Advertisement

ବିରୋଧୀଙ୍କ ହାତରେ ଜଙ୍ଗଲ ନିଆଁ

ଭୁବନେଶ୍ୱର,୧୨ା୩(ବ୍ୟୁରୋ):ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଶୁକ୍ରବାର ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମଧ୍ୟ ସରଗରମ ହେବା ନେଇ ସଙ୍କେତ ମିଳୁଛି। ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିିଛନ୍ତି। ରାଜ୍ୟର ଶିମିଳିପାଳ ସମେତ ବିଭିନ୍ନ ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି। ଜଙ୍ଗଲ ସୁରକ୍ଷା ନେଇ ସରକାରଙ୍କୁ ବିରୋଧୀ ସଣ୍ଡୁଆଶି ଆକ୍ରମଣ କରିବାକୁ ଯୋଜନା କରିଛନ୍ତି।
ଏଥିସହିତ ଧାନମଣ୍ଡି, ଆଇନଶୃଙ୍ଖଳା, ମହାନଦୀ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କଠାରୁ କୈଫିୟତ ତଲବ କରିବେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସହ ମୁଲତବୀ ଆଲୋଚନା ଥିବାରୁ ଚଳିତ ଅଧିବେଶନ ଆରମ୍ଭରୁ ସରଗରମ ରହିଛି। ରାଜ୍ୟରେ ମହିଳା, ଶିଶୁ ନିର୍ଯାତନା, ହତ୍ୟା, ଚୋରି, ଛିନତାଇ ବଢ଼ିଚାଲିଛି। ଆଇନଶୃଙ୍ଖଳା ଏକପ୍ରକାର ବିପର୍ଯ୍ୟସ୍ତ ହୋଇ ପଡିଛି। ଏହି ସବୁ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଜବାବ ତଲବ କରାଯିବ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଛନ୍ତି। ଧାନ ମଣ୍ଡିରେ ପଡ଼ିଛି। ଚାଷୀମାନେ ଧାନ ବିକ୍ରି କରିପାରୁ ନାହାନ୍ତି। ମିଲର୍‌, ସରକାରୀ ଅଫିସରଙ୍କ ଦ୍ୱାରା ଚାଷୀ ଶୋଷିତ ହେଉଛନ୍ତି। ସବୁ ଧାନ ନେବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏବେ ବି ଚାଷୀମାନେ ରାସ୍ତାରେ ଧାନ ରଖି ପ୍ରତିବାଦ କରୁଛନ୍ତି। ଏହି ପ୍ରସଙ୍ଗକୁ ନେଇ ଭାଜପା ବିଧାନସଭାରେ ସରକାରଙ୍କୁ ଘେରିବାକୁ ଯୋଜନା ପ୍ରସ୍ତୁତ କରିଛି। ସେହିପରି ବିରୋଧୀ କଂଗ୍ରେସ ଚାଷୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ପୁଣି ଜୋରଦାର ଆକ୍ରମଣ କରିବାକୁ ରଣନୀତି କରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଧାନ ବିକ୍ରି ପ୍ରସଙ୍ଗକୁ ନେଇ ସରକାର ବିଧାନସଭା ଓ ଲୋକଙ୍କୁ ଠକିଛନ୍ତି। ଧାନ ଏବେ ବି ମଣ୍ଡିରେ ପଡ଼ିରହିଛି। ଯେଉଁ ସରକାରୀ ଅଧିକାରୀ ଦୁର୍ନୀତିରେ ସମ୍ପୃକ୍ତ ରହୁଛନ୍ତି, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ସମବାୟ ମନ୍ତ୍ରୀ ଗୃହରେ ପ୍ରତିଶ୍ରୁତି ଦେଇଥିଲେ ଅସାଧୁ ଅଫିସର ଓ ଜାଲ୍‌ ଟୋକନଧାରୀଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ ହେବ। ପ୍ରତ୍ୟେକ ଦିନ ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। କଂଗ୍ରେସ ଏହି ପ୍ରସଙ୍ଗକୁ ବିଧାନସଭାରେ ଜୋରଦାର ଉଠାଇବ। ଆଇନଶୃଙ୍ଖଳା ଅନ୍ୟ ଏକ ଇସ୍ୟୁ। ମୟୂରଭଞ୍ଜରେ ଜଣେ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି। ରାଜଧାନୀରେ ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଘଟୁଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହତ୍ୟା ଓ ବଳାତ୍କାର ଭଳି ଘଟଣା ବଢ଼ିଚାଲିଛି। ଏ ସବୁ ବିଷୟକୁ ଦଳ ବିଧାନସଭାରେ ଉଠାଇବ। ଏହାଛଡ଼ା ରାଜ୍ୟର ସୀମା ବିବାଦ ଅନ୍ୟ ଏକ ମୁଖ୍ୟ ପ୍ରସଙ୍ଗ। ସରକାର ରାଜ୍ୟର ସୀମାକୁ ସୁରକ୍ଷା ଦେଇପାରିଲେ ନାହିଁ। ଜଙ୍ଗଲ ନିଅଁା କିଛି ନୂଆ ନୁହେଁ। ପ୍ରତ୍ୟେକ ବର୍ଷ ଜଙ୍ଗଲରେ ନିଅଁା ଲାଗୁଛି। ତେବେ ନିଅଁା ଲିଭାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଜଙ୍ଗଲ ବିଭାଗରେ ଅଧାରୁ ଅଧିକ ପଦବୀ ଖାଲିପଡ଼ିଛି। ଷ୍ଟାଣ୍ଡିଂ କମିଟି ବୈଠକରେ ମଧ୍ୟ ଏ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଏଭଳି ଅନେକ ପ୍ରସଙ୍ଗକୁ ନେଇ କଂଗ୍ରେସ ସରକାରଙ୍କଠାରୁ ଜବାବ ମାଗିବ ବୋଲି ନରସିଂହ କହିଛନ୍ତି।
ବିରୋଧୀଙ୍କୁ ମୁକାବିଲା କରିବା ନେଇ ଶାସକ ବିଜେଡି ମଧ୍ୟ ସଜାଗ ରହିଛି। ବିରୋଧୀଙ୍କ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି। ଏହାଛଡ଼ା କେନ୍ଦ୍ର ଅବହେଳା, ରେଳ ବଜେଟରେ ଓଡ଼ିଶାକୁ ଅଣଦେଖା, କେନ୍ଦ୍ରୀୟ ଯୋଜନା ହ୍ରାସ ଆଦି ପ୍ରସଙ୍ଗରେ ବିଜେଡି ଏନ୍‌ଡିଏ ସରକାରଙ୍କୁ ଟାର୍ଗେଟ କରିବା ନେଇ ସୂଚନା ମିଳିଛି।
ଏଥିସହିତ ଚଳିତ ଅଧିବେଶନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାରିତ ହେବାର ଅଛି। ସେଥିରୁ ବିବାଦୀୟ ଓଡିଶା ଏଗ୍ରିକଲଚର ପ୍ର୍ରଡ୍ୟୁସ ଆଣ୍ଡ୍‌ ଲାଇଭଷ୍ଟକ ମାର୍କେଟିଂ(ପ୍ରମୋସନ ଆଣ୍ଡ୍‌ ଫାସିଲିଟେଶନ) ବିଲ୍‌-୨୦୨୦କୁ ପାରିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ଏହି ବିଲକୁ ନେଇ କେନ୍ଦ୍ର ସରକାର ଓ କୃଷକ ସଂଗଠନଗୁଡିକ ମଧ୍ୟରେ ଦୀର୍ଘଦିନ ହେବ ମୁହାଁମୁହିଁ ସ୍ଥିତି ଲାଗି ରହିଛି। ତେବେ ଓଡିଶାରେ ଏ ସଂକ୍ରାନ୍ତ ବିଲ୍‌ ଆସିଲେ ଚାଷୀମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଭଳି ବିଲ୍‌କୁ ବିରୋଧୀ କଂଗ୍ରେସ ବିରୋଧ କରିବା ନେଇ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ଏପ୍ରିଲ ୯ ତାରିଖ ଯାଏ ଚାଲିବ। ଶୁକ୍ରବାର ବିଧାନସଭାରେ ସମସ୍ତ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ କରାଯିବ। ୧୫ରୁ ୨୭ ତାରିଖ ଯାଏ ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ୩୧ରେ ବ୍ୟୟମଞ୍ଜୁରୀ ବିଲ୍‌ ଗୃହରେ ଆଗତ ହେବ। ଏହି ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟ ଦିବସ ରହିଛି।
ଦ୍ୱିତୀୟ ପର୍ଯ୍ୟାୟ ସକାଶେ ବିଧାନସଭାକୁ ପ୍ରବେଶ ପାଇଁ ଆଣ୍ଟିଜେନ ଟେଷ୍ଟ କରାଯାଇଛି। ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ କେବଳ ବିଧାନସଭାକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ। ସେହି ଅନୁଯାୟୀ ବୁଧବାର ଓ ଗୁରୁବାର ଦୁଇଦିନ ଧରି ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କର କରୋନା ଟେଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ ଅଫିସ,୨୩।୨: : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବଦଳିବେ। ଏବେ ଦାୟିତ୍ୱରେ ଥିବା ଆଇଏଏସ୍‌ ଅଫିସର କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେଶନରେ ଯିବେ। ସେ କେନ୍ଦ୍ର...

ଓଡ଼ିଶାରେ ସୁସ୍ଥ ହେଲେ ଆଉ ୩,୭୭୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୪।୯ (ବ୍ୟୁରୋ): ଓଡ଼ିଶାରେ ଗୁରୁବାର ୩ ହଜାର ୭୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ...

ଭିସୁଟ୍‌ର ହେବ ନବକଳେବର: ହଜାରେ କୋଟିର ଘୋଷଣା

ସମ୍ବଲପୁର,୨୫ା୮(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)କୁ ସେଣ୍ଟର ଅଫ୍‌ ଏକ୍ସଲେନ୍ସିରେ ପରିଣତ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା...

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୦ା୯(ବ୍ୟୁରୋ):ଆସନ୍ତା ୧୩ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ...

ଜିଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲେ ମହିଳା: ୮ ଗିରଫ

ବାରିପଦା ଅଫିସ,୧୯ା୫- ପିଆରଏମ୍‌ ମେଡିକାଲରେ ଶିଶୁ ବଦଳ ଘଟଣାକୁ ସପ୍ତାହେ ବିତି ଯାଇଥିବା ବେଳେ ଏ ଦିଗରେ ମେଡ଼ିକାଲ କର୍ତ୍ତୃପକ୍ଷ କିମ୍ବା ଜିଲାପ୍ରଶାସନ ପକ୍ଷରୁ କୌଣସି...

ଫିଲ୍ମଫେୟାର ଦୌଡ଼ରେ ଓଡ଼ିଆ ଫିଲ୍ମମେକର

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ପ୍ରଥମଥର ପାଇଁ ଓଡ଼ିଶାରୁ ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ଫିଲ୍ମଫେୟାର ଶର୍ଟ ଫିଲ୍ମ ଆଓ୍ବାର୍ଡସ-୨୦୨୦’ ପ୍ରତିଯୋଗିତା ଦୌଡ଼ରେ ସାମିଲ ହୋଇଛି। ଓଡ଼ିଶା ଜନ୍ମିତ ବିଜ୍ଞାପନ ଫିଲ୍ମ ନିର୍ମାତା...

ଅଖ ହଣା ସରିଲା, ଦଣ୍ଡା କାମ ଆରମ୍ଭ

ପୁରୀ ଅଫିସ, ୭ା୬: ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଶ୍ରୀନଅର ସମ୍ମୁଖ ରଥଖଳାରେ ତିନିରଥ ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ୱରେ ଚାଲିଛି ରଥ କାମ। ଅକ୍ଷୟତୃତୀୟ ଠାରୁ...

ମାଟ୍ରିକ ଖାତାଦେଖା ସ୍ଥଗିତ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ମହାବାତ୍ୟା ଅମ୍ଫନ ପାଇଁ ସ୍ଥଗିତ ହେଲେ ମାଟ୍ରିକ ଖାତାଦେଖା। ଖାତାଦେଖା ସ୍ଥଗିତ ନେଇ ମଙ୍ଗଳବାର ସ୍କୁଲ ଓ ଗଣାଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା...

Advertisement
Archives

Model This Week