ଅବସରପ୍ରାପ୍ତ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ବିରୋଧୀ-ଶାସକ ମୁହଁାମୁହିଁ

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଅବସର ଗ୍ରହଣ କରିଥିବା ଲୋକଙ୍କୁ ନିଯୁକ୍ତି ଦେବା ନେଇ ଭାଜପା ସରକାରଙ୍କୁ ଘେରିଛି। ଏହି ପ୍ରସଙ୍ଗରେ ଉଭୟ ବିରୋଧୀ ଓ ଶାସକ ଦଳ ସଭ୍ୟମାନେ ମୁହଁାମୁହିଁ ହୋଇଛନ୍ତି। ଶୁକ୍ରବାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, ସିଏମ୍‌ଓ ରିଟାୟାର୍ଡ ଅଫିସରଙ୍କ କ୍ଲବ ପାଲଟିଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଆର୍‌. ବାଲକ୍ରିଷ୍ଣନ, ଉପେନ୍ଦ୍ର ତ୍ରିପାଠୀ, ପି.କେ. ମହାପାତ୍ର, ଗୋପବନ୍ଧୁ ଦାସ ପ୍ରମୁଖ ସିଏମ୍‌ଙ୍କ ଅଫିସରେ କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସ କ’ଣ ରିଟାୟାର୍ଡ ଲୋକଙ୍କୁ ଥଇଥାନ କରିବାକୁ ହୋଇଛି। ଏଇଟା କ’ଣ ମୋ ସରକାର। ଏଇଟା କ’ଣ ୫-ଟି। ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଏହା ଉପରେ ଗୃହରେ ଏକ ଷ୍ଟେଟ୍‌ମେଣ୍ଟ ଦେବାଲାଗି ନିର୍ଦ୍ଦେଶ ଦିଅନ୍ତୁ। ଏହା କହିବା ପରେ ବାଚସ୍ପତି ବିଜେଡି ସଭ୍ୟ ଅରୁଣ ସାହୁଙ୍କୁ କହିବାକୁ ଡାକିଲେ। ସେ କହିଲେ, ମୁଁ ଯଦି ଅନ୍ୟକୁ ଅଙ୍ଗୁଳି ଦେଖାଇବି ତେବେ ମୋ ଆଡ଼କୁ ୪ଟା ଅଙ୍ଗୁଳି ରହିବ। ଶୂନ୍ୟକାଳକୁ କ’ଣ ଏଭଳି ଅପ୍ରସଙ୍ଗରେ ନଷ୍ଟ କରିବାକୁ ହୋଇଛି। ଭାରତବର୍ଷର ସର୍ବୋଚ୍ଚ ସଂସ୍ଥାରେ ଅବସରପ୍ରାପ୍ତ ଲୋକ ଅଛନ୍ତି। ଭାରତବର୍ଷର ସାଉଥ୍‌ ବ୍ଲକରେ ଥିବା ପ୍ରଧାନମନ୍ତ୍ରୀଙ୍କ ଅଫିସରେ ବହୁ ରିଟାୟାର୍ଡ ଲୋକ ଅଛନ୍ତି। ସମ୍ବିଧାନର କେଉଁ ଭାଗରେ ଲେଖାହୋଇଛି ରିଟାୟାର୍ଡ ଲୋକ ରହିପାରିବେ ନାହିଁ। ହରିୟାଣା, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ ବହୁ ରିଟାୟାର୍ଡ ଲୋକ ମୁଖ୍ୟମନ୍ତ୍ରୀଙ୍କ ଅଫିସର ରହିଛନ୍ତି। ଯେଉଁମାନେ ବିଧାନସଭାର ସଦସ୍ୟ ନୁହନ୍ତି ସେମାନଙ୍କ କଥା ଏଠାରେ କାହିଁକି ଆଲୋଚନା କରାଯାଉଛି। ଏ ରୋଗର ନିଦାନ କ’ଣ। ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାଇବା କଥା। ଏହା ଶୁଣିବା ପରେ ଭାଜପା ସଭ୍ୟମାନେ ଚିହିଁକି ଉଠିଲେ। ଗୃହର ମଧ୍ୟଭାଗକୁ ଆସି କଡ଼ା ବିରୋଧ କଲେ। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଲେ। ହଟ୍ଟଗୋଳକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହକୁ ୧୧ଟା ୪୫ରୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri