ମାପଚୁପକୁ ବିରୋଧ, ଉତ୍ତେଜନା

ପୁରୀ ଅଫିସ, ୭।୧୧: ପୁରୀର ବହୁ ପ୍ରତୀକ୍ଷିତ ସିଦ୍ଧମହାବୀର ରେଳ ଓଭରବ୍ରିଜ୍‌ (ଆର୍‌ଓବି) ପାଇଁ ଜମି ଅଧିଗ୍ରହଣ ନିମନ୍ତେ ମାପଚୁପ ଓ ସର୍ଭେ କାମ ଚାଲିଛି। ଶୁକ୍ରବାର ମାଟିଆପଡ଼ା ଛକରେ ମାପଚୁପ ଚାଲିଥିବାବେଳେ କ୍ଷତିଗ୍ରସ୍ତ ହେବାକୁ ଥିବା ସ୍ଥାନୀୟ ଲୋକେ ଓ ବ୍ୟବସାୟୀ ପ୍ରତିବାଦ କରିଥିଲେ। ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚତ୍ ସେମାନଙ୍କୁ ବୁଝାଶୁଝା କରିଥିଲା। ବ୍ୟବସାୟୀମାନେ ଆର୍‌ଓବି ପାଇଁ ଚିହ୍ନଟ ସ୍ଥାନ ପରିବର୍ତ୍ତନ ଦାବି କରିଥିଲେ। ମାଟିଆପଡ଼ା ଓ ସିଦ୍ଧମହାବୀର ଦେଇ ଆର୍‌ଓବି ଗଲେ ଶତାଧିକ ସ୍ଥିତିବାନ ଲୋକ ବାସହୀନ ହୋଇପଡ଼ିବେ। ବହୁ ବ୍ୟବସାୟୀ ମଧ୍ୟ କ୍ଷତିଗ୍ରସ୍ତ ହେବେ। ତେଣୁ ସରକାରୀ ଜମି ଦେଇ ଏହାକୁ ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି। ବିନା ପଲ୍ଲିସଭାରେ ମାପଚୁପ ଏବଂ ସର୍ଭେ କରାଯାଉଥିବା ଲୋକେ କହିଛନ୍ତି।
ପୁରୀ-କୋଣାର୍କ ରାସ୍ତାର ସିଦ୍ଧମହାବୀର ଲେଭଲ କ୍ରସିଂ ଉପରେ ଆର୍‌ଓବି ନିର୍ମାଣ ପାଇଁ ଦାବି ହୋଇଆସୁଥିଲା। ପୁରୀ ଜିଲାର କୋଣାର୍କ, ଗୋପ, କାକଟପୁର, ନିମାପଡ଼ା ସମେତ ପଡ଼ୋଶୀ ଜଗତ୍‌ସିଂହପୁର ଜିଲାକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଆର୍‌ଓବି ନ ଥିବାରୁ ଟ୍ରାଫିକ ଜାମ୍‌ ହେଉଛି। ଫଳରେ ଲୋକେ ହଇରାଣ ହେଉଛନ୍ତି। ଆମ୍ବୁଲାନ୍ସ ମଧ୍ୟ ଫସିରହୁଛି। ଦୀର୍ଘବର୍ଷର ଦାବି ଏବେ ପୂରଣ ହେବାକୁ ଯାଉଛି। ଆର୍‌ଓବି ନିର୍ମାଣ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ନିମନ୍ତେ ସର୍ବସାଧାରଣରେ ନୋଟିସ ପ୍ରକାଶ ପରେ ଜାତୀୟ ରାଜପଥ ବିଭାଗ ଓ କମ୍ପିଟେଣ୍ଟ ଅଥରିଟି ଅଫ୍‌ ଲ୍ୟାଣ୍ଡ ଆକ୍ୟୁଜିଶନ (କାଲା) ପକ୍ଷରୁ ସର୍ଭେ ଏବଂ ମାପଚୁପ ଚାଲିଛି। ପ୍ରସ୍ତାବିତ ପ୍ରକଳ୍ପ ଓ ଡିଜାଇନ ଅନୁଯାୟୀ ଏହି ଆର୍‌ଓବି ମାଟିଆପଡ଼ା ଓ ସିଦ୍ଧମହାବୀର ଦେଇ ଯିବ। ଏଥିପାଇଁ ୨.୬୬ ଏକର ଜମି ଅଧିଗ୍ରହଣ କରାଯିବ। ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳରେ ବାଲୁଖଣ୍ଡ, କୁମୁଟିପାଟଣା, ମାଟିଆପଡ଼ା ଓ ସିଦ୍ଧମହାବୀର ମୌଜାରେ ୧୨୯ଟି ପ୍ଲଟ ରହିଛି। ଏହାମଧ୍ୟରେ ଘରବାଡ଼ି, ପୁରାତନ ପଡ଼ିଆ, ରାସ୍ତା, ଦେବସ୍ଥଳୀ, ବଗାୟତ, ଜଳାଶୟ ଓ ଘର ଆଦି ରହିଛି। ବାଲୁଖଣ୍ଡ ମୌଜାରେ ୧୨, କୁମୁଟିପାଟଣା ମୌଜାରେ ୪୮, ମାଟିଆପଡ଼ା ମୌଜାରେ ୩୦ ଓ ସିଦ୍ଧମହାବୀର ମୌଜାରେ ୩୯ଟି ପ୍ଲଟ ରହିଛି। ଏହି ଆର୍‌ଓବି ପାଇଁ ୫୩ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର ସହ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ସରିଛି। ସର୍ଭେ ଓ ମାପଚୁପ ସରିବା ପରେ ଫାଇନାଲ ଡିଜାଇନ ପ୍ରସ୍ତୁତ ହେବ। ଅଞ୍ଚଳବାସୀ ଆର୍‌ଓବିକୁ ସ୍ବାଗତ କରୁଥିଲେ ମଧ୍ୟ ଚିହ୍ନଟ ସ୍ଥାନ ପରିବର୍ତ୍ତନ କରି ସରକାରୀ ଜମିରେ ଆର୍‌ଓବି ନିର୍ମାଣ ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ ଜମି ଅଧିଗ୍ରହଣ ଅଧିକାରୀ ପ୍ରଶାନ୍ତ କୁମାର ଜେନା କହିଛନ୍ତି, ଜାତୀୟ ରାଜପଥ ଆଇନ ୧୯୫୬ ଅନୁଯାୟୀ ଆର୍‌ଓବି ପାଇଁ କାମ ଚାଲିଛି। ବର୍ତ୍ତମାନ ଜମି ମୂଲ୍ୟ ନିର୍ଦ୍ଧାରଣ କରାଯିବ। ଥ୍ରୀ ଜି ନୋଟିଫିକେଶନ ଅନୁଯାୟୀ ମୂଲ୍ୟ ନିର୍ଦ୍ଧାରଣ ସରିଲେ ଗୃହକର୍ତ୍ତାଙ୍କୁ ମୂଲ୍ୟ ସଂକ୍ରାନ୍ତରେ ଜଣାଇ ଦିଆଯିବ। ଯଦି କିଛି ଦାବି ଥିବ ତାହା ଜିଲା ପ୍ରଶାସନକୁ ଜଣାଇବା ପାଇଁ ସେମାନଙ୍କୁ ୨ମାସ ସମୟ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?