Posted inଖେଳ

ଭାରତର ଭଲ ପ୍ରଦର୍ଶନ ନେଇ ଶ୍ରଦ୍ଧାଞ୍ଜଳି ଆଶାବାଦୀ

ଭୁବନେଶ୍ୱର, ୧୬।୯ (ତପନ ସ୍ବାଇଁ):୧୭ ବର୍ଷରୁ କମ୍‌ ଏଏଫ୍‌ସି ମହିଳା ଏସିଆନ କପ୍‌ ଯୋଗ୍ୟତାର ଦ୍ୱିତୀୟ ପର୍ଯ୍ୟାୟ ଥାଇଲାଣ୍ଡରେ ଅନୁଷ୍ଠିତ ହେବ। ସେଥିପାଇଁ ଭାରତୀୟ ଦଳ ଶନିବାର ଗୋଆରୁ ମୁମ୍ବାଇ ବାଟଦେଇ ଥାଇଲାଣ୍ଡ ଯାତ୍ରା କରିବ। ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ୍‌ ପାଇଁ ଏଏଫ୍‌ସି ଯୋଗ୍ୟତା ହାସଲ ନିହାତି ଆବଶ୍ୟକ। ତେଣୁ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଶକ୍ତିଶାଳୀ ଦଳ ଗଠନ ପାଇଁ ପ୍ରୟାସ ଜାରି ରଖିଛି। ଥାଇଲାଣ୍ଡ ଯାତ୍ରା କରୁଥିବା ଭାରତୀୟ ଦଳରେ ୨୩ ଖେଳାଳିଙ୍କ ସହ କୋଚ୍‌ ଓ ଅଫିସଆଲଙ୍କୁ ମିଶାଇ ମୋଟ ୨୯ ଜଣ ରହିଛନ୍ତି। ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବେ ଭାରତୀୟ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳର ସହକାରୀ କୋଚ୍‌ ଅଛନ୍ତି। ଟ୍ରେନିଂ ବହୁତ ଭଲ ହୋଇଛି। ପିଲାମାନେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନରେ ବ୍ୟଗ୍ର। ତେଣୁ ଭାରତୀୟ ଦଳର ଭଲ ପ୍ରଦର୍ଶନ ପାଇଁ ମୁଁ ଆଶାବାଦୀ ଅଛି ବୋଲି ଶ୍ରଦ୍ଧାଞ୍ଜଳି ପ୍ରକାଶ କରିଛନ୍ତି। ଦଳର ପ୍ରଶିକ୍ଷଣ ଓ ଶିବିର ପରିଚାଳନା ପାଇଁ ଏଆଇଏଫ୍‌ଏଫ୍‌ ସମସ୍ତ ବ୍ୟବସ୍ଥା କରିଥିବାରୁ ଶ୍ରଦ୍ଧାଞ୍ଜଳି କୃତଜ୍ଞତା ଜଣାଇଛନ୍ତି। ଏଏଫ୍‌ସି ମହିଳା ଏସିଆନ କପ୍‌ର ଦ୍ୱିତୀୟ ପର୍ଯ୍ୟାୟ ଯୋଗ୍ୟତାରେ ଭାରତ ଏହାର ପ୍ରଥମ ମ୍ୟାଚ କୋରିଆ ସହିତ ୧୯ ତାରିଖରେ ଖେଳିବ। ଏହାପରେ ଥାଇଲାଣ୍ଡକୁ ୨୧ ଓ ଇରାନକୁ ୨୩ ତାରିଖରେ ଭେଟିବ। ଭଲ ଗୋଲ ବ୍ୟବଧାନରେ ଗ୍ରୁପ୍‌ ଚାମ୍ପିୟନ ହେଲେ ଭାରତ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ ଅତିକ୍ରମ କରିପାରିବ। ପ୍ରକାଶଯୋଗ୍ୟ ଯେ, ଗତବର୍ଷ ଭାରତ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ଅତିକ୍ରମ କରିଥିବାରୁ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ମାନେ ପ୍ରଶଂସିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri