ମୋବାଇଲରେ ଘୂରିଲା ଓଟିଇଟି ଉତ୍ତର

ରାୟଗଡ଼ା,୧୮ା୮(ଆଶିଷ ରଞ୍ଜନ ପଣ୍ଡା): ଓଡ଼ିଶା ଟିଚର୍ସ ଇଲିଜିବିଲିଟ୍‌ ଟେଷ୍ଟ (ଓଟିଇଟି) ପରୀକ୍ଷା ରାୟଗଡ଼ା ଜିଲାର ବିଭିନ୍ନ କେନ୍ଦ୍ରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷା ଆରମ୍ଭ ପୂର୍ବରୁ ଆସିଥିବା ପ୍ରଶ୍ନଗୁଡ଼ିକର ଉତ୍ତର ମୋବାଇଲରୁ ମୋବାଇଲ ଘୂରି ବୁଲୁଥିବା ସହ ଏହାର ଜେରକ୍ସ ବଜାରରେ ମିଳୁଥିବା ଦେଖିବାକୁ ମିଳିଥିଲା। ଶୁକ୍ରବାର ଅପରାହ୍ନରୁ ଏହା ଚର୍ଚ୍ଚା ହେଉଥିବା ବେଳେ ଶନିବାର ପୂର୍ବାହ୍ନରେ ପରୀକ୍ଷାର୍ଥୀ କେନ୍ଦ୍ରକୁ ଯିବା ପୂର୍ବରୁ ଉତ୍ତରପତ୍ର ପିଲାଙ୍କ ନିକଟରେ ଥିଲା। ତେବେ ଏହି ଉତ୍ତରପତ୍ର ଚଳିତ ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନର କି ନୁହେଁ ତାହା ତଦନ୍ତ ପରେ ଜଣାପଡ଼ିବ।
ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ବସନ୍ତ କୁମାର ନାୟକଙ୍କୁ ପଚାରିବାରୁ ଆମ ତରଫରୁ କୌଣସି ପ୍ରଶ୍ନପତ୍ର ବେନିୟମ ଭାବେ ଖୋଲାଯାଇନାହିଁ। ଠିକ୍‌ ସମୟରେ ପ୍ରଶ୍ନପତ୍ର ପ୍ୟାକେଟ ଖୋଲାଯାଇଛି। ତେଣୁ ଏହି ଉତ୍ତରପତ୍ର ପ୍ରଘଟ ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ନାୟକ କହିଛନ୍ତି। ଧଳା କାଗଜରେ ଲେଖାଯାଇ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଥିବା ଏହି ଉତ୍ତରପତ୍ର ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି। ଏହି ଉତ୍ତରପତ୍ର ପରୀକ୍ଷାର୍ଥୀଙ୍କୁ ଚଢ଼ା ଦରରେ ବିକ୍ରିକରି ମୋଟା ଅଙ୍କର ଅର୍ଥ ଆଦାୟ କରିବା ପାଇଁ ଦଲାଲମାନେ ଏଭଳି କରିଥାଇପାରନ୍ତି ବୋଲି ପରୀକ୍ଷାର୍ଥୀମାନେ କହିଛନ୍ତି। ସୂଚନାଯୋଗ୍ୟ, ରାୟଗଡ଼ା ଜିଲାର ୮ କେନ୍ଦ୍ରରେ ମୋଟ ୩,୩୮୪ଜଣ ଓଟିଇଟି ପରୀକ୍ଷା ଦେଇଛନ୍ତି। ସେଥିରୁ ପେପର-୧ ରେ ୯୬୧, ପେପର-୨ ରେ ୨୪୨୩ ପରୀକ୍ଷାର୍ଥୀ ରହିଛନ୍ତି। ତେବେ ଶୁକ୍ରବାର ଅପରାହ୍ନରୁ ଏହି ଉତ୍ତରପତ୍ର ମୋବାଇଲରେ ଭାଇରାଲ ହୋଇଛି। ଏ ନେଇ ଏକ ଅଡିଓ ରେକର୍ଡିଂ ମଧ୍ୟ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ବେଳେ ଏଥିରେ ଦଲାଲ ଜଣକ ଉତ୍ତରପତ୍ର ରହିଥିବା ଓ ରେକର୍ଡିଂ ଚାଲିଥିବା କହି ରାୟଗଡ଼ା ଆସି ମିଶିବାକୁ କହୁଥିବା ଜଣାପଡ଼ିଛି। ଗଣିତ, ଓଡ଼ିଆ, ଇଂଲିଶ ଓ ସିଡିପି ଏହିଭଳି ଚାରିଟି ବିଷୟର ପ୍ରାୟ ୧୦୦ ଟି ଉତ୍ତର ଥିବା ଦୁଇଟି କାଗଜର ଜେରକ୍ସ ହୋଇ ମୋବାଇଲରୁ ମୋବାଇଲ ଘୂରିବୁଲୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ କୋହଲି ହଠାତ ଟେଷ୍ଟ କ୍ରିକେଟରୁ କାହିଁକି ନେଇଥିଲେ ସନ୍ନ୍ୟାସ? ହେଲା ବଡ଼ ଖୁଲାସା…

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟର ‘ରନ ମେଶିନ’ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ପ୍ରାୟ ବର୍ଷେରୁ ଅଧିକ ସମୟ ବିତିଗଲାଣି। ହେଲେ ଆଜି ବି ପ୍ରଶଂସକଙ୍କ…

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ, ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ

ରାଉରକେଲା,୨୭।୬: ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯୁବତୀ ଜଣକ ଘରେ ଶୋଇଥିଲା ବେଳେ କେତେଜଣ…

ସିଙ୍ଗିପୁରରେ ବେଆଇନ ଦେଶୀ ମଦ ଭାଟି: ପୋଲିସର ଚଢ଼ାଉ

ଗଜପତି,୨୮।୬ (ଗିରିଧାରୀ ପରିଛା): ଗୁଇନ୍ଦା ସୂଚନା ଆଧାରରେ ପାରଳାଖେମୁଣ୍ଡି ପୋଲିସ ଶନିବାର ଭୋର ସମୟରେ ସିଙ୍ଗିପୁର ଗ୍ରାମରେ ଚଢ଼ାଉ କରି ଏକ ବେଆଇନ ଦେଶୀ ମଦ ପ୍ରସ୍ତୁତି…

ଆସିଲେ ନାହିଁ ଭାଜପା ଅତିଥି, ଏନ୍‌ଏସି ଅଧ୍ୟକ୍ଷ କଲେ ଗୋଷ୍ଠୀକେନ୍ଦ୍ର ଉଦ୍‌ଘାଟନ, ପୂରା ଘଟଣା ଜାଣିଲେ…

କେସିଙ୍ଗା,୨୭ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ବଗାଡ଼ ଓ୍ବାର୍ଡ ନଂ ୨ରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ରକୁ ନଗରପାଳ ନୃପରାଜ ଯାଦବଙ୍କ କରକମଳରେ ଶନିବାର ଉଦ୍‌ଘାଟିତ ହୋଇଛି।…

ବିଷ ବୋତଲ ଧରି ଧାରଣାରେ ଚାଷୀ, ଟୋକନ ନ ମିଳିଲେ ପିଇବାକୁ ଦେଲେ ଧମକ

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଜିଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମିଳିନାହିଁ। ଏହାକୁ…

ପୁଣି ଧକ୍କା ଦେଲା ଆମବସ୍‌, ରଙ୍ଗ୍‌ରୁଟ୍‌ରେ ଆସି ବାପ-ଝିଅଙ୍କୁ…

ଭୁବନେଶ୍ୱର,୨୭ା୬: ପୁଣି ଧକ୍କା ଦେଇଛି ଆମବସ୍‌। ପ୍ରତିଦିନ ଆମବସ୍‌ କେଉଁଠି ନା କେଉଁଠି ଦୁର୍ଘଟଣା ଘଟାଉଥିବା ଖବର ଆସୁଛି। ଶନିବାର ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରେ ବାପ-ଝିଅଙ୍କୁ ଧକ୍କାଦେଇଛି…

FIFA World Cup 2026ରେ ଇତିହାସ ରଚିଲା କେପ ଭର୍ଡେ: ନକ୍‌ଆଉଟ୍‌ ପହଞ୍ଚିବାରେ ବିଶ୍ୱର ସବୁଠୁ ଛୋଟ ଦେଶ

ଫିଲାଡେଲଫିଆ,୨୭।୬:୨୦୨୬ ଫିଫା ବିଶ୍ୱକପ୍‌ରେ ରାଉଣ୍ଡ ଅଫ ୩୨ ପୂର୍ବରୁ କେପ ଭର୍ଡେ ଏକ ଚମତ୍କାର ପ୍ରଦର୍ଶନ ସହିତ ଇତିହାସ ରଚିଛି। ପ୍ରାୟ ୫୫୦,୦୦୦ ଜନସଂଖ୍ୟା ବିଶିଷ୍ଟ ଆଫ୍ରିକାର…

ଆଧାର କାର୍ଡ଼ ଦେଖାଇଲେ ମିଳିବ କି ଫ୍ରି ଏସି? ଜାଣନ୍ତୁ ସତ…

ନୂଆଦିଲ୍ଲୀ,୨୭।୬: ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକଙ୍କ ପାଇଁ “ମାଗଣା ଏସି ଯୋଜନା”…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri