ଭୁବନେଶ୍ୱର, ୨୦।୧(ବ୍ୟୁରୋ): ନିର୍ଦ୍ଧାରିତ ପାଠ୍ୟକ୍ରମ ଓ ସ୍କୁଲ ବସ୍ତାନି ନିୟମ ଉଲ୍ଲଂଘନ ବିରୋଧରେ ଓଡ଼ିଶା ଅଭିଭାବକ ମହାସଂଘ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍ସିପିସିଆର୍)ରେ ଫେରାଦ ହୋଇଛି। ମହାସଂଘର କହିବାନୁଯାୟୀ, ଶିକ୍ଷା ଅଧିକାର ଆଇନ ଧାରା ୨୯ ଅନୁଯାୟୀ ଗଣଶିକ୍ଷା ବିଭାଗର ସମସ୍ତ ଶିକ୍ଷାନୁଷ୍ଠାନ ଏନ୍ସିଇଆର୍ଟି ଦ୍ୱାରା ନିର୍ଦ୍ଧାରିତ ପାଠ୍ୟକ୍ରମ ଅନୁସାରେ ପାଠ ପଢ଼ିବା ସହିତ ଶ୍ରେଣୀ ଅନୁସାରେ ଅନୁମୋଦିତ ପୁସ୍ତକ ମଧ୍ୟ ବ୍ୟବହାର କରିବେ। ପୁସ୍ତକଗୁଡ଼ିକର ସମସ୍ତ ବିବରଣୀ ସ୍କୁଲ ନୋଟିସ ବୋର୍ଡ, ପିଲାଙ୍କ ଡାଏରୀ ଓ ଅଭିଭାବକଙ୍କୁ ମେସେଜ, ହ୍ବାଟ୍ସଆପ୍ ମାଧ୍ୟମରେ ତଥା ସ୍କୁଲ୍ ୱେବ୍ସାଇଟ୍ରେ ଉପଲବ୍ଧ କରାଇବେ। ଯେଉଁ ଶିକ୍ଷାନୁଷ୍ଠାନ ନ ମାନିବେ ତାଙ୍କର ମାନ୍ୟତା ମଧ୍ୟ ପ୍ରତ୍ୟାହାର କରାଯିବାର ଆଇନରେ ପ୍ରାବଧାନ ରହିଛି। ଏନ୍ସିପିସିଆର ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ବହୁବାର ରାଜ୍ୟ ସରକାରଙ୍କୁ ଦେଇଥିବାବେଳେ ଗଣଶିକ୍ଷା ବିଭାଗ ସଚିବ ମଧ୍ୟ ଅନୁରୂପ ଭାବେ ସମସ୍ତ ଡିଇଓଙ୍କୁ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରାଇଛନ୍ତି। କିନ୍ତୁ ଘରୋଇ ସ୍କୁଲଗୁଡ଼ିକ ଏହି ନିର୍ଦ୍ଦେଶକୁ ନ ମାନି ଘରୋଇ ପ୍ରକାଶନର ବହି ବିକ୍ରି କରି ଅଭିଭାବକଙ୍କଠାରୁ ହଜାର ହଜାର ଟଙ୍କା ଲୁଟୁଛନ୍ତି। ଏଥିସହ କୋମଳମତି ପିଲାଙ୍କୁ ଅଧିକ ଓଜନର ବସ୍ତାନି ବୋଝ ବୁହାଇ ସେମାନଙ୍କର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ବିଗାଡ଼ିବାରେ ଲାଗିଛନ୍ତି। ସେପଟେ ଉଚ୍ଚ ନ୍ୟାୟାଳୟ ମଧ୍ୟ ସ୍ଥିରୀକୃତ ଓଜନ ଅନୁଯାୟୀ ବସ୍ତାନି ସ୍କୁଲ ଆଣିବାକୁ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ମାନବିକ ଅଧିକାର କମିଶନ ମଧ୍ୟ ଏହି ମର୍ମରେ ଗଣଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ସ୍କୁଲ ଏସବୁ ନିର୍ଦ୍ଦେଶ ନ ମାନିବେ ଶିକ୍ଷା ଆଇନ ଅନୁଯାୟୀ ସେମାନଙ୍କ ସିଓଆର ମଧ୍ୟ ସରକାର ରଦ୍ଦ କରିଦେଇପାରିବେ। ଏହିସବୁ ନିୟମକୁ ଠିକ କାର୍ଯ୍ୟକାରୀ କରିବା ପାଇଁ ବହୁଦିନ ଧରି ଓଡ଼ିଶା ଅଭିଭାବକ ମହାସଂଘ ଦାବି କରି ଧାରଣା, ଧର୍ମଘଟ, ଅନଶନ, ଆମରଣ ଅନଶନ ଆଦି କରି ଆସିଛି।
Posted inଆମ ଜିଲା ଖବର, ମେଟ୍ରୋ, ରାଜ୍ୟ View All

ବେଆଇନ ଚିଙ୍ଗୁଡ଼ିଘେରି ଫସଲ ଉଜାଡୁଛି
ରାଜକନିକା, ୧ା୩(ଡି.ଏନ୍.ଏ.): ଗଁାଠାରୁ ସହର ଏବେ ଲାଭାନ୍ବିତ ଚାଷ କରିବାକୁ ଆଗ୍ରହ ପ୍ରକାଶ ପାଉଛି। ଚାଷୀମାନେ ଏବେ ଚିଙ୍ଗୁଡ଼ି ଚାଷକୁ ପ୍ରାଧ୍ୟାନ୍ୟ ଦେଉଛନ୍ତି। ହେଲେ ଚିଙ୍ଗୁଡ଼ି...

ପଥର ପ୍ୟାକିଂ କାର୍ଯ୍ୟ ନିମ୍ନମାନର
ନାଉଗାଁ,୯।୪(ସ୍ବ.ପ୍ର.): ନାଉଗାଁ ବ୍ଲକରେ ପ୍ରବାହିତ ଦେବୀ ନଦୀର ଦୁର୍ବଳ ସ୍ଥାନକୁ ପ୍ରଶସାନ ପକ୍ଷରୁ ଚିହ୍ନଟ କରାଯାଇ ପଥର ପ୍ୟାକିଂ କରାଯାଉଛି। ଏଥିସହ ନଦୀବନ୍ଧ ପ୍ରଶସ୍ତୀକରଣ କାର୍ଯ୍ୟ...

ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ଓଡ଼ିଶା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୧୨ା୫(ବ୍ୟୁରୋ): ଓଡ଼ିଶା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଦି ଇକୋନୋମିକ୍ ଟାଇମ୍ସର ମିଳିତ ଆନୁକୂଲ୍ୟରେ ‘ଟ୍ରାନ୍ସଫର୍ମିଂ ଓଡ଼ିଶା କନ୍କ୍ଲେଭ’ର ଦ୍ୱିତୀୟ ସଂସ୍କରଣ ଗୁରୁବାର ଅନୁଷ୍ଠିତ...

ଅପରାହ୍ନ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ
ଝାରସୁଗୁଡ଼ା ଅଫିସ,୧୦ା୫: ବୁଧବାର ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ତେବେ ଅପରାହ୍ନ ୫ଟା ସୁଦ୍ଧା...

୩୭୧ ହିତାଧିକାରୀଙ୍କୁ ପୁଷ୍ଟି କିଟ୍
ବାଲେଶ୍ୱର ଅଫିସ,୨୦।୧୨: ବାଲେଶ୍ୱର ଜିଲା ସ୍ବାସ୍ଥ୍ୟ ପ୍ରଶାସନ ସହଯୋଗିତାରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଅଭିଯାନ ସହ ଯୋଡ଼ି ହୋଇଛି ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସ୍ପିପିଏଲ୍)।...

କାମରେ ଲାଗୁନି ୪ ପର୍ଯ୍ୟଟନ ପ୍ରକଳ୍ପ
ଚଣ୍ଡିଖୋଲ,୧୨।୧୨(ଡି.ଏନ.ଏ.): ବୌଦ୍ଧ ହୀରକ ତ୍ରିଭୁଜ ଉଦୟଗିରି-ରତ୍ନଗିରି-ଲଳିତଗିର ଏବଂ ପରିବେଶ ପର୍ଯ୍ୟଟନସ୍ଥଳ ଓଳାଶୁଣୀ ପୀଠକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ...

୫୬ନଂ କରୋନା ଆକ୍ରାନ୍ତଙ୍କ ତଥ୍ୟ: ୧୭ଜଣଙ୍କ ସହ କୋଲକାତାରୁ ଯାଜପୁରର ସାଥୀପୁର ଆସିଥିଲେ, ମାଛ ଗାଡ଼ିରେ ପହଞ୍ଚିଥିଲେ ଗଣେଷପୁର
ଭୁବନେଶ୍ୱର,୧୪।୪(ବ୍ୟୁରୋ): ୫୬ନଂ କରୋନା ଆକ୍ରାନ୍ତ ତଥା ଯାଜପୁରରେ ବ୍ୟକ୍ତିଙ୍କ ଗସ୍ତ ବିଷୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ମାର୍ଚ୍ଚ ୨୮ ତାରିଖରେ ସେ...

ପ୍ରଚାରରେ ପୂରା ଦମ୍ ଲଗାଇଛନ୍ତି ଦଳ
ଯାଜପୁର ଅଫିସ,୨୧ା୩: ଯାଜପୁର ଜିଲାର ୨ ପୌର ପରିଷଦର ୪୪ଟି ୱାର୍ଡ ପାଇଁ ଭୋଟକୁ ଆଉ ମାତ୍ର ୩ ଦିନ ବାକି। ସେଥିପାଇଁ ତିନି ମୁଖ୍ୟ...