୧୦ଦିନ ପାଇଁ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୫।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଗୁରୁବାର ଏକ ପ୍ରସ୍ତୁତି ବୈଠକ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଡେପୁଡି ମେୟର ମଞ୍ଜୁଲତା କହଁର, କମିଶନର ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ସମ୍ଭାବ୍ୟ ବାତ୍ୟା ପାଇଁ ତିନି ପ୍ରକାର ପ୍ରସ୍ତୁତି ଦିଗରେ ଆଲୋଚନା କରିଥିଲେ। ବାତ୍ୟା ପୂର୍ବ, ବାତ୍ୟା ସମୟରେ ଓ ବାତ୍ୟା ପରେ କ’ଣସବୁ ପଦକ୍ଷେପ ନିଆଯିବ ସେନେଇ କେତେକ ନିଷ୍ପତ୍ତି ନିଆଯାଇଥିଲା। ଧନଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ୱାର୍ଡସ୍ତରରେ ବୈଠକ କରି ପ୍ରସ୍ତୁତ ରହିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ମେୟର ଦାସ ଓ କମିଶନର କୁଲାଙ୍ଗେ ପରାମର୍ଶ ଦେଇଥିଲେ। ଏହାସହ ଆସନ୍ତା ୧୦ ଦିନ ପାଇଁ କୌଣସି ଅଧିକାରୀ ଓ କର୍ମଚାରୀ ହେଡ୍‌କ୍ୱାର୍ଟର ନ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ସମ୍ପର୍କିତ ସୂଚନା ଆଦାନ ପ୍ରଦାନ ପାଇଁ ବିଏମ୍‌ସି ମୁଖ୍ୟାଳୟ ୧୯୨୯ କେନ୍ଦ୍ରରେ ଅଧିକ ତିନିଜଣଙ୍କୁ ଦାୟିତ୍ୱ ଦେଇ କାର୍ଯ୍ୟକୁ ତ୍ୱରିତ୍ୱ କରିବାକୁ କୁହାଯାଇଛି। ସେହିପରି ଜୋନାଲ ଅଫିସ୍‌ଗୁଡିକରେ ମଧ୍ୟ ସ୍ବତନ୍ତ୍ର ହ୍ବାଟ୍‌ସ ଆପ୍‌ ନମ୍ବର କାର୍ଯ୍ୟକାରୀ କରାଯିବା ସହ ଆସନ୍ତା ୧୦ଦିନ ଯାଏ କଣ୍ଟ୍ରୋଲ୍‌ ରୁମ୍‌ କାର୍ଯ୍ୟ କରିବ। ତେବେ ହ୍ବାଟ୍‌ସ ଆପ୍‌ ନମ୍ବର ଜାରି ହେବା ପର୍ଯ୍ୟନ୍ତ ୧୦୨୯କୁ କଲ୍‌ କରିବାକୁ କୁହାଯାଇଛି ା ଶୂନ ଜୀବନ ହାନିକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ୱାର୍ଡସ୍ତରରେ ୱାର୍ଡ କୋର୍‌ କମିଟିକୁ ନେଇ ପ୍ରତି ୱାର୍ଡରେ ସମ୍ଭାବ୍ୟ କ୍ଷୟକ୍ଷତି, ବିପଦ ସଂକୁଳ ଅବସ୍ଥା ଏବଂ ଉପଲବ୍ଧ ସମ୍ବଳ ବାବଦରେ ଆଲୋଚନା କରି ଯଥାଶୀଘ୍ର ବିବରଣୀ ପ୍ରସ୍ତୁତ କରିବାକୁ କୁହାଯାଇଛି। ବିପଦ ସଂକୁଳ କୋଠାଘର, ଗଛ, ବିଦ୍ୟୁତ୍‌ ଖୁଣ୍ଟ, ତଳିଆ ଅଞ୍ଚଳରେ ଥିବା କଚ୍ଚା ଘର ଓ ପାଣି ପ୍ରବେଶ କରିବାକୁ ଥିବା ବସ୍ତିଗୁଡିକୁ ଚିହ୍ନଟ କରିବାକୁ ପଡିବ। ୱାର୍ଡର କେଉଁଠାରେ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ କରାଯିବ ତାହାକୁ ଚିହ୍ନଟ କରି ସେଠାରେ ଶୌଚାଳୟ, ପାନୀୟ ଜଳ, ଆଲୋକ ପାଇଁ ଜେନେଟର, ଶୁଖିଲା ଖାଦ୍ୟ, ଔଷଧ ଆଦି ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି। ଅସ୍ଥାୟୀ ଆଶ୍ରୟସ୍ଥଳରେ ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗ, ଶିଶୁ, ଗର୍ଭବତୀ ମହିଳାମାନେ ରହୁଥିବାରୁ ସେମାନଙ୍କ ପାଇଁ ସବୁ ପ୍ରକାର ସୁବିଧା କରିବାକୁ ମେୟର ନିଦ୍ଦେର୍ର୍ଶ ଦେଇଛନ୍ତି। ଏହା ବ୍ୟତୀତ ବାତ୍ୟା ପରେ ରାସ୍ତା ଉପରେ ପଡିଥିବା ଗଛଗୁଡିକୁ କାଟିବା ପାଇଁ ଆବଶ୍ୟକ କଟର, ଗାଡି ଇତ୍ୟାଦି ପ୍ରସ୍ତୁତ ରଖିବା ସହ କର୍ମଚାରୀମାନେ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟାକୁ ନେଇ କେହି ଭୟଭୀତ ନ ହେବାକୁ କିମ୍ବା ଭୟଭୀତ ନ କରାଇବାକୁ ଅନୁରୋଧ କରିଛନ୍ତି ମେୟର। ଅନ୍ୟପଟେ ଅଗ୍ନିଶମ ବିଭାଗ ପକ୍ଷରୁ ଗଛ କଟା ମେଶିନ, ଗାଡି ଆଦି ଆବଶ୍ୟକ ସରଞ୍ଜାମ ସହ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ସେହିପରି ୱାଟ୍‌କୋ ପକ୍ଷରୁ ମଧ୍ୟ ଆବଶ୍ୟକ ପାଣି ଟ୍ୟାଙ୍କର ବ୍ୟବସ୍ଥା କରିବାକୁ କୁହାଯାଇଛି। ଜେସିବି ଓ ଅନ୍ୟ ଗାଡି ସହ ଡ୍ରାଇଭରଙ୍କୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ବୈଠକରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଶୁଭେନ୍ଦୁ କୁମାର ସାହୁ, ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଡେପୁଟି କମିଶନର ଅଶୋକ କୁମାର ଲେଙ୍କା, ବିଏମ୍‌ସି ଓ ସଂଯୁକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସମେତ କର୍ପୋରେଟର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri