Odisha Elections 2024

୨ ମାସ ମଧ୍ୟରେ ହାଇକୋର୍ଟରେ ତଥ୍ୟ ଦାଖଲ ନିର୍ଦ୍ଦେଶ

କାଏମା,୧୫।୪(ଡି.ଏନ.ଏ.): ଯାଜପୁର ଜିଲାର ବହୁ ଗରିବ, ଅସହାୟ, ବିଧବା ଓ ଶ୍ରମିକ ଶ୍ରେଣୀ ଲୋକମାନେ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଏ ସଂକ୍ରାନ୍ତରେ ସେମାନେ ଏକାଧିକ ବାର ଦରଖାସ୍ତ କରିଥିଲେ ମଧ୍ୟ ସଫଳତା ପାଇନାହାନ୍ତି ା ସେମିତି ଏକ ଅଭିଯୋଗ ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ତୋଟାସାହି ଗ୍ରାମରୁ ଆସିଛି ା ଉକ୍ତ ଗ୍ରାମର ସନ୍ଧ୍ୟାରାଣୀ ମଳିକଙ୍କ ପରିବାର ନାନା ଦୁଃଖକଷ୍ଟରେ ଝାଟିମାଟି କୁଡ଼ିଆରେ ଦିନ କାଟୁଛନ୍ତି। ସୂଚନା ଅନୁଯାୟୀ, ଆଜିକୁ ଦେଢ଼ବର୍ଷ ତଳେ ସନ୍ଧ୍ୟାରାଣୀଙ୍କ ସ୍ବାମୀଙ୍କ ପରଲୋକ ଘଟିଥିଲା ା ଏପରି ସ୍ଥିତିରେ ନିଜ ଭାଗ୍ୟକୁ ଆଦରି ସେ ଦିନ କାଟୁଛନ୍ତି ା ଆଜି ପର୍ଯ୍ୟନ୍ତ ତାଙ୍କୁ ବିଧବା ଭତ୍ତା ମିଳିନାହିଁ । ଏନେଇ ସେ ବ୍ଲକ କାର୍ଯ୍ୟାଳୟକୁ ଏକାଧିକ ଥର ଦୌଡ଼ି ନୟାନ୍ତ ହୋଇଥିଲେ ହେଁ ବାବୁମାନେ ମୋ ଦୁଃଖ ଶୁଣୁ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ା
ସ୍ବାମୀ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ା ତାଙ୍କ ପରଲୋକ ପରେ ଅନ୍ୟର ହାତଟେକା ସହାୟତାରେ ସନ୍ଧ୍ୟାରାଣୀ ଚଳୁଛନ୍ତି। ଏପରି ସ୍ଥିତିରେ ଘରଖଣ୍ଡେ କରିବା ତାଙ୍କ ପାଇଁ ସ୍ବପ୍ନ ହୋଇଛି । ତେଣୁ ଭଙ୍ଗା କୁଡିଆରେ ସେ ଓ ତାଙ୍କ ୩ ପିଲା ମୁଣ୍ଡ ଗୁଞ୍ଜିଛନ୍ତି । ବର୍ଷା,ଖରା, ଶୀତରେ ସେହି କୁଡ଼ିଆ ଖଣ୍ଡିକ ତାଙ୍କ ପାଇଁ ସାହା ହୋଇଛି ା ହେଲେ କେଉଁ ସମୟରେ ଯଦି ସେହି ପୁରୁଣାକାଳିଆ କୁଡ଼ିଆଟି ଭାଙ୍ଗି ପଡ଼ିବ ମୋ ପିଲାମାନେ ବେସାହାର ହୋଇପଡିବେ ବୋଲି କୋହଭରା କଣ୍ଠରେ ସନ୍ଧ୍ୟାରାଣୀ କହିଛନ୍ତି ା ବିଧବା ଭତ୍ତା ପରି ଆବାସ ଯୋଜନା ତାଲିକାରୁ ତାଙ୍କ ନାମ କାଟି ଦିଆଯାଇଛି । ଜିଲା ପ୍ରଶାସନ ପକ୍ଷରୁ କେତେଜଣ ଅଧିକାରୀ ତଦନ୍ତରେ ଆସିଥିଲେ ା ତାଙ୍କର କୋଠା ଘର ଥିବା ଦର୍ଶାଇ ଆବାସ ତାଲିକାରୁ ନାମ କାଟି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ସେ ସ୍ଥାନୀୟ ବିଧାୟକ ପାଖେ ନେହୁରା ହୋଇଥିଲେ ବି କେହି ତାଙ୍କ ଦୁଃଖ ଶୁଣୁନାହାନ୍ତି ବୋଲି ସନ୍ଧ୍ୟାରାଣୀ ଆଖିରୁ ଲୁହ ପୋଛି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ଦିବସ ଯେତିକି ପାଖେଇ ଆସୁଛି, ଅନୁରୂପ ଭାବେ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ଜୋର୍‌ ଧରିବାରେ ଲାଗିଛି। ବରଗଡ଼...

ରୋଡ୍‌ ଶୋ’ ଅଧାରୁ ଚାଲିଗଲେ ହେମାମାଳିନୀ

କଟକ ସଦର, ୧୭ା୫(ସୁଶାନ୍ତ କୁମାର ଜେନା)- କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗରଠାରେ ଭାଜପା ପକ୍ଷରୁ ରୋଡ୍‌ ଶୋ’ ସହିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା।...

ଶନିବାର ଓଡ଼ିଶା ଆସିବେ ସଚିନ ପାଇଲଟ୍‌

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର...

ସାଙ୍ଗ ହୋଇ ବ୍ରାହ୍ମଣୀ ଗାଁ ବାହାରିଥିଲେ, ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ; ଅନ୍ୟ ଜଣେ…

ବ୍ରାହ୍ମଣୀଗାଁ,୧୭।୫( ମନୋରଞ୍ଜନ ରଣା ): ଗଜପତି – କନ୍ଧମାଳ ଜିଲା ସୀମାନ୍ତ ତିଆରି ଗାଁ ନିକଟରେ ଶୁକ୍ରବାର ଏକ ବାଇକ ଦୁର୍ଘଟଣା ଘଟିଛି l ଏହି...

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

ଭାଜପାରେ ମିଶିବାର ୧୫ ମିନିଟ୍‌ ନ ହେଉଣୁ ବିଜେଡିକୁ ଫେରିଲେ ନେତା-କର୍ମୀ; କହିଲେ ‘ଭୁଲ୍‌ ବୁଝି ପାରି…’

କେନ୍ଦୁଝର,୧୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ଜିଲା କାର୍ଯ୍ୟଳୟଠାରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏବଂ ରାଜସ୍ଥାନରୁ ରାଜ୍ୟସଭା ଏମ୍‌ପି...

୩ନଂ ଜୋନରେ ବିଜେଡିର ପ୍ରଚାର

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ତରଫରୁ ଶୁକ୍ରବାର ୩ନଂ ଜୋନରେ ନିର୍ବାଚନୀ ପ୍ରଚାର ହୋଇଛି। କର୍ମୀ ଏବଂ ସମର୍ଥକ ବେଲବାହାଳି...

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ। ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri