ଲକ୍‌ଡାଉନ୍‌କୁ ବିରୋଧ: ୧୫୫ ଗିରଫ

ଲଣ୍ଡନ,୨୯।୧୧: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବ୍ରିଟେନ୍‌ରେ ପୁଣିଥରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହା ଡିସେମ୍ବର ୨ ପର୍ଯ୍ୟନ୍ତ ବଳବତ୍ତର ରହିବ। ସୁରକ୍ଷା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଏନେଇ ସୂଚନା ଦେଇଥିଲେ। ତେବେ ଏହାକୁ ବିରୋଧ କରି ଲୋକେ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଲକ୍‌ଡାଉନ୍‌କୁ ବିରୋଧ କରୁଥିବା ୧୫୫ ଜଣଙ୍କୁ ସ୍କଟ୍‌ଲାଣ୍ଡ ୟାର୍ଡ ପୋଲିସ ପକ୍ଷରୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଲୋକଙ୍କ ମଧଥ୍‌ର କରୋନା ମାର୍ଗଦର୍ଶିକା ପାଳନ କରୁ ନ ଥିବା କେତେକ ଅମାନିଆ ରହିଥିବା ପୋଲିସ ସୁପରିଟେଣ୍ଡେଣ୍ଟ୍‌ ଷ୍ଟୁଆର୍ଟ ବେଲ୍‌ କହିଛନ୍ତି। ଦେଶରେ କରୋନା ମହାମାରୀ ପୁଣିଥରେ ଫେରିଥିବାରୁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ ଉପରେ ଗୁରତ୍ୱାରୋପ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ଶେଷ ବିକଳ୍ପ

ନୂଆଦିଲ୍ଲୀ,୨୧ା୪: କୋଭିଡ୍‌-୧୯ ବିରୋଧରେ ଦେଶ ଏକ ବଡ଼ ଯୁଦ୍ଧକୁ ସାମ୍ନା କରୁଛି। ନିକଟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଯୋଗୁ ସ୍ଥିତିରେ ସୁଧାର ଆସିବ। ଲକ୍‌ଡାଉନ୍‌ ଜାରି କରିବା...

ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ହସ୍ତାନ୍ତର କରୁ ନାହାନ୍ତି ଟ୍ରମ୍ପ୍‌: ବାଇଡେନ୍‌

ଓ୍ବାଶିଂଟନ,୨୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ପ୍ରଦାନ କରୁ ନାହାନ୍ତି। ଏନେଇ ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବା...

ଫିଙ୍ଗର ୪ ଖାଲି କଲା ଚାଇନା

ବେଜିଂ, ୧୬ା୨: ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟ ଫିଙ୍ଗର ୪ରୁ ସେନା ପ୍ରତ୍ୟାହାର କରିଛି ଚାଇନା। ଗତ ବର୍ଷ ଚାଇନାର ପିପଲ୍ସ ଲିବରେଶନ ଆର୍ମୀ...

ତାଇଓ୍ବାନରେ ଭୂକମ୍ପ

ତାଇପାଇ,୨୪ା୧୦: ତାଇଓ୍ବାନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୂର୍ବ ତାଇଓ୍ବାନର ୟିଲାନ କାଉଣ୍ଟି ଥିଲା।...

ଜରିମାନା ଦେଲେ ପ୍ରଧାନମନ୍ତ୍ରୀ

ନରଓ୍ବେ ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗ କୋଭିଡ୍‌-୧୯ ନିୟମ ଭାଙ୍ଗି ଜରିମାନା ଦେଇଛନ୍ତି। ତାଙ୍କ ଜନ୍ମଦିନ ପାଳନ ପାଇଁ ଏକ ପାରିବାରିକ ଉତ୍ସବର ଆୟୋଜନ କରାଯାଇଥିଲା। ସେଠାରେ...

ପୁଣି କଡ଼ାକଡ଼ି ହେବ କୋଭିଡ୍‌ ନିୟମ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଓଡ଼ିଶାରେ ପୁଣି କଡ଼ାକଡ଼ି ହେବ କୋଭିଡ୍‌ ନିୟମ। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିବା ସହ ଲକ୍‌ଡାଉନ୍‌ ସ୍ଥିତି ଉପୁଜିବା ପରେ ଓଡ଼ିଶାରେ ମଧ୍ୟ ଛନକା...

୧୪ ଦିନ ମଧ୍ୟରେ ବିଦେଶରୁ କିମ୍ବା ଓଡ଼ିଶା ବାହାରୁ ଫେରିଥିଲେ ଘରେ ରହିବାକୁ ପରାମର୍ଶ, ସ୍ବାସ୍ଥ୍ୟ ସମସ୍ୟା ହେଲେ ୧୦୪ନଂ ଫୋନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨।୪(ବ୍ୟୁରୋ): ଯେଉଁମାନେ ବିଦେଶରୁ କିମ୍ବା ଓଡ଼ିଶା ବାହାର ରାଜ୍ୟରୁ ଗସ୍ତ ସାରି ଗତ ୧୪ ଦିନ ମଧ୍ୟରେ ଫେରିଛନ୍ତି, ସେମାନଙ୍କୁ ଘରେ ରହିବାକୁ ପରାମର୍ଶ। ଅଲଗା...

ବିନା ଲକ୍‌ଡାଉନ୍‌ରେ ବି କରୋନାକୁ ପରାସ୍ତ କରିଛି ଭିଏତ୍‌ନାମ୍‌: କୌଣସି ସଂକ୍ରମିତଙ୍କ ହୋଇନି ମୃତ୍ୟୁ

ହନୋଇ,୨୫।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ଦେଶରେ ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଆମେରିକାରେ...

Advertisement


Archives

Model This Week