ବିପରୀତ ସିଦ୍ଧାନ୍ତ

ଅଧିକାଂଶ ଶାସ୍ତ୍ର ବୈଦିକ ରୀତିନୀତିର ଏକ ପ୍ରତ୍ୟୁତ୍ତର ଭାବେ ବୌଦ୍ଧଧର୍ମକୁ ବର୍ଣ୍ଣନା କରନ୍ତି। କିନ୍ତୁ ଶୈବଧର୍ମ କିପରି ବୌଦ୍ଧଧର୍ମର ବିପରୀତ ଥିଲା, ସେ ସମ୍ପର୍କରେ ସେଗୁଡ଼ିକ ଆଲୋଚନା କରିବାରେ ବିଫଳ ହୋଇଛନ୍ତି। ଦୈବୀକୃପା ମାଧ୍ୟମରେ ଭୌତିକ ବା ସାଂସାରିକ ଜୀବନରେ ସଫଳତା ପ୍ରାପ୍ତି ହୁଏ ବୋଲି ବୈଦିକ ପରମ୍ପରା ଜୋର୍‌ ଦେଇଥାଏ। ଅନ୍ୟପଟେ ଏହା ମଧ୍ୟ ଶିକ୍ଷା ଦିଏ ଯେ, ସାଂସାରିକ ବିଷୟ ପ୍ରତି ଆସକ୍ତି ଓ ମୋହ ଦୁଃଖର କାରଣ ହୋଇଥାଏ। ବୁଦ୍ଧ ଆଶ୍ରମ ଜୀବନ ବା ସନ୍ନ୍ୟାସ ମାର୍ଗକୁ ପ୍ରୋତ୍ସାହିତ କରିଥିଲେ, ଯାହା ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା। ତେବେ ଶୈବଧର୍ମ ଏହି ସନ୍ନ୍ୟାସ ଦୃଷ୍ଟିକୋଣକୁ ବିରୋଧକରେ। ଶିବ ଜଣେ ଯୋଗୀ ବୋଲି ପୁରାତନ ଶୈବ କାହାଣୀ ଦର୍ଶାଏ। ପର୍ବତ ଶିଖରରେ ବସିଥିବା ଯୋଗୀ ଶିବ ଜଣେ ଗୃହସ୍ଥ ଏବଂ ତାଙ୍କର ସ୍ତ୍ରୀ ଓ ପିଲାମାନେ ଥିଲେ। ବୌଦ୍ଧଧର୍ମରେ ଜଣେ ଗୃହସ୍ଥରୁ ସନ୍ନ୍ୟାସୀ ହେଉଥିଲାବେଳେ ଶୈବଧର୍ମରେ ଜଣେ ଯୋଗୀ ଗୃହସ୍ଥ ପାଲଟୁଥିଲେ।
ଶିବଙ୍କ ପ୍ରଥମ ସ୍ତ୍ରୀ ହେଉଛନ୍ତି ସତୀ। ସେ ଜଣେ ବ୍ରାହ୍ମଣ ପୂଜକଙ୍କ ଝିଅ। ଶିବଙ୍କ ଦ୍ୱିତୀୟ ସ୍ତ୍ରୀ ହେଉଛନ୍ତି ପାର୍ବତୀ ଓ ସେ ପର୍ବତ ରାଜାଙ୍କ କନ୍ୟା। ଶିବଙ୍କ କାହାଣୀ ବିବାହ, ମହିଳା ଓ ଗୃହସ୍ଥ ଜୀବନର ଗୁରୁତ୍ୱକୁ ପ୍ରତିପାଦିତ କରେ। ଏହା ସିଧାସଳଖ ବୌଦ୍ଧଧର୍ମର କାହାଣୀକୁ ବିରୋଧକରେ, ଯେଉଁଥିରେ ଶାନ୍ତି ଓ ଜ୍ଞାନ ପାଇଁ ଜଣେ ବ୍ୟକ୍ତି ରାଜସିଂହାସନ, ସ୍ତ୍ରୀ ଓ ପୁଅଙ୍କୁ ତ୍ୟାଗ କରିଛନ୍ତି।
ଏହି ପରସ୍ପର ବିରୋଧୀ ସିଦ୍ଧାନ୍ତଗୁଡ଼ିକର ପ୍ରଭାବକୁ ଅଧିକାଂଶ ଲୋକେ ଅଣଦେଖା କରିଆସୁଛନ୍ତି। ବୈଦିକ କର୍ମକାଣ୍ଡ ପରମ୍ପରାଗୁଡ଼ିକ ବୁଦ୍ଧଙ୍କ ଆତ୍ମାନୁସନ୍ଧାନ ମାର୍ଗ ଦ୍ୱାରା ଆହ୍ବାନର ସମ୍ମୁଖୀନ ହେଉଥିବାବେଳେ ବିପରୀତ ଭାବେ ବୁଦ୍ଧଙ୍କ ପଥ ମଧ୍ୟ ଶୈବଧର୍ମର ସାମାଜିକ ଦୃଷ୍ଟିକୋଣର ଆହ୍ବାନକୁ ସାମ୍ନାକରୁଥିଲା। ବୌଦ୍ଧସ୍ତୂପର ଶିଖରରେ ସ୍ଥାପତି ଚଡାର ଶିବଲିଙ୍ଗ ସହ କୌଣସି ସାମଞ୍ଜସ୍ୟ ନ ଥିଲେ ମଧ୍ୟ ଦୁଇଟି ମଧ୍ୟରେ ସେମିତିି କିଛି ବଡ଼ ପ୍ରଭେଦ ନାହିଁ। ବୁଦ୍ଧ ୩୩ ବୈଦିକ ଦେବତାଙ୍କ ସାମ୍ରାଜ୍ୟର ବହୁ ଉପରେ ଥିବା ସ୍ତର ଅର୍ଥାତ୍‌ ଏକ ନୂଆ ସ୍ବର୍ଗରେ ପହଞ୍ଚିଥିଲେ ବୋଲି ମନେକରାଯାଏ। ବୁଦ୍ଧଙ୍କ ମୂର୍ତ୍ତିରେ ମସ୍ତକରେ ଉପରକୁ ଉଠିକରି ରହିଥିବା ଅଂଶକୁ ଊର୍ଦ୍ଧ୍ୱମୁଖୀ ଆଧ୍ୟାତ୍ମିକ ଶିଖା ଭାବେ ବର୍ଣ୍ଣନା କରାଯାଏ। ଅପରପକ୍ଷରେ, ଶିବଙ୍କୁ ମର୍ତ୍ତ୍ୟକୁ ଆଣିବା ପାଇଁ ତାଙ୍କ ଲିଙ୍ଗ ଉପରେ ନିରନ୍ତର ଜଳାଭିଷେକ କରାଯାଇଥାଏ।
ବୌଦ୍ଧଧର୍ମାବଲମ୍ବୀମାନେ ବହୁ ଊର୍ଦ୍ଧ୍ୱରେ ବୁଦ୍ଧଙ୍କ ରାଜ୍ୟ ବା କ୍ଷେତ୍ରକୁ ଦେଖନ୍ତି କିମ୍ବା ଆତ୍ମାନୁସନ୍ଧାନ ଯାତ୍ରା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତି। ଅପରପକ୍ଷେ ଶୈବଧର୍ମ ପୃଥିବୀକୁ ଦେଖିବା ବା ପାର୍ଥିବ ଜୀବନ ଉପରେ ଗୁରୁତ୍ୱ ଦେଇଥାଏ,ଯାହା ଶିବଙ୍କ ଜଟାରୁ ପ୍ରବାହିତ ନିମ୍ନଗାମୀ ନଦୀ ସୂଚିତକରେ। ବିଶ୍ୱରେ ବୁଦ୍ଧ ତାଙ୍କ ସିଦ୍ଧାନ୍ତ ସମ୍ପର୍କରେ ଶିକ୍ଷା ଦେବାକୁ ପ୍ରଥମେ ଅନିଚ୍ଛୁକ ଥିଲେ ଏବଂ ଏହା କରିବା ପାଇଁ ଇନ୍ଦ୍ର ଓ ବ୍ରହ୍ମା ତାଙ୍କୁ ବୁଝାଇଥିଲେ। ଅନ୍ୟପଟେ, ପାର୍ବତୀ ଶିବଙ୍କୁ ପ୍ରଶ୍ନ କରିବାରୁ ସେ ତାଙ୍କ ଜ୍ଞାନ ପ୍ରଦାନ କରିଥିଲେ। ଉତ୍ତର ଭାରତରେ ଲାକୁଲିଶା ରୂପରେ ଶିବଙ୍କୁ ଜଣେ ଗୁରୁ ଭାବେ ଦେଖାଯାଇଥାଏ। ସେ ବୁଦ୍ଧଙ୍କ ଭଳି ପଦ୍ମାସନରେ ବସିଛନ୍ତି, କିନ୍ତୁ ଏକ ଦଣ୍ଡ ଧରିଛନ୍ତି। ଦକ୍ଷିଣ ଭାରତରେ ଥିବା ଲାକୁଲିଶାଙ୍କ ତାନ୍ତ୍ରିକ ମୂର୍ତ୍ତି ଭକ୍ତି ସହ ଜଡ଼ିତ। ତାଙ୍କୁ ଦକ୍ଷିଣମୂର୍ତ୍ତି ସନ୍ନ୍ୟାସୀ ଭାବେ ବର୍ଣ୍ଣନା କରାଯାଇଛି। ସେ ଦକ୍ଷିଣକୁ ମୁହଁକରି ପର୍ବତ ଶିଖରରେ ଗୋଟିଏ ବରଗଛ ତଳେ ବସିଛନ୍ତି। ସଂସାରରେ ଚାରିପାଖରେ ଘେରି ରହିଥିବା ମୃତ୍ୟୁକୁ କିପରି ସନ୍ନ୍ୟାସୀମାନେ ଜୟ କରିପାରିବେ ସେସମ୍ପର୍କରେ ଶିକ୍ଷା ଦେଇଛନ୍ତି। ମୃତ୍ୟୁ ମଧ୍ୟ ବୁଦ୍ଧଙ୍କୁ ଚିନ୍ତାରେ ପକାଇଥିଲା। ଫଳରେ ସେ ସମାଜ ତଥା ସଂସାର ଛାଡ଼ି ଚାଲିଯାଇଥିଲେ। କିନ୍ତୁ ଅଗସ୍ତ୍ୟଙ୍କ ଭଳି ଋଷିମାନେ ଶିବଙ୍କ ମାର୍ଗଦର୍ଶନରେ ଦକ୍ଷିଣ (ପିତୃପୁରୁଷ ଓ ଯମଙ୍କ ସାଙ୍କେତିକ ଭୂମି)କୁ ଯାତ୍ରା କରିଥିଲେ। ସେମାନେ ବିବାହକରି ପରିବାର ଗଢ଼ି ମୃତ୍ୟୁ ସହ ସଂଗ୍ରାମ କରିଥିଲେ। ଅଗସ୍ତ୍ୟ ଲୋପାମୁଦ୍ରାଙ୍କୁ ବିବାହ କରିଥିଲେ। ସେ ଦେବତା ଓ ଅସୁରଙ୍କ ସହ ରହି ଜୀବିକା ଉପାର୍ଜନ କରୁଥିଲେ। ସେ ଏହିପରି ଭାବେ ଜୀବନ ସମ୍ପର୍କରେ ଶିକ୍ଷା ପାଇଥିଲେ।
କେବଳ ବୁଦ୍ଧଙ୍କଠାରେ ଜ୍ଞାନ ନାହିଁ, ଶିବ ଓ ଶକ୍ତିଙ୍କ କଥୋପକଥନରେ ମଧ୍ୟ ଏହା ରହିଛି। ମହିଳାଙ୍କୁ ବୌଦ୍ଧଭିକ୍ଷୁ ଏବଂ ସହାୟକ ଭାବେ ବୌଦ୍ଧ ଆଶ୍ରମଗୁଡ଼ିକରେ ସାମିଲକରିବା ଏକ ଭିନ୍ନ ବିଷୟ ହୋଇଥିଲେ ମଧ୍ୟ ବାସ୍ତବରେ ଏହା ହେଉଛି ବୌଦ୍ଧ ମାର୍ଗ ପ୍ରତି ଆହ୍ବାନ। ପୁରାତନ ଗ୍ରନ୍ଥ ‘ଥେରି ଗାଥା’ରଚନା କରିଥିବା ବୌଦ୍ଧ ମହିଳା ଭିକ୍ଷୁମାନେ ପରିବାର ବାହାରେ ଶାନ୍ତି ପାଇଛନ୍ତି ଏବଂ ସାମଜିକ ନିୟମରୁ ଦୂରେଇ ରହିଛନ୍ତି। ବୌଦ୍ଧ ବିହାର ବା ମଠ କେବେ ବି ଲିଙ୍ଗଗତ ରାଜନୀତିକୁ ଛାଡ଼ିନାହିଁ ଏବଂ ସେଥିପାଇଁ ଶରୀରକୁ ଅସ୍ବୀକାର କରାଯାଇଛି। ନେତୃତ୍ୱରେ ସବୁେବେଳେ ପୁରୁଷମାନେ ରହୁଥିଲେ। ଏହା ମଧ୍ୟ ଜୈନଧର୍ମରେ ଦେଖାଯାଏ, ଯେଉଁଠି ସନ୍ନ୍ୟାସୀଙ୍କ ତୁଳନାରେ ଅଧିକ ମହିଳା ଭିକ୍ଷୁ ରହିଥିଲେ ବି ପୁରୁଷ ସବୁବେଳେ ନେତୃତ୍ୱରେ ରହନ୍ତି।
ଶିବଙ୍କ ଜ୍ଞାନ ଦେବୀଙ୍କ ଦ୍ୱାରା ଅଧିକ ପ୍ରାସଙ୍ଗିକ ହୋଇଛି। ଶିଷ୍ୟ ବିନା ଗୁରୁଙ୍କ ଜ୍ଞାନ ଅସାର। ଦେବୀ ଶିଷ୍ୟ ଭାବେ ଶିବଙ୍କୁ ପ୍ରଶ୍ନ କରିବା ଯୋଗୁ ଏହି ଜ୍ଞାନ ଗୁରୁରୂପୀ ଶିବଙ୍କଠାରୁ ଉତ୍ତର ଆକାରରେ ସାମ୍ନାକୁ ଆସିଛି। ଦେବୀ ଶିବଙ୍କ ଯତ୍ନ ନେଇଛନ୍ତି। ଶିବ ମଧ୍ୟ ଦେବୀଙ୍କ ସହ କଥା ହୋଇଛନ୍ତି। ଶିବଙ୍କ ଅନୁପସ୍ଥିତିରେ ଦେବୀ ତାଙ୍କ ଅସ୍ତ୍ର ଚଳାଇ ଦେବତାଙ୍କୁ ଅସୁରଙ୍କ କବଳରୁ ରକ୍ଷାକରିଛନ୍ତି। କୁହାଯାଏ ଯେ, ଶୈବଧର୍ମ ଦେବୀଙ୍କୁ ସାମିଲ କରିଥିବାବେଳେ, ଏହା ପରିବାରରେ ରହୁଥିବା ସବୁ ମହିଳଙ୍କୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଦେଇ ନ ଥିଲା। ମହିଳାମାନେ ଘର ଛାଡ଼ିଲେ ପବିତ୍ର ହୁଅନ୍ତି ଓ ଭିକ୍ଷୁ ପାଲଟନ୍ତି। କିନ୍ତୁ ପୁରୁଷ ଉଭୟ ଗୃହସ୍ଥ ଓ ସନ୍ନ୍ୟାସୀ ଭାବେ ପବିତ୍ର। ଏହି ବ୍ୟବସ୍ଥାରେ ଆହ୍ବାନ ସବୁ ରହିଥିଲେ ମଧ୍ୟ ଏହା ତ୍ରିପୁରାସୁନ୍ଦରୀ ଭଳି ଦେବୀମାନଙ୍କୁ ସୃଷ୍ଟିକରିଛି, ଯିଏ ଏକ ସିଂହାସନରେ ବସିଛନ୍ତି ଓ ତାଙ୍କ ଚାରିପାଖରେ ଦେବତାମାନେ ରହିଛନ୍ତି। ସେ କାମନାର ଦେବତା (କାମ)ଙ୍କ ସଙ୍କେତ ବହନ କରନ୍ତି। ଜ୍ଞାନ କାମନାର ଶେଷ ନୁହେଁ। ଏହା ଇଚ୍ଛା ବା କାମନରୁ ଉତ୍ପନ୍ନ ହୋଇ ନିଜକୁ ଶାନ୍ତି ଦେବା ବଦଳରେ ଅନ୍ୟମାନଙ୍କୁ ତାହା ପ୍ରଦାନକରେ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri