ପ୍ରେମ ପାଇଁ…

ପ୍ରେମର ପରିଭାଷାକୁ ପରିପ୍ରକାଶ ପାଇଁ ପାଳନ ହେଉଛି ପ୍ରେମ ଦିବସ ବା ଭାଲେଣ୍ଟାଇନ୍ସ ଡେ’। ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ ରାଜଧାନୀ ସମେତ ସବୁଠି ସ୍ବତନ୍ତ୍ର ପ୍ରସ୍ତୁତି । କେହି କେହି ନିଜ ପାର୍ଟନର ସହ ଲଙ୍ଗ୍‌ଡ୍ରାଇଭ୍‌ରେ ଯିବାକୁ ପ୍ଲାନ୍‌ କରିଛନ୍ତି ତ ଆଉ କେହି ଡିନର, ସର୍‌ପ୍ରାଇଜ୍‌ ପାର୍ଟିର ଆୟୋଜନ କରିଛନ୍ତି। ପୂର୍ବରୁ ପାର୍କ, ସିନେମା ହଲ୍‌, ରେଷ୍ଟୁରାଣ୍ଟ ଭଳି ସ୍ଥାନରେ ପ୍ରେମ ଦିବସ ଜମୁଥିଲା। ବିଶେଷକରି ଏହି ଦିନରେ ପାର୍କଗୁଡିକରେ ପ୍ରେମୀଯୁଗଳଙ୍କୁ ଅଧିକ ଦେଖିବାକୁ ମିଳୁଥିଲା। କରୋନା କଟକଣା ସହ ବିଭିନ୍ନ ସଂଗଠନର ବିରୋଧ ଯୋଗୁ ପ୍ରେମୀଯୁଗଳ ସେଲିବ୍ରେଶନ ପାଇଁ ସହରଠାରୁ ଦୂରରେ ଥିବା ପିକ୍‌ନିକ ସ୍ପଟ, ସମୁଦ୍ରକୂଳ ଆଦି ବିଭିନ୍ନ ସ୍ଥାନକୁ ଯିବା ପାଇଁ ଶ୍ରେୟ ମଣୁଛନ୍ତି।

ଫୁଲ, କାର୍ଡ ଓ ଗିଫ୍ଟ

ପ୍ରେମ ସପ୍ତାହର ସାତ ଦିନକୁ ନିଆରା ଢଙ୍ଗରେ ପାଳନ କରାଯାଏ। ପ୍ରଥମ ଦିନ ରୋଜ୍‌ ଡେ, ଦ୍ୱିତୀୟ ଦିନ ପ୍ରପୋଜ୍‌ ଡେ, ତୃତୀୟ ଦିନ ଚକୋଲେଟ୍‌ ଡେ, ଚତୁର୍ଥ ଦିନ ଟେଡି ଡେ, ପଞ୍ଚମ ଦିନ ପ୍ରମିଜ୍‌ ଡେ, ଷଷ୍ଠ ଦିନ ହଗ୍‌ ଡେ, ସପ୍ତମ ଦିନ କିସ୍‌ ଡେ’ରେ ନିଆରା ଭାବେ ଶୁଭେଚ୍ଛା ଜଣାଇଥାନ୍ତି ପ୍ରେମିକାପ୍ରେମିକ। ତେବେ ଅଷ୍ଟମ ଦିନ ଭାଲେଣ୍ଟାଇନ୍ସ ଡେ’ ମନର ମଣିଷ ପାଇଁ ସବୁଠୁ ସ୍ପେଶାଲ ହୋଇଥାଏ। ପ୍ରଥମ ଦିନ ରୋଜ୍‌ ଡେ’ ପଡୁଥିବାରୁ ଏହିଦିନ ପ୍ରେମିକା ପ୍ରେମିକ ପରସ୍ପରକୁ ଗୋଲାପ ଫୁଲ ଦେଇ ଶୁଭେଚ୍ଛା ଜଣାଇଥାନ୍ତି। ଗୋଲାପ ଫୁଲ ପ୍ରେମର ପ୍ରତୀକ ହୋଇଥିବାରୁ ଭାଲେଣ୍ଟାଇନ୍ସ ଡେ’ରେ ଏହାର ଚାହିଦା ଅଧିକ ରହିଥାଏ। ତେଣୁ ରବିବାରଠାରୁ ବିଭିନ୍ନ ଫୁଲ ଦୋକାନରେ ପ୍ରବଳ ଗହଳି ହୋଇଥିଲା। ଚାହିଦାକୁ ଦେଖି ଦାମ୍‌ ମଧ୍ୟ ବଢ଼ିଯାଇଥିଲା। ବ୍ୟବସାୟୀ ବିକାଶ ପାତ୍ର କହିଛନ୍ତି, ବେଙ୍ଗାଲୁରୁ, ରାୟପୁର, କୋଲକାତା ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଗୋଲାପ ଆମଦାନୀ ହେଉଛି। ଗୋଟିଏ ଗୋଲାପର ଦାମ୍‌ ୨୦ ଟଙ୍କାରୁ ୫୦ଟଙ୍କା ଏବିଂ ଫୁଲତୋଡା ୨ଶହରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। କେବଳ ଗୋଲାପ ଫୁଲରେ ତିଆରି ତୋଡ଼ାର ମୂଲ୍ୟ ୩୫୦ ଟଙ୍କାରୁ ଆରମ୍ଭ ହେଉଛି। ମହାମାରୀ କରୋନାର ପ୍ରକୋପ ସାମାନ୍ୟ ହ୍ରାସ ପାଇଥିବାରୁ ଏଥର ବ୍ୟବସାୟ ଭଲ ହେବ ବୋଲି ସେ କହିଛନ୍ତି। କେବଳ ଫୁଲ ନୁହେଁ, ମନର କଥାକୁ ଭିନ୍ନ ରୂପରେ ପରିପ୍ରକାଶ ପାଇଁ କାର୍ଡର ଚାହିଦା ଆଜି ମଧ୍ୟ ରହିଛି। ତେଣୁ ବ୍ୟବସାୟୀମାନେ ବିଭିନ୍ନ ରୋମାଣ୍ଟିକ୍‌ ଲଭ୍‌ କାର୍ଡ ସହିତ ଆକର୍ଷଣୀୟ ଉପହାରର ପସରା ମେଲାଇଛନ୍ତି। କପଲ୍‌ ଗିଫ୍ଟ ସାଙ୍ଗକୁ ଫଟୋ ଫ୍ରେମ୍‌, ରୋଟେଶନ୍‌ ମ୍ୟୁଜିକ୍‌ ଗିଫ୍ଟ, ଲଭ୍‌ବାର୍ଡ ଆଦି ବିଭିନ୍ନ ଉପହାର ବଜାରରେ ଉପଲବ୍ଧ ହେଉଛି। ଏଥିସହ ଆଜିକାଲି ମଧ୍ୟ ଏହି ଦିନରେ ପ୍ରେମିକା ହେଉ କି ସ୍ତ୍ରୀଙ୍କ ନାଁରେ ସୁନା, ଜମି ଆଦି କିଣାଯାଉଥିବା ଦେଖିବାକୁ ବି ମିଳୁଛି।

ଫ୍ରମ୍‌ ୟୋର ଭାଲେଣ୍ଟାଇନ୍‌

ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ ପାଳନ ପଛରେ ରହିଛି ଏକ ବାସ୍ତବ କଥା । ପ୍ରେମ ପାଇଁ ମୃତ୍ୟୁଦଣ୍ଡ ପାଇଥିବା ଭାଲେଣ୍ଟାଇନ୍ସ ନାମକ ଜଣେ ସନ୍ଥଙ୍କ ନାମରେ ଏହିଦିନ ପାଳନ କରାଯାଉଛି। ଇତିହାସ କୁହେ, ରୋମ୍‌ରେ କ୍ଲାଉଡିୟସ୍‌ ନାମକ ଜଣେ ଅତ୍ୟାଚାରୀ ରାଜା ଥିଲେ, ଯିଏ କି ପ୍ରେମ ଓ ବିବାହର ଘୋର ବିରୋଧୀ ଥିଲେ। ଜଣେ ଅବିବାହିତ ସୈନିକ ବିବାହିତ ସୈନିକଙ୍କଠାରୁ ବେଶି ଯୋଗ୍ୟ ବୋଲି ସେ ବିଚାର କରୁଥିଲେ। ତେଣୁ ତାଙ୍କ ରାଜ୍ୟର କୌଣସି ସୈନିକ ବିବାହ କରିବେ ନାହିଁ ବୋଲି ଆଦେଶ ଦେଇଥିଲେ। ଆଦେଶର ଅବମାନନା କଲେ କଠୋର ଦଣ୍ଡ ଦେବାକୁ ରାଜା ଘୋଷଣା କଲେ। ସେହି ରାଜ୍ୟରେ ଭାଲେଣ୍ଟାଇନ୍‌ ନାମକ ଜଣେ ସନ୍ଥ ରହୁଥିଲେ। ସେ ରାଜାଙ୍କ ଏଭଳି ଆଦେଶକୁ ବିରୋଧ କରି ସୈନିକଙ୍କୁ ବିବାହ ଲାଗି ପ୍ରେରଣା ଦେବା ସହ ସେମାନଙ୍କର ବିବାହ ମଧ୍ୟ କରାଇଦେଲେ। ଭାଲେଣ୍ଟାଇନ୍‌ଙ୍କ ଏପରି କାର୍ଯ୍ୟ ରାଜାଙ୍କ କାନରେ ପଡ଼ିଲା। ଆଦେଶ ଅବମାନନା କରିଥିବାରୁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା। ସେହିଦିନ ଥିଲା ଫେବୃୟାରୀ ୧୪। ସେହିପରି ମୃତ୍ୟୁ ପୂର୍ବରୁ ଭାଲେଣ୍ଟାଇନ୍‌ ରୋମାନ୍‌ ଜେଲର୍‌ ଅଷ୍ଟେରିୟସ୍‌ଙ୍କ ଦୃଷ୍ଟିହୀନ କନ୍ୟାଙ୍କ ଦୃଷ୍ଟିଶକ୍ତି ଫେରାଇ ଦେଇଥିଲେ। ଯେଉଁଥିପାଇଁ ସମୟକ୍ରମେ ଭାଲେଣ୍ଟାଇନ୍‌ ଏବଂ ଅଷ୍ଟେରିୟସ୍‌ଙ୍କ କନ୍ୟାଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ହେଲେ ନିଜ ପ୍ରେମକୁ ପାଇପାରି ନ ଥିଲେ ସନ୍ଥ ଭାଲେଣ୍ଟାଇନ। ମୃତ୍ୟୁଦଣ୍ଡ ପୂର୍ବରୁ ସେ ନିଜ ପ୍ରେମିକାଙ୍କ ପାଖକୁ ଏକ ଚିଠି ଲେଖିତ୍ଥିଲେ, ଯାହାର ଶେଷରେ ଲେଖାଥିଲା ‘ଫ୍ରମ୍‌ ୟୋର ଭାଲେଣ୍ଟାଇନ୍‌’। ପ୍ରେମର ଦୂତ ଭାଲେଣ୍ଟାଇନ୍‌ଙ୍କ ବଳିଦାନ ଦିବସକୁ ସେବେଠାରୁ ପ୍ରେମ ଦିବସ ଭାବେ ପାଳନ କରାଯାଇ ଆସୁଛି।

ବିରୋଧର ଆଭିମୁଖ୍ୟ

ପ୍ରେମର ପୂଜାରୀ ସନ୍ଥ ଭାଲେଣ୍ଟାଇନ୍‌ଙ୍କ ମୃତ୍ୟୁ ଦିବସ ଫେବୃୟାରୀ ୧୪କୁ ଭାଣ୍ଟେଣ୍ଟାଇନ୍‌ ଡେ’ ଭାବେ ପାଳନ କରାଯାଉଛି। ମାତ୍ର ଏହି ଦିନକୁ ଧୁମ୍‌ଧାମ୍‌ରେ ପାଳନକୁ ଅନେକ ସଂଗଠନ ପକ୍ଷରୁ ବିରୋଧ କରୁଛନ୍ତି। ବିରୋଧର ଆଭିମୁଖ୍ୟ ହେଉଛି, ଉକ୍ତଦିନ ସଂଗ୍ରାମୀ ଭଗତ୍‌ ସିଂହଙ୍କୁ ଇଂରେଜମାନେ ଫାଶୀ ଦେଇଥିଲେ। ସେହିପରି ପୁଲ୍‌ଓ୍ବାମା ସଂଘର୍ଷରେ ଏକାଧିକ ସୈନିକ ପ୍ରାଣ ହରାଇଥିଲେ। ତେଣୁ ଏଭଳି ଦୁଃଖଦ ଦିବସକୁ ଏଭଳି ଧୁମ୍‌ଧାମ୍‌ରେ ପାଳନ କରିବା ଉଚିତ୍‌ ନୁହେଁ। ସେହିପରି ପ୍ରେମ ନାମରେ ଯୁବପିଢି ଉତ୍ସୃଙ୍ଖଳ ହୋଇ ପଡୁଛନ୍ତି। ପାଶ୍ଚାତ୍ୟ ସଂସ୍କୃତିକୁ ଆପଣାଇ ଆମ ସଂସ୍କୃତି ପରମ୍ପରାକୁ ଭୁଲି ଯାଉଛନ୍ତି। ପୂର୍ବରୁ ଏହାକୁ ଦୃଢଭାବେ ବାରଣ କରାଯାଉଥିଲା। ମାତ୍ର ଏବେ ଆମେ ଶାନ୍ତି ଶୃଙ୍ଖଳାର ସହ ଯୁବପିଢିଙ୍କୁ ସଚେତନ କରାଉଛୁ। ପୁଲ୍‌ଓ୍ବାମା ଆଟାକ୍‌ ଓ ଭଗତସିଂହଙ୍କ ସ୍ମୃତିରେ ଭୀମଟାଙ୍ଗୀଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯିବ।
– ରାଜେଶ ପୃଷ୍ଟି,
ଅଧ୍ୟକ୍ଷ, ସେବା ହିଁ ସଂକଳ୍ପ

ବାଧକ ସାଜି ନ ଥିଲା ଜାତି କି ଭିନ୍ନକ୍ଷମତା

କେନ୍ଦ୍ରାପଡ଼ା ଜିଲା ରାଜନଗର ଅନ୍ତର୍ଗତ କୋଇଲିପୁର ପଞ୍ଚାୟତର ଭାଗ୍ୟଧର ମଲ୍ଲିକ ଓ ପଟ୍ଟାମୁଣ୍ଡାଇ ବ୍ଲକ୍‌, ଖଣତା ପଞ୍ଚାୟତର ପ୍ରଭାସିନୀଙ୍କର ହେଉଛି ଏକ ନିଆରା ପ୍ରେମ କାହାଣୀ। ୨୦୦୧ରେ ଗ୍ରାଜୁଏଶନ୍‌ ସାରି ଭାଗ୍ୟଧର ଦିଲ୍ଲୀ ଯାଇଥିଲେ ବାପାଙ୍କ ପାଖକୁ। ସେଠି ଚାକିରି ବି କରୁଥିଲେ। ଏତିକିବେଳେ ପାଖ ଘରକୁ ଆସିଲେ ପ୍ରଭାସିନୀ। ମାଟ୍ରିକ୍‌ ପାସ୍‌ କରିବା ପରେ ସେ ତାଙ୍କ ବାପାଙ୍କ ପାଖକୁ ବୁଲିବାକୁ ଆସିଥାନ୍ତି। ସେଇଠି ହୁଏ ଦୁହିଁଙ୍କର ଦେଖା। ଭାଗ୍ୟଧର ଥିଲେ ଭିନ୍ନକ୍ଷମ। ପୁଣି ଅନୁସୂଚିତ ଜାତିର। କିନ୍ତୁ ତାଙ୍କ ଭଦ୍ର ବ୍ୟବହାରକୁ ଦେଖି ପ୍ରଭାସିନୀ ମନେ ମନେ ଭଲ ପାଇ ବସିଥିଲେ ବି କିଛି କହି ପାରି ନ ଥିଲେ। ୬ ମାସ ପରେ ଗାଁକୁ ଫେରି ଭାଗ୍ୟଧରଙ୍କୁ ଫୋନ୍‌ କରି ମନ କଥା ଜଣାଇଥିଲେ। ଭାଗ୍ୟଧର କହିଲେ, ‘ସତରେ ଯଦି ତୁମେ ମୋତେ ଭଲ ପାଅ ତା’ହେଲେ ତୁମେ ପୁଣିଥରେ ଦିଲ୍ଲୀ ଆସିବ।’ ସତକୁ ସତ ପ୍ରଭାସିନୀ ୧୫ ଦିନ ଭିତରେ ଦିଲ୍ଲୀ ଆସିଲେ। ଦୁହିଁଙ୍କ ଭିତରେ କଥାବାର୍ତ୍ତା ବଢ଼ିଥିଲା। ଜନ୍ମାଷ୍ଟମୀ ଦିନ ଦୁହେଁ ଶ୍ରୀକୃଷ୍ଣଙ୍କ ମନ୍ଦିରକୁ ଯାଇଥାନ୍ତି। ସେଇଠି ପ୍ରଭାସିନୀଙ୍କ କଥାରେ ଭାଗ୍ୟଧର ତାଙ୍କ ମଥାରେ ସିନ୍ଦୂର ପିନ୍ଧାଇ ଦେଲେ। ଭାଗ୍ୟଧର କୁହନ୍ତି, ଆମ ପରିବାର ଲୋକେ ପ୍ରଭାସିନୀଙ୍କୁ ବୋହୂଭାବେ ଗ୍ରହଣ କଲେ। କିନ୍ତୁ ପ୍ରଭାସିନୀ ସାହସ କରି ନିଜ ପରିବାର ଲୋକଙ୍କୁ ଜଣାଇ ପାରି ନ ଥିଲେ। ଏହାର କିଛିଦିନ ପରେ ମୁଁ ଗାଁକୁ ଚାଲି ଆସିଥିଲି ନିର୍ବାଚନ ଲଢ଼ିବା ପାଇଁ। ମୋ ଭାଇ ପ୍ରଭାସିନୀଙ୍କୁ ଗଁାକୁ ନେଇ ଆସିଲେ। ଏହା ପରେ ଦୁହେଁ କୋର୍ଟ ମ୍ୟାରେଜ କଲୁ। ୨୦୦୧ରୁ ଆରମ୍ଭ ହୋଇଥିବା ଆମର ପ୍ରେମ କାହାଣୀ ୨୦୦୭ରେ ବିବାହର ରୂପ ନେଲା। ଏବେ ମୁଁ କଳାହାଣ୍ଡି ଜିଲାର ଏକ ଘରୋଇ ସ୍କୁଲରେ ପ୍ରିନ୍ସିପାଲ ଅଛି। ଦୁହେଁ ଖୁସିର ସଂସାର କରିଛୁ। ପ୍ରଭାସିନୀଙ୍କ ପରିବାର ଏ ପର୍ଯ୍ୟନ୍ତ ଭଲରେ ଏଇ ବିବାହକୁ ଗ୍ରହଣ କରିପାରି ନାହାନ୍ତି। ହେଲେ ଆମ ପ୍ରେମର ମୂଳଦୁଆ ବିଶ୍ୱାସ ଓ ଭଲପାଇବା ଥିଲା। ତେଣୁ ଆମ ସମ୍ପର୍କ ଆଜି ପର୍ଯ୍ୟନ୍ତ ମଧୁର ହୋଇ ରହିଛି।’
– ଶିବାନୀ

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?