୨୦୨୪: ସମ୍ଭାବନା ନିରାଶାଜନକ

ମାର୍କ ଜନ୍ସ

 

୩୦ ଜାନୁଆରୀ ୧୯୩୩ରେ ଆଡ୍‌ଲଫ୍‌ ହିଟ୍‌ଲରଙ୍କୁ ଜର୍ମାନୀର ଚାନ୍‌ସେଲର ଭାବରେ ନିଯୁକ୍ତ କରାଯାଇଥିଲା। ତାଙ୍କ ସମର୍ଥକଙ୍କ ପାଇଁ ଏହା ଥିଲା ଏକ ଜାତୀୟ ବିପ୍ଳବ ଏବଂ ପୁନର୍ଜନ୍ମର ଦିନ। ଉଦାରବାଦ ଗଣତାନ୍ତ୍ରିକ ଓ୍ବିମାର ସରକାର( ୧୯୧୮ ରାଜତନ୍ତ୍ର ଶେଷରୁ ନାଜି ଜର୍ମାନୀ ଶାସନ ଆରମ୍ଭ ମଧ୍ୟରେ ଥିବା ଜର୍ମାନୀ ସରକାର)ର ୧୪ ବର୍ଷ ପରେ ଜର୍ମାନୀ ଜଣେ ଏକଚ୍ଛତ୍ରବାଦୀ ଶକ୍ତିଶାଳୀ ବ୍ୟକ୍ତି ଆବଶ୍ୟକ କରେ ବୋଲି ସେମାନେ ବିଶ୍ୱାସ କରୁଥିଲେ। ସେହିଦିନ ରାତିରେ କେନ୍ଦ୍ରୀୟ ବର୍ଲିନ ଦେଇ ହିଟ୍‌ଲରଙ୍କ ନାଜିସେନାର ମଶାଲ ଶୋଭାଯାତ୍ରା ଏକ ନୂତନ ଯୁଗର ପ୍ରଭାତକୁ ସୂଚିତ କରିଥିଲା। ପ୍ରାରମ୍ଭରୁ ଓ୍ବିମାର ରିପବ୍ଲିକ୍‌ର ରାଜନୀତି ଅପପ୍ରଚାର ଅଭିଯାନ ଉପରେ ପର୍ଯ୍ୟବସିତ ଥିଲା। ତେବେ ହିଟ୍‌ଲରଙ୍କ ଆଗମନ ବିଶ୍ୱ ଇତିହାସରେ ଏକ ମୋଡ଼ ଥିଲା ଓ ଏକ ରାଜନୈତିକ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ଇହୁଦୀ ଗଣହତ୍ୟା ଭଳି ସ୍ଥିତି ସୃଷ୍ଟି କରିଥିଲା, ଯାହାକୁ ନେଇ ଏବେ ଖୁବ୍‌ କମ୍‌ ଲୋକଙ୍କ ମଧ୍ୟରେ ମତଭେଦ ରହିଛି। କିନ୍ତୁ ହିଟ୍‌ଲର କ୍ଷମତା ଦଖଲ କରି ନ ଥିଲେ ବୋଲି ନାଜିମାନେ ପରେ ଦାବି କରିଥିଲେ। ଏହା ପରିବର୍ତ୍ତେ ତାଙ୍କ ଜୀବନୀର ଲେଖକ କେର୍‌ଶ ଉଲ୍ଲେଖ କରିଛନ୍ତି ଯେ,ପ୍ରଭାବଶାଳୀ ବ୍ୟକ୍ତିଙ୍କ ଏକ କ୍ଷୁଦ୍ର ଗୋଷ୍ଠୀ ହିଟ୍‌ଲରଙ୍କୁ କ୍ଷମତାକୁ ଆଣିଥିଲେ।
ସେହି ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଥିଲେ ଫ୍ରାଞ୍ଜ ଭନ୍‌ ପାପେନ, ଯିଏ ୧୯୩୨ରେ ଚାନ୍‌ସେଲାର ଭାବରେ କାର୍ଯ୍ୟ କରିଥିଲେ। ସେ ଭାବିଥିଲେ ଯେ ହିଟ୍‌ଲର ଏବଂ ନାଜି ପାର୍ଟି ୧୯୩୨ର ନିର୍ବାଚନ ପରେ ସବୁଠୁ ବଡ଼ ଦଳ ଭାବେ ଏକ ରକ୍ଷଣଶୀଳ ଏଜେଣ୍ଡାକୁ ଆଗେଇନେବେ। ସେହିଭଳି ଜର୍ମାନୀର ରାଷ୍ଟ୍ରପତି ତଥା ପୂର୍ବତନ ଫିଲ୍ଡ ମାର୍ଶାଲ ପଲ୍‌ ଭନ୍‌ ହିଣ୍ଡେନ୍‌ବର୍ଗ ରାଜତନ୍ତ୍ରର ପୁନରୁଦ୍ଧାର ପାଇଁ ହିଟ୍‌ଲରଙ୍କୁ ବ୍ୟବହାର କରିବାକୁ ଚାହୁଁଥିଲେ। କିନ୍ତୁ ଏହି ରକ୍ଷଣଶୀଳ ଯୋଜନାଗୁଡିକ ହିଟ୍‌ଲରଙ୍କ କଠୋର ନେତୃତ୍ୱ, ନାଜି ହିଂସା ଏବଂ ଜର୍ମାନୀ ଜନସାଧାରଣଙ୍କ ଶାସନ ପ୍ରତି ଆଗ୍ରହ କାରଣରୁ ଧୂଳିସାତ ହୋଇଗଲା। ହିଟ୍‌ଲରଙ୍କୁ ବିରୋଧ କରୁଥିବା ଉଦାରବାଦୀ ତଥା ସାମାଜିକ ଗଣତାନ୍ତ୍ରିକ ବ୍ୟକ୍ତିମାନେ ହିଂସାର ଶିକାର ହୋଇଥିଲେ। ସ୍ଥିତି ଏତେ ଖରାପ ହେଲା ଯେ,ହିଟ୍‌ଲରଙ୍କ ନୀତି ଧ୍ୱଂସହେବ ବୋଲି ସେମାନେ ନିଶ୍ଚିତ ହୋଇଗଲେ ଏବଂ ନାଜିମାନଙ୍କ ମଧ୍ୟରେ ଅନ୍ତର୍ବିବାଦ ନିଶ୍ଚିତ ଭାବରେ ନୂତନ ସରକାରର ପତନ ଘଟାଇବ। ଉଦାରବାଦୀ ତଥା ସମାଜବାଦୀଙ୍କ ବ୍ୟତୀତ ଜର୍ମାନ ସମାଜର ଏକ ବଡ଼ ଅଂଶ ଅନୁମାନ କରୁଥିଲା ଯେ ହିଣ୍ଡେନ୍‌ବର୍ଗ ଜର୍ମାନୀର ରାଷ୍ଟ୍ରପତି ହେବାକୁ ପ୍ରତିଜ୍ଞା କରିଛନ୍ତି ଓ ସେ ହିଟ୍‌ଲରଙ୍କୁ ପଛରେ ପକାଇବେ। ଅନ୍ୟମାନେ ଆଶା ରଖିଥିଲେ ଯେ, ସେନା ଏପରି କରିବ। କିନ୍ତୁ ଓ୍ବିମାର ରିପବ୍ଲିକ୍‌ର ଶେଷ ବର୍ଷରେ ହିଟ୍‌ଲରଙ୍କ ଦକ୍ଷତା ଗ୍ରହଣୀୟ ହେବା ଯୋଗୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଐତିହାସିକ ପିଟର ଫ୍ରିଜ୍‌ ଦର୍ଶାଇଛନ୍ତି, ହିଟ୍‌ଲର ଚାନ୍‌ସେଲର ହେବାର ୧୦୦ ଦିନ ମଧ୍ୟରେ କ୍ଷମତା ପାଇଁ ନାଜିମାନଙ୍କ କଠୋର ଅଭିଯାନ ସ୍ପଷ୍ଟ ହୋଇଗଲା। ୧୯୩୩ର ଗ୍ରୀଷ୍ମ ଶେଷ ସୁଦ୍ଧା ଜର୍ମାନୀରେ ଆଉ ସ୍ବାଧୀନ ରାଜନୈତିକ ଦଳ, ଟ୍ରେଡ୍‌ ୟୁନିୟନ କିମ୍ବା ସାଂସ୍କୃତିକ ସଂଗଠନ ନ ଥିଲେ। କେବଳ ଖ୍ରୀଷ୍ଟିଆନ ଚର୍ଚ୍ଚଗୁଡ଼ିକର କିଛି ମାତ୍ରାରେ ସ୍ବାଧୀନତା ଥିଲା। ବର୍ଷେ ପରେ ୧୯୩୪ରେ ହିଟ୍‌ଲର ତାଙ୍କ ଦଳ ଭିତରେ ଥିବା ଶତ୍ରୁଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଅଗଷ୍ଟ ୨ରେ ହିଣ୍ଡେନ୍‌ବର୍ଗଙ୍କ ମୃତ୍ୟୁ ପରେ ସେ ନିଜକୁ ଜର୍ମାନୀର ଶୀର୍ଷନେତା ଭାବେ ଘୋଷଣା କରିଥିଲେ। ତାଙ୍କର ଏକଚ୍ଛତ୍ରବାଦୀ ଶାସନ ଆଶା ପୂର୍ଣ୍ଣ ହୋଇଥିଲା। ସେତେବେଳକୁ ବନ୍ଦୀ ଶିବିରଗୁଡ଼ିକ କାର୍ଯ୍ୟକ୍ଷମ ହୋଇ ଚାଲୁଥିଲା ଏବଂ ଅର୍ଥନୀତିକୁ ଯୁଦ୍ଧ ଅନୁଯାୟୀ ନିୟନ୍ତ୍ରଣରେ ରଖାଯାଇଥିଲା। ଇତିହାସର ଏହି ଅବଧିର ଆଜି ମଧ୍ୟ ବହୁ ପ୍ରାସଙ୍ଗିକତା ଅଛି। ଚଳିତ ବର୍ଷ ପ୍ରମୁଖ ନିର୍ବାଚନଗୁଡ଼ିକରେ ଅନେକ ଶହ କୋଟି ଲୋକ ଭୋଟ ଦେବେ। କିଛି ସମାଲୋଚକ କହିଲେଣି ଯେ, ୨୦୨୪ ହୁଏତ ନୂଆ ୧୯୩୩ ହୋଇପାରେ ଓ ଏଭଳି ବିପଦର ସଙ୍କେତ ମଧ୍ୟ ଦେଖାଯାଉଛି। ବିଭ୍ରାନ୍ତି ତଥା ବିଚ୍ଛିନ୍ନତା ଗଣତାନ୍ତ୍ରିକ ପ୍ରାଧାନ୍ୟତାକୁ ଗୌଣ କରିଦେଇଛି। ୟୁକ୍ରେନ୍‌ ପାଇଁ ଆମେରିକାର ସମର୍ଥନକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେଷ କରିବାକୁ କହିଛନ୍ତି। ଭ୍ଲାଡିିମିର ପୁଟିନଙ୍କ ପୂର୍ବ ୟୁରୋପରେ ଏକ ନୂତନ ରୁଷିଆ ସାମ୍ରାଜ୍ୟ ଗଠନ କରିବାର ସ୍ବପ୍ନରେ ନାଟୋ ଆଉ ପ୍ରତିବନ୍ଧକ ହୋଇ ରହିନାହିଁ। ୟୁରୋପୀୟ ସଂସଦରେ ଅତ୍ୟଧିକ ଦକ୍ଷିଣପନ୍ଥୀ ଦଳଗୁଡ଼ିକ ୟୁରୋପୀୟ ଏକତାର ପଥରୋଧ କରନ୍ତି। ପୋଲାଣ୍ଡ, ଇଷ୍ଟୋନିଆ, ଲିଥୁଆନିଆ ଏବଂ ଲାଟଭିଆ ସ୍ବତନ୍ତ୍ର ଅଛନ୍ତି। ଗାଜାରେ ଯୁଦ୍ଧ ଏକ ଆଞ୍ଚଳିକ ବିବାଦ ସୃଷ୍ଟି କରିଛି। ପୁଟିନ ଦୂରଗାମୀ କ୍ଷେପଣାସ୍ତ୍ର ସହିତ ବୋମାବର୍ଷଣର ସୁଯୋଗ ନେଇଛନ୍ତି। ଏହି ବିଶୃଙ୍ଖଳା ମଧ୍ୟରେ ଚାଇନା ତାଇୱାନକୁ ଦଖଲ କରିବାକୁ ନିଷ୍ପତ୍ତି ନେଇଛି।
୨୦୨୪ର ସମ୍ଭାବନା ଅତ୍ୟନ୍ତ ନିରାଶାଜନକ ଓ ଅସ୍ପଷ୍ଟ। ସ୍ଥିତି ମଧ୍ୟ ଖରାପ। ୧୯୩୩ରେ ଉଦାରବାଦୀମାନେ ଯେଭଳି ପୂର୍ବାନୁମାନ କରିଥିଲେ ଯେ ହିଟ୍‌ଲର ଶୀଘ୍ର ବିଫଳ ହେବେ, ସେହିଭଳି ଆଜିର ଆମର ଚିନ୍ତାଧାରା ଆମ ବିଚାରକୁ ଅନ୍ଧକାରମୟ କରୁଛି। ତାହା ଘଟିବାର ଆଜିର ବିଶ୍ୱ ସଙ୍କଟର ସମ୍ମୁଖୀନ ହେଉଛି। ଏହି ସମୟରେ ଭବିଷ୍ୟତ ଅନୁକୂଳ ହେବ ବୋଲି ଆଶାବାଦୀ ହୋଇପାରିବା ନାହିଁ। ଆମେ ସମ୍ଭବତଃ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷରେ ଅଛୁ। ଯଦି ଉଦାରବାଦୀମାନେ ବର୍ତ୍ତମାନ କାର୍ଯ୍ୟ କରନ୍ତି, ତଥାପି ସେମାନେ ବିଜୟୀ ହୋଇପାରିବେ। ଏକ ବଡ଼ ସଙ୍କେତ ପ୍ରକାଶ ପାଇଛି। ଅନେକ ହଜାର ଜର୍ମାନ ନାଗରିକ ଗଣତନ୍ତ୍ର ଏବଂ ବିବିଧତାକୁ ସମର୍ଥନ କରିବା ଏବଂ ଚରମ ଦକ୍ଷିଣପନ୍ଥୀଙ୍କୁ ନିନ୍ଦା କରିବା ପାଇଁ ଆନ୍ଦୋଳନ କରିଥିଲେ। କିନ୍ତୁ ଗୋଟିଏ ଦେଶରେ ପ୍ରଦର୍ଶନ ପର୍ଯ୍ୟାପ୍ତ ନୁହେଁ। ଜର୍ମାନୀର ଉଦାରବାଦୀମାନେ ଉପମହାଦେଶରେ ଅନ୍ୟମାନଙ୍କ ସହ ଯୋଗଦେବା ଜରୁରୀ। ବିଭିନ୍ନ ଦେଶରେ ବ୍ୟାପକ ପ୍ରଦର୍ଶନ ଏକ ଶକ୍ତିଶାଳୀ ବାର୍ତ୍ତା ଦେବ। ଏହାର ଅତ୍ୟାବଶ୍ୟକତା ରହିଛି ଓ ଏହାକୁ ବିସ୍ତାର କରିବା ଦରକାର।
କିଛିଦିନ ପୂର୍ବରୁ ୟୁରୋପୀୟ ନେତାମାନେ ଏକତ୍ରିତ ହୋଇ ୟୁରୋକୁ ବଞ୍ଚାଇବା ପାଇଁ ଯାହା ଆବଶ୍ୟକ ତାହା ହିଁ କଲେ। କାରଣ ସେମାନେ ଜାଣିଥିଲେ ଯେ ଏକକ ମୁଦ୍ରାର ବିଫଳତା ୟୁରୋପୀୟ ୟୁନିୟନ(ଇୟୁ)କୁ ଶେଷ କରିଦେବ। ଏହି ବର୍ଷର ବିପଦକୁ ମୁକାବିଲା କରିବା ପାଇଁ ୟୁରୋପୀୟମାନେ ବର୍ତ୍ତମାନ ସମାନ ଦାବି କରିବା ଜରୁରୀ। ନାଟୋ ବିନା ଏକ ବିଶ୍ୱ ପାଇଁ ଇୟୁ ଯୋଜନା ଆବଶ୍ୟକ କରେ। ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ ଏବଂ ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ପରି ସଦସ୍ୟ ରାଷ୍ଟ୍ରର ନେତାଙ୍କ ସହ ମୁକାବିଲା କରିବା ପାଇଁ ନୂତନ ସାଧନ ଆବଶ୍ୟକ। ଉଭୟ ନେତା ଗଣତନ୍ତ୍ରକୁ ରକ୍ଷା କରିବା ବଦଳରେ ପୁଟିନଙ୍କ ପ୍ରତି କୃତଜ୍ଞ ରହିଛନ୍ତି। ଓର୍ବାନ ଇୟୁର ନିଷ୍ପତ୍ତି ନେବା ଉପରେ ଏକ ଭିଟୋ ପ୍ରୟୋଗ କରିଛନ୍ତି ଯାହା ଗ୍ରହଣୀୟ ନୁହେଁ। ଆମେରିକାରେ ରାଜନୈତିକ ଆନ୍ଦୋଳନ ପରିବର୍ତ୍ତନଶୀଳ। ଟ୍ରମ୍ପଙ୍କ ବିରୋଧୀମାନେ ସେମାନଙ୍କ ମତଭେଦକୁ ଅଲଗାକରି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସପକ୍ଷରେ ଏକଜୁଟ ହେବା ଜରୁରୀ।
ସହକାରୀ ପ୍ରାଧ୍ୟାପକ( ଇତିହାସ),
ୟୁନିଭର୍ସିଟି କଲେଜ ଡବ୍‌ଲିନ୍‌


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?