Posted inଜାତୀୟ

ଆମ ଲଢ଼େଇ ଗଣେଶ ଜୀଙ୍କୁ କ୍ଷୀରପାନ କରାଇଥିବା ଭଣ୍ଡମାନଙ୍କ ବିରୋଧରେ: କଂଗ୍ରେସ…

ପାଟନା,୨୭।୯ : ଆମର ଲଢ଼େଇ ଗଣେଶ ଜୀଙ୍କୁ କ୍ଷୀରପାନ କରାଇଥିବା ଭଣ୍ଡମାନଙ୍କ ବିରୋଧରେ ଜାରି ରହିଛି ବୋଲି ବିହାର କଂଗ୍ରେସ ସଭାପତି ଜନସାଧାରଣଙ୍କୁ କହିଛନ୍ତି।
ବିହାର କଂଗ୍ରେସ ପାର୍ଟିର ରାଜ୍ୟ ସଭାପତି ଅଖିଳେଶ ପ୍ରସାଦ ସିଂ ବିହାରର ଆରାଠାରେ ଆୟୋଜିତ ସଂକଳ୍ପ ରାଲିରେ ଅଂଶଗ୍ରହଣ କରି ଏଭଳି ମନ୍ତବ୍ୟ ଦେଇଛନ୍ତି। କର୍ମୀମାନଙ୍କୁ ସମ୍ବୋଧିତ କରିବାବେଳେ ସେମାନଙ୍କୁ ଏକଜୁଟ ରହିବାକୁ ସେ ଆହ୍ବାନ ଦେଇଛନ୍ତି।

ତାଙ୍କ ଭାଷଣରେ ଭାରତୀୟ ଜନତା ପାର୍ଟି ଏବଂ ଏନଡିଏ ସହଯୋଗୀ ଦଳଙ୍କୁ ସେ କଡା ସମାଲୋଚନା କରିଛନ୍ତି।

କଂଗ୍ରେସ ରାଜ୍ୟ ସଭାପତି କହିଛନ୍ତି ଯେଉଁମାନେ ମନ୍ଦିରରେ ଭଗବାନ ଗଣେଶଙ୍କୁ କ୍ଷୀର ପାନ କରା ଦେଶର ଜନସାଧାରଣଙ୍କୁ ବିଭାଜନ କାର୍ଯ୍ୟ କରିଛନ୍ତି। ୱାନ ନେଶନ ୱାନ ନିର୍ବାଚନ ସମେତ ଶାସକ ଦଳର ଅନେକ ପ୍ରସଙ୍ଗ ସମ୍ପର୍କରେ ସେ ଉପସ୍ଥିିତ କର୍ମୀଙ୍କୁ ଅବଗତ କରାଇଛନ୍ତି। ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନର୍ବାର କ୍ଷମତାକୁ ଆସନ୍ତି ତେବେ ଦେଶରେ ଆଉ ଗଣତନ୍ତ୍ର ରହିବ ନାହିଁ।

କାରଣ ଭାରତକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନଙ୍କ ରାସ୍ତାରେ ନେବାକୁ ଚାହୁଁଛନ୍ତି। ଯଦି କଂଗ୍ରେସ ସଂଗଠିତ ନ ହୁଏ ତେବେ ଏହି ଦେଶ ପୁଣି ପରାଧୀନ ହେବାର ଆଶଙ୍କା ରହିଛି।

ଯେତେବେଳେ ଇଣ୍ଡିଆ ମେଣ୍ଟରେ କଂଗ୍ରେସ ରାଜ୍ୟ ସଭାପତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚେହେରା ବିଷୟରେ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ ଇଣ୍ଡିଆ ମେଣ୍ଟର ସମସ୍ତ ସହଯୋଗୀ ଦଳଙ୍କୁ ଏକତ୍ର ଏନେଇ ନିଷ୍ପତ୍ତି ନେବାକୁ ପଡିବ ଏବଂ ଆମେ ସମସ୍ତେ ଏଥିରେ ସମ୍ପୂର୍ଣ୍ଣ ଭାବେ ସହମତ ହେବୁ।

ବିହାରରେ କ୍ୟାବିନେଟ ବିସ୍ତାର ଉପରେ ଅଖିଳେଶ ସିଂ କହିଛନ୍ତି ସିଏମ ନୀତୀଶ କୁମାର ଏ ବିଷୟରେ ଚିନ୍ତା କରିବା ଉଚିତ। କ୍ୟାବିନେଟକୁ ବିସ୍ତାର କରିବାର ଶକ୍ତି ତାଙ୍କ ପାଖରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୨।୮: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

କ୍ୟାନ୍‌ସର ଚିହ୍ନଟ ହେଲେ ସରକାରଙ୍କୁ ଜଣାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୨ା୮: କ୍ୟାନ୍‌ସରର ସଅଳ ଚିହ୍ନଟ ଓ ତୁରନ୍ତ ଚିକିତ୍ସା ପାଇଁ ଏହାକୁ ଏକ ‘ଅଧିସୂଚିତ ରୋଗ’ ଭାବେ ଘୋଷଣା କରିବା ନିମନ୍ତେ ସୁପ୍ରିମକୋର୍ଟ ମଙ୍ଗଳବାର ଅବଶିଷ୍ଟ ୧୯ଟି…

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

ଧବଳେଶ୍ୱରଙ୍କୁ ଖୋଜୁଛନ୍ତି ମା’ବାପା: ପୋଲିସ କହୁଛି କିନ୍ନରଙ୍କ ସହ ରହୁଛନ୍ତି…

ଭୁବନେଶ୍ୱର, ୧୨ା୮(ପ୍ରସନଜିତ୍‌ ସାହୁ):ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରାଙ୍କ ନିଖୋଜ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଥିବା ବେଳେ ପୁଣି ଜଣେ ନାବାଳକ ନିଖୋଜ…

ଝଡ଼ବର୍ଷା ପ୍ରଭାବିତଙ୍କୁ ମିଳିନି କ୍ଷତିପୂରଣ: ଜିଲାପାଳଙ୍କୁ ପଡ଼ାବାସୀ ଫେରାଦ

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁଲାଇ ୨୮ତାରିଖରେ ହୋଇଥିବା ଝଡ଼ବର୍ଷା ଜିଲାବାସୀଙ୍କ ନିଦ ହଜାଇ ଦେଇଥିଲା। ଏଥିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ସର୍ବାଧିକ ପ୍ରଭାବିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri