Posted inରାଜ୍ୟ

ୟୁଏନ୍‌ ‘କ୍ଲାଇମେଟ୍‌ ଚେଞ୍ଜ’ ଗ୍ରୁପ୍‌ରେ ଓଡ଼ିଆ ଆଦିବାସୀ ଝିଅ

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ୟୁନାଇଟେଡ୍‌ ନେସନ୍ସ (ମିଳିତ ଜାତିସଂଘ)ର ‘କ୍ଲାଇମେଟ୍‌ ଚେଞ୍ଜ’ ବା ଜଳବାୟୁ ପରିବର୍ତ୍ତନ ୟୁଥ୍‌ ଆଡ୍‌ଭାଇଜରି ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି ଜଣେ ଓଡ଼ିଆ ଝିଅ। ସୁନ୍ଦରଗଡ଼ ଜିଲାର ଖଡ଼ିଆ ଆଦିବାସୀ ସମ୍ପ୍ରଦାୟର ଝିଅ ଅର୍ଚ୍ଚନା ସୋରେଙ୍ଗ ଭାରତରୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି। ସମଗ୍ର ବିଶ୍ୱରୁ ମାତ୍ର ୭ଜଣ ଏହି ଆଡ୍‌ଭାଇଜରି ଗ୍ରୁପ୍‌ର ସଦସ୍ୟ ହେବାକୁ ମନୋନୀତ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ଅର୍ଚ୍ଚନା ଅଛନ୍ତି। ଅର୍ଚ୍ଚନାଙ୍କ ଏହି ସଫଳତା ରାଜ୍ୟବାସୀଙ୍କ ପାଇଁ ଗୌରବ ଆଣିଦେଇଛି।
ମିଳିତ ଜାତିସଂଘ ବା ୟୁନାଇଟେଡ୍‌ ନେସନ୍ସ (ୟୁଏନ୍‌)ର ମହାସଚିବଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଗ୍ରୁପ୍‌ ୟୁଏନ୍‌ ୟୁଥ୍‌ ଷ୍ଟ୍ରାଟେଜିର ଏକ ପ୍ରମୁଖ ଅଂଶ। ଗତ ୨୭ ତାରିଖରେ ୟୁଏନ୍‌ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ୧୮ରୁ ୨୮ବର୍ଷ ବୟସ ମଧ୍ୟରେ ଏହି ୭ଜଣିଆ ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି। ଆଗାମୀ ଦିନରେ ଏହି ଯୁବ କ୍ଲାଇମେଟ୍‌ ଲିଡରମାନେ ଆଣ୍ଟୋନିଓଙ୍କୁ ବିଶ୍ୱରେ ଜଳବାୟୁ ପରିବର୍ତ୍ତର ସ୍ଥିତି, ଏହାର ପ୍ରଭାବ, ସମାଧାନ ଏବଂ ରାଷ୍ଟ୍ରମାନେ ଗ୍ରହଣ କରୁଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇବେ। ବିଶ୍ୱ ଏବେ ଏକ ସଙ୍କଟଜନକ ପରିସ୍ଥିତି ମଧ୍ୟଦେଇ ଗତି କରୁଥିବାବେଳେ ଜଳବାୟୁ ପରିବର୍ତ୍ତନ ଏକ ଜରୁରିକାଳୀନ ସ୍ଥିତିରେ ପହଞ୍ଚତ୍ଛି। ତେଣୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଭବିଷ୍ୟତରେ କୋଭିଡ୍‌-୧୯ ଭଳି ସମସ୍ୟା ଅଧିକ ଉପୁଜିବ ବୋଲି ଆଣ୍ଟୋନିଓ ଭିଡିଓ କନ୍‌ଫରେନ୍ସରେ ଏହି ଯୁବ ନେତୃତ୍ୱମାନଙ୍କୁ କହିଛନ୍ତି। ଏହି ୭ଜଣିଆ ଗ୍ରୁପ୍‌ରେ ଭାରତ ସମେତ ସୁଦାନ, ଫିଜି, ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ମାଲ୍‌ଡିଭସ୍‌ ଏବଂ ବ୍ରାଜିଲର ଜଣେ ଜଣେ ପ୍ରତିନିଧି ରହିଛନ୍ତି। ଅର୍ଚ୍ଚନା ମୁମ୍ବାଇର ଏକ ଶିକ୍ଷାନୁଷ୍ଠାନରୁ ଆର୍ଟସରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ବର୍ତ୍ତମାନ ସେ କଟକସ୍ଥିତ ଷ୍ଟେ ହୋମ୍‌ ‘ବସୁନ୍ଧରା’ର ରିସର୍ଚ୍ଚ ଅଫିସର ଭାବେ କାର୍ଯ୍ୟ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ବହୁ ଆଲୋଚନାରେ ସାମିଲ ହୋଇଥିବା ଅର୍ଚ୍ଚନାଙ୍କ ନିବନ୍ଧ ଜାତୀୟ ଓ ଅନ୍ତର୍ଜାତୀୟ ୟୁଥ୍‌ ଓ୍ବେବ୍‌ସାଇଟ୍‌ରେ ପ୍ରକାଶିତ ହୋଇଛି। ସେହିଭଳି ଆଞ୍ଚଳିକସ୍ତରରେ ସେ ବହୁ ଯୁବଗୋଷ୍ଠୀ ସହ ଜଡ଼ିତ ରହି ଓଡ଼ିଶାର ଜନଜାତି ସମ୍ପ୍ରଦାୟର ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି। ଜନଜାତି ନୃତ୍ୟ ଓ ସଙ୍ଗୀତରେ ତାଙ୍କର ବିଶେଷ ଆଗ୍ରହ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ! ବର୍ଷ ଆରମ୍ଭରୁ ୬ରାଶି…

୨୦୨୬ ବର୍ଷ ପାଇଁ ବଡ଼ ଭବିଷ୍ୟବାଣୀ କରିଯାଇଛନ୍ତି ବାବା ଭେଙ୍ଗା । କିଛି ରାଶିରେ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ବର୍ଷ ୨୦୨୬ । ବୃଷ,...

ବରଗଡ଼ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, କିଛି ସମୟ ପରେ ଧନୁଯାତ୍ରା ଦେଖିବାକୁ ଯିବେ ରାଜଦରବାର

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଓହ୍ଲାଇଛନ୍ତି। କିଛି ସମୟ ପରେ ଧନୁଯାତ୍ରା ଦେଖିବାକୁ ରାଜଦରବାର ଯିବେ।...

ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଷ୍ଟାଲିନ ସରକାରଙ୍କୁ ଭାଜପାର କଡ଼ା ନିନ୍ଦା

ଭୁବନେଶ୍ୱର,୩୦ ।୧୨: ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଘଟଣାକୁ ନେଇ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତୀବ୍ର ପ୍ରତିକ୍ରିୟା...

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ଅଭିଭାଙ୍କ ସମ୍ପତ୍ତି କେତେ? ଏମିତି କରନ୍ତି ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରମୁଖ ରାଜନୈତିକ ପରିବାର ମଧ୍ୟରୁ ଗୋଟିଏ ଗାନ୍ଧୀ-ଭଦ୍ରା ପରିବାର ଖୁବ ଶୀଘ୍ର ବିବାହ ଘୋଷଣା କରିବାକୁ ଯାଉଛନ୍ତି। ପ୍ରସ୍ତୁତି ଚାଲିଛି, ଏବଂ ବିବାହ...

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri