ନୂଆ ପ୍ରିଭେସି ନୀତି ପ୍ରତ୍ୟାହାର ଲାଗି ହ୍ବାଟ୍ସଆପ୍‌କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୫: ମେସେଜିଂ ସେବା ପ୍ରଦାନକାରୀ କମ୍ପାନୀ ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ନୀତି ଦେଶ ମଧ୍ୟରେ ବିବାଦୀୟ ହୋଇପଡ଼ିଛି। ନୂଆ ଅପ୍‌ଡେଟ୍‌ରେ ୟୁଜରଙ୍କ ଲାଗି ରହିଥିବା ବିଭିନ୍ନ ପ୍ରସ୍ତାବକୁ ବିରୋଧ କରାଯିବାରୁ ଏହାକୁ ଚଳିତ ମାସ ଲାଗୁ ନ କରିବାକୁ କମ୍ପାନୀ ନିକଟରେ କହିଥିଲା। ଏଭଳି ସ୍ଥିତିରେ କେନ୍ଦ୍ର ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ଜଣାପଡ଼ିଛି। ନୂଆ ପ୍ରିଭେସି ନୀତି ପ୍ରତ୍ୟାହାର କରିବା ଲାଗି ସରକାର ମଙ୍ଗଳବାର ହ୍ବାଟ୍ସଆପ୍‌କୁ ନିର୍ଦ୍ଦେଶ ଦେଇଥିବା ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି।
ପ୍ରିଭେସି ନୀତିରେ ପରିବର୍ତ୍ତନ ଏବଂ ଏହାକୁ ଯେଉଁଭଳି ଭାବେ କାର୍ଯ୍ୟକାରୀ କରାଯାଇଛି ତାକୁ ନେଇ ମନ୍ତ୍ରଣାଳୟ ଅସନ୍ତୋଷ ବ୍ୟକ୍ତ କରିଥିବା କୁହାଯାଇଛି। ସୂଚନାର ଗୋପନୀୟତା, ଡାଟା ସୁରକ୍ଷା, ୟୁଜରଙ୍କ ପସନ୍ଦ ଏବଂ ଭାରତୀୟ ନାଗରିକଙ୍କ ସ୍ବାର୍ଥକୁ ଏହା କ୍ଷତି ପହଞ୍ଚାଉଥିବା ନାମ ଗୋପନ ରଖି ଏହି ସରକାରୀ ଅଧିକାରୀ ଜଣକ କହିଛନ୍ତି। ତେବେ ସରକାର ଏ ସଂକ୍ରାନ୍ତରେ ହ୍ବାଟ୍ସଆପ୍‌କୁ ଏକ ନୋଟିସ ପଠାଇଛନ୍ତି। ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଛି। କମ୍ପାନୀ ଯଦି ଏହି ଅବଧିରେ ସନ୍ତୋଷଜନକ ଉତ୍ତର ନ ଦେଇପାରେ ତେବେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ କହିଛନ୍ତି। ସରକାର ପଠାଇଥିବା ନୋଟିସରେ କୁହାଯାଇଛି ଯେ କମ୍ପାନୀର ନୂଆ ଅପ୍‌ଡେଟ୍‌ ଭାରତୀୟ ଆଇନର ବିଭିନ୍ନ ନିୟମ ଏବଂ ଧାରାକୁ ଉଲ୍ଲଂଘନ କରୁଛି। ଭାରତୀୟ ନାଗରିକଙ୍କ ଅଧିକାର ଏବଂ ସ୍ବାର୍ଥକୁ ସୁରକ୍ଷା ପ୍ରଦାନ କରିବା ଲାଗି ସରକାର ବିଭିନ୍ନ ଆଇନଗତ ଦିଗ ଉପରେ ବିଚାର କରିଛନ୍ତି। ବିଶେଷକରି ୟୁରୋପ ୟୁଜରଙ୍କ ତୁଳନାରେ କମ୍ପାନୀ ଭାରତୀୟ ୟୁଜରଙ୍କ ଲାଗି କାହିଁକି ଭିନ୍ନ ନିୟମ ଲାଗୁ ହୋଇଛି ତାହା ପ୍ରଶ୍ନ କରାଯାଇଛି। ସରକାର ଏହା ମଧ୍ୟ କହିଛନ୍ତି ଯେ ଦୈନଦିନ ଜୀବନରେ ଭାରତୀୟମାନେ ଯୋଗାଯୋଗ ଲାଗି ହ୍ବାଟ୍ସଆପ୍‌ ଉପରେ ବିଶେଷ ଭାବେ ନିର୍ଭରଶୀଳ। ନୂଆ ନିୟମ କେବଳ ଅସୁବିଧା ସୃଷ୍ଟି କରିନାହିଁ ବରଂ କମ୍ପାନୀ ଏଭଳି ସ୍ଥିତିର ଫାଇଦା ଉଠାଇଛି। ନୂଆ ଅପ୍‌ଡେଟ ଗ୍ରହଣ କରିବା ଲାଗି ୟୁଜରଙ୍କୁ ବାଧ୍ୟ ମଧ୍ୟ କରାଯାଇଛି। ଉଲ୍ଲେଖଯୋଗ୍ୟ, ୟୁଜର ଡାଟା ମୂଳ କମ୍ପାନୀ ଫେସ୍‌ବୁକ ସହ ଶେୟାରିଂ କରିବା ପ୍ରସଙ୍ଗକୁ ନେଇ ହ୍ବାଟ୍ସଆପ୍‌କୁ ଅନେକେ ବିରୋଧ କରୁଛନ୍ତି। ଏଭଳି ସ୍ଥିତିରେ ଉକ୍ତ ନିୟମକୁ ଚଳିତ ମାସ ୧୫ରୁ ବାଧ୍ୟତାମୂଳକ ଭାବେ ଲାଗୁ ନ କରିବାକୁ କମ୍ପାନୀ କହିସାରିଛି। ନୋଟିସରେ ସରକାର କହିଛନ୍ତି, ୟୁଜରଙ୍କ ସୂଚନାଗତ ପ୍ରିଭେସି, ଡାଟା ସୁରକ୍ଷା ଏବଂ ୟୁଜରଙ୍କ ପସନ୍ଦ ଭଳି ପ୍ରସଙ୍ଗକୁ କମ୍ପାନୀ ଅବମାନନା କରୁଛି। କମ୍ପାନୀ ଡାଟା ପ୍ରିଭେସି ନିୟମକୁ ମଧ୍ୟ ଏହାର ଫ୍ରିକ୍ୟୁଏଣ୍ଟଲି ଆକ୍ସଡ କୋଶ୍ଚିନ(ଏଫ୍‌ଏକ୍ୟୁ)ରେ ମଧ୍ୟ ନିୟମ ଉଲ୍ଲଂଘନ କରିଛି। ଉଲ୍ଲେଖଯୋଗ୍ୟ, ଭାରତ ସରକାର ଦିଲ୍ଲୀ ହାଇକୋର୍ଟରେ ଏହି ପ୍ରସଙ୍ଗରେ ମଧ୍ୟ ନିଜର ପକ୍ଷ ସ୍ପଷ୍ଟ କରିଛନ୍ତି। ମାମଲା ବର୍ତ୍ତମାନ ବିଚାରାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri