ଖସେଇଦେବାକୁ ସଲାସୁତରା

ଯାଜପୁର ଅଫିସ,୧୨ା୧୧: ପେଟ୍ରୋଲ ଓ ଡିଜେଲର ଅପମିଶ୍ରଣ ତଥା କଳାବଜାରରେ ଚଢାଦରରେ ବିକ୍ରି ପାଇଁ ଜିଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)କିରୋସିନର ଚୋରା କାରବାରର ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି। ୬ ମାସ ହେଲା ଜେନାପୁର ଥାନା ପୋଲିସ ଧରିଥିବା ୧୫ଟି ବ୍ୟାରେଲରେ ୧୫୦୦ଲିଟର ଅପମିଶ୍ରିତ ଡିଜେଲକୁ ଯୋଗାଣ ବିଭାଗ ନିଜ ଅଧୀନକୁ ଆଣିନାହିଁ। ଇତିମଧ୍ୟରେ ଜେନାପୁର ପୋଲିସ ଓ ଜିଲା ଯୋଗାଣ ଅଧିକାରୀ (ସିଏସ୍‌ଓ) ଏକାଧିକବାର ଧର୍ମଶାଳା ମାର୍କେଟିଂ ଇନ୍ସପେକ୍ଟର(ଏମ୍‌ଆଇ)ଙ୍କୁ ଏନେଇ ସୂଚିତ କରିଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। ତେଣୁ ଏହି ଚୋରା କାରବାରରେ ଜିଲା ଯୋଗାଣ ବିଭାଗର ସମ୍ପୃକ୍ତ ଅଧିକାରୀଙ୍କ ସିଧାସଳଖ ହାତ ଥିବା ସନ୍ଦେହ କରାଯାଇଛି। ତେବେ ଗତ ୬ା୧୧ା୨୦୨୧ରେ ପୁଣି ଥରେ ଯାଜପୁର ସିଏସ୍‌ଓ ଉକ୍ତ ଚୋରା ଡିଜେଲକୁ ନିଜ ଅଧୀନକୁ ନେଇ ନିକଟସ୍ଥ ଫିଲିଂ ଷ୍ଟେଶନରେ ହସ୍ତାନ୍ତର କରିବାକୁ ଧର୍ମଶାଳା ଏମ୍‌ଆଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଯାଜପୁର ଜିଲାର ଡୁବୁରୀଠାରୁ ପାରାଦୀପ ୫୩ନଂ. ଜାତୀୟ ରାଜପଥ ଫର୍ନେସ ଅଏଲ, ପେଟ୍ରୋଲ ଓ ଡିଜେଲ ଅପମିଶ୍ରଣର ଆଡ୍ଡାସ୍ଥଳୀ ପାଲଟିଛି। ଏହି କାରବାରରେ ଯାଜପୁର ସହ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର ସମ୍ପୃକ୍ତ ଥାନା ପୋଲିସ ସହଯୋଗ କରି ଆସୁଛନ୍ତି। ବିଶେଷକରି ପାରାଦୀପ ଓ ଏହାର ଆଖପାଖ ରାଜପଥ କଡ ଲକ ଥାନା ଅଞ୍ଚଳରେ ଫର୍ନେସ ଅଏଲର କଳାବଜାରୀ ସୀମା ଲଂଘିଛି। ଏହି ଫର୍ନେସ ଅଏଲକୁ କଳିଙ୍ଗନଗର ଓ କେନ୍ଦୁଝର ଜିଲାର ଶିଳ୍ପ କାରଖାନାଗୁଡ଼ିକରେ ବ୍ୟବହାର କରାଯାଉଛି। ତେବେ ଏହି କଳବଜାରୀର ଚେର ସମ୍ପୃକ୍ତ ଶିଳ୍ପ କାରଖାନାରେ ନିୟୋଜିତ କର୍ମଚାରୀମାନଙ୍କ ପର୍ଯ୍ୟନ୍ତ ଲମ୍ବିଛି ବୋଲି ଅଭିଯୋଗ ହୋଇଛି।
ଜେନାପୁର ଥାନା ପୋଲିସ ଗତ ଜୁନ୍‌ ୧୫ରେ ଚୋରା ଅପମିଶ୍ରିତ ଡ଼ିଜେଲ ଡିପୋରେ ଚଢାଉ କରି ୧୫୦୦ ଲିଟର ଅପମିଶ୍ରିତ ଡିଜେଲ ଜବତ କରିଥିଲା। ଏହି ଘଟଣାରେ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ତେବେ ଏ ପର୍ଯ୍ୟନ୍ତ ଜବତ ଅପମିଶ୍ରିତ ଡିଜେଲକୁ ଯୋଗାଣ ବିଭାଗ ନିଜ ଅଧୀକୁ ଆଣି ପାରିନାହିଁ। ଏହି ମର୍ମରେ ଯୋଗାଣ ବିଭାଗ ପକ୍ଷରୁ ଗତ ୨୨ା୧୦ା୨୦୨୧ରେ ସମ୍ପୃକ୍ତ ଏମ୍‌ଆଇଙ୍କୁ ପତ୍ର ଲେଖିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଜଣେ ବ୍ଲକସ୍ତରରେ ନିଯୁକ୍ତ ଏମ୍‌ଆଇ ଏଠାରେ ସିଏସ୍‌ଓଙ୍କ ନିର୍ଦ୍ଦେଶକୁ ମଧ୍ୟ ଅଣଦେଖା କରୁଥିବା ସ୍ପଷ୍ଟ ହେଉଛି। ଏଥିରୁ ଏହି ଅନିୟମିତତା ପଛରେ ଜିଲା ଯୋଗାଣ ବିଭାଗର ପ୍ରଚ୍ଛନ୍ନ ହାତ ରହିଥିବା ପ୍ରମାଣ ମିଳୁଛି । ଜିଲାରେ ଚାଲିଥିବା କିରୋସିନ କଳା ବଜାର ଓ ତୈଳ ଅପମିଶ୍ରଣ ଆଡ୍ଡା ସଂକ୍ରାନ୍ତରେ ସୂଚନା ପାଇବା ଓ ଏକାସାଙ୍ଗରେ ଚଢଉ କରି ତୈଳ ଅପମିଶ୍ରଣ ଓ କିରୋସିନ କଳାବଜାର ଆଡ୍ଡା ଠାବ କରିବା ତଥା ପିଡିଏସ୍‌ କିରୋସିନ ଜବତ କରିବା ପ୍ରମାଣ କରୁଛି ଯେ, ଉପରୋକ୍ତ ତୈଳ ଟ୍ୟାଙ୍କର ସହ ତୈଳ ଅପମିଶ୍ରଣ ଓ କିରୋସିନ କଳାବଜାରର ସିଧାସଳଖ ସମ୍ପର୍କ ରହିଛି । ରାଜପଥରେ ତୈଳ ଅପମିଶ୍ରଣ ଉପରେ ଉପଯୁକ୍ତ ଭାବେ ଚଢାଉ କରାଗଲେ ବହୁ ଲୁକ୍କାୟିତ ରହସ୍ୟ ଉନ୍ମୋଚନ ହୋଇ ପାରିବ ବୋଲି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?