ଆମ ‘ଏକ୍ସପାଏରି ଡେଟ୍‌’

ପ୍ରତ୍ୟେକ ଔଷଧ ଖୋଳ ବା ପ୍ୟାକେଟ୍‌ ହୋଇ ବିକ୍ରି ହେଉଥିବା ଖାଦ୍ୟସାମଗ୍ରୀ ଉପରେ ତାହା କେଉଁ ତାରିଖରୁ ବ୍ୟବହାର ଉପଯୋଗିତା ହରାଇବ ତାହାର ସୂଚନା ଦିଆଯାଇଥାଏ। ଏହାକୁ କହନ୍ତି ‘ଏକ୍ସପାଏରି ଡେଟ୍‌’। ସଜୀବମାନଙ୍କ କ୍ଷେତ୍ରରେ ଏହା ହେଲା ତାଙ୍କର ସମ୍ଭାବ୍ୟ ଜୀବନକାଳ ବା ଆୟୁଷ। ଉଦାହରଣ ସ୍ବରୂପ ମୂଷାର ଏହା ୪ ବର୍ଷ, ଧଳାମୂଷାର ୫ବର୍ଷ, ଛେଳିର ୧୦ବର୍ଷ ହେଲାବେଳେ ଘୋଡ଼ାର ୪୦ବର୍ଷ, ସିଂହର ୩୫ବର୍ଷ, ଭାରତୀୟ ହସ୍ତୀର ୭୦ବର୍ଷ, କଇଁଛର ୫୦୦ ବର୍ଷ, କେତେ ଜାତିର ସାପଙ୍କର ୧୦୦୦ ବର୍ଷ ଓ ସ୍ପଞ୍ଜର ୧୦,୦୦୦ ବର୍ଷରୁ ଅଧିକ ହୋଇଥାଏ ଏବଂ ହାଇଡ୍ରା ପ୍ରାୟତଃ ଅମର (ଏହାର ଗୋଟିକରୁ ଅନେକ ସୃଷ୍ଟି ହୋଇ ଚାଲିଥାଏ ଅନନ୍ତକାଳ ଧରି)। ବିବିଧ ଜୈବିକ, ଜିନୀୟ ଏବଂ ପରିବେଶୀୟ କାରଣଗୁଡ଼ିକ ଉପରେ ନିର୍ଭର କରି ମଣିଷର ଏହି ସମୟ ବା ‘ଏକ୍ସପାଏରି ଡେଟ୍‌’ ଅତିବେଶିରେ ୧୧୫ ପର୍ଯ୍ୟନ୍ତ ହୋଇପାରେ ବୋଲି ସୁଇଡେନଠାରେ ଅନୁଷ୍ଠିତ ଏକ ଗବେଷଣାରୁ ଜଣାପଡ଼ିଛି। ତେବେ ରେକର୍ଡ ଅନୁସାରେ ଆଜିଯାଏ ସର୍ବାଧିକ ୧୨୨ବର୍ଷ ବଞ୍ଚତ୍ଥିବା ବ୍ୟକ୍ତି ଜଣଙ୍କ ହେଲେ ଜଣେ ଫରାସୀ ମହିଳା।
‘ଏଭିଡେନ୍ସ ଫର୍‌ ଏ ଲିମିଟ୍‌ ଟୁ ହ୍ୟୁମ୍ୟାନ ଲାଇଫ ସ୍ପାନ୍‌’ ଶୀର୍ଷକ ଏକ ନିବନ୍ଧରେ ଉପରୋକ୍ତ ଗବେଷକମାନେ (୨୦୨୦ରେ) ସୂଚନା ଦେଇଛନ୍ତି ଯେ, ୧୮୬୦ ଦଶକ ବେଳକୁ ମଣିଷର ବଞ୍ଚତ୍ବାର ସର୍ବାଧିକ ସମ୍ଭାବନା ୧୦୧ ବର୍ଷ ଏବଂ ୧୯୯୦ ଦଶକ ବେଳକୁ ୧୦୮ ବର୍ଷ ଥିଲା। ଉନ୍ନତ ଚିକିତ୍ସା ଓ ପୁଷ୍ଟିର ଲଭ୍ୟତା ଏହାକୁ ବୃଦ୍ଧି କରିଛି। ତେବେ ତାହା କଦାପି ୧୨୫ ବର୍ଷ ଅତିକ୍ରମ କରିପାରିବ ନାହିଁ। ସେଥିପାଇଁ ଲୋଡ଼ାହେବ ଜିନୀୟସ୍ତରରେ ହସ୍ତକ୍ଷେପ।
ମନେ କରାଯାଉଥିଲା ଯେ, ସମ୍ଭବତଃ କୌଣସି ସକ୍ରିୟ ପ୍ରଜାତିର ସମ୍ଭାବ୍ୟ ଜୀବନକାଳ ବା ଆୟୁଷ ତା’ ଶରୀରର ଆକାର ସହିତ କିଛି ସମ୍ପର୍କ ରହିଛି। ସାଧାରଣତଃ ଛୋଟ ଛୋଟ ଜୀବମାନେ ବଡ଼ମାନଙ୍କ ତୁଳନାରେ ଶୀଘ୍ର ଶୀଘ୍ର ସେମାନଙ୍କ ଶରୀର ଶକ୍ତି ବ୍ୟବହାର କରନ୍ତି। କାରଣ ତାଙ୍କ ଜୀବକୋଷଗୁଡ଼ିକର କ୍ରିୟାଶୀଳତା ଦ୍ରୁତ, ଯାହାକି ଏହାର ଦ୍ରୁତ ଅପଚୟ ସହ ସମ୍ପୃକ୍ତ। ତେବେ ଅଧିକ ଅନୁଧ୍ୟାନ କଲେ ଏହା ଠିକ୍‌ ମନେହୁଏ ନାହିଁ। କାରଣ ଅନେକ ଛୋଟଛୋଟ ଜୀବ ଅପେକ୍ଷାକୃତ ବୃହତ୍ତର ଜୀବଙ୍କ ତୁଳନାରେ ଅଧିକ ବର୍ଷ ବଞ୍ଚତ୍ବାର ଦୃଷ୍ଟାନ୍ତମାନ ରହିଛି। ବୃହତ୍ତମ ସଜୀବ ନୀଳତିମି ୩୫ ବର୍ଷ ବଞ୍ଚତ୍ଲାବେଳେ ଘୋଡ଼ାର ସମ୍ଭାବ୍ୟ ଜୀବନକାଳ ୪୦ବର୍ଷ, ଭାରତୀୟ ହାତୀର ୭୦ବର୍ଷ ଏବଂ ମଣିଷର ୭୦-୮୦ ବର୍ଷ। ସେହିପରି କ୍ଷୁଦ୍ରତମ ହମିଂବାର୍ଡର ଆୟୁଷ (୮ବର୍ଷ) ମୂଷାଠାରୁ ଅଧିକ (୪ ବର୍ଷ) ଏବଂ ରାଣୀ ପିମ୍ପୁଡ଼ି (୩ ବର୍ଷ), ଚୁଚୁନ୍ଦ୍ରା (୩ବର୍ଷ) ସହିତ ସମାନ ବର୍ଷ ବଞ୍ଚେ।
ଅନ୍ୟପକ୍ଷରେ ସ୍ଥାନ, କାଳ, ପାତ୍ର ଉପରେ ନିର୍ଭର କରି ଗୋଟିଏ ପ୍ରଜାତିର ସମ୍ଭାବ୍ୟ ଜୀବନକାଳ ଭିନ୍ନ ଭିନ୍ନ ହୋଇଥିବାର ମଧ୍ୟ ଦେଖାଯାଏ। ଯେପରିକି ମଣିଷ ଉଦାହରଣ ସ୍ବରୂପ, ହଂକଂରେ ପୁରୁଷ ଓ ନାରୀମାନଙ୍କର ଏହା ଯଥାକ୍ରମେ ୮୨.୨ ଏବଂ ୮୮.୧ ବର୍ଷ ହେଲାବେଳେ, ଆମେରିକାରେ ୭୬.୩ ବର୍ଷ ଓ ୮୧.୪ ବର୍ଷ। ସେହିପରି ଅର୍ଥନୈତିକ ଦୃଷ୍ଟିକୋଣରୁ ଉନ୍ନତତର ଦେଶ ଜାପାନ (୮୧.୪ ଓ ୮୭.୫ବର୍ଷ), ସୁଇଡେନ୍‌ (୮୧.୩ ଓ ୮୪.୨) ଏବଂ ଭାରତ (୬୮.୫ ଓ ୭୧.୦)ରେ ଏହା ବିଭିନ୍ନ ଆଫ୍ରିକୀୟ ଦେଶମାନଙ୍କ (ସୋମାଲିଆ ୫୫.୭ ଓ ୫୯.୧ବର୍ଷ, ସେଣ୍ଟ୍ରାଲ ଆଫ୍ରିକା-୫୧.୧ ଓ ୫୫.୫୬) ତୁଳନାରେ ବେଶ୍‌ ଅଧିକ। ଅବଶ୍ୟ ହଂକଂ, ଜାପାନ ଏବଂ ଆମେରିକାର ଅଧିବାସୀଙ୍କ ସହ ତୁଳନା କଲେ ଆଫ୍ରିକୀୟମାନେ ଖର୍ବାକାର। ତେବେ ବୈଜ୍ଞାନିକମାନେ ଏହାକୁ ସେମାନଙ୍କ ସମ୍ଭାବ୍ୟ ଆୟୁଷ କମ୍‌ ହେବାର କାରଣ ରୂପେ ଗ୍ରହଣ କରନ୍ତି ନାହିଁ। ପୁନଶ୍ଚ କେବଳ ଆମରି ଦେଶ ମଧ୍ୟରେ ବିବିଧ ସାମାଜିକ ବର୍ଗର ଲୋକଙ୍କର ଏହା ଭିନ୍ନ ଭିନ୍ନ ହୋଇଥିବାର ନିକଟରେ ଅନୁଷ୍ଠିତ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି (୨୦୧୩-୨୦୧୬ ଗଣନା)। ଉଦାହରଣ ସ୍ବରୂପ, ତଥାକଥିତ ଉଚ୍ଚବର୍ଗର ଲୋକଙ୍କ କ୍ଷେତ୍ରରେ ମହିଳା ଓ ପୁରୁଷମାନଙ୍କ ସମ୍ଭାବ୍ୟ ଜୀବନକାଳ ଯଥାକ୍ରମେ ୭୨.୨ ଏବଂ ୬୯.୪ ବର୍ଷ, ଯାହାକି ଜନଜାତିର ଲୋକଙ୍କ କ୍ଷେତ୍ରରେ ୬୮.୦ ଏବଂ ୬୨.୪ ବର୍ଷ।
ବିଗତ ୨୦୨୦-୨୧ ମସିହାରେ କେମ୍ବ୍ରିଜ୍‌ର ଓ୍ବେଲକମ୍‌ ସାଙ୍ଗର ଇନ୍‌ଷ୍ଟିଚ୍ୟୁଟ୍‌ଠାରେ ହୋଇଥିବା ନୂତନ ଗବେଷଣାରୁ ଜଣାପଡ଼ିଛି ଯେ ସମ୍ଭବତଃ ସଜୀବଠାରେ ଜିନୀୟ ଅବକ୍ଷୟର ବେଗ ହାତରେ ରହିଛି ତାହାର ବଞ୍ଚତ୍ ରହିବାର ଚାବିକାଠି। ସାଧାରଣ ଜୀବନଯାପନ କରୁଥିବା ଅଧିକାଂଶ ମଣିଷ ପ୍ରାୟ ୮୦ବର୍ଷ ବୟସରେ ମୃତ୍ୟୁବରଣ କରନ୍ତି। ଏହାର ଏକ ବିଜ୍ଞାନ ଭିତ୍ତିକ ସମ୍ଭାବ୍ୟ କାରଣ ନିର୍ଦ୍ଧାରଣ କରିଛନ୍ତି ଏବର ଗବେଷକଗଣ। ଏଥି ଅନୁସାରେ ଦୀର୍ଘକାଳ ବଞ୍ଚୁଥିବା ଜୀବମାନେ ସଫଳତାର ସହ ବୟସ ନିର୍ବିଶେଷରେ ସେମାନଙ୍କ ଡିଏନ୍‌ଏ (ଜିନୀୟ ପଦାର୍ଥ)ର ଧ୍ରୁବୀକରଣ ହାର ମନ୍ଥର କରିପାରନ୍ତି। ଗୋଟିଏ ବୃହତ୍ତର ଶରୀରଧାରୀ ନୀଳତିମି (୩୫ବର୍ଷ)ଠାରୁ ଜଳହସ୍ତୀ (୪୦ବର୍ଷ) ଏବଂ ଭାରତୀୟ ଜଳହସ୍ତୀ (୭୦ବର୍ଷ) ଅଧିକ କାଳ ବଞ୍ଚତ୍ବା ଏହାର ଏକ କାରଣ ହୋଇପାରେ। ସମ୍ଭବତଃ ଏହି କାରଣରୁ ବର୍ଷକୁ ୯୯ଟି ଧ୍ରୁବୀକରଣର ସମ୍ମୁଖୀନ ହେଉଥିବା ଜିରାଫମାନଙ୍କ ଆୟୁ ୭୯୬ଟି ଧ୍ରୁବୀକରଣ ଘଟୁଥିବା ମୂଷାଠାରୁ ଅଧିକ।
ଜୀବକୋଷ ମଧ୍ୟରେ ପ୍ରାକୃତିକ ଭାବେ ଏ ପ୍ରକାର ଜିନୀୟ ପରିବର୍ତ୍ତନ ଆସିଥାଏ। ଉପରୋକ୍ତ କେମ୍ବ୍ରିଜ ଗବେଷକଗଣ ଆବିଷ୍କାର କରିଛନ୍ତି ଯେ ବାର୍ଦ୍ଧକ୍ୟ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଶାରୀରିକ ଧ୍ରୁବୀକରଣ ହାର ସହିତ ସମ୍ଭାବ୍ୟ ଆୟୁଷ ବିଷମାନୁପାତିକ। ସେମାନେ ପ୍ରତିପାଦିତ କରିଛନ୍ତି ଯେ, ବିଶେଷକରି, ସ୍ତନ୍ୟପାୟୀମାନଙ୍କ କ୍ଷେତ୍ରରେ ଜୀବନକାଳର ସମ୍ଭାବନା ଯେତେ ଦୀର୍ଘ ତାଙ୍କଠାରେ ଧ୍ରୁବୀକରଣ ହାର ସେତେ କମ୍‌। ତେବେ ଏ ମତବାଦକୁ ପ୍ରତିଷ୍ଠିତ କରିବା ଲାଗି ଆବଶ୍ୟକ ଆହୁରି ଅନେକ ଗବେଷଣା ଓ ପରୀକ୍ଷା-ନିରୀକ୍ଷା। ତେବେ ତାହା ହୋଇପାରିଲେ ମଣିଷର ବୟସ ବୃଦ୍ଧି ବା ବାର୍ଦ୍ଧକ୍ୟ ପ୍ରକ୍ରିୟା ବୁଝିବା ପାଇଁ ଦ୍ୱାର ଉନ୍ମୁକ୍ତ ହୋଇପାରିବ ଏବଂ ଫଳସ୍ବରୂପ, ହୁଏତ ଆମ ସମ୍ଭାବ୍ୟ ଜୀବନକାଳ ବା ‘ଏକ୍ସପାଏରି ଡେଟ୍‌’ ବୃଦ୍ଧି କରିବା ସମ୍ଭବ ହେବ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର-୩୦
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri