Posted inଜାତୀୟ

ଏସିଆରେ ଭାରତ ତୃତୀୟ ଶକ୍ତିଶାଳୀ ଦେଶ: ମୋଦି ଦ୍ୱିତୀୟ ସବୁଠୁ ପ୍ରଭାବୀ ଆଞ୍ଚଳିକ ନେତା

ନୂଆଦିଲ୍ଲୀ,୨୪ା୧୧: ଲୋୟି ଇନ୍‌ଷ୍ଟିଚ୍ୟୁଟ୍‌ର ଏସିଆ ପାଓ୍ବାର ଇଣ୍ଡେକ୍ସ ୨୦୨୬ ଅନୁଯାୟୀ ଭାରତ ଏସିଆ ମହାଦେଶରେ ତୃତୀୟ ସବୁଠୁ ଶକ୍ତିଶାଳୀ ଦେଶ ସ୍ଥାନ ବଜାୟ ରଖିବା ସହ ଏକ ମହାଶକ୍ତି ଭାବେ ଉଭା ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ସବୁଠୁ ପ୍ରଭାବଶାଳୀ ଆଞ୍ଚଳିକ ନେତା ଭାବେ ସ୍ଥାନ ପାଇଛନ୍ତି। ଭାରତ ଏସିଆ ମହାଦେଶରେ ଅଧିକ ପ୍ରଭାବୀ ଭୂମିକା ନେଉଥିବାରୁ ୨୦୨୬ ସୂଚକାଙ୍କରେ ଏହାର ପାଓ୍ବାର ସ୍କୋର ୦.୫ ପଏଣ୍ଟ ବଢ଼ି ୪୦.୫ ହୋଇଛି।୨୦୨୮ରୁ ଚାଇନା ସହ ଭାରତର ପାଓ୍ବାର ସ୍କୋର ବ୍ୟବଧାନ ସବୁଠୁ କମ୍‌ ହୋଇଛି। ସୂଚକାଙ୍କୁ ଅନୁଯାୟୀ, ୨୦୨୬ ବର୍ଷ ପାଇଁ ଆମେରିକା ଓ ଚାଇନା ଏସିଆରେ ମହାଶକ୍ତି ସ୍ଥାନ ନେଇଛନ୍ତି। ୧୦୦ରୁ ସେମାନଙ୍କ ସ୍କୋର ଯଥାକ୍ରମେ ୭୮.୯ ଏବଂ ୭୩.୬ ରହିଛି।
ଚଳିତ ବର୍ଷ ଭାରତ ଏହାର ପ୍ରମୁଖ ଶକ୍ତି ମାନ୍ୟତାକୁ ଆହୁରି ସୁଦୃଢ଼ କରିଛି ଓ ଏସିଆରେ ଏହାର ପ୍ରଭାବ ବଢ଼ିଛି। ଦକ୍ଷିଣପୂର୍ବ ଏସିଆ ରାଷ୍ଟ୍ରଗୁଡ଼ିକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକ୍ରି ଏବଂ ଆଞ୍ଚଳିକ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ସମ୍ପୃକ୍ତି ଭାରତର ପ୍ରତିରକ୍ଷା ନେଟ୍‌ଓ୍ବର୍କକୁ ସୁଦୃଢ଼ କରିଛି। ଏଥିସହିତ ସ୍ଥିର ବାଣିଜ୍ୟ ଓ ନିବେଶ ସମ୍ପର୍କ ଯୋଗୁ ଏହା ଏପରି ଅନ୍ୟକେତକ ଦେଶ ମଧ୍ୟରୁ ଅନ୍ୟତମ ହୋଇଛି, ଯାହାର ଅର୍ଥନୈତିକ ସମ୍ପର୍କ ଦୁର୍ବଳ ହୋଇନାହିଁ। ଯଦିଓ ଉପସାଗରୀୟ ଯୁଦ୍ଧ ବେଳେ ଭାରତର କମ୍‌ ସକ୍ରିୟତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଶ୍ୱିକ ନେତୃତ୍ୱକୁ ନେଇ ଧାରଣା ଉପରେ ପ୍ରଭାବ ପକାଇଥିଲା, ତେବେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ପରେ ବିଶେଷଜ୍ଞମାନେ ତାଙ୍କୁ ଦ୍ୱିତୀୟ ସବୁଠୁ ପ୍ରଭାବଶାଳୀ ଆଞ୍ଚଳିକ ନେତା ଆକଳନ କରିଥିବାରୁ ଏହାର କୂଟନୈତିକ ପ୍ରଭାବ ବଜାୟ ରହିଥିବା ଏସିଆ ପାଓ୍ବାର ଇଣ୍ଡେକ୍ସ ୨୦୨୬ରେ କୁହାଯାଇଛି।
ଚଳିତ ବର୍ଷ ଭାରତ ସାଂସ୍କୃତିକ ପ୍ରଭାବରେ ସବୁଠୁ ଅଧିକ +୨.୩ ପଏଣ୍ଟ ହାସଲ କରିଥିବାବେଳେ ଆର୍ଥତ୍କ ସାମର୍ଥ୍ୟରେ ସର୍ବାଧିକ ୦.୭ ପଏଣ୍ଟ ହରାଇଛି। ଏହା ବ୍ୟତୀତ ପ୍ରତିରକ୍ଷା ନେଟ୍‌ଓ୍ବର୍କ ୨.୧ ପଏଣ୍ଟ ବଢ଼ିବା ସହ ସାମରିକ ସାମର୍ଥ୍ୟ ୦.୫ ପଏଣ୍ଟ ବୃଦ୍ଧି ପାଇଛି। ୨୭ ଦେଶ ଓ ଅଞ୍ଚଳକୁ ନେଇ ଏସିଆ ପାଓ୍ବାର ଇଣ୍ଡେକ୍ସ ପ୍ରସ୍ତୁତ ହୋଇଛି। ଆମେରିକା ଓ ଚାଇନା ମଧ୍ୟରେ ପାଓ୍ବାର ସ୍କୋର ବ୍ୟବଧାନ ୫.୩ ପଏଣ୍ଟକୁ ହ୍ରାସ ପାଇଛି। ଆମେରିକାର କୂଟନୈତିକ ପ୍ରଭାବ ୬ ପଏଣ୍ଟ ହ୍ରାସ ପାଇ ୭୬.୭ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘର ଲୋକଙ୍କୁ କୋଠରିରେ ବନ୍ଦ କରି ଚୋରି, ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ୍:ଫ୍ରିଜ୍‌ରୁ କ୍ଷୀର ବାହାର କରି ଚା’ କରି ପିଇଲେ…

ଭଞ୍ଜନଗର, ୨୩/୧୧ (ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ…

ଧନୁଯାତ୍ରା ସ୍ଥଗିତ: ମାହୁନ୍ତକୁ ହାତୀ ଦଳି ଦେବା ପରେ ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ବଲାଙ୍ଗୀର,୨୩।୧୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡାରେ ହେଉଥିବା ୪୦ତମ ଧନୁଯାତ୍ରା ମହୋତ୍ସବକୁ ସ୍ଥଗିତ କରିଛି ପ୍ରଶାସନ। ଧନୁଯାତ୍ରା ମହୋତ୍ସବ ସମୟରେ ଏକ ଦୁଃଖଦ ଘଟଣା…

ନନ୍ଦିପଦା ଓ ବନ୍ତ ପୋଲିସ ମିଳିତ ଚଢ଼ାଉ

ହାଟଡିହୀ/ଛେନାପଦୀ, ୨୩/୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାର ନନ୍ଦିପଦା ପୋଲିସ ଏବଂ ଭଦ୍ରକ ଜିଲାର ବନ୍ତ ପୋଲିସ ଏକ ଠକେଇ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା…

ପାକିସ୍ତାନଠାରୁ ପରାଜୟର ପ୍ରତିଶୋଧ ନେବ ଭାରତ: ଏହି ଦିନ ପୁଣି ହେବେ ମୁହାଁମୁହିଁ! ଜବାବ ଦେବେ ବୈଭବ-ହର୍ଷିତ

ନୂଆଦିଲ୍ଲୀ,୨୩।୧୧: ଏସିଆ କପ ରାଇଜିଂ ଷ୍ଟାର୍ସରେ ରବିବାର ଖେଳାଯାଇଥିବା ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ପାକିସ୍ତାନଠାରୁ ପରାସ୍ତ ହୋଇଛି ଭାରତ। ଏହି ବିଜୟ ସହ ପାକିସ୍ତାନ ସେମିଫାଇନାଲ ଟିକେଟ…

ଗର୍ଭବତୀଙ୍କ ନିକଟରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଆଉ ତା’ପରେ…

ଥୁଆମୂଳ ରାମପୁର,୨୩।୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ଗ୍ରାମପଞ୍ଚାୟତ ଅମଠାଗୁଡ଼ା ଗ୍ରାମକୁ ଯିବା ବାଟରେ ପଡ଼ୁଥିବା ଏକ ଛୋଟ ନାଳ ଯୋଗୁ…

ସେବାଶ୍ରମରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଖଇରପୁଟ/ମାଲକାନଗିରି,୨୩।୧୧ (ଜଗନ୍ନାଥ ମାଝୀ/ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ପରକନମାଳା (ସୁନା ନଗର) ସେବାଶ୍ରମରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।…

କୋଟିଆରେ ନାଲକୋ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନକୁ ବିରୋଧ: ନିରାଶ ହୋଇ ଫେରିଲେ ଅଧିକାରୀ-ରାଜନେତା

ପଟ୍ଟାଙ୍ଗି, ୨୩।୧୧ (ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ଟାଉପଦର ତଥା ଥୁରିଆ ଛକରେ ନାଲକୋ ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ଉଦ୍ୟମକୁ…

ବିଶ୍ରାମଗାରରେ କୁଢକୁଢ ଅଳିଆ ଆବର୍ଜନା: ହନ୍ତସନ୍ତ ଯାତ୍ରୀ

ମୋହନା, ୨୩।୧୧(ମନ୍ମଥ ମିଶ୍ର):ଯାତ୍ରୀଙ୍କ ସୁବିଧା ପାଇଁ ନିର୍ମିତ ବିଶ୍ରାମଗାର ଏବେ ଅଳିଆ ଆବର୍ଜନା ଓ ଖାଲି ମଦ ବୋତଲରେ ଭର୍ତ୍ତି। ଗଜପତି ଜିଲା ମୋହନା ସହରର ହିଲଟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?