୨୦୨୪ ନିର୍ବାଚନ ପାଇଁ ଶାସକ-ବିରୋଧୀଙ୍କ ରଣନୀତି

ବ୍ରହ୍ମପୁର ଅଫିସ,୨୫ା୩: ଆଗାମୀ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ଗଞ୍ଜାମ ଜିଲାରେ ଶାସକ ଓ ବିରୋଧୀ ଦଳ ପକ୍ଷରୁ ଏବେଠୁ ରଣନୀତି ଓ ରୋଡମ୍ୟାପ୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭୋଟ ରାଜନୀତି ପାଇଁ ବିଜେଡି ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଦଳର ସଂଗଠନକୁ ଅଧିକ ବିସ୍ତାର କରାଯାଉଛି। ମାର୍ଚ୍ଚ ୫ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀଠାରୁ ୨୫ ତାରିଖ ପର୍ଯ୍ୟନ୍ତ ସବୁ ନିର୍ବାଚନ ମଣ୍ଡଳୀରେ ସାଙ୍ଗଠନିକ କାର୍ଯ୍ୟକ୍ରମ କରାଯାଉଛି। ଆସନ୍ତା ୨୬ରେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ମୁଖ୍ୟତଃ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ବିଭିନ୍ନ ବିକାଶମୂଳକ ଯୋଜନାର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଆଉ କେତେକ ଅଞ୍ଚଳକୁ ମଧ୍ୟ ଯିବେ। ତେଣୁ ନେତା ଓ କର୍ମୀ ମହଲରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନର ୪ ବର୍ଷରେ ପଞ୍ଚାୟତ, ଜିଲା ପରିଷଦ, ପୌର ଓ ସମବାୟ ନିର୍ବାଚନ ହୋଇଯାଇଛି। ସବୁ ନିର୍ବାଚନରେ ମୁଖ୍ୟ ବିରୋଧୀ ଭାଜପାକୁ ଚକ୍‌ମା ଦେଖାଇ ବିଜେଡିର ଅଭୂତପୂର୍ବ ସଫଳତା ଘଟିଛି। ୬୯ ଜିଲା ପରିଷଦ ଜୋନରୁ ୬୭ଟିରେ ବିଜେଡି ଜିତିଛି। ବେଲଗୁଣ୍ଠା ଓ ପାତ୍ରପୁର ବ୍ଲକର ଗୋଟିଏ ଲେଖାଏ ଜୋନ୍‌ରେ ଭାଜପା ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ତେବେ କଂଗ୍ରସ ମୂଳପୋଛ ହୋଇଛି। ଜିଲାର ୨୨ ବ୍ଲକରୁ ପ୍ରାୟ ୨୦ ଶାସକ ଦଳ ଦଖଲ କରିଛି। ପୌର ନିର୍ବାଚନରେ ମଧ୍ୟ ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳି ମ୍ୟୁନିସିପାଲିଟିରେ ବିଜେଡିର ଜିତାପଟ ହୋଇଛି। ୧୬ ଏନ୍‌ଏସିରେ ଫଳାଫଳ ସମାନ ହୋଇଥିବାରୁ ଏହି ଜିଲାରେ ବିଜେଡି ସ୍ଥିତି ସୁଦୃଢ଼ ଥିବା ପ୍ରମାଣିତ ହୋଇଛି। ସମବାୟ ନିର୍ବାଚନ ଫଳାଫଳ ଶାସକ ଦଳ ସପକ୍ଷରେ ଯାଇଛି।
ଅପରପକ୍ଷରେ ୨୦୧୯ ସାଧାରଣ ନିର୍ବାଚନରେ ଜିଲାର ୧୩ ବିଧାନସଭା ଓ ୨ ଲୋକସଭା କ୍ଷେତ୍ର ମଧ୍ୟରୁ ସାନଖେମୁଣ୍ଡି ଆସନରେ କଂଗ୍ରେସ ଜିତିଛି। ଅବଶିଷ୍ଟ ବିଧାନସଭା ଏବଂ ଦୁଇଟି ଯାକ ସଂସଦୀୟ କ୍ଷେତ୍ରରେ ବିଜେଡି ପ୍ରାର୍ଥୀଙ୍କ ଜିତାପଟ ହୋଇଛି। ତେବେ ଭାଜପା ଖାତା ଖୋଲିନଥିଲେ ମଧ୍ୟ ବିଗତ ନିର୍ବାଚନଗୁଡ଼ିକ ଅପେକ୍ଷା ପଦ୍ମ ଦଳର ଭୋଟ ହାର ଯଥେଷ୍ଟ ବୃଦ୍ଧି ପାଇଛି। କଂଗ୍ରେସର ଦୁର୍ବଳ ସ୍ଥିତି ଦେଖି ବିଜେଡି ବିରୋଧୀ ଭୋଟ ଭାଜପାକୁ ଯାଇଥିବା ରାଜନୈତିକ ସଚେତନ ମହଲରୁ ମତ ପ୍ରକାଶ ପାଇଛି। ବିଧାନସଭା ଓ ଲୋକ ସଭା ନିର୍ବାଚନରେ ଭୋଟ ବଢ଼ିଥିବାରୁ ଆଗାମୀ ସାଧାରଣ ନିର୍ବାଚନରେ ସ୍ଥିତି ସୁଦୃଢ଼ ଲାଗି ଭାଜପା ରଣନୀତି ପ୍ରସ୍ତୁତ କରୁଛି। ଗତ ଜାନୁୟାରୀ ଓ ଫେବୃୟାରୀ ମଧ୍ୟରେ ରେଳ ରାଷ୍ଟ୍ରମନ୍ତ୍ରୀ ଏବଂ ଦଳର ରାଜ୍ୟ ପ୍ରଭାରୀଙ୍କ ସମେତ ଅନେକ ଜାତୀୟ ମହିଳା ମୋର୍ଚ୍ଚା ନେତ୍ରୀ ଗଞ୍ଜାମ ଗସ୍ତରେ ଆସି ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି। ମୁଖ୍ୟତଃ ମହିଳା ଭୋଟରଙ୍କ ଉପରେ ଭାଜପା ଫୋକସ୍‌ କରୁଛି। ରାଜ୍ୟ ସରକାର ଓ ବିଜେଡି ମିଶନ ଶକ୍ତିର ଏସ୍‌ଏଚଜିକୁ କାଉଣ୍ଟର କରିବା ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଓ ମହିଳା ସଶକ୍ତୀକରଣ ଯୋଜନାର ବ୍ୟାପକ ପ୍ରଚାର କରାଯାଉଛି। ତେବେ ଭାଜପା କେତେ ସଫଳ ହେବ ଆଗାମୀ ନିର୍ବାଚନରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସମୀର ଦାଶଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ, ସମୂହ ଇସ୍ତଫା ଦେଲେ ସମର୍ଥକ!

ପୁରୀ,୪ା୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ଶେଷ ପର୍ଯ୍ୟାୟ ତାଲିକା ଘୋଷଣା କରି ସାରିଥିଲେ ମଧ୍ୟ ଆଶା...

ତର୍କରା ଡ୍ୟାମ୍‌ରେ ଗାଧୋଇଲା ବେଳେ ଅଘଟଣ: ୨ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା,୪ା୫(ସଙ୍ଗୀତା ଜେନା): ରଘୁନାଥପାଲୀ ଥାନା ଜଲଦା ଫାଣ୍ଡି ଅନ୍ତର୍ଗତ ତର୍କରା ଡ୍ୟାମ୍‌ ଶନିବାର ଅପରାହ୍ନରେ ଗାଧୋଇବାକୁ ଯାଇ ୨ ଜଣ ଯୁବକଙ୍କ ସଲୀଲ ସମାଧୀ ଘଟିଥିବା...

ଗଜପତିରୁ ଚିକିଟି ଦେଇ ବ୍ରହ୍ମପୁରକୁ କରୁଥିଲେ ଗଞ୍ଜେଇ ଚାଲାଣ,ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ୍‌ (ଏଡିଜେ-୧)ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ଇଂ ବିନୋଦ ନାୟକ

କେନ୍ଦୁଝର, ୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଲୋକ ସଭା ପ୍ରାର୍ଥି ଭାବେ କଂଗ୍ରେସ ଦଳରୁ ଇଂ ବିନୋଦ ନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଶନିବାର...

ନବରଙ୍ଗପୁରରେ ନବୀନଙ୍କ ହାଇଭୋଲଟେଜ ପ୍ରଚାର

ନବରଙ୍ଗପୁର,୪।୫: ନବରଙ୍ଗପୁର ମାଝୀଗୁଡ଼ାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଭୋଲଟେଜ ପ୍ରଚାର। ଦକ୍ଷିଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ଲାଗି ବ୍ୟାକ୍‌ ଟୁ...

ନବରଙ୍ଗପୁରରେ ମାରାଥନ ପ୍ରଚାର: ସଭାରେ ଲୋକଙ୍କୁ ପ୍ରଶ୍ନ ପଚାରିଲେ ପାଣ୍ଡିଆନ

ନବରଙ୍ଗପୁର,୪।୫: ଜୟପୁର ପରେ ନବରଙ୍ଗପୁରରେ ଜୋରଦାର ପ୍ରଚାର କରିଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ । ଏଠାରେ ଆୟୋଜିତ ବିଶାଳ ଜନସଭାକୁ...

ନିର୍ବାଚନ ତଦାରଖ ପାଇଁ ବରଗଡ଼ରେ ପହଞ୍ଚିଲେ ପର୍ଯ୍ୟବେକ୍ଷକ

ବରଗଡ଼,୪।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆସନ୍ତା ୨୦ତାରିଖରେ ବରଗଡ଼ ସଂସଦୀୟ କ୍ଷେତ୍ରରେ ମତଦାନ ଗ୍ରହଣ ହେବ। ମତଦାନକୁ ଅବାଧ ଓ ନିରପେକ୍ଷ ତଥା ସ୍ବଚ୍ଛ,...

ସରପଞ୍ଚଙ୍କ ପରିବାରରେ ୩ ଶ୍ରମିକ

ନାଉଗାଁ,୪ା୫(ସୁଧା ବେହୁରା) ଶ୍ରମିକମାନଙ୍କୁ ଦାଦନ ଖଟିବାରେ ରୋକ ଲଗାଇବା ସହ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇ ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri