଭାଷାଭିତ୍ତିକ ପ୍ରଦେଶ ଗଠନ ନିମନ୍ତେ ଭାଷା ଆନ୍ଦୋଳନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।
୧୮୭୦ରେ ବାଲେଶ୍ୱର ହାଇସ୍କୁଲର କାନ୍ତିଚନ୍ଦ୍ର ଗୋଟିଏ ବହି ବାହାର କରିଥିଲେ। ଏ ବହିରେ ଓଡ଼ିଆ ଭାଷାର ସ୍ବତନ୍ତ୍ରତା ନାହିଁ। ଏହା ବଙ୍ଗଳାର ଏକ ଉପଭାଷା ମାତ୍ର ବୋଲି କହି ବିବିଧ ଯୁକ୍ତି ବାଢ଼ିଥିଲେ। ତାଙ୍କ ଯୁକ୍ତିକୁ ସମର୍ଥନ କରିଥିଲେ ଐତିହାସିକ ରାଜେନ୍ଦ୍ରଲାଲ ମିତ୍ର। ଅନ୍ୟପକ୍ଷରେ ଓଡ଼ିଶାରେ ସ୍ଥାୟୀ ଅଧିବାସୀ ଥିବା କେତେକ ଶିକ୍ଷିତ ସଚେତନ ବଙ୍ଗାଳୀ ଭଦ୍ରବ୍ୟକ୍ତି ଓଡ଼ିଆ ଭାଷାର ଅସ୍ମିତା ଦର୍ଶାଇ ସପକ୍ଷରେ ଯୁକ୍ତି ବାଢ଼ିଲେ। ସେମାନଙ୍କ ମଧ୍ୟରେ ଥିଲେ ଭୂଦେବ ମୁଖୋପାଧ୍ୟାୟ। ଜନ୍‌ ବିମ୍ସଙ୍କର ଭାଷାଭିତ୍ତିକ ଅନୁଶୀଳନ ଓଡ଼ିଆ ଭାଷାର ପ୍ରାଚୀନତା ପ୍ରମାଣ କରିଥିଲା। ଭାଷାଭିତ୍ତିକ ବାଦବିବାଦ ଆହୁରି ସୁହାଇଲା କାଳିପଦ ବନ୍ଦୋପାଧ୍ୟାୟଙ୍କ ‘ଉତ୍କଳ ହିତୈଷିଣୀ’ ସାପ୍ତାହିକ ପତ୍ରିକାର ଭାଷା ବିରୋଧୀ ଲେଖା। ଏହା ପରିସ୍ଥିତିକୁ ଆହୁରି ଜଟିଳ କରିଦେଲା। ‘ଉତ୍କଳ ହିତୈଷିଣୀ’ ପତ୍ରିକାର ଭାଷା ବିରୋଧ ପ୍ରଚାରର ପ୍ରତିବାଦ କରିଥିଲେ ‘ଉତ୍କଳ ଦୀପିକା’ ର ସମ୍ପାଦକ ଗୌରୀଶଙ୍କର ରାୟ ଓ ‘ସମ୍ବାଦବାହିକା’ର ପୃଷ୍ଠପୋଷକ ବାଲେଶ୍ୱରର ରାଜା ବୈକୁଣ୍ଠନାଥ ଦେ’। ଏମାନଙ୍କ ସହ ଯୋଡ଼ିହେଲେ ରାମଶଙ୍କର ରାୟ, ରାଧାନାଥ ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ, ମଧୁସୂଦନ ଦାସ, ଗୋପାଳବଲ୍ଲଭ ଦାସ, ଗୋବିନ୍ଦ ରଥ, ବିଶ୍ୱନାଥ କର, ଫକୀରମୋହନ ସେନାପତି, ଗୋପବନ୍ଧୁ ଦାସ, ନନ୍ଦକିଶୋର ବଳ ପ୍ରମୁଖ।
ଓଡ଼ିଶାକୁ ଭାଷାଭିତ୍ତିକ ରାଜ୍ୟରେ ପରିଣତ କରିବା ସହ ଓଡ଼ିଶାବାସୀଙ୍କ ତଥା ଆର୍ଥନୀତିକ ପ୍ରଗତିକୁ ତ୍ୱରାନ୍ବିତ କରିବା ପାଇଁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧିରେ(୧୯୦୩-୧୯୨୦) ଉତ୍କଳ ସମ୍ମିଳନୀ ଥିଲା ଓଡ଼ିଶାର ମୁଖ୍ୟ ସଂଘବଦ୍ଧ ଅନୁଷ୍ଠାନ। ଉତ୍କଳ ସମ୍ମିଳନୀ ଗଠନ ହେବା ପୂର୍ବରୁ ୧୯୦୩ ରେ ରମ୍ଭା ରାଜପ୍ରାସାଦର ସାମ୍ନାରେ ଏକ ବନ୍ଧୁ ମିଳନର ଆୟୋଜନ କରାଯାଇଥିଲା। ସମ୍ମିଳିତ ଉଦ୍ୟମରେ ପ୍ରଜାବନ୍ଧୁ ନାମକ ସାପ୍ତାହିକ ପତ୍ରିକା ପ୍ରକାଶ ପାଇଲା। ରାଜା ହରିହର ମର୍ଦ୍ଦରାଜ ମଧ୍ୟ ଏ କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇ ୧୯୦୩ ଏପ୍ରିଲ ୧୧ ଓ ୧୨ ତାରିଖରେ ବ୍ରହ୍ମପୁରଠାରେ ଓଡ଼ିଆ ସମ୍ମିଳନୀର ଆୟୋଜନ କରିଥିଲେ। ଓଡ଼ିଆ ଅସ୍ମିତା ସନ୍ଧାନ ଦୃଷ୍ଟିରୁ ଏସବୁର ସ୍ବାତନ୍ତ୍ର୍ୟ ରହିଛି।
ବର୍ତ୍ତମାନ ଆମେ ମାତୃଭାଷାର ଗୁରୁତ୍ୱକୁ ଉପଲବ୍ଧି କରି ଜାତୀୟ ଶିକ୍ଷା ଓ ସରକାରୀ ସ୍ତରରେ ବିଭିନ୍ନ ଉଦ୍ୟମମାନ ପ୍ରଣୟନ କରାଯାଉଛି। ଏହି ସ୍ବପ୍ନ ୧୯୧୮ରେ ପଣ୍ଡିତ ଗୋପବନ୍ଧୁ ଦେଖିଥିଲେ। ପଣ୍ଡିତ ଗୋପବନ୍ଧୁଙ୍କର ଭାଷା ଚିନ୍ତନ ଆଜି ଆମ ପାଇଁ ଓଡ଼ିଆ ଭାଷାର ଗୌରବ ପ୍ରତିଷ୍ଠାରେ ସହାୟକ ହେଉ।
ସହକାରୀ ପ୍ରଫେସର, ଓଡ଼ିଆ ବିଭାଗ,
ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri