Posted inଜାତୀୟ

ବିରୋଧୀ ଏକତା ଲକ୍ଷ୍ୟ

ପାଟନା,୧୧ା୮: ମହାମେଣ୍ଟ ସମର୍ଥନରେ ପୁନର୍ବାର କ୍ଷମତାସୀନ ହୋଇଥିବା ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ କୁମାର ବୁଧବାର ଅଷ୍ଟମ ଥର ବିହାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଛନ୍ତି। ତାଙ୍କ ସହ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତେଜସ୍ବୀ ଯାଦବ ଦ୍ୱିତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପାଟନା ସ୍ଥିତ ରାଜଭବନରେ ରାଜ୍ୟପାଳ ଫାଗୁ ଚୌହାନ ଏକ ନିରାଡମ୍ବର ଉତ୍ସବରେ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ନୀତୀଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ସହ ୨୦୨୪ ସାଧାରଣ ନିର୍ବାଚନରେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ୍‌ କରିବା ତାଙ୍କ ଲକ୍ଷ୍ୟ ବୋଲି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।
କୁମାର ମଙ୍ଗଳବାର ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଛାଡ଼ି ପୁରୁଣା ସହଯୋଗୀ ଲାଲୁ ପ୍ରସାଦ ଯାଦବଙ୍କ ଆର୍‌ଜେଡି ହାତ ଧରିଥିଲେ। ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ମହାମେଣ୍ଟ ସମର୍ଥନରେ କ୍ଷମତାରେ ରହିବାକୁ ପସନ୍ଦ କଲେ। ବୁଧବାର ଶପଥ ନେବା ପରେ ନୀତୀଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଜେଡିୟୁ ନେତା କହିଛନ୍ତି, ଭାଜପାକୁ ଛାଡ଼ିବା ନିଷ୍ପତ୍ତି ଜେଡିୟୁ ନେଇଛି। ମୁଁ ୨୦୨୪ ପର୍ଯ୍ୟନ୍ତ ଥିବି କି ନାହିଁ କହିହେବ ନାହିଁ। କିନ୍ତୁ ସେମାନେ ଯାହା ଚାହୁଁଛନ୍ତି ତାହା କହିପାରିବେ। ଯେଉଁମାନେ ୨୦୧୪ରେ କ୍ଷମତାକୁ ଆସିଥିଲେ, ସେମାନେ ୨୦୨୪ରେ ବିଜୟୀ ହେବେ କି? ୨୦୨୪ ପାଇଁ ସବୁ ବିରୋଧୀ ଦଳ ଏକାଠି ହୁଅନ୍ତୁ। ମୁଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ନୁହେଁ ବୋଲି ନୀତୀଶ ସ୍ପଷ୍ଟ କରିଛନ୍ତି।

ସେ ଆହୁରି କହିଛନ୍ତି, ଭାଜପାକୁ କେନ୍ଦ୍ରରୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀ ଏକତାକୁ ମଜଭୁତ କରିବା ହେଉଛି ତାଙ୍କ ଲକ୍ଷ୍ୟ।
ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ତୁଳନାରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କିପରି ଦେଖନ୍ତି ବୋଲି ଖବରଦାତାମାନେ ପ୍ରଶ୍ନ କରିବାରୁ ୭୧ ବର୍ଷୀୟ ନୀତୀଶ କହିଥିଲେ, ଆପଣମାନେ କିପରି ତୁଳନା କରୁଛନ୍ତି? ଜର୍ଜ ଫର୍ନାଣ୍ଡିଜ୍‌ଙ୍କ ନେତୃତ୍ୱରେ ଆମେ ଏନ୍‌ଡିଏରେ ସାମିଲ ହେବା ପରେ ଅଟଳଜୀଙ୍କଠାରୁ ଅନେକ ସ୍ନେହ ମିଳିଛି। ତାଙ୍କୁ କେବେହେଲେ ଭୁଲିହେବ ନାହିଁ। ୨୦୨୦ ବିଧାନସଭା ନିର୍ବାଚନରେ ସଂଯୁକ୍ତ ଜନତା ଦଳର ବିଜୟ ସମ୍ଭାବନାକୁ ସହଯୋଗୀ ଭାଜପା ଦୁର୍ବଳ କରିଦେଇଥିଲା। କିନ୍ତୁ ୨୦୧୫ରେ ଆର୍‌ଜେଡି ସହ ଜେଡିୟୁ ମେଣ୍ଟ କରି ଲଢ଼ିଥିବାବେଳେ କିପରି ସଫଳତା ମିଳିଥିଲା ତାହା ସମସ୍ତେ ଜାଣନ୍ତି। ସିପିଆଇଏମ୍‌ଏଲ୍‌, ସିପିଆଇ ଏବଂ ସିପିଆଇଏମ୍‌ ନୂଆ ସରକାରଙ୍କୁ ବାହାରୁ ସମର୍ଥନ ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିବା ନୀତୀଶ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ୨୦୨୪ ଲୋକ ସଭା ନିର୍ବାଚନର ବର୍ଷକ ପରେ ଅର୍ଥାତ୍‌ ୨୦୨୫ରେ ବିହାରରେ ବିଧାନସଭା ନିର୍ବାଚନ ହେବ। ସାଧାରଣ ନିର୍ବାଚନରେ ନୀତୀଶ ମୋଦିଙ୍କ ପ୍ରତିଦ୍ୱନ୍ଦ୍ୱୀ ହୋଇପାରନ୍ତି ବୋଲି ଆକଳନ କରାଯାଉଥିବାବେଳେ ତାଙ୍କର ଏହି ନାସ୍ତିବାଣୀ ବିଶ୍ଳେଷକଙ୍କୁ ବିସ୍ମିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?