ଓସ୍କାର ନୋମିନି ‘ବିଟ୍ଟୁ’

ନୂଆଦିଲ୍ଲୀ, ୧୧ା୨: ଭାରତୀୟ ଶର୍ଟ ଫିଲ୍ମ ‘ବିଟ୍ଟୁ’ ଓସ୍କାର ଦୌଡ଼ରେ ସାମିଲ ହୋଇଛି। କରିସ୍ମା ଦେବଙ୍କ ନିର୍ଦ୍ଦେଶିତ ଏକତା କପୁର, ଗୁନୀତ ମୋଙ୍ଗା, ତାହିରା କଶ୍ୟପ୍‌ଙ୍କ ଅଭିନୀତ ଏହି କ୍ଷୁଦ୍ର ଚଳଚ୍ଚିତ୍ର ଲାଇଭ ଆକ୍ସନ ଶର୍ଟଫିଲ୍ମ କାଟାଗୋରୀ ପାଇଁ ଓସ୍କାର ପୁରସ୍କାର ନୋମିନି ତାଲିକାରେ ଯୋଡ଼ାଯାଇଛି। ଏହାର କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ। ଜଣେ ୮ ବର୍ଷର ବାଳିକା କିପରି ନିଜ ସମ୍ପ୍ରଦାୟର ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଲଢ଼େଇ କରିଛନ୍ତି ତାକୁ ଏଥିରେ ଜୀବନ୍ତ ଭାବେ ଉପସ୍ଥାପନ କରାଯାଇଛି। ଏଥିସହ ୨ ସ୍କୁଲ ସାଙ୍ଗଙ୍କ ବନ୍ଧୁତା ମଧ୍ୟ ଏଥିରେ ଦେଖିବାକୁ ମିଳିଛି। ଏ ନେଇ ଏକତା କପୁରଙ୍କ ସମେତ ପୁରା ଫିଲ୍ମର ଟିମ୍‌ ବେଶ୍‌ ଉତ୍ସାହୀ ଥିବା ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଇଣ୍ଡିଆନ ଓମେନ ରାଇଜିଂ ପ୍ରୋଜେକ୍ଟରେ ଏହା ତାଙ୍କ ପ୍ରଥମ ଚଳଚ୍ଚିତ୍ର ବୋଲି ଏକତା କପୁର କହିଛନ୍ତି। ଆସନ୍ତା ଏପ୍ରିଲ ୨୫ରେ ଆମେରିକାର ଲସ୍‌ ଏଞ୍ଜେଲସ୍‌ରେ ଏହି ପୁରସ୍କାର ଉତ୍ସବ ଆୟୋଜନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୧୩ରେ ପରଦାକୁ ଆସିବ ‘ରାଧେ’, ରିଲିଜକୁ ନେଇ…

ବମ୍ବେ: ସଲ୍ଲୁଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। କରୋନା ସଂକ୍ରମଣକୁ ନେଇ କଟକଣା ସତ୍ତ୍ୱେ ଦବଙ୍ଗ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ’ ମେ’ ୧୩ରେ...

ଇନଷ୍ଟାଗ୍ରାମରେ ସେଲିବ୍ରିଟିଙ୍କ ନକଲି ପ୍ରୋଫାଇଲ

ନୂଆଦିଲ୍ଲୀ,୧୪।୭: ମାଇକ୍ରୋବ୍ଲଗିଂ ସାଇଟ୍‌ ଇନଷ୍ଟାଗ୍ରାମରେ ପ୍ରାୟ ୧.୬ କୋଟି ଭାରତୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଆକାଉଣ୍ଟ ନକଲି ବୋଲି ଜଣାପଡିଛି। ଏହି ଆକାଉଣ୍ଟ ମାଧ୍ୟରେ ନେଣଦେଶ କାରବାର...

ସେଲ୍‌ଫି ଅନ୍ତରାଳେ..

ଆଜିକାଲି ସେଲ୍‌ଫି ନେବା ଏକ ମାନିଆ ପାଲଟି ଗଲାଣି। ଫଟୋରେ କମେଡିଆନ୍‌ ହରିହର ମହାପାତ୍ର ଓରଫ ହରି ଭାଇ ଅଭିନେତ୍ରୀ ପିଙ୍କି ପ୍ରିୟଦର୍ଶିନୀଙ୍କ ସହ ଏକ...

ଭାରତୀ-ହର୍ଷଙ୍କୁ ସହଯୋଗ ଅଭିଯୋଗ: ୨ ଏନ୍‌ସିବି ଅଫିସର ନିଲମ୍ବିତ

ମୁମ୍ବାଇ,୩।୧୨: ଡ୍ରଗ୍ସ୍‌ ମାମଲାରେ ବଲିଉଡ୍‌ର ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କୁ ସହଯୋଗ କରିଥିବା ଅଭିଯୋଗରେ ୨ ଜଣ ନାର୍କୋଟିକ୍‌...

ଦୀପିକାଙ୍କୁ ପରିଚୟପତ୍ର ମାଗିଲେ ଏୟାରପୋର୍ଟ ସିକ୍ୟୁରିଟି

ମୁମ୍ବାଇ: ବିମାନବନ୍ଦର ପ୍ରବେଶପଥରେ ଜଣେ ନିରାପତ୍ତା କର୍ମଚାରୀ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ପରିଚୟ ପତ୍ର ଦେଖାଇବାକୁ କହି ଧାର୍ଯ୍ୟ ବିଧି ବ୍ୟବସ୍ଥାର ଅନୁସରଣ କରିଥିବା...

ଶେଷ ବିଦାୟରେ ରଖିଲେ ଅନୁରୋଧ: ସ୍ମିତା ପାଟିଲଙ୍କୁ ଶୁଆଇ ବୋହୂବେଶରେ କଲେ ମେକ୍‌ଅପ୍‌

ମୁମ୍ବାଇ, ୧୩।୧୨: ବଲିଉଡ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ୩୪ତମ ପୁଣ୍ୟତିଥି ରବିବାର ପାଳିତ ହେଉଛି। ସ୍ମିତା ୧୯୫୫ ଅକ୍ଟୋବର ୧୭ରେ ପୁଣେଠାରେ ଜନ୍ମଗ୍ରହଣ କରିଥିଲେ। ଏକ...

ଅମିତାଭଙ୍କ ୨୬ କର୍ମଚାରୀଙ୍କ ରିପୋର୍ଟ ଆସିଲା ନେଗେଟିଭ

ମୁମ୍ବାଇ,୧୩।୭: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ...

ଅଟୋଗ୍ରାଫ-ଏ ସାଇନ୍‌ ଅଫ ଲଭ୍‌

ଜଗା କଲେଜରେ ପଢ଼େ। ନିଜେ ଅସୁବିଧାରେ ପଡିଲେ ମଧ୍ୟ ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢ଼ାଇବାକୁ ପଛାଏ ନାହିଁ। ହେଲେ କଲେଜରେ ପଢ଼ିବା ସମୟରେ ତାକୁ ନିଜର...

Seven Jackpot
Advertisement


Archives

Model This Week

Why Dharitri