ବିଧାୟକଙ୍କ ପ୍ରଚାରକୁ ବିରୋଧ: ମହିପୁର ପଞ୍ଚାୟତରେ ନିର୍ବାଚନୀ ହିଂସା, ୫ ଆହତ

ନୂଆଗାଁ,୧୪।୨(ଡି.ଏନ.ଏ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ପଞ୍ଚାୟତରେ ରବିବାର ଅପରାହ୍ନରେ ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ପ୍ରଚାରକୁ କର୍ମୀମାନେ ବିରୋଧ କରିଛନ୍ତି। ବିରୋଧକୁ ନେଇ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳରୁ ସଂଘର୍ଷର ସୂତ୍ରପାତ ଘଟି ୫ ଜଣ ଆହତ ହୋଇଛନ୍ତି। ସଂଘର୍ଷ ସମୟରେ ନୀଳାଦ୍ରିପୁରର ସୁରେନ୍ଦ୍ରନାଥ ଶତପଥୀଙ୍କ କାର, ବାଇକ୍‌, ଘରକୁ ଭଙ୍ଗାରୁଜା କରାଯାଇଛି। ଘଟଣାସ୍ଥଳରେ ପୋଲିସ ମୁତୟନ ରହିଛି। ଦଶପଲ୍ଲା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନୂଆଗାଁ ବ୍ଲକର ୧୭ନଂ. ଜୋନ୍‌ ଜିଲା ପରିଷଦ ପ୍ରାର୍ଥୀ ପ୍ରତିମା ଦଳବେହେରାଙ୍କ ପାଇଁ ମହିପୁରଠାରେ ବିଧାୟକ ବେହେରା ପହଞ୍ଚତ୍ ଅପରାହ୍ନରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ। ଏଥିରେ ଦୁଇଗୋଷ୍ଠୀର ସମର୍ଥକ ସାମିଲ ଥିଲେ। ବିଧାୟକ ବେହେରାଙ୍କ ସହ ଯାଉଥିବା ଜିଲା ପରିଷଦ ପ୍ରାର୍ଥୀ ଦଳବେହେରାଙ୍କ ପ୍ରଚାର ଗାଡ଼ିରେ ମହିପୁର ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀଙ୍କ ବ୍ୟାନର ଓ ପୋଷ୍ଟର ଲଗାଯାଇଥିଲା, ଯାହାକୁ ଅନ୍ୟ ଗୋଷ୍ଠୀ ବିରୋଧ କରିଥିଲେ। ସେମାନଙ୍କ କହିବା ମୁତାବକ, ବିଧାୟକ ବେହେରା ପୂର୍ବରୁ କାହାରିକୁ ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀ ଭାବେ ଘୋଷଣା କରି ନ ଥିଲେ। ଅନ୍ୟପକ୍ଷେ ନିର୍ବାଚନ ଆଇନ ଅନୁସାରେ, ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀ କୌଣସି ରାଜନୈତିକ ଦଳରେ ସାମିଲ ନୁହନ୍ତି। ତେଣୁ ବିଧାୟକ କାହିଁକି ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଆଣି ଦଳ ମଧ୍ୟରେ ପ୍ରଚାର କରୁଛନ୍ତି। ଏହାକୁ ବିରୋଧ କରିବାରୁ ବିଧାୟକଙ୍କ ସହ ଯାଉଥିବା ଗୋଷ୍ଠୀ ଏବଂ ପ୍ରଚାର ଗାଡ଼ିକୁ ବିରୋଧ କରୁଥିବା ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଏହା ମାରପିଟ୍‌ରେ ପରିଣତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri