Posted inଜାତୀୟ

କେଦାରନାଥରେ ଅରେଞ୍ଜ ଆଲର୍ଟ: ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଅପିଲ

ଡେରାଡୁନ,୨୩।୫: ଉତ୍ତରାଖଣ୍ଡରେ ହଠାତ୍‌ ବଦଳୁଥିବା ପାଣିପାଗ ଯୋଗୁ ବର୍ତ୍ତମାନ ଚାରିଧାମ ଯାତ୍ରା ଉପରେ ବ୍ରେକ ଲାଗିଛି। ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ଅରେଞ୍ଜ ଆଲର୍ଟ ଜାରି କରାଯିବା ପରେ ଏବେ କେଦାରନାଥ ଯାତ୍ରାକୁ ପ୍ରଶାସନ ବନ୍ଦ କରିଦେଇଛି। ଏଥିସହ ଭକ୍ତମାନଙ୍କୁ ନିରାପଦ ସ୍ଥାନରେ ରହିବାକୁ ନିବେଦନ କରିଛି। ଏହି ସମୟରେ ହେଲିକପ୍ଟର ସେବାକୁ ମଧ୍ୟ କିଛି ସମୟ ପାଇଁ ବନ୍ଦ ରଖାଯାଇଛି। କାରଣ ବର୍ଷା ଯୋଗୁ କୁହୁଡି ଓ ମେଘ ବହୁତ ତଳେ ଭାସମାନ ହେଉଥିବାରୁୁ ଦୃଶ୍ୟମାନ ହେବା କମ୍‌ ରହିଛି। ଯାହାଦ୍ୱାରା ହେଲିକପ୍ଟର ଉଡ଼ାଣ ବିପଜ୍ଜନକ ହୋଇପାରେ। ତେଣୁ ପାଣିପାଗର ହଠାତ୍‌ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ରୁଦ୍ରପ୍ରୟାଗର ସର୍କଲ ଅଧିକାରୀ ପ୍ରମୋଦ କୁମାର ସୂଚନା ଦେଇଛନ୍ତି। ଭକ୍ତଙ୍କ ସୁରକ୍ଷା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି କାରଣରୁ କେଦାରନାଥ ଯାତ୍ରା ବନ୍ଦ କରାଯାଇଛି। ଅରେଞ୍ଜ ଆଲର୍ଟ ପାଇବା ପରେ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୁପ୍ତକାଶୀରେ ୫ହଜାର ତୀର୍ଥଯାତ୍ରୀଙ୍କୁ ଅଟକାଇଦେଇଛି। ଏଥିସହ ସମସ୍ତ ଶ୍ରଦ୍ଧାଳୁଙ୍କୁ ବର୍ତ୍ତମାନ ନିରାପଦ ସ୍ଥାନରେ ରହିବାକୁ ନିବେଦନ କରିବା ସହ ସୁରକ୍ଷା ବ୍ୟବସ୍ଥା କରାଯାଉଛି ବୋଲି ପ୍ରମୋଦ କୁମାର କହିଛନ୍ତି। ସୂଚନା ମୁତାବକ, ସୋମବାର ସକାଳେ ବର୍ଷା ଯୋଗୁ ପରିସ୍ଥିତିକୁ ଆହୁରି ଖରାପ ହେବା ସହ ରାସ୍ତାରେ ଯାତାୟତ କରିବା ବିପଦଜ୍ଜନକ ହୋଇଛି। ଲୋକମାନଙ୍କୁ ନିଜ ନିଜ ହୋଟେଲକୁ ଫେରିଯିବାକୁ କହିବା ସହ ଯାତ୍ରା ନ କରିବାକୁ ଅପିଲ କରାଯାଇଛି। ଏହି ସମୟରେ ପାଗ ଖରାପ ହେବାର ସମ୍ଭାବନା ଅଧିକ ରହିଛି। ଯେଉଁଥିପାଇଁ ରାସ୍ତା ଅଧିକ ବିପଜ୍ଜନକ ହୋଇପାରେ। ଏଥିସହ ଭୂସ୍ଖଳନ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି ବୋଲି ପ୍ରମୋଦ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ,୨୩।୪: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri