ତେଲଙ୍ଗାନାରେ ବନ୍ଧା ପଡ଼ିଛନ୍ତି ଓଡ଼ିଆ ଦାଦନ ଶ୍ରମିକ, ଭିଡିଓ ଜାରି କରି ଉଦ୍ଧାର ପାଇଁ କଲେ ବିନତି

ଭବାନୀପାଟଣା(ସ୍ବ.ପ୍ର.)/କୋକସରା (ଡି.ଏନ.ଏ.), ୫।୭: କଳାହାଣ୍ଡି ଜିଲା କୋକସରା ବ୍ଲକରେ ଥମୁନି ଦାଦନ ଦୁଃଖ । ପେଟ ପାଟଣା ପାଇଁ ଘର ଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବ୍ଲକର ୬ ଜଣ ଶ୍ରମିକଙ୍କ କିଛି ମାସ ଭିତରେ ମୃତ୍ୟୁ ଘଟିଥିବା ବେଳେ ଏବେ ଆଉ କିଛି ଶ୍ରମିକ ତେଲେଙ୍ଗାନାରେ ନିର୍ଯାତନାର ଶିକାର ହେଉଥିବାର ଏକ ଭିଡିଓ ପୁଣି ସାମ୍ନାକୁ ଆସିଛି ।

ସୂଚନାନୁଯାୟୀ, କଳାହାଣ୍ଡି, ବଳାଙ୍ଗିର ଓ ସମ୍ବଲପୁର ଜିଲାର ପ୍ରାୟ ୧୪ ପରିବାରର ୨୦ ଜଣ ଦାଦନ ଶ୍ରମିକ ଠିକାଦାରଙ୍କ ନିର୍ଯାତନାର ଶିକାର ହେଉଛନ୍ତି। ଏହି ଶ୍ରମିକଙ୍କ ମଧ୍ୟରେ କଳାହାଣ୍ଡି ଜିଲାର ୨ଜଣ ଅଛନ୍ତି। ସେମାନେ ହେଲେ ଧର୍ମଗଡ ବ୍ଲକ ଛଞ୍ଚାଣବାହିଲି ପଞ୍ଚାୟତ ବେହେରାଗୁଡା ଗ୍ରାମର ସୁରେନ୍ଦ୍ର ନାଏକ ଓ କୋକସରା ବ୍ଲକର ଶ୍ରମିକ ଅନାଥ ପରାଭୋଇ। ଏହି ଶ୍ରମିକମାନଙ୍କୁ ଗତ ୭ମାସ ତଳେ ବଲାଙ୍ଗିର ଜିଲାର ବେଣୁ ଦାସ ନାମକ ଜଣେ ବ୍ୟକ୍ତି ପ୍ରଲୋଭନ ଦେଖାଇଥିଲେ। ସେ ଅଗ୍ରିମ କିଛି ଟଙ୍କା ଦେଇ ତେଲେଙ୍ଗାନାର ରଙ୍ଗାରେଡି ଜିଲା କବାଡିପଲ୍ଲି ଗାଁର କେ. ଭେଙ୍କେଟେଶ୍ୱର ନାମକ ଏକ ଇଟାଭାଟି ଠିକାଦାରଙ୍କ ପାଖରେ ବନ୍ଧା ପକାଇ ପଳାଇ ଆସିଥିଲେ। ତେବେ ଠିକାଦାରଜଣଙ୍କ ଦାଦନ ଶ୍ରମିକମାନଙ୍କୁ ଦିନରାତି ଖଟାଇ ନିର୍ଯାତନା ଦେବା ସହ ପାରିଶ୍ରମିକ ଟଙ୍କା ମାଗିଲେ ମାର୍‌ ପିଟ କରିବା ସହ ଘରକୁ ଫେରିବାକୁ ଦେଉନାହାନ୍ତି । ଫଳରେ ଭୋକ ଉପାସରେ ଥିବା ଶ୍ରମିକମାନେ ଉଦ୍ଧାର ପାଇଁ ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଏବେ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଦାବି ହେଉଛ। ଅପରପକ୍ଷେ ଦାଦନ ଶ୍ରମିକଙ୍କୁ ନେଇ କଳାହାଣ୍ଡି ଜିଲା ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବାବେଳେ ରାଜ୍ୟ ବାହାରେ ଦାଦନ ଯାଇ ଆଉ କେତେ ଦାଦନ ଶ୍ରମିକଙ୍କ ଜୀବନ ଗଲେ ପ୍ରଶାସନର ଚେତା ପଶିବ ତାହାକୁ ନେଇ ପ୍ରଶ୍ନ ଉଠିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ପୋଲିସ ସେବା ପୁରସ୍କାର-୨୦୨୬ ଘୋଷଣା: ଓଡ଼ିଶାର ସଞ୍ଜୀବ ପଣ୍ଡା, ସ୍ମୀତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪ା୮(ତ୍ରିନାଥ ମହାନ୍ତି): ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଭିନ୍ନ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri