ଓଡ଼ିଆ ନାବାଳିକାଙ୍କୁ ଲକ୍ଷେ ଟଙ୍କାରେ ବିକିଦେଲେ…

ଉମରକୋଟ,୨୨।୩: କାମ କରାଇବାକୁ କହି ଜଣେ ନାବାଳିକାଙ୍କୁ ବିକ୍ରି ଅଭିଯୋଗରେ ଉମରକୋଟ ପୋଲିସ ୪ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉମରକୋଟ ଥାନା ଅଞ୍ଚଳର ମଙ୍ଗଳ ସିଂ ହରିଜନ, ମନିତା କମାର, ଝରିଗାଁ ବ୍ଲକ ବାଗଡିଆଁ ଗାଁର ପର୍ଶୁ ସାନ୍ତା, ନବରଙ୍ଗପୁର ତଟାସାହିର ନିର୍ମଳା ସୁନା, ବାସନ୍ତୀ ସୁନା ଓ ଯମୁନା ନାଗ।
ସୂଚନା ଅନୁଯାୟୀ, କାମ ଯୋଗାଇବା ବାହାନାରେ ଅଗଷ୍ଟ ୮ତାରିଖରେ ମଙ୍ଗଳ ଓ ମନିତା ନାବାଳିକାଙ୍କୁ ତାଙ୍କ ଘରୁ ଡାକିନେଇଥିଲେ। ଘରଠାରୁ କିଛି ଦୂର ନେବାପରେ ପର୍ଶୁ ସାନ୍ତା ନିଜ କାର୍‌ରେ ମନିତାଙ୍କ ସହ ନାବାଳିକାଙ୍କୁ ନବରଙ୍ଗପୁର ଯାଏ ନେଇଥିଲେ। ସେମାନେ ସେଠାରେ ନାବାଳିକାଙ୍କୁ ନିର୍ମଳା, ବାସନ୍ତୀ ଓ ଯମୁନାଙ୍କୁ ଦେଇଥିଲେ। ସେମାନଙ୍କ ଘରେ ନାବାଳିକା ଜଣଙ୍କ ୩ମାସ କାମ କରିଥିଲେ। ଏହି ସମୟରେ ନାବାଳିକାଙ୍କୁ ଘର ଲୋକଙ୍କ ସହ କୌଣସି ସମ୍ପର୍କ ରଖିବାକୁ ଦିଆଯାଇ ନ ଥିଲା। ପରବର୍ତ୍ତୀ ସମୟରେ ସେମାନେ ନାବାଳିକାଙ୍କୁ ଦିଲ୍ଲୀ ନେଇ ସେଠାରେ ଜଣେ ଅଜଣା ବ୍ୟକ୍ତିଙ୍କ ସହ ବିବାହ କରାଇ ତାଙ୍କଠାରୁ ଲକ୍ଷେ ଟଙ୍କା ଆଣି ନବରଙ୍ଗପୁର ଫେରି ଆସିଥିଲେ। ନାବାଳିକା ଜଣଙ୍କ କିଛିଦିନ ରହିବା ପରେ କୌଶଳକ୍ରମେ ସେଠାରୁ ବାହାରି ୧୪ ତାରିଖରେ ଘରକୁ ଫେରିଥିଲେ। ଖବର ପାଇ ନିର୍ମଳା ଓ ତାଙ୍କ ସହଯୋଗୀ ନାବାଳିକାଙ୍କୁ ଫେରାଇ ନେବାକୁ ତାଙ୍କ ଗାଁକୁ ୨୧ତାରିଖରେ ଯାଇଥିଲେ। ନାବାଳିକାଙ୍କୁ ଲକ୍ଷେ ଟଙ୍କାରେ ବିକ୍ରି କରାଯାଇଛି। ତାଙ୍କୁ ଫେରାଇନେବାକୁ ଜିଦ୍‌ ଧରି ସେମାନେ ବସିଥିଲେ। ନାବାଳିକାଙ୍କ ପରିବାର ଲୋକେ ଉମରକୋଟ ପୋଲିସକୁ ଖବର ଦେଇଥିଲେ। ପୋଲିସ ସେମାନଙ୍କୁ ଥାନାକୁ ନେଇଥିଲା। ପରେ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା(ନଂ.୧୨୦/୨୧) ରୁଜୁକରି ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଜନଶୀଳତାର ଅନ୍ୟ ନାମ ଅରୁଣିମା

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡରର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ ହୋଇଛି। ୩ରୁ ୬ବର୍ଷ...

ପ୍ରକଳ୍ପ ଉଦ୍‌ଘାଟନ ହେବାର ଦେଢ଼ମାସ ବିତଲା: ପାଏନ୍‌ ପାଏବାରୁ ବଁଚିତ ୩ ଗାଁବାସୀ

ଅତାବିରା, ୧୫।୫ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଗଁାଗଁଲିରୁ ସହର ତକ୍‌  ସବୁ ଲୁକ୍‌କୁ ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାର  ଲାଗି ଅନେକ...

୩ ଚୋରା ମୁଗୁନି ପଥର ହାଇୱା ଜବତ: ୧ଲକ୍ଷ ୯୦ହଜାର ଜରିିମାନା ଆଦାୟ

ପରଜଙ୍ଗ,୩୧।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ରାଜସ୍ବ ବିଭାଗ ରବିବାର ବାରିହାପୁରଠାରେ ଚଢ଼ାଉ କରି ୩ ମୁଗୁନି ପଥର ହାଇୱା ଜବତ କରିଛି। ଏହା ପରଜଙ୍ଗ ବ୍ଲକ...

ଶ୍ରମିକଙ୍କୁ ନିଜ ଅଞ୍ଚଳକୁ ପଠାଉଛି ପ୍ରଶାସନ: ୨ ଦିନରେ ଗଲେଣି ୧୩୦

ଜୟପୁର,୬ା୫(ଡି.ଏନ୍‌.ଏ.): କୋରାପୁଟ ଜିଲାରେ ବାହାର ରାଜ୍ୟର ଫସି ରହିଥିବା ୭୨ ଜଣ ଏବଂ ରାଜ୍ୟ ଭିତରର ୫୮ଜଣଙ୍କୁ ଗତ ଦୁଇଦିନ ମଧ୍ୟରେ ଜିଲା ପ୍ରଶାସନ ସେମାନଙ୍କ...

୩ କୁ ୩ ପୋଛି ନେଲା

ପୁରୁଷୋତ୍ତମପୁର,୧।୩(ଡି.ଏନ୍‌.ଏ,): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ୩୫, ୩୬, ୩୭ ଜୋନ୍‌କୁ ବିଜେଡି ହାତେଇ ନେଇଛି। ଗଣତିର ଶେଷ ଦିନରେ ୩୭ ଜୋନ୍‌ ଅଧୀନରେ ଥିବା...

୬ ବର୍ଷ ପରେ ଗୋଡ଼ରୁ ଫିଟିଲା ଶିକୁଳି

ଗୋପ,୧୩।୩(ଡି.ଏନ୍‌.ଏ.): ଦୀର୍ଘ ୬ବର୍ଷ ପରେ ପୁରୀ ଜିଲା ଗୋପ ବ୍ଲକର ଆକାଶ କାଣ୍ଡି(୭)ଙ୍କ ଗୋଡ଼ରେ ପଡ଼ିଥିତ୍ବା ଲୁହା ଶିକୁଳି ଫିଟିଛି। ଏବେ ଆକାଶ ସ୍କୁଲକୁ ପାଠ...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା: ୨ ପରିବାର ସର୍ବସ୍ବାନ୍ତ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ମହାକାଳପଡ଼ା,୨୮ା୬(ଡି.ଏନ୍‌‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଜମ୍ବୁ ପଞ୍ଚାୟତ ବ୍ରିଟିଶ୍‌ କୋଠା ନିକଟରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ସମସ୍ତ ଆସବାବପତ୍ର...

ଅଧିକାରୀ ଦେଖିବେ ‘ଦମନ’

ଭୁବନେଶ୍ବର, ୨୫ା୧୧(ବ୍ୟୁରୋ):ଓଡ଼ିଆ ସିନେମା ‘ଦମନ’ର ଲୋକପ୍ରିୟତା ଏବଂ ପ୍ରେରଣାଦାୟୀ ବିଷୟବସ୍ତୁକୁ ଲକ୍ଷ୍ୟକରି ଏହାକୁ ଜିଲା/ଉପଖଣ୍ଡ ସ୍ତରରେ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି।...

Advertisement
Archives

Model This Week