ଆମ ବସ୍‌ ଓ ମାନବୀୟ ଗୁଣ

ଠକମାନେ ନିଶ୍ଚିତ ଭାବେ ଶୀର୍ଷକଟିକୁ ପଢ଼ି ଆଶ୍ଚର୍ଯ୍ୟଚକିତ ହେବେ। ମନେମନେ ଭାବିବେ ‘ଆମ ବସ୍‌’ ସହ ମାନବୀୟଗୁଣର ପୁଣି କି ସମ୍ପର୍କ ରହିଛି? ଆଜ୍ଞା ରହିଛି, ନିଶ୍ଚିତ ରୂପେ ଏକ ନିବିଡ଼ ସମ୍ପର୍କ। ଆମ ଘର, ଆମ ପରିବାର, ଆମ ଗାଁ, ଆମ ରାଜ୍ୟ, ଆମ ଦେଶ କହିଲାବେଳେ ସମସ୍ତଙ୍କର ମନରେ ଏମାନଙ୍କ ପ୍ରତି ଆତ୍ମୀୟତା ଭାବ ଚାଲିଆସେ। ଏମାନଙ୍କ ବିରୋଧରେ କେତେବେଳେ କେହି କିଛି କହିଲେ ମନରେ କ୍ରୋଧ ଭାବ ଚାଲିଆସେ। ଆପଣାପଣ, ମମତ୍ୱବୋଧ ଏ ସବୁ କଥା ବିଚାର କଲାବେଳେ ଓଡ଼ିଶା ସରକାରଙ୍କ ଦ୍ୱାରା ଚାଲୁଥିବା ଆମ ବସ୍‌ (ପୂର୍ବରୁ ଯାହା ମୋ ବସ୍‌ ଥିଲା) କଥା ମଧ୍ୟ ସ୍ବତଃପ୍ରବୃତ୍ତ ଭାବେ ମନରେ ଆଲୋଡନ ସୃଷ୍ଟି କରେ।
ଓଡ଼ିଶା ସରକାର ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆମ ବସ୍‌ର ପରିକଳ୍ପନା କଲେ। କୌଣସି ନା କୌଣସି ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ‘ଆମ ବସ୍‌’ ନାମକରଣର ପରିକଳ୍ପନା ଏବଂ ଯୋଜନା କାର୍ଯ୍ୟକାରୀ ହେଲା। ନିଃସନ୍ଦେହରେ କୁହାଯାଇପାରେ ଯେ ନିୟମିତ ରୂପେ ଯାତାୟାତ କରୁଥିବା ଶତାଧିକ ଲୋକ ଏଥିପାଇଁ ଲାଭାନ୍ବତ ହେଉଛନ୍ତି। ମୁଁ ମଧ୍ୟ ସେହି ଲୋକଙ୍କ ଭିତରୁ ଜଣେ। ମୁଁ ଗୋଟିଏ ସରକାରୀ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବାରୁ ସରକାରୀ ଛୁଟି ଏବଂ ରବିବାର ବ୍ୟତୀତ ପ୍ରତ୍ୟେକ ଦିନ ‘ଆମ ବସ୍‌’ ର ସହାୟତାରେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ୟାଏ। ଏଠି କହିରଖିବାକୁ ଚାହେଁ ଯେ ‘ଆମ ବସ୍‌’ କେବଳ ମାତ୍ର ଗୋଟିଏ ସାଧାରଣ ଯାନ ନୁହେଁ ବରଂ ଏହା ଏକ ମିନି ରାଜ୍ୟ। ଏହା କହିବା ମୂଳରେ ଗୋଟିଏ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରହିଛି। ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟ ନିର୍ବିଶେଷରେ ବିଭିନ୍ନ ଚିନ୍ତାଧାରାର ତଥା ନକାରାତ୍ମକ ଓ ସକାରାତ୍ମକ ଦୃଷ୍ଟିଭଙ୍ଗୀର ଲୋକ ଏଥିରେ ଯିବା ଆସିବା କରିଥାନ୍ତି। କହିବାର ଅଭିପ୍ରାୟ ହେଉଛି ସରକାର ଯେଉଁ ଉଦ୍ଦେଶ୍ୟ ବା ଦୃଷ୍ଟିଭଙ୍ଗୀକୁ ନେଇ ‘ଆମ ବସ୍‌’ ନାମର ପରିକଳ୍ପନା କଲେ ତାହା ସଫଳ ହୋଇପାରିନି। ଏଥିରେ ଯିବାଆସିବା କରୁଥିବା ଅନେକ ମୁଷ୍ଟିମେୟ ତଥା ସ୍ବାର୍ଥପର ଲୋକଙ୍କ ନିକଟରେ ଦୟା, ମାୟା, କରୁଣା, ସହାନୁଭୂତି ଆଦି ମାନବୀୟ ଗୁଣ ନିଶ୍ଚିହ୍ନ ପ୍ରାୟ। ସେମାନେ ବସ୍‌ରେ ଚଢ଼ିଲାପରେ ସିଟ୍‌ଟିଏ ପାଇଁ ପାଗଳ। ପ୍ରକୃତରେ ଦେଖିବାକୁ ଗଲେ ସିଟ୍‌ଟିଏ ପାଇଁ କିଏ ବା ଲାଳାୟିତ ନୁହେଁ? କିନ୍ତୁ ତା’ ବୋଲି ଯେ ସହାନୁଭୂତି ଛାଡି ସାଧାରଣ ସିଟ୍‌ଟିଏ ପାଇଁ ସେମାନଙ୍କୁ ଦେଖାଯାଏନି ବରିଷ୍ଠ ନାଗରିକ ବା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ। ବସ୍‌ରେ ସ୍ପଷ୍ଟ ଭାବେ ଲେଖାଯାଇଥିବା ମହିଳା, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍‌ ପାଇଁ ମଧ୍ୟ ବାକ୍‌ବିତଣ୍ଡା।
ପରିତାପର ବିଷୟ, ବରିଷ୍ଠ ନାଗରିକ ବା ଅସୁସ୍ଥ ଜନତା ଗହଳି ଭିତରେ ଠିଆ ହୋଇଥିଲା ବେଳେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍‌ଗୁଡ଼ିକୁ ଯୁବକମାନେ ନିଃସଙ୍କୋଚରେ ଅକ୍ତିଆର କରିଥାନ୍ତି ଏବଂ ଲଜ୍ଜାହୀନ ଭାବେ କଣ୍ଡକ୍ଟର ସହ ଅଯୌକ୍ତିକ କଥା କହି ପରିବେଶକୁ ଅଶାନ୍ତ କରିଦିଅନ୍ତି। ଏଭଳି ବାତାବରଣ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସେଠି ପାତ୍ରୀପାତ୍ରଙ୍କର ବୟସ, ଛୋଟ, ବଡ ଆଦି କିଛିର କାଣ୍ଡଜ୍ଞାନ ରହେନି । ତେଣୁ ‘ଆମ ବସ୍‌’ ମୋର ବସ୍‌ ନୁହେଁ ଏହା ପରର ବସ୍‌। ଏଠି ନିଜର ଲୋକ କେହି ନ ଥାନ୍ତି ବରଂ ସମସ୍ତେ ପର। ଏଠି ଆତ୍ମୀୟତା ଭାବ କିମ୍ବା ଆପଣାପଣ ଭାବ ଆସିବ ବା କେଉଁଠୁ? ଅଯୌକ୍ତିକ ବା ଭିତ୍ତିହୀନ କଥାରେ ଯୁକ୍ତିକରି ଅନ୍ୟର ଅପମାନ କରୁଥିବା ଲୋକ ନିଜେ ଯେ ନିଜର ଅଜାଣତରେ କେତେ ତଳକୁ ଖସିଯାଇଥାଏ, ତାକୁ ଜଣାପଡେନି। କିନ୍ତୁ ଅଲକ୍ଷ୍ୟରେ ସେ ନିଜର ଅମଣିଷପଣିଆର ପ୍ରମାଣ ସମସ୍ତଙ୍କ ନିକଟରେ ଛାଡିଯାଇଥାଏ। ଯଦି ତା’ର ଅବିମୃଶ୍ୟକାରିତା ବିଷୟରେ କେହି ସହୃଦୟ ବ୍ୟକ୍ତି କିଛି କହନ୍ତି, ସେଠି ସେ ନିଜକୁ ଅପରାଜେୟ ବା ନିର୍ଦ୍ଦୋଷ ସାବ୍ୟସ୍ତ କରି ଅତ୍ୟନ୍ତ ଚତୁରତାର ସହିତ ନିଜର ପାରିବାପଣିଆର ବାହୁସ୍ଫୋଟ ମାରନ୍ତି। ବିଶେଷ ରୂପେ ନିଜକୁ ଆଧୁନିକା ଭାବୁଥିବା କେତେଜଣ ଯୁବତୀ ‘ନାରୀ’ ସଶକ୍ତୀକରଣର ଅର୍ଥକୁ କଦର୍ଥ କରି ଏପରି ସଶକ୍ତବାକ୍‌ ପ୍ରହାର କରନ୍ତି ଯେ ଶୁଣୁଥିବା ବ୍ୟକ୍ତି ଚୁପ୍‌ ନ ରହି ଆଉ କିଛି କହିବା ପାଇଁ ସାହସ କରେନି। ସେଥିପାଇଁ ଯୋଜନାକୁ ସରକାରଙ୍କର ଦୋଷତ୍ରୁଟି ବୋଲିବା ଅପେକ୍ଷା ନିଜର ଦୋଷ ଦୁର୍ବଳତା ପ୍ରତି ଦୃଷ୍ଟି ଦେବା ତତ୍‌ ସହିତ ସଂଶୋଧନ କରିବା ଆବଶ୍ୟକ।
ଗୋଟିଏ ଦେଶ ବା ଜାତିକୁ ସର୍ବଶ୍ରେଷ୍ଠ ଏବଂ ତାଙ୍କର ଜାତୀୟ ଚରିତ୍ର ମହାନ୍‌ ବୋଲି ସେତେବେଳେ କୁହାଯିବ, ଯେତେବେଳେ ସେହି ଦେଶର ନାଗରିକ ନିଜର ଅଧିକାରଠାରୁ କର୍ତ୍ତବ୍ୟ ସମ୍ପର୍କରେ ଅଧିକ ସଚେତନ ହୋଇଥିବେ। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଯୋଜନା ସରକାର ପ୍ରଣୟନ କରୁଛନ୍ତି, କିନ୍ତୁ ସାଧାରଣ ନାଗରିକ ନିଜର ଅପରିଣାମଦର୍ଶିତା ଏବଂ ଅପରିପକ୍ୱତା ଦୃଷ୍ଟିରୁ ସେସବୁ ଯୋଜନାକୁ ଫଳପ୍ରଦ କରିବା ପୂର୍ବରୁ ଭଣ୍ଡୁର କରିଦେଉଛନ୍ତି। ଜଣା ପଡୁଛି , ଆମେ ଜାତୀୟ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ଉପରେ ବେଶି ଦୃଷ୍ଟିକେନ୍ଦ୍ରିତ କରୁଛୁ। ଆମର ଜାତୀୟ ଚରିତ୍ର ଖୁବ୍‌ ନିମ୍ନସ୍ତରର ବୋଲି ଅନ୍ୟ ରାଜ୍ୟ ଓ ଦେଶ ନିକଟରେ ଅଲକ୍ଷ୍ୟରେ ପ୍ରମାଣ ଛାଡି ଦେଉଛୁ।
ଆମେ ନିଜ ଦୋଷ ଦୁର୍ବଳତାକୁ ଆଢୁଆଳରେ ରଖି ଅନ୍ୟକୁ ଦୋଷୀସାବ୍ୟସ୍ତ କରିବାକୁ ଭଲ ପାଉ। ନିଜର କର୍ତ୍ତବ୍ୟକୁ ଭୁଲିଯାଇ ପ୍ରତ୍ୟେକଙ୍କର କର୍ତ୍ତବ୍ୟକୁ ସ୍ମରଣ କରାଇ ଦେଉ। ‘ସମସ୍ତେ ଖରାପ’ ଆଉ ମୁଁ ଗୋଟାପଣେ ଭଲ ଏ ବିଚାରଧାରା ଆମକୁ ଆମୂଳଚୂଳ ସଂକ୍ରମଣ କରି ରଖିଛି। ଯଦି ମହାତ୍ମା ଗାନ୍ଧୀ ଉକ୍ତି ‘ଅନ୍ୟକୁ ଦୋଷ ଦେବା ପୂର୍ବରୁ ପ୍ରଥମେ ନିଜକୁ ସଂଶୋଧନ କର’କୁ ମନେପକାଇ କାମରେ ଲଗାଇବା ତା’ହେଲେ ସମାଜରେ ଏତେ ଅଶାନ୍ତି ଅସନ୍ତୋଷ ବା ହିଂସା ଦେଖାଯିବ ନାହିଁ।
ମଣିଷ ଅନେକ ସମୟରେ ଅମଣିଷ ଭଳି କାମ କରେ। ମନେ ରଖିବାକୁ ହେବ ଯେ,ନିଜର ମାନବୀୟ ଗୁଣ ଦ୍ୱାରା ଅନ୍ୟକୁ ସାହାଯ୍ୟ କରିପାରିଲେ ସେ ନିଜର ଶ୍ରେଷ୍ଠତ୍ୱ ଜାହିର କରିପାରିବ। ଜୀବନରେ କିଛି ପାଇବା ପୂର୍ବରୁ ଅନ୍ୟକୁ କିଛି ଦେଇ ଶିଖିବା ଉଚିତ। ସାହାଯ୍ୟ କରିବା ମନୋବୃତ୍ତି ଥିଲେ ଯେକୌଣସି ଉପାୟରେ ଆମେ ଅନ୍ୟକୁ ସହଯୋଗର ହସ୍ତ ସଂମ୍ପ୍ରସାରଣ କରିପାରିବା। ତା’ହେଲେ ଯାଇ ମନୁଷ୍ୟ ଜୀବନ ସାର୍ଥକ ହୋଇପାରିବ। ଦୈନନ୍ଦିନ ଜୀବନରେ ଆମ ଦୃଷ୍ଟିରେ ବହୁ ଦୁଃଖୀ, ଅଭାବୀ ବ୍ୟକ୍ତି ଦେଖାଯାନ୍ତି। ନିଜ ଦ୍ୱାରା ଯେତିକି ସମ୍ଭବ ସେତିକି ସାହାଯ୍ୟ କରିବା ଦରକାର ନ ହେଲେ ବିଶ୍ୱନିୟନ୍ତାଙ୍କ ସୃଷ୍ଟିରେ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହେଉଥିବା ମଣିଷ ନିକୃଷ୍ଟ ଜୀବରୂପେ ପରିଗଣିତ ହେବ, ଏଥିରେ ତିଳେ ମାତ୍ର ସନ୍ଦେହର ଅବକାଶ ନାହିଁ।
ସହକାରୀ ପ୍ରାଧ୍ୟାପିକା, ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ, କଟକ

ଡ. ମାନିନୀ ବିଶ୍ୱାଳ


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?