୨୦୨୪: ସମ୍ଭାବନା ନିରାଶାଜନକ

ମାର୍କ ଜନ୍ସ

 

୩୦ ଜାନୁଆରୀ ୧୯୩୩ରେ ଆଡ୍‌ଲଫ୍‌ ହିଟ୍‌ଲରଙ୍କୁ ଜର୍ମାନୀର ଚାନ୍‌ସେଲର ଭାବରେ ନିଯୁକ୍ତ କରାଯାଇଥିଲା। ତାଙ୍କ ସମର୍ଥକଙ୍କ ପାଇଁ ଏହା ଥିଲା ଏକ ଜାତୀୟ ବିପ୍ଳବ ଏବଂ ପୁନର୍ଜନ୍ମର ଦିନ। ଉଦାରବାଦ ଗଣତାନ୍ତ୍ରିକ ଓ୍ବିମାର ସରକାର( ୧୯୧୮ ରାଜତନ୍ତ୍ର ଶେଷରୁ ନାଜି ଜର୍ମାନୀ ଶାସନ ଆରମ୍ଭ ମଧ୍ୟରେ ଥିବା ଜର୍ମାନୀ ସରକାର)ର ୧୪ ବର୍ଷ ପରେ ଜର୍ମାନୀ ଜଣେ ଏକଚ୍ଛତ୍ରବାଦୀ ଶକ୍ତିଶାଳୀ ବ୍ୟକ୍ତି ଆବଶ୍ୟକ କରେ ବୋଲି ସେମାନେ ବିଶ୍ୱାସ କରୁଥିଲେ। ସେହିଦିନ ରାତିରେ କେନ୍ଦ୍ରୀୟ ବର୍ଲିନ ଦେଇ ହିଟ୍‌ଲରଙ୍କ ନାଜିସେନାର ମଶାଲ ଶୋଭାଯାତ୍ରା ଏକ ନୂତନ ଯୁଗର ପ୍ରଭାତକୁ ସୂଚିତ କରିଥିଲା। ପ୍ରାରମ୍ଭରୁ ଓ୍ବିମାର ରିପବ୍ଲିକ୍‌ର ରାଜନୀତି ଅପପ୍ରଚାର ଅଭିଯାନ ଉପରେ ପର୍ଯ୍ୟବସିତ ଥିଲା। ତେବେ ହିଟ୍‌ଲରଙ୍କ ଆଗମନ ବିଶ୍ୱ ଇତିହାସରେ ଏକ ମୋଡ଼ ଥିଲା ଓ ଏକ ରାଜନୈତିକ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ଇହୁଦୀ ଗଣହତ୍ୟା ଭଳି ସ୍ଥିତି ସୃଷ୍ଟି କରିଥିଲା, ଯାହାକୁ ନେଇ ଏବେ ଖୁବ୍‌ କମ୍‌ ଲୋକଙ୍କ ମଧ୍ୟରେ ମତଭେଦ ରହିଛି। କିନ୍ତୁ ହିଟ୍‌ଲର କ୍ଷମତା ଦଖଲ କରି ନ ଥିଲେ ବୋଲି ନାଜିମାନେ ପରେ ଦାବି କରିଥିଲେ। ଏହା ପରିବର୍ତ୍ତେ ତାଙ୍କ ଜୀବନୀର ଲେଖକ କେର୍‌ଶ ଉଲ୍ଲେଖ କରିଛନ୍ତି ଯେ,ପ୍ରଭାବଶାଳୀ ବ୍ୟକ୍ତିଙ୍କ ଏକ କ୍ଷୁଦ୍ର ଗୋଷ୍ଠୀ ହିଟ୍‌ଲରଙ୍କୁ କ୍ଷମତାକୁ ଆଣିଥିଲେ।
ସେହି ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଥିଲେ ଫ୍ରାଞ୍ଜ ଭନ୍‌ ପାପେନ, ଯିଏ ୧୯୩୨ରେ ଚାନ୍‌ସେଲାର ଭାବରେ କାର୍ଯ୍ୟ କରିଥିଲେ। ସେ ଭାବିଥିଲେ ଯେ ହିଟ୍‌ଲର ଏବଂ ନାଜି ପାର୍ଟି ୧୯୩୨ର ନିର୍ବାଚନ ପରେ ସବୁଠୁ ବଡ଼ ଦଳ ଭାବେ ଏକ ରକ୍ଷଣଶୀଳ ଏଜେଣ୍ଡାକୁ ଆଗେଇନେବେ। ସେହିଭଳି ଜର୍ମାନୀର ରାଷ୍ଟ୍ରପତି ତଥା ପୂର୍ବତନ ଫିଲ୍ଡ ମାର୍ଶାଲ ପଲ୍‌ ଭନ୍‌ ହିଣ୍ଡେନ୍‌ବର୍ଗ ରାଜତନ୍ତ୍ରର ପୁନରୁଦ୍ଧାର ପାଇଁ ହିଟ୍‌ଲରଙ୍କୁ ବ୍ୟବହାର କରିବାକୁ ଚାହୁଁଥିଲେ। କିନ୍ତୁ ଏହି ରକ୍ଷଣଶୀଳ ଯୋଜନାଗୁଡିକ ହିଟ୍‌ଲରଙ୍କ କଠୋର ନେତୃତ୍ୱ, ନାଜି ହିଂସା ଏବଂ ଜର୍ମାନୀ ଜନସାଧାରଣଙ୍କ ଶାସନ ପ୍ରତି ଆଗ୍ରହ କାରଣରୁ ଧୂଳିସାତ ହୋଇଗଲା। ହିଟ୍‌ଲରଙ୍କୁ ବିରୋଧ କରୁଥିବା ଉଦାରବାଦୀ ତଥା ସାମାଜିକ ଗଣତାନ୍ତ୍ରିକ ବ୍ୟକ୍ତିମାନେ ହିଂସାର ଶିକାର ହୋଇଥିଲେ। ସ୍ଥିତି ଏତେ ଖରାପ ହେଲା ଯେ,ହିଟ୍‌ଲରଙ୍କ ନୀତି ଧ୍ୱଂସହେବ ବୋଲି ସେମାନେ ନିଶ୍ଚିତ ହୋଇଗଲେ ଏବଂ ନାଜିମାନଙ୍କ ମଧ୍ୟରେ ଅନ୍ତର୍ବିବାଦ ନିଶ୍ଚିତ ଭାବରେ ନୂତନ ସରକାରର ପତନ ଘଟାଇବ। ଉଦାରବାଦୀ ତଥା ସମାଜବାଦୀଙ୍କ ବ୍ୟତୀତ ଜର୍ମାନ ସମାଜର ଏକ ବଡ଼ ଅଂଶ ଅନୁମାନ କରୁଥିଲା ଯେ ହିଣ୍ଡେନ୍‌ବର୍ଗ ଜର୍ମାନୀର ରାଷ୍ଟ୍ରପତି ହେବାକୁ ପ୍ରତିଜ୍ଞା କରିଛନ୍ତି ଓ ସେ ହିଟ୍‌ଲରଙ୍କୁ ପଛରେ ପକାଇବେ। ଅନ୍ୟମାନେ ଆଶା ରଖିଥିଲେ ଯେ, ସେନା ଏପରି କରିବ। କିନ୍ତୁ ଓ୍ବିମାର ରିପବ୍ଲିକ୍‌ର ଶେଷ ବର୍ଷରେ ହିଟ୍‌ଲରଙ୍କ ଦକ୍ଷତା ଗ୍ରହଣୀୟ ହେବା ଯୋଗୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଐତିହାସିକ ପିଟର ଫ୍ରିଜ୍‌ ଦର୍ଶାଇଛନ୍ତି, ହିଟ୍‌ଲର ଚାନ୍‌ସେଲର ହେବାର ୧୦୦ ଦିନ ମଧ୍ୟରେ କ୍ଷମତା ପାଇଁ ନାଜିମାନଙ୍କ କଠୋର ଅଭିଯାନ ସ୍ପଷ୍ଟ ହୋଇଗଲା। ୧୯୩୩ର ଗ୍ରୀଷ୍ମ ଶେଷ ସୁଦ୍ଧା ଜର୍ମାନୀରେ ଆଉ ସ୍ବାଧୀନ ରାଜନୈତିକ ଦଳ, ଟ୍ରେଡ୍‌ ୟୁନିୟନ କିମ୍ବା ସାଂସ୍କୃତିକ ସଂଗଠନ ନ ଥିଲେ। କେବଳ ଖ୍ରୀଷ୍ଟିଆନ ଚର୍ଚ୍ଚଗୁଡ଼ିକର କିଛି ମାତ୍ରାରେ ସ୍ବାଧୀନତା ଥିଲା। ବର୍ଷେ ପରେ ୧୯୩୪ରେ ହିଟ୍‌ଲର ତାଙ୍କ ଦଳ ଭିତରେ ଥିବା ଶତ୍ରୁଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଅଗଷ୍ଟ ୨ରେ ହିଣ୍ଡେନ୍‌ବର୍ଗଙ୍କ ମୃତ୍ୟୁ ପରେ ସେ ନିଜକୁ ଜର୍ମାନୀର ଶୀର୍ଷନେତା ଭାବେ ଘୋଷଣା କରିଥିଲେ। ତାଙ୍କର ଏକଚ୍ଛତ୍ରବାଦୀ ଶାସନ ଆଶା ପୂର୍ଣ୍ଣ ହୋଇଥିଲା। ସେତେବେଳକୁ ବନ୍ଦୀ ଶିବିରଗୁଡ଼ିକ କାର୍ଯ୍ୟକ୍ଷମ ହୋଇ ଚାଲୁଥିଲା ଏବଂ ଅର୍ଥନୀତିକୁ ଯୁଦ୍ଧ ଅନୁଯାୟୀ ନିୟନ୍ତ୍ରଣରେ ରଖାଯାଇଥିଲା। ଇତିହାସର ଏହି ଅବଧିର ଆଜି ମଧ୍ୟ ବହୁ ପ୍ରାସଙ୍ଗିକତା ଅଛି। ଚଳିତ ବର୍ଷ ପ୍ରମୁଖ ନିର୍ବାଚନଗୁଡ଼ିକରେ ଅନେକ ଶହ କୋଟି ଲୋକ ଭୋଟ ଦେବେ। କିଛି ସମାଲୋଚକ କହିଲେଣି ଯେ, ୨୦୨୪ ହୁଏତ ନୂଆ ୧୯୩୩ ହୋଇପାରେ ଓ ଏଭଳି ବିପଦର ସଙ୍କେତ ମଧ୍ୟ ଦେଖାଯାଉଛି। ବିଭ୍ରାନ୍ତି ତଥା ବିଚ୍ଛିନ୍ନତା ଗଣତାନ୍ତ୍ରିକ ପ୍ରାଧାନ୍ୟତାକୁ ଗୌଣ କରିଦେଇଛି। ୟୁକ୍ରେନ୍‌ ପାଇଁ ଆମେରିକାର ସମର୍ଥନକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେଷ କରିବାକୁ କହିଛନ୍ତି। ଭ୍ଲାଡିିମିର ପୁଟିନଙ୍କ ପୂର୍ବ ୟୁରୋପରେ ଏକ ନୂତନ ରୁଷିଆ ସାମ୍ରାଜ୍ୟ ଗଠନ କରିବାର ସ୍ବପ୍ନରେ ନାଟୋ ଆଉ ପ୍ରତିବନ୍ଧକ ହୋଇ ରହିନାହିଁ। ୟୁରୋପୀୟ ସଂସଦରେ ଅତ୍ୟଧିକ ଦକ୍ଷିଣପନ୍ଥୀ ଦଳଗୁଡ଼ିକ ୟୁରୋପୀୟ ଏକତାର ପଥରୋଧ କରନ୍ତି। ପୋଲାଣ୍ଡ, ଇଷ୍ଟୋନିଆ, ଲିଥୁଆନିଆ ଏବଂ ଲାଟଭିଆ ସ୍ବତନ୍ତ୍ର ଅଛନ୍ତି। ଗାଜାରେ ଯୁଦ୍ଧ ଏକ ଆଞ୍ଚଳିକ ବିବାଦ ସୃଷ୍ଟି କରିଛି। ପୁଟିନ ଦୂରଗାମୀ କ୍ଷେପଣାସ୍ତ୍ର ସହିତ ବୋମାବର୍ଷଣର ସୁଯୋଗ ନେଇଛନ୍ତି। ଏହି ବିଶୃଙ୍ଖଳା ମଧ୍ୟରେ ଚାଇନା ତାଇୱାନକୁ ଦଖଲ କରିବାକୁ ନିଷ୍ପତ୍ତି ନେଇଛି।
୨୦୨୪ର ସମ୍ଭାବନା ଅତ୍ୟନ୍ତ ନିରାଶାଜନକ ଓ ଅସ୍ପଷ୍ଟ। ସ୍ଥିତି ମଧ୍ୟ ଖରାପ। ୧୯୩୩ରେ ଉଦାରବାଦୀମାନେ ଯେଭଳି ପୂର୍ବାନୁମାନ କରିଥିଲେ ଯେ ହିଟ୍‌ଲର ଶୀଘ୍ର ବିଫଳ ହେବେ, ସେହିଭଳି ଆଜିର ଆମର ଚିନ୍ତାଧାରା ଆମ ବିଚାରକୁ ଅନ୍ଧକାରମୟ କରୁଛି। ତାହା ଘଟିବାର ଆଜିର ବିଶ୍ୱ ସଙ୍କଟର ସମ୍ମୁଖୀନ ହେଉଛି। ଏହି ସମୟରେ ଭବିଷ୍ୟତ ଅନୁକୂଳ ହେବ ବୋଲି ଆଶାବାଦୀ ହୋଇପାରିବା ନାହିଁ। ଆମେ ସମ୍ଭବତଃ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷରେ ଅଛୁ। ଯଦି ଉଦାରବାଦୀମାନେ ବର୍ତ୍ତମାନ କାର୍ଯ୍ୟ କରନ୍ତି, ତଥାପି ସେମାନେ ବିଜୟୀ ହୋଇପାରିବେ। ଏକ ବଡ଼ ସଙ୍କେତ ପ୍ରକାଶ ପାଇଛି। ଅନେକ ହଜାର ଜର୍ମାନ ନାଗରିକ ଗଣତନ୍ତ୍ର ଏବଂ ବିବିଧତାକୁ ସମର୍ଥନ କରିବା ଏବଂ ଚରମ ଦକ୍ଷିଣପନ୍ଥୀଙ୍କୁ ନିନ୍ଦା କରିବା ପାଇଁ ଆନ୍ଦୋଳନ କରିଥିଲେ। କିନ୍ତୁ ଗୋଟିଏ ଦେଶରେ ପ୍ରଦର୍ଶନ ପର୍ଯ୍ୟାପ୍ତ ନୁହେଁ। ଜର୍ମାନୀର ଉଦାରବାଦୀମାନେ ଉପମହାଦେଶରେ ଅନ୍ୟମାନଙ୍କ ସହ ଯୋଗଦେବା ଜରୁରୀ। ବିଭିନ୍ନ ଦେଶରେ ବ୍ୟାପକ ପ୍ରଦର୍ଶନ ଏକ ଶକ୍ତିଶାଳୀ ବାର୍ତ୍ତା ଦେବ। ଏହାର ଅତ୍ୟାବଶ୍ୟକତା ରହିଛି ଓ ଏହାକୁ ବିସ୍ତାର କରିବା ଦରକାର।
କିଛିଦିନ ପୂର୍ବରୁ ୟୁରୋପୀୟ ନେତାମାନେ ଏକତ୍ରିତ ହୋଇ ୟୁରୋକୁ ବଞ୍ଚାଇବା ପାଇଁ ଯାହା ଆବଶ୍ୟକ ତାହା ହିଁ କଲେ। କାରଣ ସେମାନେ ଜାଣିଥିଲେ ଯେ ଏକକ ମୁଦ୍ରାର ବିଫଳତା ୟୁରୋପୀୟ ୟୁନିୟନ(ଇୟୁ)କୁ ଶେଷ କରିଦେବ। ଏହି ବର୍ଷର ବିପଦକୁ ମୁକାବିଲା କରିବା ପାଇଁ ୟୁରୋପୀୟମାନେ ବର୍ତ୍ତମାନ ସମାନ ଦାବି କରିବା ଜରୁରୀ। ନାଟୋ ବିନା ଏକ ବିଶ୍ୱ ପାଇଁ ଇୟୁ ଯୋଜନା ଆବଶ୍ୟକ କରେ। ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ ଏବଂ ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ପରି ସଦସ୍ୟ ରାଷ୍ଟ୍ରର ନେତାଙ୍କ ସହ ମୁକାବିଲା କରିବା ପାଇଁ ନୂତନ ସାଧନ ଆବଶ୍ୟକ। ଉଭୟ ନେତା ଗଣତନ୍ତ୍ରକୁ ରକ୍ଷା କରିବା ବଦଳରେ ପୁଟିନଙ୍କ ପ୍ରତି କୃତଜ୍ଞ ରହିଛନ୍ତି। ଓର୍ବାନ ଇୟୁର ନିଷ୍ପତ୍ତି ନେବା ଉପରେ ଏକ ଭିଟୋ ପ୍ରୟୋଗ କରିଛନ୍ତି ଯାହା ଗ୍ରହଣୀୟ ନୁହେଁ। ଆମେରିକାରେ ରାଜନୈତିକ ଆନ୍ଦୋଳନ ପରିବର୍ତ୍ତନଶୀଳ। ଟ୍ରମ୍ପଙ୍କ ବିରୋଧୀମାନେ ସେମାନଙ୍କ ମତଭେଦକୁ ଅଲଗାକରି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସପକ୍ଷରେ ଏକଜୁଟ ହେବା ଜରୁରୀ।
ସହକାରୀ ପ୍ରାଧ୍ୟାପକ( ଇତିହାସ),
ୟୁନିଭର୍ସିଟି କଲେଜ ଡବ୍‌ଲିନ୍‌


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri