୧୦ଦିନ ପାଇଁ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୫।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଗୁରୁବାର ଏକ ପ୍ରସ୍ତୁତି ବୈଠକ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଡେପୁଡି ମେୟର ମଞ୍ଜୁଲତା କହଁର, କମିଶନର ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ସମ୍ଭାବ୍ୟ ବାତ୍ୟା ପାଇଁ ତିନି ପ୍ରକାର ପ୍ରସ୍ତୁତି ଦିଗରେ ଆଲୋଚନା କରିଥିଲେ। ବାତ୍ୟା ପୂର୍ବ, ବାତ୍ୟା ସମୟରେ ଓ ବାତ୍ୟା ପରେ କ’ଣସବୁ ପଦକ୍ଷେପ ନିଆଯିବ ସେନେଇ କେତେକ ନିଷ୍ପତ୍ତି ନିଆଯାଇଥିଲା। ଧନଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ୱାର୍ଡସ୍ତରରେ ବୈଠକ କରି ପ୍ରସ୍ତୁତ ରହିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ମେୟର ଦାସ ଓ କମିଶନର କୁଲାଙ୍ଗେ ପରାମର୍ଶ ଦେଇଥିଲେ। ଏହାସହ ଆସନ୍ତା ୧୦ ଦିନ ପାଇଁ କୌଣସି ଅଧିକାରୀ ଓ କର୍ମଚାରୀ ହେଡ୍‌କ୍ୱାର୍ଟର ନ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ସମ୍ପର୍କିତ ସୂଚନା ଆଦାନ ପ୍ରଦାନ ପାଇଁ ବିଏମ୍‌ସି ମୁଖ୍ୟାଳୟ ୧୯୨୯ କେନ୍ଦ୍ରରେ ଅଧିକ ତିନିଜଣଙ୍କୁ ଦାୟିତ୍ୱ ଦେଇ କାର୍ଯ୍ୟକୁ ତ୍ୱରିତ୍ୱ କରିବାକୁ କୁହାଯାଇଛି। ସେହିପରି ଜୋନାଲ ଅଫିସ୍‌ଗୁଡିକରେ ମଧ୍ୟ ସ୍ବତନ୍ତ୍ର ହ୍ବାଟ୍‌ସ ଆପ୍‌ ନମ୍ବର କାର୍ଯ୍ୟକାରୀ କରାଯିବା ସହ ଆସନ୍ତା ୧୦ଦିନ ଯାଏ କଣ୍ଟ୍ରୋଲ୍‌ ରୁମ୍‌ କାର୍ଯ୍ୟ କରିବ। ତେବେ ହ୍ବାଟ୍‌ସ ଆପ୍‌ ନମ୍ବର ଜାରି ହେବା ପର୍ଯ୍ୟନ୍ତ ୧୦୨୯କୁ କଲ୍‌ କରିବାକୁ କୁହାଯାଇଛି ା ଶୂନ ଜୀବନ ହାନିକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ୱାର୍ଡସ୍ତରରେ ୱାର୍ଡ କୋର୍‌ କମିଟିକୁ ନେଇ ପ୍ରତି ୱାର୍ଡରେ ସମ୍ଭାବ୍ୟ କ୍ଷୟକ୍ଷତି, ବିପଦ ସଂକୁଳ ଅବସ୍ଥା ଏବଂ ଉପଲବ୍ଧ ସମ୍ବଳ ବାବଦରେ ଆଲୋଚନା କରି ଯଥାଶୀଘ୍ର ବିବରଣୀ ପ୍ରସ୍ତୁତ କରିବାକୁ କୁହାଯାଇଛି। ବିପଦ ସଂକୁଳ କୋଠାଘର, ଗଛ, ବିଦ୍ୟୁତ୍‌ ଖୁଣ୍ଟ, ତଳିଆ ଅଞ୍ଚଳରେ ଥିବା କଚ୍ଚା ଘର ଓ ପାଣି ପ୍ରବେଶ କରିବାକୁ ଥିବା ବସ୍ତିଗୁଡିକୁ ଚିହ୍ନଟ କରିବାକୁ ପଡିବ। ୱାର୍ଡର କେଉଁଠାରେ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ କରାଯିବ ତାହାକୁ ଚିହ୍ନଟ କରି ସେଠାରେ ଶୌଚାଳୟ, ପାନୀୟ ଜଳ, ଆଲୋକ ପାଇଁ ଜେନେଟର, ଶୁଖିଲା ଖାଦ୍ୟ, ଔଷଧ ଆଦି ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି। ଅସ୍ଥାୟୀ ଆଶ୍ରୟସ୍ଥଳରେ ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗ, ଶିଶୁ, ଗର୍ଭବତୀ ମହିଳାମାନେ ରହୁଥିବାରୁ ସେମାନଙ୍କ ପାଇଁ ସବୁ ପ୍ରକାର ସୁବିଧା କରିବାକୁ ମେୟର ନିଦ୍ଦେର୍ର୍ଶ ଦେଇଛନ୍ତି। ଏହା ବ୍ୟତୀତ ବାତ୍ୟା ପରେ ରାସ୍ତା ଉପରେ ପଡିଥିବା ଗଛଗୁଡିକୁ କାଟିବା ପାଇଁ ଆବଶ୍ୟକ କଟର, ଗାଡି ଇତ୍ୟାଦି ପ୍ରସ୍ତୁତ ରଖିବା ସହ କର୍ମଚାରୀମାନେ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟାକୁ ନେଇ କେହି ଭୟଭୀତ ନ ହେବାକୁ କିମ୍ବା ଭୟଭୀତ ନ କରାଇବାକୁ ଅନୁରୋଧ କରିଛନ୍ତି ମେୟର। ଅନ୍ୟପଟେ ଅଗ୍ନିଶମ ବିଭାଗ ପକ୍ଷରୁ ଗଛ କଟା ମେଶିନ, ଗାଡି ଆଦି ଆବଶ୍ୟକ ସରଞ୍ଜାମ ସହ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ସେହିପରି ୱାଟ୍‌କୋ ପକ୍ଷରୁ ମଧ୍ୟ ଆବଶ୍ୟକ ପାଣି ଟ୍ୟାଙ୍କର ବ୍ୟବସ୍ଥା କରିବାକୁ କୁହାଯାଇଛି। ଜେସିବି ଓ ଅନ୍ୟ ଗାଡି ସହ ଡ୍ରାଇଭରଙ୍କୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ବୈଠକରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଶୁଭେନ୍ଦୁ କୁମାର ସାହୁ, ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଡେପୁଟି କମିଶନର ଅଶୋକ କୁମାର ଲେଙ୍କା, ବିଏମ୍‌ସି ଓ ସଂଯୁକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସମେତ କର୍ପୋରେଟର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିନି ଦର ବଢ଼ିବା ପରେ ସରକାର ନେଲେ ବଡ଼ ପଦକ୍ଷେପ, ସେପ୍ଟେମ୍ବର ୧ରୁ …

ନୂଆଦିଲ୍ଲୀ,୨୦।୮: ଭାରତ ବିଶ୍ୱରେ ଚିନିର ସବୁଠାରୁ ବଡ଼ ଉପଭୋକ୍ତା। ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଗଣେଶ ଚତୁର୍ଥୀ, ଦଶହରା ଏବଂ ଦୀପାବଳି ଭଳି ପର୍ବପର୍ବାଣୀ ଯୋଗୁ ଚିନିର ଚାହିଦା…

୩ ରାଶି ହୋଇଯାଆନ୍ତୁ ସତର୍କ, ମାଡିଆସୁଛି ସଙ୍କଟ! ରକ୍ଷାବନ୍ଧନରେ ଘଟୁଛି ଏଭଳି ଯାହା କେବେ…

ରକ୍ଷାବନ୍ଧନ ଦିନ ଅର୍ଥାତ୍‌ ୨୮ ଅଗଷ୍ଟରେ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ଜ୍ୟୋତିଷଙ୍କ ମତାନୁସାରେ, ଏହି ଗ୍ରହଣର ପ୍ରଭାବ କିଛି ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିପାରେ। ବିଶେଷକରି ମେଷ,…

ଭାଙ୍ଗିଗଲା ବିବାହ ସ୍ବପ୍ନ: ପ୍ରେମିକଙ୍କ ଆଗରେ ଏମିତି କାମ କଲେ ପ୍ରେମିକା

ରାଉରକେଲା,୨୦।୮(ସଙ୍ଗୀତା ଜେନା):ବିବାହ କରିବାକୁ ମନା କରିବାରୁ ଝିରପାଣି ଥାନା ଅନ୍ତର୍ଗତ ଝିରପାଣି ଭଟା ବସ୍ତିରେ ଗତ ୧୪ ତାରିଖ ସକାଳେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ…

ଭାଜପା ବିଧାୟକଙ୍କୁ ମନ୍ଦିରରେ ପୂରାଇ ଦେଲେନି…ଆସିଲା ସାଂଘାତିକ ଅଭିଯୋଗ

ଲକ୍ଷ୍ନୌ,୨୦।୮: ଲକ୍ଷ୍ନୌରେ ଜଣେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଜାତିଭିତ୍ତିକ ଭେଦଭାବ ସହିତ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି। ମାଲିହାବାଦର ଭାଜପା ବିଧାୟକ ଜୟ…

ଲୋକ ସଭା ଆସନକୁ ନେଇ ବଡ଼ ଗେମ୍‌ ଖେଳିବ କଂଗ୍ରେସ! ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରି ଏକ ପ୍ରସ୍ତାବ ପାସ କରୁଛି

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ବୁଧବାର ଦାବି କରିଥିଲା ଯେ ଆଗାମୀ ୨୫ ବର୍ଷ ପାଇଁ ୫୪୩ ଲୋକ ସଭା ଆସନର ବର୍ତ୍ତମାନର ସଂଖ୍ୟା ବଜାୟ ରଖାଯାଉ। ଦଳ ଏହା…

କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍‌ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର…

ହେଲିକପ୍ଟର ଦୁର୍ଘଟଣା: ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ସମେତ ୭ ମୃତ, ମୃତକଙ୍କ ମଧ୍ୟରେ ୫ ଆମେରିକୀୟ ନାଗରିକ

ନାଇରୋବି,୨୦।୮: କେନ୍ଦ୍ରୀୟ କେନିଆରେ ବୁଧବାର ଏକ ସଫାରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ ଏଥିରେ ଥିବା ସମସ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ…

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri