୨୦୨୪ ନିର୍ବାଚନ ପାଇଁ ଶାସକ-ବିରୋଧୀଙ୍କ ରଣନୀତି

ବ୍ରହ୍ମପୁର ଅଫିସ,୨୫ା୩: ଆଗାମୀ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ଗଞ୍ଜାମ ଜିଲାରେ ଶାସକ ଓ ବିରୋଧୀ ଦଳ ପକ୍ଷରୁ ଏବେଠୁ ରଣନୀତି ଓ ରୋଡମ୍ୟାପ୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭୋଟ ରାଜନୀତି ପାଇଁ ବିଜେଡି ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଦଳର ସଂଗଠନକୁ ଅଧିକ ବିସ୍ତାର କରାଯାଉଛି। ମାର୍ଚ୍ଚ ୫ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀଠାରୁ ୨୫ ତାରିଖ ପର୍ଯ୍ୟନ୍ତ ସବୁ ନିର୍ବାଚନ ମଣ୍ଡଳୀରେ ସାଙ୍ଗଠନିକ କାର୍ଯ୍ୟକ୍ରମ କରାଯାଉଛି। ଆସନ୍ତା ୨୬ରେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ମୁଖ୍ୟତଃ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ବିଭିନ୍ନ ବିକାଶମୂଳକ ଯୋଜନାର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଆଉ କେତେକ ଅଞ୍ଚଳକୁ ମଧ୍ୟ ଯିବେ। ତେଣୁ ନେତା ଓ କର୍ମୀ ମହଲରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନର ୪ ବର୍ଷରେ ପଞ୍ଚାୟତ, ଜିଲା ପରିଷଦ, ପୌର ଓ ସମବାୟ ନିର୍ବାଚନ ହୋଇଯାଇଛି। ସବୁ ନିର୍ବାଚନରେ ମୁଖ୍ୟ ବିରୋଧୀ ଭାଜପାକୁ ଚକ୍‌ମା ଦେଖାଇ ବିଜେଡିର ଅଭୂତପୂର୍ବ ସଫଳତା ଘଟିଛି। ୬୯ ଜିଲା ପରିଷଦ ଜୋନରୁ ୬୭ଟିରେ ବିଜେଡି ଜିତିଛି। ବେଲଗୁଣ୍ଠା ଓ ପାତ୍ରପୁର ବ୍ଲକର ଗୋଟିଏ ଲେଖାଏ ଜୋନ୍‌ରେ ଭାଜପା ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ତେବେ କଂଗ୍ରସ ମୂଳପୋଛ ହୋଇଛି। ଜିଲାର ୨୨ ବ୍ଲକରୁ ପ୍ରାୟ ୨୦ ଶାସକ ଦଳ ଦଖଲ କରିଛି। ପୌର ନିର୍ବାଚନରେ ମଧ୍ୟ ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳି ମ୍ୟୁନିସିପାଲିଟିରେ ବିଜେଡିର ଜିତାପଟ ହୋଇଛି। ୧୬ ଏନ୍‌ଏସିରେ ଫଳାଫଳ ସମାନ ହୋଇଥିବାରୁ ଏହି ଜିଲାରେ ବିଜେଡି ସ୍ଥିତି ସୁଦୃଢ଼ ଥିବା ପ୍ରମାଣିତ ହୋଇଛି। ସମବାୟ ନିର୍ବାଚନ ଫଳାଫଳ ଶାସକ ଦଳ ସପକ୍ଷରେ ଯାଇଛି।
ଅପରପକ୍ଷରେ ୨୦୧୯ ସାଧାରଣ ନିର୍ବାଚନରେ ଜିଲାର ୧୩ ବିଧାନସଭା ଓ ୨ ଲୋକସଭା କ୍ଷେତ୍ର ମଧ୍ୟରୁ ସାନଖେମୁଣ୍ଡି ଆସନରେ କଂଗ୍ରେସ ଜିତିଛି। ଅବଶିଷ୍ଟ ବିଧାନସଭା ଏବଂ ଦୁଇଟି ଯାକ ସଂସଦୀୟ କ୍ଷେତ୍ରରେ ବିଜେଡି ପ୍ରାର୍ଥୀଙ୍କ ଜିତାପଟ ହୋଇଛି। ତେବେ ଭାଜପା ଖାତା ଖୋଲିନଥିଲେ ମଧ୍ୟ ବିଗତ ନିର୍ବାଚନଗୁଡ଼ିକ ଅପେକ୍ଷା ପଦ୍ମ ଦଳର ଭୋଟ ହାର ଯଥେଷ୍ଟ ବୃଦ୍ଧି ପାଇଛି। କଂଗ୍ରେସର ଦୁର୍ବଳ ସ୍ଥିତି ଦେଖି ବିଜେଡି ବିରୋଧୀ ଭୋଟ ଭାଜପାକୁ ଯାଇଥିବା ରାଜନୈତିକ ସଚେତନ ମହଲରୁ ମତ ପ୍ରକାଶ ପାଇଛି। ବିଧାନସଭା ଓ ଲୋକ ସଭା ନିର୍ବାଚନରେ ଭୋଟ ବଢ଼ିଥିବାରୁ ଆଗାମୀ ସାଧାରଣ ନିର୍ବାଚନରେ ସ୍ଥିତି ସୁଦୃଢ଼ ଲାଗି ଭାଜପା ରଣନୀତି ପ୍ରସ୍ତୁତ କରୁଛି। ଗତ ଜାନୁୟାରୀ ଓ ଫେବୃୟାରୀ ମଧ୍ୟରେ ରେଳ ରାଷ୍ଟ୍ରମନ୍ତ୍ରୀ ଏବଂ ଦଳର ରାଜ୍ୟ ପ୍ରଭାରୀଙ୍କ ସମେତ ଅନେକ ଜାତୀୟ ମହିଳା ମୋର୍ଚ୍ଚା ନେତ୍ରୀ ଗଞ୍ଜାମ ଗସ୍ତରେ ଆସି ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି। ମୁଖ୍ୟତଃ ମହିଳା ଭୋଟରଙ୍କ ଉପରେ ଭାଜପା ଫୋକସ୍‌ କରୁଛି। ରାଜ୍ୟ ସରକାର ଓ ବିଜେଡି ମିଶନ ଶକ୍ତିର ଏସ୍‌ଏଚଜିକୁ କାଉଣ୍ଟର କରିବା ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଓ ମହିଳା ସଶକ୍ତୀକରଣ ଯୋଜନାର ବ୍ୟାପକ ପ୍ରଚାର କରାଯାଉଛି। ତେବେ ଭାଜପା କେତେ ସଫଳ ହେବ ଆଗାମୀ ନିର୍ବାଚନରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?