ଗହଣା ଦୋକାନରୁ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଅଳଙ୍କାର ଲୁଟ୍‌ ଘଟଣା: ଚାରିଦିନ ପରେ ବି ଲୁଟେରାଙ୍କ ଟେର ପାଉନି ପୋଲିସ

ପୁରୁଷୋତ୍ତମପୁର,୧୭।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟସ୍ଥ ପୋଲିସ ଥାନା ଓ ଏସ୍‌ଡିପିଓ ଅଫିସ ପଛପଟ ଚାଙ୍ଗୁଡିଆପଦର ସାହିରେ ଥିବା ଏକ ଦୋକାନରୁ ମଙ୍ଗଳବାର ଲୁଟ୍‌ ହୋଇଥିଲା। ଲୁଟେରା କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଅଳଙ୍କାର ଲୁଟି ନେଇଥିଲେ। ଏହି ଘଟଣାକୁ ୪ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ଲୁଟେରାଙ୍କ କୌଣସି ସୁରାକ ପାଇପାରିନାହିଁ । ଥାନା ଓ ଏସ୍‌ଡିପିଓ ଅଫିସ ପଛପଟ ତଥା ସହର ମଝିରେ ଦୋକାନ ରହିଥିଲେ ମଧ୍ୟ ଲୁଟେରାମାନେ ଏହାକୁ ଖାତିର ନକରି ଏଭଳି ଘଟଣା ଭିଆଇଛନ୍ତି। ଯାହାକି ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇପଡିଛି। ଘଟଣାସ୍ଥଳକୁ ଶନିବାର ନିଜେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଗଞାମ ଏସ୍‌ପି ବ୍ରିଜେସ କୁମାର ରୟ ଆସି ଘଟଣାର ସମସ୍ତ ପ୍ରକାରର ପାରିପାଶର୍‌ବିକ ସ୍ଥିତିକୁ ନେଇ ତଦନ୍ତ କରିଛନ୍ତି। ପୂର୍ବରୁ ଏସ୍‌ପି ଓ ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର ଆସି ତଦନ୍ତ କରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିନିକଳ ଖୋଲିବା ଆଶା ଉଜ୍ଜୀବିତ : ଏକାଠି ହେଲେ ମନ୍ତ୍ରୀ, ପ୍ରଶାସକ, ନେତା, କୃଷକ

ନୟାଗଡ଼ ଅଫିସ,୯ା୮: ନୟାଗଡ଼ ଜିଲାରେ ବନ୍ଦ ହୋଇ ପଡ଼ିଥିବା ଚିନିକଳ ଖୋଲିବା ପ୍ରସଙ୍ଗରେ ଗୁରୁବାର ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ...

ହିତାଧିକାରୀଙ୍କୁ ରାଶନ, ୧ ହଜାର ଟଙ୍କା ବଣ୍ଟନ

କାକଟପୁର,୫।୪(ଡି.ଏନ.ଏ)- କାକଟପୁର ବ୍ଲକ ଅଧୀନସ୍ଥ କାକଟପୁର ପଞ୍ଚାୟତର ନଂ୧, ୨, ୩, ୪, ୫, ୬, ୧୨, ୧୩ ଆଦିି ଓାର୍ଡରେ ୩ ମାସର ଅଗ୍ରୀମ...

ଦସ୍ତଖତରେ ଶିଶୁ ଶ୍ରମିକ ନିରୋଧ ବାର୍ତ୍ତା

ବ୍ରହ୍ମପୁର ଅଫିସ,୧୨ା୬: ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଅବସରରେ ସ୍ଥାନୀୟ ଖଲ୍ଲିକୋଟ କଲେଜ ମୁଖ୍ୟ ରାସ୍ତାରେ ଏକ ଦସ୍ତଖତ ଅଭିଯାନ ବୁଧବାର ସକାଳେ ଅନୁଷ୍ଠିତ...

ଡିସେମ୍ବର ୩୧ ଯାଏ ଗାଡ଼ି କାଗଜପତ୍ର ଅବଧି ବୃଦ୍ଧି

କଟକ ଅଫିସ,୨୫।୮: ସମସ୍ତ ପ୍ରକାର ଯାନବାହନ କାଗଜପତ୍ରର ବୈଧତାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏନେଇ...

ବଣଭୋଜି ପାଇଁ ଚଳଚଞ୍ଚଳ ମଉଳାଭଞ୍ଜା ପାହାଡ଼

ବଅଁରପାଳ, ୨୮।୧୨ (ଡି.ଏନ୍‌.ଏ.) ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ପଞ୍ଚାୟତର ନଳଚନ୍ଦ୍ରପୁର ଗଁା ନିକଟରେ ରହିଛି ମଉଳାଭଞ୍ଜା ପାହାଡ଼। ଚାରିପଟେ ଶସ୍ୟକ୍ଷେତ୍ର ଥିବାବେଳେ ଲିମ୍ବ,...

ମନ୍ଦିର ପୂଜାରୀଙ୍କୁ ବନ୍ଧୁକ ଦେଖାଇ ୩୬ ହଜାର ଲୁଟିନେଲେ ଦୁର୍ବୃତ୍ତ

ରାଇକିଆ,୨୫।୧(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ରାଇକିଆ ବ୍ଲକ କରଡ଼ା ଗ୍ରାମରେ ଥିବା ହନୁମାନ ମନ୍ଦିରର ପୂଜାରୀଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ୩୬...

ବିରଳ ପ୍ରଜାତିର କଇଁଛ ଉଦ୍ଧାର

ବାରିପଦା ଅଫିସ,୧ା୬- ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ ଅଧୀନ ଦେଉଳିସ୍ଥିତ ଜମ୍ଭୀରା ଡ୍ୟାମ୍‌ରୁ ସୋମବାର ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର କରାଯାଇଛି। ସକାଳେ କିଛି...

ଲୁଚାଛପାରେ ଚାଲୁଥିଲା ଦୋକାନ: ସାଦାପୋଷାକରେ ଗ୍ରାହକ ଭାବେ ପହଞ୍ଚି ବାନ୍ଧିଲା ପୋଲିସ

ଆସିକା,୨୬।୩(ଡି.ଏନ୍‌.ଏ.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ନିୟମକୁ ଉଲ୍ଲଂଘନକରି ଗଞ୍ଜାମ...

Advertisement


Archives

Model This Week

Why Dharitri