Odisha Elections 2024

ବିରୋଧୀମାନେ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୬ା୫(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସ ଦଳୀୟ ଲୋକ ସଭା ଓ ୫ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି। ପୂର୍ବାହ୍ନ ୧୧ ଟା ୪୦ ରେ ମୁଖ୍ୟମନ୍ତ୍ରୀ ଭବାନୀପାଟଣା ଶ୍ରୀକୃଷ୍ଣ ନଗରଠାରେ ହେଲିକପ୍ଟର ଯୋଗେ ଆସି ପହଞ୍ଚିଥିଲେ। ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗଦେଇ ବିକାଶ ପାଇଁ ବିଜେଡିକୁ ଭୋଟ୍‌ ଦେବାକୁ ନିବେଦନ କରିଥିଲେ। ସେହିପରି
ବିରୋଧୀ ଦଳ ସବୁବେଳେ ମିଛ କହୁଛନ୍ତି, ସେମାନେ କୁମ୍ଭୀର କାନ୍ଧଣା କାନ୍ଦୁଛନ୍ତି ବୋଲି କହିଥିଲେ। ବିଏସ୍‌କେ୍‌ଓ୍ବାଇ କାର୍ଡ, ମିଶନ ଶକ୍ତି, ଲକ୍ଷ୍ମୀ ବସ୍‌ ଯୋଜନା, କାଳିଆ ଯୋଜନା, ମଧୁବାବୁ ପେନ୍‌ସନ୍‌ ଯୋଜନା, ଛାତ୍ରୀଛାତ୍ରଙ୍କୁ ସ୍କଲାରଶିପ୍‌ ଆଦି ଭଲ କି ବୋଲି ମୁଖ୍ୟମନ୍ତ୍ରୀ କଳାହାଣ୍ଡିବାସୀଙ୍କୁ ପଚାରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସଭାରେ ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସହ ଦଳୀୟ ଲୋକ ସଭା ପ୍ରାର୍ଥୀ ଲମ୍ବୋଦର ନିଆଲ, ଜୁନାଗଡ଼ ବିଧାୟକ ପ୍ରାର୍ଥୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ ପୁଷ୍ପେନ୍ଦ୍ର ସିଂଦେଓ, ଲାଞ୍ଜିଗଡ଼ ପ୍ରଦୀପ ଦିଶାରୀ, ନର୍ଲା ମନୋରମା ମହାନ୍ତି,ଭବାନୀପାଟଣା ଲଳିତା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ, ଭାଗଚାଷ ବଢ଼ାଇଛି ଲୋକଙ୍କ ଦୁଃଖ

ଆସିକାରୁ ସୁନୀତ ମିଶ୍ର, ୧୯ା୫ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗତ ୧୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦ ତାରିଖରେ ଆଉ ୫ ଲୋକ ସଭା...

ବିକାଶ ହିଁ ଆମର ପ୍ରସଙ୍ଗ: ଦେବେଶ ଆଚାର୍ଯ୍ୟ

ବରଗଡ଼ ଜିଲାରେ ଦେବେଶ ଆଚାର୍ଯ୍ୟ ଏକ ପରିଚିତ ଚେହେରା। ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କ ନାତି ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ସେ ପୁଅ।...

ଜମିପଟ୍ଟା ନ ଥିଲେ ମିଳୁନି ଜାତି ପ୍ରମାଣପତ୍ର

ସମ୍ବଲପୁର,୧୯।୫(ଭବାନୀ ଶଙ୍କର ଭୋଇ)ଶିକ୍ଷା କ୍ଷେତ୍ରରେ ମିଳୁଥିବା ବିଭିନ୍ନ ସରକାରୀ ସୁବିଧା ପାଇବା ପାଇଁ ଅନୁସୂଚିତ ଜାତି ଏବଂ ଜନଜାତ ଛାତ୍ରୀଛାତ୍ରଙ୍କ ପାଇଁ ଜାତି ପ୍ରମାଣ ପତ୍ରର...

ପାଣିଟାଙ୍କି ଉପର ପାଲଟିଛି ମୋବାଇଲ ନେଟ୍‌ୱର୍କ ଜୋନ୍‌

ବଲାଙ୍ଗୀର/ମୁରିବାହାଲ,୧୯ା୫ (ବୀରେନ୍ଦ୍ର କୁମାର ଝାଙ୍କର/ଶ୍ରୀବତ୍ସ ବେହେରା)ମୋବାଇଲ ଫୋନ୍‌ରେ କଥା ହେବା ପାଇଁ ଗ୍ରାମବାସୀଙ୍କୁ ଚଢ଼ିବାକୁ ପଡୁଛି ଗଁାରେ ଥିବା ପାଣିଟାଙ୍କି ଉପରକୁ। ଗଁାରେ ଲାଗି ରହିଛି...

ହଟୁନି ଚିରାଫଟା ବ୍ୟାନର, ସ୍ମାର୍ଟସିଟି ସୌନ୍ଦର୍ଯ୍ୟତାରେ ସାଜୁଛି ପ୍ରତିବନ୍ଧକ

ରାଉରକେଲା,୧୯ା୫(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାରେ ହୋର୍ଡିଂ ସେବାର ଠିକ୍‌ ପରିଚାଳନା ହେଉନାହିଁ। ଫଳରେ ଏହା ସହରର ସୌନ୍ଦର୍ଯ୍ୟ ବୃଦ୍ଧିରେ ପ୍ରତିବନ୍ଧକ ସାଜୁଛି। ଆରଏମ୍‌ସି ଅନୁମୋଦନରେ ବିଭିନ୍ନ ସଂସ୍ଥା...

ଅଧିକାଂଶ ଭୋଟରଙ୍କୁ ମିଳିନି ଚିରକୁଟି

ରାଉରକେଲା, ୧୯ା୫(ସଙ୍ଗୀତା ଜେନା)ଆଉ ମାତ୍ର ଦିନକ ପରେ ସୁନ୍ଦରଗଡ଼ ଲୋକ ସଭା ଓ ବିଧାନସଭା ଆସନ ଲାଗି ମତଦାନ ହେବାକୁ ଯାଉଛି। ମତଦାନ ସଂଖ୍ୟା ବୃଦ୍ଧି...

ଭବାନୀପାଟଣାରେ ଫେଲ୍‌ ମାରିଛି ମୁକ୍ତା ଯୋଜନା

ଭବାନୀପାଟଣା,୧୯ା୫(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ନିର୍ମାଣ ହୋଇଥିବା ରାସ୍ତାକଡ଼ ବ୍ୟାୟାମଶାଳା ପିଲାଙ୍କ ପାର୍କ ନା ସୌନ୍ଦର୍ଯ୍ୟକରଣ ଉପକରଣ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି...

୨୫ ପରିବାରକୁ ଗୋଟିଏ ନଳକୂପ

ଝରିଗାଁ,୧୯।୫(କିଶୋର ଚନ୍ଦ୍ର ମଣ୍ତଳ)ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ପାନୀୟ ଜଳ ସଙ୍କଟ ଦେଖା ଦେଉଛି। ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଦାବି ଜଣାଇଲେ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri