Posted inଜାତୀୟ

ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଚରିତ୍ର ପ୍ରମାଣ ପତ୍ର ମାଗିବା ନିର୍ଦ୍ଦେଶ ପ୍ରତ୍ୟାହୃତ…

ଶିମଲା,୪।୧୦ : ସମାଲୋଚନାର ସମ୍ମୁଖୀନ ହୋଇ ହିମାଚଳ ପ୍ରଦେଶ ସରକାର ମଙ୍ଗଳବାର ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଚରିତ୍ର ପ୍ରମାଣ ପତ୍ର ମାଗିବା ନିର୍ଦ୍ଦେଶ ପ୍ରତ୍ୟାହାର କରିନେଇଛନ୍ତି। ବୁଧବାର ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବିତ ରାଲିର କଭରେଜ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଚରିତ୍ର ପ୍ରମାଣପତ୍ର ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ତାଙ୍କ ହିମାଚଳ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ବିଲାସପୁରରେ ଏମ୍ସର ଲୋକାର୍ପଣ କରିବା ପରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ଏବଂ କୁଲୁରେ ପ୍ରସିଦ୍ଧ ଦଶହରା ଉତ୍ସବର ରଥଯାତ୍ରାରେ ମଧ୍ୟ ଅଂଶଗ୍ରହଣ କରିବେ।

ପ୍ରଧାନମନ୍ତ୍ରୀଙ୍କ ବିଲାସପୁର ଗସ୍ତକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଚରିତ୍ର ପ୍ରମାଣପତ୍ର ପ୍ରସ୍ତୁତ କରିବା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ପକ୍ଷରୁ କଡ଼ା ସମାଲୋଚନା କରାଯାଇଥିଲା। ସେପ୍ଟେମ୍ବର ୨୯ ରେ ବିଲାସପୁର ପୋଲିସ ଅଧୀକ୍ଷକ ଦୀପକ ଶର୍ମା ଏହି ନିର୍ଦ୍ଦେଶ ଦେଇଥିଲେ।

ବିରୋଧୀ ଦଳ ଏହି ଆଦେଶକୁ ଭାଜପା ସରକାରଙ୍କର ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହଥିଲେ। ରାଜ୍ୟ କଂଗ୍ରେସ ଉପାଧ୍ୟକ୍ଷ ନରେଶ ଚୌହାନ ଏବଂ ଏଏପିର ରାଜ୍ୟ ମୁଖପାତ୍ର ଗୌରବ ଶର୍ମା ମଙ୍ଗଳବାର ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ। ରାଜ୍ୟ ମହାନିର୍ଦ୍ଦେଶକ ସଞ୍ଜୟ କୁଣ୍ଡୁ ପୋଲିସ ଅଧୀକ୍ଷକଙ୍କ ଆଦେଶ ପ୍ରତ୍ୟାହାର କରି ନେଇଛନ୍ତି ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି। ଏଭଳି ଅସୁବିଧା ହୋଇଥିବାରୁ ସରକାର ଦୁଃଖିତ ବୋଲି ସେ କହିଛନ୍ତି। ପୋଲିସ ଅଧିକ୍ଷକ ଦିବାକର ଶର୍ମା କହିଛନ୍ତି ଯେ, ଏହି ନିର୍ଦ୍ଦେଶ ମୋ ଅଜାଣତରେ ଜାରି ହୋଇଥିଲା। ପୋଲିସ ମୁଖ୍ୟାଳୟ କିମ୍ବା ରାଜ୍ୟ ସରକାରଙ୍କ ସହ ଏହାର କୌଣସି ସମ୍ପର୍କ ନାହିଁ। ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ନଜର ଆସିବେ ହେଭିଓ୍ବେଟ ନେତା, ଭାଗ୍ୟ ପରୀକ୍ଷା କରିବେ ରାହୁଲ-ଶଶୀ ଥରୁର୍‌

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନକୁ ନେଇ ଦେଶରେ ସୃଷ୍ଟି ହୋଇଛି ଏକ ଭିନ୍ନ ପରିବେଶ । ପ୍ରଥମ ପର୍ଯ୍ୟାୟ ପରେ ସବୁ ରାଜନୈତିକ ଦଳ ଏବେ...

ପ୍ରଧାନ ବିଚାରପତି କଲେ ବଡ଼ ଘୋଷଣା, ହ୍ବାଟ୍ସଆପ୍‌ରେ ଓକିଲଙ୍କୁ ମାମଲା ସମ୍ପର୍କିତ ସୂଚନା ପ୍ରଦାନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୪: ଭାରତର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଡ଼ ଘୋଷଣା କରିଛନ୍ତି ଯେ ସୁପ୍ରିମକୋର୍ଟ ହ୍ବାଟ୍ସଆପ୍‌ ଜରିଆରେ ଓକିଲଙ୍କ ସହ ଶୁଣାଣି ହେବାକୁ ଥିବା ମାମଲା, ମାମଲା...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଦି ଏବଂ ରାହୁଲଙ୍କ ଭାଷଣକୁ...

ଅରୁଣାଚଳ-ଚାଇନା ସୀମାରେ ପ୍ରବଳ ବର୍ଷା, ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,୨୫ା୪: ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ ଲଗାତର ବର୍ଷା...

କ୍ରାସ୍‌ ହେଲା ବାୟୁସେନା ବିମାନ: ଉଡିଗଲା ପଙ୍ଖା

ନୂଆଦିଲ୍ଲୀ,୨୫।୪: ରାଜସ୍ଥାନର ଜୈସଲମେର ନିକଟରେ ବିମାନ ଉଡ଼ାଣ ସମୟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟର ବିଷୟ ହେଉଛି ଏହି ଦୁର୍ଘଟଣାରେ ଜୀବନହାନୀ...

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ବିଅର

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୨୫।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri