କଳା ତାଲିକାଭୁକ୍ତ ସଂସ୍ଥାକୁ ସଫେଇ କାର୍ଯ୍ୟାଦେଶ

କେନ୍ଦୁଝର,୧୧।୪(ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରପାଳିକାର ସଫେଇ କାମ ଏକ କଳା ତାଲିକାଭୁକ୍ତ ସଂସ୍ଥାକୁ ଦିଆଯାଇଛି। ଉକ୍ତ ସଂସ୍ଥା କର୍ମଚାରୀଙ୍କୁ କମ ଦରମା ଦେଉଥିବା ବେଳେ ସେମାନଙ୍କଠାରୁ କଟାଯାଉଥିବା ଇପିପିଏଫ ଓ ଇଏସ୍‌ଆଇ ଆଦି ବାବଦକୁ ଅର୍ଥ ଠିକ୍‌ ଭାବେ ଜମା କରୁନି। ସଫେଇ କର୍ମଚାରୀଙ୍କ ପ୍ରାପ୍ୟ ହେରଫେର କରୁଥିଲେ ହେଁ ଦୀର୍ଘ ବର୍ଷ ହେଲା କାହିଁକି ଉକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ପ୍ରଶ୍ନ କରିଛନ୍ତି। ଏ ନେଇ ଜିଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଅଭିଯୋଗ ପରେ ଜିଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ଉକ୍ତ ସଂସ୍ଥା ପୂର୍ବରୁ ଅନ୍ୟ ଜିଲାରେ ସଫେଇ କାମ କରୁଥିବା କର୍ମଚାରୀଙ୍କ ଇପିଏଫ, ଇଏସ୍‌ଆଇ, ଜିଏସ୍‌ଟି ବାବଦକୁ ଅର୍ଥ ଜମା ନ କରି ଅର୍ଥ ହେରଫେର କରିଥିଲା। ଫଳରେ ବ୍ଲାକ୍‌ ଲିଷ୍ଟ ହୋଇଛି। ତେବେ ସ୍ଥାନୀୟ ଠିକା ସଂସ୍ଥାକୁ କାମ ନ ଦେଇ କିଭଳି ଏଭଳି ବ୍ଲାକ୍‌ ଲିଷ୍ଟ ହୋଇଥିବା ସଂସ୍ଥାକୁ କାମ ଦିଆଯାଇଛି ତାହା ତଦନ୍ତ ସାପେକ୍ଷ। ବ୍ୟାପକ ଅର୍ଥ କାରବାର ହେଉଥିବାରୁ ଏଭଳି ଘଟଣାକୁ ଚପାଇ ଦିଆଯାଇ କାର୍ଯ୍ୟାଦେଶ ଦିଆଯାଇଥିବା ଅଭିଯୋଗ ହେଉଛି। ଉକ୍ତ ସଂସ୍ଥ ସଫେଇ କର୍ମଚାରୀମାନଙ୍କୁ ସ୍ବଳ୍ପ ମଜୁରି ଦେଉଥିବା ବେଳେ ସେମାନଙ୍କଠାରୁ ଇପିଏଫ(ଏମ୍ପ୍ଲଇ ପ୍ରୋଭିଣ୍ଡେଣ୍ଟ ଫଣ୍ଡ), ଇଏସ୍‌ଆଇ( ଏମ୍ପ୍ଲଇଜ୍‌ ଷ୍ଟେଟ୍‌ ଇନ୍ସ୍ୟୁରାନ୍ସ କର୍ପୋରେସନ) ବାବଦକୁ କଟାଯାଉଥିବା ଅର୍ଥର ଠିକ୍‌ ଭାବେ ଜମା ହେଉ ନ ଥିଲେ ବି ପୌରପ୍ରଶାସନ ଓ ଶ୍ରମ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। କାମ ହରାଇବା ଭୟରେ କର୍ମଚାରୀମାନେ ମୁହଁ ଖୋଲି ପାରୁନହାନ୍ତି। ଏଥିସହ ଉପଯୁକ୍ତ ତଦାରଖ ଅଭାବରୁ ଆଗଭଳି ସଫେଇ ମଧ୍ୟ ଠିକ୍‌ ଭାବେ ହେଉନାହିଁ। ସହର ସାରା କୁଢ଼କୁଢ଼ ଆବର୍ଜନା ଜମା ହୋଇରହୁଛି। ଫଳରେ ପ୍ରଦୂଷିତ ପରିବେଶ ସୃଷ୍ଟି କରୁଛି। ଅଧ୍ୟକ୍ଷା, କାଉନ୍‌ସିଲରଙ୍କ ଭଳି ଲୋକ ପ୍ରତିନିଧିମାନେ ମଧ୍ୟ କର୍ମଚାରୀମାନଙ୍କ ସମସ୍ୟାକୁ ଅଣଦେଖା କରିବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଉଛି। ପ୍ରତ୍ୟେକ କର୍ମଚାରୀଙ୍କଠାରୁ ମାସିକ ଏକ ହଜାରରୁ ଦେଢ଼ ହଜାର ପର୍ଯ୍ୟନ୍ତ ଝାଳବୁହା ଟଙ୍କା ହଡ଼ପ ହେଉଥିବାରୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ବତନ ବିଧାୟକ ଦାବି କରିଛନ୍ତି।
ସେହିପରି ପୌରାଞ୍ଚଳରେ କାମ କରୁଥିବା ସଫେଇ କର୍ମଚାରୀଙ୍କୁ ହାତ ଗ୍ଲୋଭସ, ମାସ୍କ, ଜୋତା ମିଳୁନାହିଁ। ଜିଲା ମୁଖ୍ୟାଳୟରେ ଜିଲାପାଳ, ଅତିରିକ୍ତ ଜିଲାପାଳଙ୍କ ଭଳି ବରିଷ୍ଠ ପଦାଧିକାରୀମାନେ ଯାତାୟାତ କରି ଦେଖୁଥିଲେ ହେଁ ସଫେଇ କର୍ମଚାରୀଙ୍କ ପ୍ରତି ଦୟା ମନୋଭାବ ପ୍ରଦର୍ଶନ କରୁ ନ ଥିବା ଅତ୍ୟନ୍ତ ଦୁଃଖଦ ବିଷୟ ବୋଲି ସାମାଜିକ କର୍ମୀ ଦିଲ୍ଲୀପ ସାହୁ କହିଛନ୍ତି। ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଧିମନ ଚକମା (ଆଇଏଏସ) କହିଛନ୍ତି, ଏ ନେଇ ସେ ତଦନ୍ତ କରି ପଦକ୍ଷେପ ନେବେ ା


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri