ନୂଆଦିଲ୍ଲୀରେ ଏସସିଓ ବୈଠକ, ଭାଗନେଲେ ପାକ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା

ନୂଆଦିଲ୍ଲୀ/ଇସଲାମାବାଦ,୧୮ ।୩: ଭାରତକୁ ଏକ ପ୍ରତିନିଧିମଣ୍ଡଳ ପଠାଇବା ପାଇଁ ପାକିସ୍ତାନ ପକ୍ଷରୁ ପ୍ରତିବଦ୍ଧତା ସତ୍ତ୍ୱେ ଟେଲି କନଫରେନସିଂ ଜରିଆରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଙ୍ଗଠନ(ଏସସିଓ) ବୈଠକରେ ପାକ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କର ଜଣେ ଉପଦେଷ୍ଟା ଅଶଂଗ୍ରଣ କରିଥିଲେ । ଭାରତ ଏବେ ଏସସିଓର ଅଧ୍ୟକ୍ଷତା କରୁଛି । ଏଥିରେ ଚାଇନା, ଭାରତ, କାଜାକାସ୍ତାନ, କିର୍ଗିଜସ୍ଥାନ,ରୁଷିଆ, ପାକିସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନ ଅନ୍ତର୍ଭୁକ୍ତ ।
ପାକ ବୈଦେଶିକ କାର୍ଯ୍ୟାଳୟର ପ୍ରବକ୍ତା ମମତାଜ ଜାହରା ବଲୋଚ ଶୁକ୍ରବାର ଦିନ ସପ୍ତାହିକ ସଂକ୍ଷିପ୍ତ ବୈଠକରେ କହିଛନ୍ତି ଯେ ପର୍ଯ୍ୟଟନ ଓ କ୍ରୀଡା ଉପରେ ପ୍ରଧାନମନ୍ତ୍ରଙ୍କ ପରାମର୍ଶଦାତା ଅନ ଚୌଧୁରି ଅନଲାଇନ ମାଧ୍ୟମରେ ଏସସିଓ(ହେଡସ୍ ଅଫ ଟୁରିଜିମ ଆଡମିନିଷ୍ଟ୍ରେଶନ) ବୈଠକରେ ପାକିସ୍ତାନକୁ ପ୍ରତିନିଧିତ୍ୱ କରିଛନ୍ତି । ସେ କହିଛନ୍ତି ଯେ ଜଣେ ସଦସ୍ୟ ଭାବେ ପାକିସ୍ତାନ ଏସସିଓ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଜାରି ରଖିବ ଏବଂ ଏଥିରେ ମଧ୍ୟ ଗଠନମୂଳକ ଅବଦାନ ରହିବ ।
ସୂଚନାଯୋଗ୍ୟ, ମେ’ରେ ଗୋଆରେ ଏସସିଓ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ହେବାକୁ ଥିବା ବେଳେ ପ୍ରତିରକ୍ଷାମନ୍ତ୍ରୀଙ୍କ ବୈଠକ ଏପ୍ରିଲରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । ମେ’ରେ ହେବାକୁ ଥିବା ବୈଠକ ପାଇଁ ପାକିସ୍ତାନର ବୈଦେଶିକ ମନ୍ତ୍ରୀବିଲାୱଲ ଭୁଟ୍ଟୋ ଓ ଚାଇନା ବୈଦେଶିକ ମନ୍ତ୍ରୀ କିଙ୍ଗ ଗାଙ୍ଗଙ୍କ ସମେତ ଭାରତ ସରକାର ଏସସିଓ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ଭୟରେ ଶରଣାର୍ଥୀ ହେଲେଣି ୨୫ ଲକ୍ଷରୁ ଅଧିକ ଲୋକ,ଜାତିସଂଘ ରିପୋର୍ଟ…

ଜେନେଭା, ୧୨।୩ : ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ଯୋଗୁ ଇତିମଧ୍ୟରେ ୨୫ ଲକ୍ଷରୁ ଅଧିକ ଲୋକ ଭିଟାମାଟି ଛାଡ଼ିଛନ୍ତି। ଜୀବନ ଭୟରେ ସେମାନେ ଏବେ...

ଅଗଷ୍ଟ ୧୦ ପୂର୍ବରୁ ଆସିବ କରୋନା ଟୀକା

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୯।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ପ୍ରତିଷେଧକ ଟୀକା ପ୍ରସ୍ତୁତି ହୋଇ ସାରିଛି। ମଣିଷଙ୍କଠାରେ...

୩୭୦ ଉଚ୍ଛେଦ ବିରୋଧରେ ଜେକେଏଲ୍‌ଏଫ୍‌ର ଫ୍ରିଡମ୍‌ ମାର୍ଚ୍ଚ : ଏଲ୍‌ଓସି ଅଭିମୁଖେ ପିଓକେବାସୀ

ଇସ୍‌ଲାମାବାଦ,୭ା୧୦ (ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଦୁଇମାସ ପୂରିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନରେ ଜୋର୍‌ଦାର...

ନାସା ଲଞ୍ଚ୍‌ କରିବ ଟ୍ବିନ୍‌ ସାଟେଲାଇଟ୍‌

ଓ୍ବାଶିଂଟନ୍‌: ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର ନାସା ଦୁଇଟି କ୍ଷୁଦ୍ର ସାଟେଲାଇଟ୍‌ ମହାକାଶକୁ ଲଞ୍ଚ୍‌ କରିବ। ପୃଥିବୀର ଉପର ବାୟୁମଣ୍ଡଳରେ ସାମରିକ ଓ ଏୟାରଲାଇନ୍‌ ଯୋଗାଯୋଗ...

ଆମେରିକାରେ ଫାଇଜରକୁ ମଞ୍ଜୁରୀ ଲାଗି ସୁପାରିସ

ଓ୍ବାଶିଂଟନ, ୧୨।୧୨(ପି.ଟି.): ଫାଇଜର ନିର୍ମିତ କୋଭିଡ୍‌-୧୯ ଟିକାକୁ ଜରୁରୀ ବ୍ୟବହାର ନିମନ୍ତେ ମଞ୍ଜୁରୀ ଦେବାକୁ ଆମେରିକା ସରକାରଙ୍କ ସ୍ବତନ୍ତ୍ର ପରାମର୍ଶଦାତା କମିଟି ସୁପାରିସ କରିଛି। ଗୁରୁବାର...

ଗହମ ରପ୍ତାନୀ ବନ୍ଦ ନେଇ ଜି-୭ ପକ୍ଷରୁ ଭାରତକୁ କଡ଼ା ସମାଲୋଚନା…

ଓ୍ବାଶିଂଟନ, ୧୪।୫: ଭାରତ ଗହମ ରପ୍ତାନୀ ବନ୍ଦ କରିବା ନିଷ୍ପତ୍ତି ନେବା ପରେ ଜି-୭ର କୃଷିମନ୍ତ୍ରୀମାନେ ଏନେଇ କଡ଼ା ସମାଲୋଚନା କରିଛନ୍ତି। ଜି -୭ ରେ...

‘ବ୍ରିଟେନର ଆର୍ଥିକ ଭବିଷ୍ୟତ ପାଇଁ ହିନ୍ଦୀ, ଗୁଜରାଟୀ, ଊର୍ଦ୍ଦୁ ଶିକ୍ଷା ଜରୁରୀ’

ଲଣ୍ଡନ,୨୫ା୨: ୟୁକେ ସରକାରଙ୍କୁ ଦକ୍ଷିଣ ଏସୀୟ ଭାଷା ଶିକ୍ଷା କ୍ଷେତ୍ରରେ ନିବେଶ କରିବା ଆବଶ୍ୟକ। କାରଣ ଏହି ଭାଷା ଦକ୍ଷତା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ...

ଇଣ୍ଡୋନେସିଆର ଟୋବେଲୋରେ ୫.୫ ତୀବ୍ରତାର ଭୂକମ୍ପ

ଜାକର୍ତ୍ତା,୨୪ ।୧: ପୁଣିଥରେ ଥରି ଉଠିଛି ଇଣ୍ଡୋନେସିଆ । ୟୁନାଇଟେଡ ଜିଓଲଜିକାଲ ସର୍ଭେ(ୟୁଏସଜିସି) କହିଛି ସୋମବାର ଇଣ୍ଡୋନେସିଆର ଟୋବେଲୋଠାରୁ ୧୬୨ କିଲୋମିଟର ଉତ୍ତର ପଶ୍ଚିମରେ ଏକ...

Advertisement
Archives

Model This Week