ଅନାଥଙ୍କ ରିପୋର୍ଟ ବିଳମ୍ବ କରନି

ନୂଆଦିଲ୍ଲୀ, ୨୮ା୭: କରୋନା ମହାମାରୀ ଯୋଗୁ ଦେଶରେ ମାର୍ଚ୍ଚ ୨୦୨୦ ପରେ ଅନାଥ ହୋଇଥିବା ପିଲାମାନଙ୍କ ସଂଖ୍ୟା ବିଷୟରେ ସବିଶେଷ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଅନାଥ ପିଲାମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ, ଗ୍ରାମ ପଞ୍ଚାୟତ, ଅଙ୍ଗନୱାଡି ଏବଂ ଆଶା କର୍ମଚାରୀଙ୍କ ସହାୟତା ନେବା ଦିଗରେ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓ ଏବଂ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ଜିଲା ମାଜିଷ୍ଟ୍ରେଟ୍‌ମାନଙ୍କୁ କହିଛନ୍ତି। ଏହା ଜୁଭେନାଇଲ ଜଷ୍ଟିସ୍‌ ଆକ୍ଟ,୨୦୧୫ ଅନ୍ତର୍ଭୂକ୍ତ। ମାର୍ଚ୍ଚ ପରେ ଉଭୟ ମାତାପିତା କିମ୍ବା ଜଣେ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କ ସଂଖ୍ୟା ଆକଳନ କରିବାରେ ବିଳମ୍ବ ନ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଜିଲା ମାଜିଷ୍ଟ୍ରେଟ୍‌ମାନେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନ୍‌ସିପିସିଆର୍‌)ର ବାଲ୍‌ ସ୍ବରାଜ ପୋର୍ଟାଲରେ ଏ ବାବଦରେ ତଥ୍ୟ ଅପ୍‌ଲୋଡ୍‌ କରିବାକୁ ନିର୍ଦ୍ଦେଶ ରହିଛି। ଏଥିସହ ଶିଶୁ କଲ୍ୟାଣ କମିଟିଗୁଡିକ ଅଧିନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଦନ୍ତ ଶେଷ କରିବା ସହ ଅନାଥ ପିଲାମାନଙ୍କୁ ସହାୟତା ଓ ଥଇଥାନ କରିବାକୁ ଖଣ୍ଡପୀଠ କହିଛନ୍ତି। ଇଣ୍ଟିଗ୍ରେଟେଡ୍‌ ଶିଶୁ ବିକାଶ ସେବା ଯୋଜନାରେ ଅଭାବୀ ଅନାଥମାନଙ୍କୁ ଦିଆଯାଇଥିବା ୨ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ ବିଷୟରେ ରାଜ୍ୟଗୁଡ଼ିକ ସବିଶେଷ ବିବରଣୀ ଦେବାକୁ କୁହାଯାଇଛି। ଶିକ୍ଷା ଅଧିକାର ଆଇନ ଅନୁସାରେ ଅନାଥ ପିଲାମାନେ ଚଳିତ ଶିକ୍ଷାବର୍ଷ ପାଇଁ ସମାନ ବିଦ୍ୟାଳୟରେ ଅଧ୍ୟୟନ ଜାରି ରଖିବେ ଏବଂ କୌଣସି ଅସୁବିଧା ହେଲେ ସେମାନେ ନିକଟସ୍ଥ ସ୍କୁଲରେ ଯେପରି ପାଠ ପଢ଼ିବେ ସେ ବିଷୟରେ ରାଜ୍ୟଗୁଡ଼ିକ ସୁନିଶ୍ଚିତ କରିବେ। ଏଥିସହ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ କେତେ ପିଲାଙ୍କୁ ରଖାଯାଇଛି ସେ ବିଷୟରେ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଆଗାମୀ ଶୁଣାଣି ଅଗଷ୍ଟ ୨୬ରେ କରାଯିବ।

ସମସ୍ତଙ୍କୁ ମିଳୁ ସମାନ ସ୍ବାସ୍ଥ୍ୟସେବା

ସମ୍ବିଧାନ ଅନୁଯାୟୀ କ୍ଲିନିକାଲ ଏଷ୍ଟାବ୍ଲିଶମେଣ୍ଟ ଆକ୍ଟ, ୨୦୨୦ ବ୍ୟବସ୍ଥାକୁ ଗ୍ରହଣ କରି ଦେଶରେ ସମସ୍ତଙ୍କୁ ସମାନ ସ୍ବାସ୍ଥ୍ୟସେବା ଯୋଗାଣ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମଙ୍ଗଳବାର ନୋଟିସ କରିଛନ୍ତି। ସୁଲଭ ତଥା ଗୁଣାତ୍ମକ ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ଆକ୍ଟର ସମସ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦିଗରେ ବିଚାର କରିବା ପାଇଁ ପ୍ରଧାନ ବିଚାରପତି ଏନ୍‌. ଭି. ରମାନା ଏବଂ ସୂର୍ଯ୍ୟ କାନ୍ତ କେନ୍ଦ୍ରକୁ କହିଛନ୍ତି। ଏ ସଂକ୍ରାନ୍ତରେ ଜନ ସ୍ବାସ୍ଥ୍ୟ ଅଭିଯାନ, ପେସେଣ୍ଟସ୍‌ ରାଇଟ୍‌ସ କ୍ୟାମ୍ପେନ୍‌ ଏବଂ କେ. ଏମ୍‌. ଗୋପକୁମାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ଭିତ୍ତିଭୂମି ତଥା ମାନବ ସମ୍ବଳ ଅଭାବ, ଔଷଧ ଉପଲବ୍ଧ ନ ରହିବା ଆଦି କାରଣରୁ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରଭାବିତ ହେଉଛି। ଫଳରେ ଲୋକେ ଘରୋଇ କ୍ଷେତ୍ର ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଏହି ଆବେଦନରେ ଦର୍ଶାଯାଇଥିଲା।

ଭିକାରୀଙ୍କୁ ରାସ୍ତାରୁ ହଟାଯିବ ନାହିଁ

ଆଭିଜାତ୍ୟ ଦୃଷ୍ଟିକୋଣ ରଖି ଭିକାରୀଙ୍କୁ ରାସ୍ତାରୁ ହଟାଯିବନି ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ଏଥିସହ କୋଭିଡ୍‌-୧୯ ସଂକ୍ରମଣକୁ ଧ୍ୟାନରେ ରଖି ସମସ୍ତ ଭିକାରୀ, ଯାଯାବରମାନଙ୍କ ଥଇଥାନ ଏବଂ ଟିକାକରଣ ସୁନିଶ୍ଚିତ କରିବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷା ଓ ରୋଜଗାର ଅଭାବରୁ ଶିଶୁଙ୍କ ସମେତ ବହୁସଂଖ୍ୟକ ଲୋକ ରାସ୍ତାରେ ଭିକ ମାଗୁଥିବା ଦେଖିବାକୁ ମିଳୁଛି। ଏହା ଏକ ସାମାଜିକ-ଅର୍ଥନୈତିକ ପ୍ରସଙ୍ଗ ବୋଲି ଜଷ୍ଟିସ୍‌ ଡି. ଓ୍ବାଇ. ଚନ୍ଦ୍ରଚୁଡ଼ ଏବଂ ଏମ୍‌. ଆର୍‌. ଶାହାଙ୍କ ଖଣ୍ଡପୀଠ କହିଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଟ୍ରାଫିକ୍‌ ଛକ, ବଜାର ଓ ସର୍ବସାଧାରଣ ସ୍ଥାନଗୁଡ଼ିକରୁ କୋଭିଡ୍‌ ସଂକ୍ରମଣ ଏଡ଼ାଇବା ପାଇଁ ଭିକରୀଙ୍କୁ ହଟାଇବା ପାଇଁ ହୋଇଥିବା ଏକ ଆବେଦନର ଶୁଣାଣି କରି ଖଣ୍ଡପୀଠ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri