୨ ମାସ ମଧ୍ୟରେ ହାଇକୋର୍ଟରେ ତଥ୍ୟ ଦାଖଲ ନିର୍ଦ୍ଦେଶ

କାଏମା,୧୫।୪(ଡି.ଏନ.ଏ.): ଯାଜପୁର ଜିଲାର ବହୁ ଗରିବ, ଅସହାୟ, ବିଧବା ଓ ଶ୍ରମିକ ଶ୍ରେଣୀ ଲୋକମାନେ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଏ ସଂକ୍ରାନ୍ତରେ ସେମାନେ ଏକାଧିକ ବାର ଦରଖାସ୍ତ କରିଥିଲେ ମଧ୍ୟ ସଫଳତା ପାଇନାହାନ୍ତି ା ସେମିତି ଏକ ଅଭିଯୋଗ ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ତୋଟାସାହି ଗ୍ରାମରୁ ଆସିଛି ା ଉକ୍ତ ଗ୍ରାମର ସନ୍ଧ୍ୟାରାଣୀ ମଳିକଙ୍କ ପରିବାର ନାନା ଦୁଃଖକଷ୍ଟରେ ଝାଟିମାଟି କୁଡ଼ିଆରେ ଦିନ କାଟୁଛନ୍ତି। ସୂଚନା ଅନୁଯାୟୀ, ଆଜିକୁ ଦେଢ଼ବର୍ଷ ତଳେ ସନ୍ଧ୍ୟାରାଣୀଙ୍କ ସ୍ବାମୀଙ୍କ ପରଲୋକ ଘଟିଥିଲା ା ଏପରି ସ୍ଥିତିରେ ନିଜ ଭାଗ୍ୟକୁ ଆଦରି ସେ ଦିନ କାଟୁଛନ୍ତି ା ଆଜି ପର୍ଯ୍ୟନ୍ତ ତାଙ୍କୁ ବିଧବା ଭତ୍ତା ମିଳିନାହିଁ । ଏନେଇ ସେ ବ୍ଲକ କାର୍ଯ୍ୟାଳୟକୁ ଏକାଧିକ ଥର ଦୌଡ଼ି ନୟାନ୍ତ ହୋଇଥିଲେ ହେଁ ବାବୁମାନେ ମୋ ଦୁଃଖ ଶୁଣୁ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ା
ସ୍ବାମୀ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ା ତାଙ୍କ ପରଲୋକ ପରେ ଅନ୍ୟର ହାତଟେକା ସହାୟତାରେ ସନ୍ଧ୍ୟାରାଣୀ ଚଳୁଛନ୍ତି। ଏପରି ସ୍ଥିତିରେ ଘରଖଣ୍ଡେ କରିବା ତାଙ୍କ ପାଇଁ ସ୍ବପ୍ନ ହୋଇଛି । ତେଣୁ ଭଙ୍ଗା କୁଡିଆରେ ସେ ଓ ତାଙ୍କ ୩ ପିଲା ମୁଣ୍ଡ ଗୁଞ୍ଜିଛନ୍ତି । ବର୍ଷା,ଖରା, ଶୀତରେ ସେହି କୁଡ଼ିଆ ଖଣ୍ଡିକ ତାଙ୍କ ପାଇଁ ସାହା ହୋଇଛି ା ହେଲେ କେଉଁ ସମୟରେ ଯଦି ସେହି ପୁରୁଣାକାଳିଆ କୁଡ଼ିଆଟି ଭାଙ୍ଗି ପଡ଼ିବ ମୋ ପିଲାମାନେ ବେସାହାର ହୋଇପଡିବେ ବୋଲି କୋହଭରା କଣ୍ଠରେ ସନ୍ଧ୍ୟାରାଣୀ କହିଛନ୍ତି ା ବିଧବା ଭତ୍ତା ପରି ଆବାସ ଯୋଜନା ତାଲିକାରୁ ତାଙ୍କ ନାମ କାଟି ଦିଆଯାଇଛି । ଜିଲା ପ୍ରଶାସନ ପକ୍ଷରୁ କେତେଜଣ ଅଧିକାରୀ ତଦନ୍ତରେ ଆସିଥିଲେ ା ତାଙ୍କର କୋଠା ଘର ଥିବା ଦର୍ଶାଇ ଆବାସ ତାଲିକାରୁ ନାମ କାଟି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ସେ ସ୍ଥାନୀୟ ବିଧାୟକ ପାଖେ ନେହୁରା ହୋଇଥିଲେ ବି କେହି ତାଙ୍କ ଦୁଃଖ ଶୁଣୁନାହାନ୍ତି ବୋଲି ସନ୍ଧ୍ୟାରାଣୀ ଆଖିରୁ ଲୁହ ପୋଛି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?