ଅନାଥଙ୍କ ରିପୋର୍ଟ ବିଳମ୍ବ କରନି

ନୂଆଦିଲ୍ଲୀ, ୨୮ା୭: କରୋନା ମହାମାରୀ ଯୋଗୁ ଦେଶରେ ମାର୍ଚ୍ଚ ୨୦୨୦ ପରେ ଅନାଥ ହୋଇଥିବା ପିଲାମାନଙ୍କ ସଂଖ୍ୟା ବିଷୟରେ ସବିଶେଷ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଅନାଥ ପିଲାମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ, ଗ୍ରାମ ପଞ୍ଚାୟତ, ଅଙ୍ଗନୱାଡି ଏବଂ ଆଶା କର୍ମଚାରୀଙ୍କ ସହାୟତା ନେବା ଦିଗରେ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓ ଏବଂ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ଜିଲା ମାଜିଷ୍ଟ୍ରେଟ୍‌ମାନଙ୍କୁ କହିଛନ୍ତି। ଏହା ଜୁଭେନାଇଲ ଜଷ୍ଟିସ୍‌ ଆକ୍ଟ,୨୦୧୫ ଅନ୍ତର୍ଭୂକ୍ତ। ମାର୍ଚ୍ଚ ପରେ ଉଭୟ ମାତାପିତା କିମ୍ବା ଜଣେ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କ ସଂଖ୍ୟା ଆକଳନ କରିବାରେ ବିଳମ୍ବ ନ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଜିଲା ମାଜିଷ୍ଟ୍ରେଟ୍‌ମାନେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନ୍‌ସିପିସିଆର୍‌)ର ବାଲ୍‌ ସ୍ବରାଜ ପୋର୍ଟାଲରେ ଏ ବାବଦରେ ତଥ୍ୟ ଅପ୍‌ଲୋଡ୍‌ କରିବାକୁ ନିର୍ଦ୍ଦେଶ ରହିଛି। ଏଥିସହ ଶିଶୁ କଲ୍ୟାଣ କମିଟିଗୁଡିକ ଅଧିନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଦନ୍ତ ଶେଷ କରିବା ସହ ଅନାଥ ପିଲାମାନଙ୍କୁ ସହାୟତା ଓ ଥଇଥାନ କରିବାକୁ ଖଣ୍ଡପୀଠ କହିଛନ୍ତି। ଇଣ୍ଟିଗ୍ରେଟେଡ୍‌ ଶିଶୁ ବିକାଶ ସେବା ଯୋଜନାରେ ଅଭାବୀ ଅନାଥମାନଙ୍କୁ ଦିଆଯାଇଥିବା ୨ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ ବିଷୟରେ ରାଜ୍ୟଗୁଡ଼ିକ ସବିଶେଷ ବିବରଣୀ ଦେବାକୁ କୁହାଯାଇଛି। ଶିକ୍ଷା ଅଧିକାର ଆଇନ ଅନୁସାରେ ଅନାଥ ପିଲାମାନେ ଚଳିତ ଶିକ୍ଷାବର୍ଷ ପାଇଁ ସମାନ ବିଦ୍ୟାଳୟରେ ଅଧ୍ୟୟନ ଜାରି ରଖିବେ ଏବଂ କୌଣସି ଅସୁବିଧା ହେଲେ ସେମାନେ ନିକଟସ୍ଥ ସ୍କୁଲରେ ଯେପରି ପାଠ ପଢ଼ିବେ ସେ ବିଷୟରେ ରାଜ୍ୟଗୁଡ଼ିକ ସୁନିଶ୍ଚିତ କରିବେ। ଏଥିସହ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ କେତେ ପିଲାଙ୍କୁ ରଖାଯାଇଛି ସେ ବିଷୟରେ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଆଗାମୀ ଶୁଣାଣି ଅଗଷ୍ଟ ୨୬ରେ କରାଯିବ।

ସମସ୍ତଙ୍କୁ ମିଳୁ ସମାନ ସ୍ବାସ୍ଥ୍ୟସେବା

ସମ୍ବିଧାନ ଅନୁଯାୟୀ କ୍ଲିନିକାଲ ଏଷ୍ଟାବ୍ଲିଶମେଣ୍ଟ ଆକ୍ଟ, ୨୦୨୦ ବ୍ୟବସ୍ଥାକୁ ଗ୍ରହଣ କରି ଦେଶରେ ସମସ୍ତଙ୍କୁ ସମାନ ସ୍ବାସ୍ଥ୍ୟସେବା ଯୋଗାଣ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମଙ୍ଗଳବାର ନୋଟିସ କରିଛନ୍ତି। ସୁଲଭ ତଥା ଗୁଣାତ୍ମକ ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ଆକ୍ଟର ସମସ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦିଗରେ ବିଚାର କରିବା ପାଇଁ ପ୍ରଧାନ ବିଚାରପତି ଏନ୍‌. ଭି. ରମାନା ଏବଂ ସୂର୍ଯ୍ୟ କାନ୍ତ କେନ୍ଦ୍ରକୁ କହିଛନ୍ତି। ଏ ସଂକ୍ରାନ୍ତରେ ଜନ ସ୍ବାସ୍ଥ୍ୟ ଅଭିଯାନ, ପେସେଣ୍ଟସ୍‌ ରାଇଟ୍‌ସ କ୍ୟାମ୍ପେନ୍‌ ଏବଂ କେ. ଏମ୍‌. ଗୋପକୁମାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ଭିତ୍ତିଭୂମି ତଥା ମାନବ ସମ୍ବଳ ଅଭାବ, ଔଷଧ ଉପଲବ୍ଧ ନ ରହିବା ଆଦି କାରଣରୁ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରଭାବିତ ହେଉଛି। ଫଳରେ ଲୋକେ ଘରୋଇ କ୍ଷେତ୍ର ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଏହି ଆବେଦନରେ ଦର୍ଶାଯାଇଥିଲା।

ଭିକାରୀଙ୍କୁ ରାସ୍ତାରୁ ହଟାଯିବ ନାହିଁ

ଆଭିଜାତ୍ୟ ଦୃଷ୍ଟିକୋଣ ରଖି ଭିକାରୀଙ୍କୁ ରାସ୍ତାରୁ ହଟାଯିବନି ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ଏଥିସହ କୋଭିଡ୍‌-୧୯ ସଂକ୍ରମଣକୁ ଧ୍ୟାନରେ ରଖି ସମସ୍ତ ଭିକାରୀ, ଯାଯାବରମାନଙ୍କ ଥଇଥାନ ଏବଂ ଟିକାକରଣ ସୁନିଶ୍ଚିତ କରିବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷା ଓ ରୋଜଗାର ଅଭାବରୁ ଶିଶୁଙ୍କ ସମେତ ବହୁସଂଖ୍ୟକ ଲୋକ ରାସ୍ତାରେ ଭିକ ମାଗୁଥିବା ଦେଖିବାକୁ ମିଳୁଛି। ଏହା ଏକ ସାମାଜିକ-ଅର୍ଥନୈତିକ ପ୍ରସଙ୍ଗ ବୋଲି ଜଷ୍ଟିସ୍‌ ଡି. ଓ୍ବାଇ. ଚନ୍ଦ୍ରଚୁଡ଼ ଏବଂ ଏମ୍‌. ଆର୍‌. ଶାହାଙ୍କ ଖଣ୍ଡପୀଠ କହିଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଟ୍ରାଫିକ୍‌ ଛକ, ବଜାର ଓ ସର୍ବସାଧାରଣ ସ୍ଥାନଗୁଡ଼ିକରୁ କୋଭିଡ୍‌ ସଂକ୍ରମଣ ଏଡ଼ାଇବା ପାଇଁ ଭିକରୀଙ୍କୁ ହଟାଇବା ପାଇଁ ହୋଇଥିବା ଏକ ଆବେଦନର ଶୁଣାଣି କରି ଖଣ୍ଡପୀଠ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?