ଓପିଏଚ୍‌ଡବ୍ଲ୍ୟୁସି ଡେପୁଟି ମ୍ୟାନେଜର ନିଲମ୍ବିତ

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ଓ୍ବେଲ୍‌ଫେୟାର କର୍ପୋରେଶନ(ଓପିଏଚ୍‌ଡବ୍ଲ୍ୟୁସି) ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କୁ ଗୁରୁବାର ଚାକିରିରୁ ନିଲମ୍ବନ କରାଯାଇଛି। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ପ୍ରତାପଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିବା ପରେ ବୁଧବାର ତାଙ୍କୁ ଗିରଫ କରାଯାଇଥିଲା। ଏବେ ଜେଲରେ ଅଛନ୍ତି। ଅପରପକ୍ଷରେ ପ୍ରତାପଙ୍କ ଓଡ଼ିଆ ସିନେମା(ଓଲିଉଡ୍‌) ଲିଙ୍କ୍‌ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ପ୍ରତାପ ୨ଟି ବ୍ୟୟବହୁଳ ଓଡ଼ିଆ ସିନେମାରେ ଟଙ୍କା ଲଗାଇଥିଲେ ବୋଲି ତଦନ୍ତ ସମୟରେ ଜଣାପଡ଼ିଛି। ଫିଲ୍ମରେ ସ୍ତ୍ରୀ ସସ୍ମିତା ସାମଲଙ୍କୁ ପ୍ରଯୋଜକ କରିଥିଲେ। ଏପରି କି ଆଗକୁ ମଧ୍ୟ ଓଲିଉଡ୍‌ରେ ନିବେଶ କରିବାକୁ ଯୋଜନା କରୁଥିବା କୁହାଯାଉଛି। ପ୍ରତାପ ଏବେ ଜେଲରେ ଥିବାରୁ ଭିଜିଲାନ୍ସ ତାଙ୍କୁ ରିମାଣ୍ଡରେ ଆଣି ଆୟ ବହିର୍ଭୂତ ସମ୍ପତ୍ତିର ଉତ୍ସ ଖୋଜିବା ସହ ଓଲିଉଡ୍‌ ଲିଙ୍କ୍‌ ନେଇ ଅଧିକ ପଚରାଉଚୁରା କରିବାକୁ ଯୋଜନା ରଖିଛି।
୨୦୦୩ ଏବଂ ୨୦୦୫ରେ ନିର୍ମିତ ଦୁଇଟି ଓଡ଼ିଆ ସିନେମାରେ ପ୍ରତାପ କେତେ ଟଙ୍କା ଲଗାଇଥିଲେ, ପରଦା ଆଢୁଆଳରେ ରହି ଅନ୍ୟ କୌଣସିି ସମ୍ପର୍କୀୟଙ୍କ ଦ୍ୱାରା ସିନେମାରେ ଟଙ୍କା ଲଗାଇଥିଲେ କି ନାହିଁ ସେନେଇ ଭିଜିଲାନ୍ସ ପଚରାଉଚୁରା କରିବ। ସେହପରି ପ୍ରତାପଙ୍କ ସ୍ତ୍ରୀଙ୍କୁ ମଧ୍ୟ ଭିଜିଲାନ୍ସ ପଚରାଉଚୁରା କରିବ। ପୂର୍ବରୁ ଯେଉଁ ଫିଲ୍ମ ୨ଟିରେ ଟଙ୍କା ଲଗାଇଥିଲେ ଉକ୍ତ ଫିଲ୍ମର ପ୍ରଯୋଜନା ସଂସ୍ଥାର ସଦସ୍ୟମାନେ ଭିଜିଲାନ୍ସ ସ୍କାନରକୁ ଆସିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ପ୍ରଯୋଜକ, ନିର୍ଦ୍ଦେଶକଙ୍କୁ ଜେରା କଲେ କେତେ ଟଙ୍କା ପ୍ରତାପ ଲଗାଇଥିଲେ ତାହା ଜଣାପଡ଼ିବ।
ସୂଚନାଯୋଗ୍ୟ, ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ପକ୍ଷରୁ ୧୦ଟି ଟିମ୍‌ ମଙ୍ଗଳବାର ସକାଳେ ଏକକାଳୀନ ଭୁବନେଶ୍ୱରସ୍ଥିତ ଓପିଏଚ୍‌ଡବ୍ଲ୍ୟୁସି କାର୍ଯ୍ୟାଳୟ, ବାଲେଶ୍ୱର ସିମୁଳିଆସ୍ଥିତ ତାଙ୍କ ପୈତୃକ ଘର ସମେତ ୯ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢାଉ ସମୟରେ ପ୍ରତାପଙ୍କ ସମେତ ସ୍ତ୍ରୀ ସସ୍ମିତା ଓ ପୁଅ ପ୍ରୀତମ କୁମାରଙ୍କ ନାମରେ ଅମାପ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ୫ଟି କୋଠା ସହ ମୋଟ ୨୭ଟି ଅସ୍ଥାବର ସମ୍ପତ୍ତି ଠାବ ହେବା ସହ ନଗଦ ୩୮.୧୨ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏଥିସହ ପ୍ରତାପ ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧ କୋଟି ୬୧ ଲକ୍ଷ ୩୫ ହଜାର ୮୧୨ ଟଙ୍କା ଓ ୫୭ ଲକ୍ଷ ୭୨ ହଜାର ୧୫୦ ଟଙ୍କା ବୀମାରାଶି ଜବତ ହୋଇଥିଲା। ପ୍ରତାପ ଏବଂ ତାଙ୍କ ସ୍ତ୍ରୀଙ୍କ ନାମରେ ସର୍ବମୋଟ୍‌ ୧୪.୮୭କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିଲା। ପ୍ରତାପଙ୍କ ପ୍ରକୃତ ଆୟର ଏହା ୧୦୨୧ ପ୍ରତିଶତ ବୋଲି ଭିଜିଲାନ୍ସ କହିଥିଲା। ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବା ସହ ଭିଜିଲାନ୍ସ ପ୍ରତାପ ଓ ସ୍ତ୍ରୀ ସସ୍ମିତା ସାମଲଙ୍କ ନାମରେ ଏକ ମାମଲା (ନଂ. ୩୪/୨୧) ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri