Posted inଜାତୀୟ

କେନ୍ଦ୍ରର ଓଟିଟି ଗାଇଡ୍‌ଲାଇନ୍‌ ଦନ୍ତହୀନ

ନୂଆଦିଲ୍ଲୀ,୬ା୩: ସୋସିଆଲ ମିଡିଆ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଗାଇଡ୍‌ଲାଇନର ଦାନ୍ତ ନାହିଁ। ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଅନୁପଯୁକ୍ତ କଣ୍ଟେଣ୍ଟ ଦେଖାଇଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବ୍ୟବସ୍ଥା ଏହି ନିର୍ଦ୍ଦେଶାବଳୀରେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଏହାସହ ଓଭର ଦି ଟପ୍‌ (ଓଟିଟି) ପ୍ଲାଟଫର୍ମ ଆମାଜନ ପ୍ରାଇମ୍‌ ଭିଡିଓର ଭାରତ ମୁଖ୍ୟ ଅପର୍ଣ୍ଣା ପୁରୋହିତଙ୍କୁ ଗିରଫଦାରିରୁ ସୁରକ୍ଷା ପ୍ରଦାନ କରିଛନ୍ତି। ‘ତାଣ୍ଡବ’ ଓ୍ବେବ୍‌ ସିରିଜ୍‌କୁ ନେଇ ଅପର୍ଣ୍ଣା ପୁରୋହିତଙ୍କ ବିରୋଧରେ ଏଫ୍‌ଆଇଆର୍‌ କରାଯାଇଥିଲା। ଅପର୍ଣ୍ଣା ଆଗୁଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଆର.ଏସ୍‌. ରେଡ୍ଡୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅପର୍ଣ୍ଣାଙ୍କ ପିଟିଶନର ଶୁଣାଣି କରି ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଖଣ୍ଡପୀଠ କହିଛନ୍ତି, କେନ୍ଦ୍ର ସରକାରଙ୍କ ସୋସିଆଲ ମିଡିଆ ରେଗୁଲେଶନ୍ସ କେବଳ ଗାଇଡ୍‌ଲାଇନ୍‌ ମାତ୍ର। ଡିଜିଟାଲ ପ୍ଲାଟଫର୍ମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସମ୍ପର୍କରେ ଏଥିରେ କିଛି ନିୟମ କରାଯାଇ ନାହିଁ। ଶୁଣାଣି ବେଳେ କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ବାଢ଼ିଥିଲେ, ସରକାର ଉପଯୁକ୍ତ ପଦକ୍ଷେପ ନେଇ ବିଚାର କରିବେ ଏବଂ ଏହା ଉପରେ କୌଣସି ପ୍ରକାର ନିୟନ୍ତ୍ରଣ ବା ଆଇନ ବ୍ୟବସ୍ଥା କରାଗଲେ ଅଦାଲତଙ୍କୁ ସେନେଇ ଅବଗତ କରାଯିବ। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ମାମଲାରେ ପକ୍ଷଭୁକ୍ତ କରିବା ପାଇଁ ଅପର୍ଣ୍ଣାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗୁରୁବାର ସୁପ୍ରିମକୋର୍ଟ କହିଥିଲେ, ଓଟିଟି କେତେକ ପ୍ଲାଟ୍‌ଫର୍ମରେ ପର୍ନୋଗ୍ରାଫିକ୍‌ କଣ୍ଟେଣ୍ଟ (ଅଶ୍ଳୀଳ ଭିଡିଓ) ଦେଖାଯାଉଛି। ଏଭଳି କାର୍ଯ୍ୟକ୍ରମର ପ୍ରସାରଣ ପାଇଁ ଏକ ବ୍ୟବସ୍ଥା ରହିବା ଉଚିତ। ଏହାସହ ସୋସିଆଲ ମିଡିଆ ନିୟନ୍ତ୍ରଣ ପାଇଁ କି ଗାଇଡ୍‌ଲାଇନ୍‌ କରାଯାଇଛି ତା’ର ବିବରଣୀ ଦେବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ। ଅପର୍ଣ୍ଣାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଉକ୍ତ ଏଫ୍‌ଆଇଆର୍‌କୁ ବିରୋଧ କରିଥିଲେ। କହିଥିଲେ, ଅପର୍ଣ୍ଣା ଆମାଜନ୍‌ର ଜଣେ କର୍ମଚାରୀ। ସେ ‘ତାଣ୍ଡବ’ର ପ୍ରଯୋଜକ କି ଅଭିନେତ୍ରୀ ନୁହନ୍ତି। ଏହାସତ୍ତ୍ୱେ ତାଙ୍କ ବିରୋଧରେ ଦେଶବ୍ୟାପୀ ୧୦ ମାମଲା ରୁଜୁ କରାଯିବା ଦୁର୍ଭାଗ୍ୟଜନକ।

ମାମଲା କ’ଣ

‘ତାଣ୍ଡବ’ ହେଉଛି ୯ ଅଧ୍ୟାୟ ବିଶିଷ୍ଟ ପଲିଟିକାଲ ଥ୍ରିଲର। ଅଲି ଅବ୍ବାସ ଜାଫରଙ୍କ ନିର୍ଦ୍ଦେଶନା ତଥା ହିମାଂଶୁ ମେହେରାଙ୍କ ପ୍ରଯୋଜନାରେ ନିର୍ମିତ ଏହି ଓ୍ବେବ୍‌ ସିରିଜରେ ବଲିଉଡ୍‌ କଳାକାର ସୈଫ୍‌ ଅଲି ଖାନ୍‌, ଡିମ୍ପଲ କାପାଡିଆ ଓ ଅହମ୍ମଦ ଜିଶାନ ଆୟୁବ ପ୍ରମୁଖ ଅଭିନୟ କରିଛନ୍ତି। ଏହି ଓ୍ବେବ୍‌ ସିରିଜରେ ଉତ୍ତର ପ୍ରଦେଶ ପୋଲିସ, ହିନ୍ଦୁ ଦେବଦେବୀଙ୍କୁ ଭୁଲ୍‌ ଭାବେ ଉପସ୍ଥାପନ ସହ ପ୍ରଧାନମନ୍ତ୍ରୀ ଚରିତ୍ରକୁ ଖରାପ ଭାବେ ଚିତ୍ରଣ କରିଥିବା ନେଇ ଅପର୍ଣ୍ଣାଙ୍କ ବିରୋଧରେ ଅଭିଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri