ଓଟିଟି ମାର୍ଗଦର୍ଶିକ

ଜିତେନ୍ଦ୍ର କୁମାର ନାୟକ

ସଙ୍କଟକୁ ସାମ୍ନାକରି ଯେଉଁମାନେ ସଫଳତା ପାଇଥାଆନ୍ତି, ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଥାଆନ୍ତି। ନିକଟରେ ଫୋର୍ବସ ଦ୍ୱାରା ଭାରତୀୟ ମହିଳା ଶକ୍ତିଙ୍କୁ ନେଇ ପ୍ରକାଶ ପାଇଥିବା ତାଲିକାର ଶୀର୍ଷରେ ରହିଛନ୍ତି ଫିଲ୍ମ ନିର୍ଦ୍ଦେଶକ ତଥା ସ୍ରଷ୍ଟା (କ୍ରିଏଟର) ଅପର୍ଣ୍ଣା ପୁରୋହିତ। ଅନ୍ୟମାନଙ୍କୁ ଗପ କହିବା କିମ୍ବା କିଛି ନୂଆ ବିଷୟରେ ଜଣାଇବା ଉଦ୍ଦେଶ୍ୟ ରଖି ଚଳଚ୍ଚିତ୍ରରେ ସେ ଯେଉଁ ପରୀକ୍ଷାନିରୀକ୍ଷା କରିଥିଲେ, ତାହା ତାଙ୍କୁ ଆଜି ବଡ଼ ପରିଚୟ ଦେଇଛି। ଆମାଜନ ପ୍ରାଇମ୍‌ ଭିଡିଓର ଇଣ୍ଡିଆ ଅରିଜିନାଲ୍ସର ମୁଖ୍ୟ ଭାବେ ଅପର୍ଣ୍ଣା ଏବେ ଯୁବପିଢ଼ିଙ୍କ ପାଇଁ ପ୍ରେରଣାଦାୟୀ ପାଲଟି ଯାଇଛନ୍ତି।
୬ ଅଗଷ୍ଟ ୧୯୭୯ରେ ଅପର୍ଣ୍ଣା ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରୁ ଗଣ ଯୋଗାଯୋଗରେ ସ୍ନାତକୋତ୍ତର ଡିଗ୍ରୀ ଶେଷ କରିବା ପରେ ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ପାଇଁ ଆଗ୍ରହ ଦେଖାଇଥିଲେ। କିନ୍ତୁ ସାମ୍ବାଦିକତା ପାଠ ପଢ଼ିବା ପରେ ସେ ପ୍ରଥମେ ମୁଦ୍ରିତ ଗଣମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ। ଟାଇମ୍ସ ଅଫ୍‌ ଇଣ୍ଡିଆ, ଦି ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ଇଂଲିଶ ଖବରକାଗଜ ଏବଂ ଆକାଶବାଣୀର ଦିଲ୍ଲୀଠାରେ ଏଫ୍‌ଏମ୍‌ ଗୋଲ୍ଡ ଓ ରେନ୍‌ବୋରେ କାର୍ଯ୍ୟ କରିଥିଲେ। ଏହା ପରେ ବଲିଉଡ୍‌ ପ୍ରତି ମନବଳାଇଲେ। ହେଲେ ବିଶାଳ ସିନେମା ଶିଳ୍ପରେ ସଫଳତା ପାଇବା ସହଜ କଥା ନ ଥିଲା। ତଥାପି ସାହସ ଜୁଟାଇ ସେ ୨୦୦୩ରେ ବମ୍ବେରେ ପହଞ୍ଚତ୍ଲେ। ଲକ୍ଷ୍ୟ ଥିଲା ଏହି ମଞ୍ଚ ମାଧ୍ୟମରେ ସେ ଲୋକଙ୍କୁ ଗପ କହିବେ। ସେଠାରେ କିଛି ସପ୍ତାହ ପରେ ଏକ ଟେଲିଭିଜନ୍‌ ଶୋ’ରେ ସେ କାମ କରିବାର ସୁଯୋଗ ପାଇଲେ। ସେଥିରେ ସେ ଏକମାତ୍ର ମହିଳା ସହକାରୀ ନିର୍ଦ୍ଦେଶକ ଥିଲେ। ତେବେ ବଡ଼ କଳାକାରଙ୍କୁ ଜଣେ ଯୁବ ମହିଳା ନିର୍ଦ୍ଦେଶକ ଭାବେ ନିର୍ଦ୍ଦେଶନା ଦେବା କଷ୍ଟକର ହୋଇପଡ଼ିଥିଲା। ଅପର୍ନା ସେନ୍‌, ଭାରତବାଲା ଓ ନାସିରୁଦ୍ଦିନ୍‌ ଶାହାଙ୍କ ଭଳି ବ୍ୟକ୍ତିଙ୍କ ସହ ମିଶି କାମ କରିବା ବେଳେ ସେ ଅନେକ ଅଭିଜ୍ଞତା ଅର୍ଜନ କରିଥିଲେ। ସେହି ସୁଯୋଗ ତାଙ୍କୁ ପରବର୍ତ୍ତୀ ସମୟରେ ଆଗକୁ ଯିବା ପାଇଁ ରାସ୍ତା ଦେଖାଇଥିଲା। ଫଳରେ ମନୋରଞ୍ଜନର କର୍ପୋରେଟ୍‌ ଜଗତ ସହ ସେ ଜଡ଼ିତ ହୋଇଗଲେ। ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ଓ ୟୁଟିଭି ମୋଶନ ପିକ୍‌ଚର୍ସରେ କ୍ୟାରିୟର ବଢ଼ାଇଥିଲେ। ୨୦୦୮ରେ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟରେ ଯୋଗ ଦେଇଥିଲେ। ୨୦୧୦ ତାଙ୍କୁ ଆହୁରି ସଫଳତା ମିଳିଲା ଓ ସେ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନ୍‌ଏଫ୍‌ଡିସି)ରେ ପରାମର୍ଶଦାତା ଭୂମିକା ନିର୍ବାହ କରିଥିଲେ। ପରେ ମହିନ୍ଦ୍ରା ଗ୍ରୁପ୍‌ର ଫିଲ୍ମ ଶାଖା ମୁମ୍ବାଇ ମନ୍ତ୍ରା ମିଡିଆ ଲିମିଟେଡ୍‌ରେ ସେ ହେଡ୍‌ ଅଫ୍‌ କ୍ରିଏଟିଭ୍‌ ଇନିସିଏଟିଭ୍‌ ଭାବେ ଯୋଗ ଦେଇଥିଲେ। ୨୦୧୫ରେ ଅପର୍ଣ୍ଣା ‘ଜାନେ ପେହେଚାନ୍‌’ର ପ୍ରଯୋଜନା କରି ଫିଲ୍ମ ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
ଦୀର୍ଘ ୧୫ ବର୍ଷ ବମ୍ବେ ସିନେମା ଶିଳ୍ପରେ କାର୍ଯ୍ୟ କରିଥିବା ଅପର୍ଣ୍ଣା ମନୋରଞ୍ଜନ ଜଗତରେ ଓଭର-ଦି-ଟପ୍‌ (ଓଟିଟି)ରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ଭାରତୀୟ ମୂଳ ବିଷୟ ମିର୍ଜାପୁର, ମେଡ୍‌ ଇନ୍‌ ହେଭେନ୍ସ, ବାଣ୍ଡିସ୍‌ ବଣ୍ଡିଟ୍‌ସ ଓ ପାତାଳ ଲୋକ୍‌ରେ ପପ୍‌-କଲ୍‌ଚର ଭାବନା ସନ୍ନିବେଶିତ କରାଇ ମନୋରଞ୍ଜନକୁ ଦର୍ଶକଙ୍କ ଭରପୂର ଆନନ୍ଦ ପାଇବା ଭଳି ସ୍ତରକୁ ନେଇଯାଇଛନ୍ତି। ଆମାଜନ୍‌ ପ୍ରାଇମ୍‌ରେ ରିଲିଜ୍‌ ହୋଇଥିବା କେତେକ ଚଳଚ୍ଚିତ୍ର ଓ ସିରିଜ୍‌ ତାଙ୍କ ଯୋଗୁ ଲୋକପ୍ରିୟତା ପାଇଥିବା ଦେଖାଯାଇଛି।
ଜଣେ ଯୁବ ସାମ୍ବାଦିକା ଏକ ମିଶନ ରଖି ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ଖୁବ୍‌ ଅଳ୍ପ ସମୟ ଭିତରେ ଅନେକ ସଫଳତା ପାଇଛନ୍ତି। କାର୍ଯ୍ୟ ପ୍ରତି ଗଭୀର ନିଷ୍ଠା ଓ ପ୍ରତିବନ୍ଧତା ଯୋଗୁ ଏହା ସମ୍ଭବ ହୋଇପାରିଛି । ଭାରତର ଉଦ୍ୟୋଗ ଜଗତଠାରୁ ଆରମ୍ଭ କରି ସାମାଜିକ, ପ୍ରଶାସନିକ କ୍ଷେତ୍ର ଯାଏ ଅନେକେ ମହିଳା କାର୍ଯ୍ୟ କରୁଛନ୍ତି। ଦେଶରେ ବହୁ ଧନଶାଳୀ ମହିଳା ଅଛନ୍ତି, କିନ୍ତୁ ସେମାନଙ୍କ ପ୍ରଭାବ ସମସ୍ତଙ୍କ ଉପରେ ପଡ଼ି ନ ଥାଏ। ମାତ୍ର ଯେଉଁମାନେ ଏକ ଲକ୍ଷ୍ୟ ରଖି ଓ ଗଣକୁ ଦିଗ୍‌ଦର୍ଶନ ଦେବାରେ ସହାୟକ ହୋଇଥାଆନ୍ତି ସେମାନେ ଶକ୍ତିଶାଳୀ ପ୍ରମାଣିତ ହୋଇଥାଆନ୍ତି। ଅପର୍ଣ୍ଣାଙ୍କ ମନୋରଞ୍ଜନ କ୍ଷେତ୍ରରେ ଯାତ୍ରା ଅଳ୍ପ ବର୍ଷର ହୋଇଥାଇପାରେ, କିନ୍ତୁ ସେ ନୂଆ ପିଢ଼ିଙ୍କ ପାଇଁ ଯେଉଁ ପ୍ରେରଣାର ବାଟ ଦେଖାଇଛନ୍ତି, ତାହା ସୁଦୀର୍ଘ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri