ଓଡ଼ିଆ ନାବାଳିକାଙ୍କୁ ଲକ୍ଷେ ଟଙ୍କାରେ ବିକିଦେଲେ…

ଉମରକୋଟ,୨୨।୩: କାମ କରାଇବାକୁ କହି ଜଣେ ନାବାଳିକାଙ୍କୁ ବିକ୍ରି ଅଭିଯୋଗରେ ଉମରକୋଟ ପୋଲିସ ୪ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉମରକୋଟ ଥାନା ଅଞ୍ଚଳର ମଙ୍ଗଳ ସିଂ ହରିଜନ, ମନିତା କମାର, ଝରିଗାଁ ବ୍ଲକ ବାଗଡିଆଁ ଗାଁର ପର୍ଶୁ ସାନ୍ତା, ନବରଙ୍ଗପୁର ତଟାସାହିର ନିର୍ମଳା ସୁନା, ବାସନ୍ତୀ ସୁନା ଓ ଯମୁନା ନାଗ।
ସୂଚନା ଅନୁଯାୟୀ, କାମ ଯୋଗାଇବା ବାହାନାରେ ଅଗଷ୍ଟ ୮ତାରିଖରେ ମଙ୍ଗଳ ଓ ମନିତା ନାବାଳିକାଙ୍କୁ ତାଙ୍କ ଘରୁ ଡାକିନେଇଥିଲେ। ଘରଠାରୁ କିଛି ଦୂର ନେବାପରେ ପର୍ଶୁ ସାନ୍ତା ନିଜ କାର୍‌ରେ ମନିତାଙ୍କ ସହ ନାବାଳିକାଙ୍କୁ ନବରଙ୍ଗପୁର ଯାଏ ନେଇଥିଲେ। ସେମାନେ ସେଠାରେ ନାବାଳିକାଙ୍କୁ ନିର୍ମଳା, ବାସନ୍ତୀ ଓ ଯମୁନାଙ୍କୁ ଦେଇଥିଲେ। ସେମାନଙ୍କ ଘରେ ନାବାଳିକା ଜଣଙ୍କ ୩ମାସ କାମ କରିଥିଲେ। ଏହି ସମୟରେ ନାବାଳିକାଙ୍କୁ ଘର ଲୋକଙ୍କ ସହ କୌଣସି ସମ୍ପର୍କ ରଖିବାକୁ ଦିଆଯାଇ ନ ଥିଲା। ପରବର୍ତ୍ତୀ ସମୟରେ ସେମାନେ ନାବାଳିକାଙ୍କୁ ଦିଲ୍ଲୀ ନେଇ ସେଠାରେ ଜଣେ ଅଜଣା ବ୍ୟକ୍ତିଙ୍କ ସହ ବିବାହ କରାଇ ତାଙ୍କଠାରୁ ଲକ୍ଷେ ଟଙ୍କା ଆଣି ନବରଙ୍ଗପୁର ଫେରି ଆସିଥିଲେ। ନାବାଳିକା ଜଣଙ୍କ କିଛିଦିନ ରହିବା ପରେ କୌଶଳକ୍ରମେ ସେଠାରୁ ବାହାରି ୧୪ ତାରିଖରେ ଘରକୁ ଫେରିଥିଲେ। ଖବର ପାଇ ନିର୍ମଳା ଓ ତାଙ୍କ ସହଯୋଗୀ ନାବାଳିକାଙ୍କୁ ଫେରାଇ ନେବାକୁ ତାଙ୍କ ଗାଁକୁ ୨୧ତାରିଖରେ ଯାଇଥିଲେ। ନାବାଳିକାଙ୍କୁ ଲକ୍ଷେ ଟଙ୍କାରେ ବିକ୍ରି କରାଯାଇଛି। ତାଙ୍କୁ ଫେରାଇନେବାକୁ ଜିଦ୍‌ ଧରି ସେମାନେ ବସିଥିଲେ। ନାବାଳିକାଙ୍କ ପରିବାର ଲୋକେ ଉମରକୋଟ ପୋଲିସକୁ ଖବର ଦେଇଥିଲେ। ପୋଲିସ ସେମାନଙ୍କୁ ଥାନାକୁ ନେଇଥିଲା। ପରେ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା(ନଂ.୧୨୦/୨୧) ରୁଜୁକରି ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭାଜନ ବିଭୀଷିକା ସ୍ମୃତି ଦିବସରେ କ୍ୟାଣ୍ଡଲ ଶୋଭାଯାତ୍ରା

ଛତ୍ରପୁର,୧୪ା୮ (ଦିଲ୍ଲୀପି ସାମଲ): ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri