Odisha Elections 2024
Posted inଖେଳ

ଭାରତର ଭଲ ପ୍ରଦର୍ଶନ ନେଇ ଶ୍ରଦ୍ଧାଞ୍ଜଳି ଆଶାବାଦୀ

ଭୁବନେଶ୍ୱର, ୧୬।୯ (ତପନ ସ୍ବାଇଁ):୧୭ ବର୍ଷରୁ କମ୍‌ ଏଏଫ୍‌ସି ମହିଳା ଏସିଆନ କପ୍‌ ଯୋଗ୍ୟତାର ଦ୍ୱିତୀୟ ପର୍ଯ୍ୟାୟ ଥାଇଲାଣ୍ଡରେ ଅନୁଷ୍ଠିତ ହେବ। ସେଥିପାଇଁ ଭାରତୀୟ ଦଳ ଶନିବାର ଗୋଆରୁ ମୁମ୍ବାଇ ବାଟଦେଇ ଥାଇଲାଣ୍ଡ ଯାତ୍ରା କରିବ। ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ୍‌ ପାଇଁ ଏଏଫ୍‌ସି ଯୋଗ୍ୟତା ହାସଲ ନିହାତି ଆବଶ୍ୟକ। ତେଣୁ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଶକ୍ତିଶାଳୀ ଦଳ ଗଠନ ପାଇଁ ପ୍ରୟାସ ଜାରି ରଖିଛି। ଥାଇଲାଣ୍ଡ ଯାତ୍ରା କରୁଥିବା ଭାରତୀୟ ଦଳରେ ୨୩ ଖେଳାଳିଙ୍କ ସହ କୋଚ୍‌ ଓ ଅଫିସଆଲଙ୍କୁ ମିଶାଇ ମୋଟ ୨୯ ଜଣ ରହିଛନ୍ତି। ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବେ ଭାରତୀୟ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳର ସହକାରୀ କୋଚ୍‌ ଅଛନ୍ତି। ଟ୍ରେନିଂ ବହୁତ ଭଲ ହୋଇଛି। ପିଲାମାନେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନରେ ବ୍ୟଗ୍ର। ତେଣୁ ଭାରତୀୟ ଦଳର ଭଲ ପ୍ରଦର୍ଶନ ପାଇଁ ମୁଁ ଆଶାବାଦୀ ଅଛି ବୋଲି ଶ୍ରଦ୍ଧାଞ୍ଜଳି ପ୍ରକାଶ କରିଛନ୍ତି। ଦଳର ପ୍ରଶିକ୍ଷଣ ଓ ଶିବିର ପରିଚାଳନା ପାଇଁ ଏଆଇଏଫ୍‌ଏଫ୍‌ ସମସ୍ତ ବ୍ୟବସ୍ଥା କରିଥିବାରୁ ଶ୍ରଦ୍ଧାଞ୍ଜଳି କୃତଜ୍ଞତା ଜଣାଇଛନ୍ତି। ଏଏଫ୍‌ସି ମହିଳା ଏସିଆନ କପ୍‌ର ଦ୍ୱିତୀୟ ପର୍ଯ୍ୟାୟ ଯୋଗ୍ୟତାରେ ଭାରତ ଏହାର ପ୍ରଥମ ମ୍ୟାଚ କୋରିଆ ସହିତ ୧୯ ତାରିଖରେ ଖେଳିବ। ଏହାପରେ ଥାଇଲାଣ୍ଡକୁ ୨୧ ଓ ଇରାନକୁ ୨୩ ତାରିଖରେ ଭେଟିବ। ଭଲ ଗୋଲ ବ୍ୟବଧାନରେ ଗ୍ରୁପ୍‌ ଚାମ୍ପିୟନ ହେଲେ ଭାରତ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ ଅତିକ୍ରମ କରିପାରିବ। ପ୍ରକାଶଯୋଗ୍ୟ ଯେ, ଗତବର୍ଷ ଭାରତ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ଅତିକ୍ରମ କରିଥିବାରୁ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ମାନେ ପ୍ରଶଂସିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌

ପ୍ୟାରିସ୍‌,୨୧ା୫(ପି.ଟି): ପ୍ୟାରିସ୍‌ ପାରାଲିମ୍ପିକ୍ସକୁ ଆଉ ୧୦୦ ଦିନ ବାକି ରହିଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ଯାଏ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବ।...

ପାରାମାଉଣ୍ଟ ‘ଏ’ ଫାଇନାଲରେ

ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି...

ନର୍ଥଇଷ୍ଟରେ ୬ ଇନ୍‌ଡୋର କ୍ରିକେଟ ଏକାଡେମୀ

ନୂଆଦିଲ୍ଳୀ,୨୧ା୫(ପି.ଟି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ନର୍ଥ ଇଷ୍ଟ ରାଜ୍ୟଗୁଡିକରେ ୬ଟି ଇନ୍‌ଡୋର କ୍ରିକେଟ ଏକାଡେମୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି...

ଆଇପିଏଲ ଫାଇନାଲ ମ୍ୟାଚ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ: ଜାଣନ୍ତୁ ସବୁଠାରୁ ଶସ୍ତା ଟିକେଟ୍‌ର ଦାମ୍‌…

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୪ର ପ୍ଲେ ଅଫ ପର୍ଯ୍ୟାୟ ୨୧ ମେ’ରୁ ଆରମ୍ଭ ହେଉଛି। ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍‌ ), କୋଲକାତା ନାଇଟ ରାଇଡର୍ସ (କେକେଆର୍‌), ରାଜସ୍ଥାନ ରୟାଲ୍ସ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇପାରନ୍ତି ଏହି ବିସ୍ଫୋରକ ବ୍ୟାଟର, ଜାଣନ୍ତୁ ଆଇପିଏଲ୍‌ର ଏହି ଦଳରେ ଖେଳନ୍ତି…

ନୂଆଦିଲ୍ଲୀ,୨୦ା୫: ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ବିସ୍ଫୋରକ ବ୍ୟାଟର ଜେମ୍‌ ଫ୍ରେଜର ମ୍ୟାକ୍‌ଗ୍ରୁପ୍‌ ଓ ମାଥ୍ୟୁ ଶର୍ଟ ଅଷ୍ଟ୍ରେଲିଆର ଟ୍ରାମେଲିଂ ରିଜର୍ଭ ଖେଳାଳି ହୋଇ...

କ୍ୱାଲିଫାୟର ମ୍ୟାଚ ନ ଖେଳି ଏହିଭଳି ଭାବେ ଫାଇନାଲରେ ପ୍ରବେଶ କରିବ କେକେଆର, ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୪ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଲିଗ ପର୍ଯ୍ୟାୟର ସମସ୍ତ ୭୦ଟି ମ୍ୟାଚ ଖେଳାଯାଇସାରିଛି। ବର୍ତ୍ତମାନ ପ୍ଲେ ଅଫ୍‌ ମଙ୍ଗଳବାର ମେ ୨୧ରୁ...

ବିଶ୍ୱରେକର୍ଡ ସହ ସ୍ବର୍ଣ୍ଣ ଜିତିଲେ ଦୀପ୍ତି

ନୂଆଦିଲ୍ଲୀ,୨୦।୪: ଭାରତର ଦୀପ୍ତି ଜୀବାଞ୍ଜୀ ବିଶ୍ୱ ରେକର୍ଡ ସୃଷ୍ଟି କରି ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୪ ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଦୀପ୍ତି ୪୦୦...

ଆରସିବି ଫାଇନାଲ୍‌ ଯିବା ନିଶ୍ଚିତ! ଏହି ରେକର୍ଡ କହୁଛି ସବୁକିଛି

ନୂଆଦିଲ୍ଲୀ,୨୦।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୋଟିଏ ପ୍ରତିଶତ ଆଶାକୁ ୧୦୦ ପ୍ରତିଶତରେ ପରିଣତ କରି ଆଇପିଏଲ ୨୦୨୪ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri