ଆମ ସଂସ୍କୃତି ହିଁ ଆମ ପରିଚୟ

ନ୍ଧିଜୀ ନିଜକୁ ଜଣେ ସ୍ବାଭିମାନୀ ଓ ସନାତନୀ ହିନ୍ଦୁ ବୋଲି ଭାବୁଥିଲେ। ହିନ୍ଦୁଧର୍ମର ଏପରି ବହୁସଂଖ୍ୟକ ଦୁର୍ଲଭ ଗୁଣମାନ ଥିଲା, ଯାହା ସେ ପସନ୍ଦ କରୁଥିଲେ। ଏଣୁ ସତ୍ୟ, ଅହିଂସା ପାଳନ କରିବା, ଅସ୍ପୃଶ୍ୟତାର ବିରୋଧ, ସମସ୍ତ ଧର୍ମକୁ ନିଜ ଧର୍ମ ସଦୃଶ ସମ୍ମାନ ଦେବା, ସମସ୍ତ ଧର୍ମକୁ ସତ୍ୟ ରୂପେ ସ୍ବୀକାର କରିବା, ସବୁ ପ୍ରକାର କଠୋରତା ବର୍ଜନ କରିବା, ପ୍ରତ୍ୟହ ଗୀତାପାଠ ଓ ପ୍ରାର୍ଥନା ପାଇଁ କିଛି ସମୟ ଦେବା, ମନୁଷ୍ୟ ମାତ୍ରକେ ସମସ୍ତଙ୍କ ପ୍ରତି ଦୟା ଓ ପ୍ରେମ ରଖିବା ଏସବୁ ଗୁଣଗୁଡ଼ିକ ତାଙ୍କର ଅତ୍ୟନ୍ତ ପ୍ରିୟ ଥିଲା। ରାମ ନାମ ତାଙ୍କର ସବୁଠାରୁ ପ୍ରିୟ ଉଚ୍ଚାରଣ ଥିଲା। ରାମରାଜ୍ୟ ଥିଲା ତାଙ୍କର ସର୍ବଶ୍ରେଷ୍ଠ ଲକ୍ଷ୍ୟ। ୟଙ୍ଗ ଇଣ୍ଡିଆର ତା୮.୬.୧୯୨୧ ସଂଖ୍ୟାରେ ଏକ ବକ୍ତବ୍ୟରେ ସେ ଉଲ୍ଲେଖ କରି କହିଥିଲେ – ”ଗୋରକ୍ଷା ହେଉଛି ହିନ୍ଦୁ ହୃଦୟର ପ୍ରିୟତମ ବୃତ୍ତି ଓ ସମ୍ପତ୍ତି। ସମସ୍ତ ହିନ୍ଦୁଙ୍କ ପକ୍ଷେ ସମାନ ରୂପେ ଏହା ଏକମାତ୍ର ନିର୍ଦ୍ଦିଷ୍ଟ ବିଶ୍ୱାସ। ଗୋରକ୍ଷାରେ ଯାହାର ଆସ୍ଥା ନାହିଁ ସେ କୌଣସି ମତେ ହିନ୍ଦୁ ପଦବାଚ୍ୟ ହୋଇ ନ ପାରେ।“ ଏହା ଏକ ମହତ୍‌ ବିଶ୍ୱାସ। କିନ୍ତୁ ଗୋରକ୍ଷା ନିମନ୍ତେ ଆକ୍ରମଣାତ୍ମକ ହିଂସକ ପନ୍ଥା ଅନୁସରଣ କରିବାର ପକ୍ଷପାତୀ ସେ ନଥିଲେ। ପ୍ରେମ, ଭ୍ରାତୃତ୍ୱ ଓ ନିଜ ତପସ୍ୟାର ବିକାଶ ଦ୍ୱାରା ଗୋରକ୍ଷାର ସଫଳତାକୁ ସମ୍ଭବ କରାଇବା ପାଇଁ ସେ ପରାମର୍ଶ ଦେଇଥିଲେ। ଏଥିପାଇଁ ହିନ୍ଦୁମାନଙ୍କୁ ନିରାମିଷ ଆହାର ଗ୍ରହଣ କରିବା ସକାଶେ ସେ ଆଗ୍ରହ କରୁଥିଲେ।
ଏସବୁ ଉଦାହରଣରୁ ତାଙ୍କର ଭାରତୀୟ ସଂସ୍କୃତି ପ୍ରତି ନିଷ୍ଠା ଏବଂ ଏହାର ସାଂସ୍କୃତିକ ବିଭବ ପ୍ରତି ଗୌରବବୋଧ ପ୍ରମାଣିତ ହୁଏ। ବିଶ୍ୱର ବିବିଧ ସଂସ୍କୃତି ପ୍ରାୟୋଜିତ ଯେଉଁ ପରମ୍ପରା ଏବଂ ପୋଷକ ତତ୍ତ୍ୱ ଆମ ଦେଶରେ କାଳକାଳ ଧରି ଭାରତୀୟ ଜୀବନକୁ ପ୍ରଭାବିତ କରି ଆସିଛି ଅଥବା ଏଇ ଭୂମିର ବାତାବରଣରେ ନିଜେ ପ୍ରଭାବିତ ହୋଇ ଏହା ସହ ମିଶ୍ରିତ ହୋଇଯାଇଛି ସେଗୁଡ଼ିକ ଆମ ଦ୍ୱାରା ଅଙ୍ଗୀକୃତ ହେବାରେ କୌଣସି ବାଧା ନାହିଁ। ଅବଶ୍ୟ ଏହା ସ୍ବଦେଶୀ ଢଙ୍ଗରେ ହିଁ ହେବା ଉଚିତ, ଯଦ୍ଦ୍ବାରା ପ୍ରତ୍ୟେକ ବାହ୍ୟସଂସ୍କୃତି ମଧ୍ୟ ଏଥିମଧ୍ୟରେ ଉଚିତ ସ୍ଥାନ ପ୍ରାପ୍ତ କରିପାରିବ। ଏହି ପ୍ରକ୍ରିୟା ଏପରି ଭାବରେ ଅନୁଷ୍ଠିତ ହେବା ଆବଶ୍ୟକ, ଯାହାଫଳରେ କୌଣସି ଗୋଟିଏ ପ୍ରମୁଖ ସଂସ୍କୃତି ଯେପରି ବାକି ସମସ୍ତଙ୍କୁ ଆମତ୍ସାତ୍‌ କରି ସେ ସଭିଙ୍କ ମଧ୍ୟରେ ସମନ୍ବୟ ପ୍ରତିଷ୍ଠା କରିବା ପରିବର୍ତ୍ତେ ସେମାନଙ୍କ ଉପରେ ଏକପ୍ରକାର କୃତ୍ରିମ ଓ ଜୋରଜବରଦସ୍ତି ଏକତାର ଗୋଟିଏ ନିର୍ମମ ବୋଝ ଲଦି ଦେବା ନିମିତ୍ତ ସକ୍ଷମ ନ ହେବ। ଏହି ମର୍ମରେ ନିଜେ ଗାନ୍ଧିଜୀ ତା୧୭.୧୧.୧୯୨୦ ୟଙ୍ଗ ଇଣ୍ଡିଆର ସଂଖ୍ୟାରେ ଏକ ଲେଖା ପ୍ରକାଶ କରିଥିଲେ।
କାରଣ ସେ ବିଶ୍ୱାସ କରୁଥିଲେ ଯେ, ବାକି ସଂସାରର ସଭ୍ୟତା ଓ ସଂସ୍କୃତି ଠାରୁ ଭାରତୀୟ ସଂସ୍କୃତିକୁ ଦୂରେଇ ରଖିବା ଅଥବା ସେ ସମସ୍ତ ସଂସ୍କୃତି ଓ ଆମ ମଧ୍ୟରେ ଏକ ପ୍ରାଚୀର ନିର୍ମାଣ କରିବା ଏକାନ୍ତ ଅନୁଚିତ କାର୍ଯ୍ୟ। ଏହାକୁ ତାଙ୍କ ବିଚାରର ସଂପୂର୍ଣ୍ଣ ବିପରୀତ କୃତ୍ୟ ରୂପେ ସେ ବିବେଚନା କରୁଥିଲେ। ଏଥିପାଇଁ ପ୍ରଥମେ ଆମେ ଆମର ସଂସ୍କୃତିକୁ ସମ୍ମାନ କରିବାର ଶିକ୍ଷାଗ୍ରହଣ କରିବା ସହିତ ଏହାକୁ ଆତ୍ମସାତ୍‌ କରିବାର ଆବଶ୍ୟକତା ରହିଛି। ତାହାପରେ ଯାଇ ଅନ୍ୟମାନଙ୍କ ସଂସ୍କୃତିକୁ ସମ୍ମାନ କରିବା ଓ ସେଗୁଡ଼ିକୁ ସ୍ବୀକାର କରିବା ଅଥବା ହୃଦ୍‌ବୋଧ କରିବା ପ୍ରଶ୍ନ ଆସିପାରେ। ତା’ ପୂର୍ବରୁ କେବେହେଲେ ନୁହେଁ। ସେ ବାରମ୍ବାର ଦୋହରାଉଥିଲେ ଯେ ଆମ ସଂସ୍କୃତିରେ ଯେପରି ମୂଲ୍ୟବାନ ଓ ଦୁର୍ଲଭ ରତ୍ନଗୁଡ଼ିକ ଭରି ରହିଛି ସେପରି ଅନ୍ୟକୌଣସି ବି ସଂସ୍କୃତିରେ ନାହିଁ। ଏଣୁ ଆମ ସଂସ୍କୃତି ସବୁମନ୍ତେ ଅଦ୍ୱିତୀୟ। ଏହାକୁ ଆମ୍ଭେ ଚିହ୍ନି ପାରିନାହୁଁ। କାରଣ ଏହାର ଅଧ୍ୟୟନ ଅନାବଶ୍ୟକ, ଏହାକୁ ତିରସ୍କାର କରିବା ଏବଂ ଏହାର ସମାଲୋଚନା କରିବା ପାଇଁ ଆମ୍ଭକୁ ଶିକ୍ଷା ଦିଆଯାଇଛି। ନିଜ ବ୍ୟବହାର ଅଥବା ଆଚରଣରେ ଆମ ସଂସ୍କୃତି ସମ୍ବଳିତ ଶିକ୍ଷାଗୁଡ଼ିକୁ ଅଭ୍ୟାସ କରିବା – ଏସବୁ ଆମେ ପ୍ରାୟ ପରିତ୍ୟାଗ କରିସାରିଛୁ। ଆଚରଣ ବିନା ଯେକୌଣସି ବୌଦ୍ଧିକ ଜ୍ଞାନ ଠିକ୍‌ ଆତ୍ମାବିହୀନ ନିର୍ଜୀବ ଶରୀର ସଦୃଶ ପ୍ରତୀୟମାନ ହୋଇଥାଏ। ନିର୍ଜୀବ ଶରୀର ଅଥବା ଶବକୁ ରାସାୟନିକ ବସ୍ତୁ ସହାୟତାରେ ସୁରକ୍ଷିତ ରଖାଗଲେ ତାହା ଦେଖିବା ଦୃଷ୍ଟିରୁ ହୁଏତ ରୋଚକ ହୋଇପାରେ କିନ୍ତୁ ସେଥିରେ ପ୍ରେରଣା ଦେବାର ସାମର୍ଥ୍ୟ ନଥାଏ। ଆମ ଧର୍ମ ଆମକୁ ଆଦେଶ ଦେଇଥାଏ ଯେ, ଆମେ ଆମ ସଂସ୍କୃତିକୁ ଶିଖୁ, ଗ୍ରହଣ କରୁ ଏବଂ ଏହା ଅନୁରୂପ ଆଚରଣ କରୁ; ଅନ୍ୟଥା ନିଜ ସଂସ୍କୃତିରୁ ବିଚ୍ଛିନ୍ନ ହୋଇପଡ଼ିବା ଫଳରେ ଏକ ସମାଜ ରୂପରେ ଏହା ଆମମାନଙ୍କ ଆତ୍ମହତ୍ୟା ସହ ସମାନ ହେବ। ଏହା ସହିତ ଆମ ସଂସ୍କୃତି ଆମକୁ ଅନ୍ୟ ସଂସ୍କୃତିକୁ ନିରାଦର କରିବା ଅଥବା ତୁଚ୍ଛ ବୋଲି ବିବେଚନା କରିବାକୁ ମଧ୍ୟ ବାରଣ କରିଥାଏ। ଏହି ମର୍ମରେ ଗାନ୍ଧିଜୀ ‘ୟଙ୍ଗ ଇଣ୍ଡିଆ’ (୧ା୯ା୧୯୨୧)ରେ ନିଜ ମତ ପ୍ରକାଶ କରିଥିଲେ।
ଆମ ଦେଶରେ ଅବସ୍ଥାନ କରୁଥିବା ପୃଥିବୀର ବିଭିନ୍ନ ସଂସ୍କୃତିିକୁ ନେଇ ଆମ ସଂସ୍କୃତି ସହ ସମନ୍ବୟର ଆଧାରରେ ଆମେ ଆମ ସଂସ୍କୃତିକୁ ଏକ ନୂତନ ରୂପ ପ୍ରଦାନ କରିପାରିବା। ଏପ୍ରକାର ସମନ୍ବୟବାଦିତାର ପୃଷ୍ଠଭୂମିରେ ନିଜ ନିଜ ମଧ୍ୟରେ ଦେଖାଯାଉଥିବା ଲଢ଼େଇ ଝଗଡ଼ାର ପରିସମାପ୍ତି ଘଟିବା ସମ୍ଭବ ହୋଇପାରେ। ଏପରି କୌଣସି ସଂସ୍କୃତି ଯିଏ ଅନ୍ୟମାନଙ୍କଠାରୁ ଦୂରେଇ ରହି ନିଜ ଚତୁର୍ପାର୍ଶ୍ୱରେ ପ୍ରାଚୀର ନିର୍ମାଣ କରିବାକୁ ଚାହେଁ ସେ ଜୀବିତ ରହିବା ସମ୍ଭବ ନୁହେଁ। ଆମର ପୂର୍ବଜମାନେ ଅତି ପ୍ରାଚୀନ କାଳରୁ ପରସ୍ପର ସହ ଅତି ପ୍ରେମପୂର୍ବକ ସହାବସ୍ଥାନ କରି ଯେଉଁ ସର୍ବୋଚ୍ଚ ଆଦର୍ଶ ପ୍ରତିଷ୍ଠା କରିଥିଲେ, ଆମେ ସେମାନଙ୍କର ଆଜିର ସନ୍ତାନ, ସେଇ ଆଦର୍ଶର ପରିଣାମ ଅଟୁ। ନିଜର ଜନ୍ମଭୂମି ଏବଂ ପୃଥିବୀମାତା, ଯିଏ ଆମର ପୋଷଣ କରୁଛି ଆମ୍ଭେ ତାହା ଉପରେ ବୋଝ ସ୍ବରୂପ ବା ତାହା ପାଇଁ ହିତକାରୀ ହୋଇଛୁ- ତାହା ଭବିଷ୍ୟତ ହିଁ କହିବ। (ଗାନ୍ଧିଜୀଙ୍କ ବିଚାରର ମର୍ମାନୁବାଦ – ହରିଜନ ପତ୍ରିକା ୯ା୫ା୧୯୩୬) ଗାନ୍ଧିଜୀଙ୍କ ଉପରୋକ୍ତ ବିଚାର ଆମର ବିଶ୍ୱବନ୍ଦ୍ୟ ସଂସ୍କୃତି, ଆମର ମହାନ ପୂର୍ବଜ, ସମାଜ ଓ ରାଷ୍ଟ୍ର ଭାବରେ ଆମର କର୍ତ୍ତବ୍ୟ ଓ ସ୍ବାଭିମାନ, ଆମର ଗର୍ବ ଓ ଗୌରବମୟ ଅତୀତର ପୃଷ୍ଠଭୂମିରେ ବର୍ତ୍ତମାନ ଓ ଭବିଷ୍ୟତର ନିର୍ମାଣ ସକାଶେ ଆମର ଆଚରଣ, ବ୍ୟବହାର ତଥା ଏକନିଷ୍ଠତା ସକାଶେ ସମୁଚିତ ମାର୍ଗଦର୍ଶନ ଏବଂ ପ୍ରେରଣା ପ୍ରଦାନ କରିଥାଏ।

ଡ. ଅଶ୍ୱିନୀ କୁମାର ଶତପଥୀ
ଗାୟତ୍ରୀ ଭବନ, ନଲମଗଞ୍ଜ ଛକ, ମୋତିଗଞ୍ଜ, ବାଲେଶ୍ୱର
ମୋ: ୮୩୨୮୮୪୨୨୦୯


Enter your email to get our daily news in your inbox.

All Right Reserved By Dharitri.Com

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri